ଇଣ୍ଟରଭ୍ୟୁରେ ଏମିତି କହିଲା ଗ୍ୟାଙ୍ଗଷ୍ଟାର, ଭୟରେ ଥରହର ଭାଇଜାନ୍

1 min read

ନନ୍ଦିଘୋଷ ବ୍ୟୁରୋ: ମୁମ୍ବାଇ  । ସ୍ୱପ୍ନର ମହାନଗରୀ  । ଏଠି ଦିନ ଯାଏ, ରାତି ହୁଏ  । କମେନି କ୍ରାଇମ, ବିଶ୍ରାମ ନିଏନି ପୋଲିସ  । ୩୬ ଘଣ୍ଟାରେ ହଲଚଲ ହୋଇଛି ମୁମ୍ବାଇର ବାନ୍ଦ୍ରା ଅଞ୍ଚଳ  । ହଠାତ ଆକ୍ଟିଭ ହୋଇଯାଇଛି ପୋଲିସ  । ବାନ୍ଦ୍ରା ପୋଲିସ କାର୍ଯ୍ୟାଳୟ ଠାରୁ ମୁମ୍ବାଇ ପୋଲିସ ହେଡ କ୍ୱାଟର, ସବୁଠି ବାଜିଥିଲା ପୋଲିସ ଫୋନ୍  । ରାସ୍ତାରେ ସାଇରନ୍ ବଜାଇ ପଇଁତରା ମାରିଥିଲା ପାଟ୍ରୋଲିଂ ଗାଡି  । ଏହାର ଗୋଟିଏ କାରଣ ଥିଲା  । ଟିଭି ଇଣ୍ଟରଭ୍ୟୁ  । ଏକ ଜାତୀୟ ଗଣମାଧ୍ୟର ସାକ୍ଷାତକାରରେ ଲରେନ୍ସ ବିଷ୍ନୋୟୀ କହିଥିବା କେଇ ପଦ କଥାକୁ ନେଇ ଥରହର ହୋଇଥିଲା ମୁମ୍ବାଇ  ।

ସଲମାନ ଖାନକୁ ନେଇ ନାରାଜ ଗ୍ୟାଙ୍ଗ ଷ୍ଟାର  ଲରେନ୍ସ ବିଷ୍ନୋୟୀ  । ଇଣ୍ଟରଭ୍ୟୁରେ ଦେଇଛି ଖୁଲମଖୋଲା ଧମକ  । ସଲମାନଙ୍କୁ ମାରିବା ମୋ ଜୀବନର ଲକ୍ଷ୍ୟ  । ଆମ ସମାଜକୁ କ୍ଷମା ମାଗ, ନଚେତ ଯାହା କରିବା କଥା କରିବୁ  । ପୋଲିସ-କୋର୍ଟକୁ ଯିବାକୁ ମୋର ସମୟ ନାହିଁ  । ଯାହା କରିବା କଥା କରିପାରିବୁ ବୋଲି କହିଛି ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ନୋୟୀ  । ପଞ୍ଜାବର ସୁପରଷ୍ଟାର ସିଙ୍ଗର ସିଧୁ ମୁସୱାଲେଙ୍କୁ ମର୍ଡର କରିବାରେ ଲରେନ୍ସ ବିଷ୍ନୋୟୀ ରଚିଥିଲା ପ୍ଲାନ  । ମାଷ୍ଟରମାଇଣ୍ଡ ଲରେନ୍ସ ବିଷ୍ନୋୟୀକୁ ନେଇ ସବୁଠି ଚର୍ଚ୍ଚା  । ଜେଲରେ ଥାଇ ଜେଲ ବାହାରେ ଲରେନ୍ସ କରୁଛି ମର୍ଡର  । କିନ୍ତୁ ଭାଇଜାନକୁ ନେଇ ଏକ ଜାତୀୟ ଗଣମାଧ୍ୟମରେ ଲରେନ୍ସ ବିଷ୍ନୋୟୀର ପ୍ରତିକ୍ରିୟା ମୁମ୍ବାଇ ପୋଲିସର ନିଦ ହଜାଇଦେଇଛି  ।

ସଲମାନଙ୍କ କଳା ହରିଣ ମର୍ଡର କେସକୁ ନେଇ ଖପ୍ପା ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ନୋୟୀ  । ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟକୁ ଅପମାନିତ କରିଛନ୍ତି ସଲମାନ  । ଅନୁରୋଧ କରୁଛୁ, ସଲମାନ କ୍ଷମା ମାଗନ୍ତୁ  । ଆମକୁ ନିଚ୍ଚା ଦେଖାଇଛନ୍ତି  । ରାବଣ ଠାରୁ ମଧ୍ୟ ସଲମାନଙ୍କ ଗର୍ବ ଅଧିକ  । ତାଙ୍କୁ ମାରିବା ମୋ ଜୀବନର ଲକ୍ଷ୍ୟ  । କ୍ଷମା ମାଗନ୍ତୁ ନଚେତ ଯାହା କରିବାର ଅଛି  କରାଯିବବ ବୋଲି ଜେଲରେ ଥାଇ କହିଛି ଲରେନ୍ସ  । ଗ୍ୟାଙ୍ଗଷ୍ଟାରର କେଇପଦ କଥାକୁ ନେଇ ଦିଲ୍ଲୀରୁ ମୁମ୍ବାଇ  । ପଞ୍ଜବାରୁ ବାନ୍ଦ୍ରା ସବୁଠି ପୋଲିସ ନିଦ ହଜିଯାଇଛି  । ତୁରନ୍ତ ସଲମାନ ରହୁଥିବା ଅଞ୍ଚଳରେ ପହଁଚିଥିଲା ପୋଲିସ  । ବଢାଇ ଦିଆଯାଇଥିଲା ସୁରକ୍ଷା ବ୍ୟବସ୍ଥା  ।

ସଲମାନଙ୍କ ସୁରକ୍ଷାକୁ ନେଇ ହାଇଲେଭଲ ମିଟିଙ୍ଗ  ।  ପ୍ରୋଟେକ୍ସନ ବ୍ରାଞ୍ଚର ଆଡିସନାଲ କମିଶନରଙ୍କୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ରିପୋର୍ଟ ମାଗିଛନ୍ତି ମୁମ୍ବାଇ ପୋଲିସ କମିଶନର  । ବର୍ତ୍ତମାନ ସଲମାନଙ୍କୁ Y+ ସିକ୍ୟୁରିଟ ବ୍ୟବସ୍ଥା ମିଳୁଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ X କିମ୍ବା Z କୁ ବଢାଇ ଦିଆଯିବା ନେଇ ସୂଚନା ମିଳିଛି  । ଏବେ ବି ପାଖେ ପାଖେ ରହିଛି ମୁମ୍ବାଇ ପୋଲିସ  । କଳା ହରିଣ ମର୍ଡରକୁ ନେଇ ସଲମାନଗଙ୍କ ଉପରେ ଲରେନ୍ସଙ୍କ ରାଗ  । ଆମ ସମ୍ପ୍ରଦାୟକୁ ହୋଇଛି ଘୋର ଅପମାନ  ।  ଆମ ମନ୍ଦିରକୁ ଆସି କ୍ଷମା ମାଗନ୍ତୁ  । ନଚେତ ଅହଂକାର ଭାଙ୍ଗିଦେବୁ  । ନିଜ ହିସାବରେ ଜବାବ ଦେବୁ  । ଜେଲରେ ରହି ଭାଇଜାନଙ୍କୁ ଲରେନ୍ସ ବିଷ୍ନୋୟୀର ଧମକ  ।