ଦୁଷ୍କର୍ମ ସମୟର ଭିଡିଓ ଭାଇରାଲ କରି ଜବରଦସ୍ତି ବିବାହ ଅଭିଯୋଗ

1 min read

କଟକ: ବାହାଘର ଭାଙ୍ଗିଯିବାରୁ ଯୁବତୀଙ୍କୁ ଦୁଷ୍କର୍ମ ! ଦୁଷ୍କର୍ମ ସମୟର ଭିଡିଓ ଭାଇରାଲ କରି ଜବରଦସ୍ତି ଅଭିଯୁକ୍ତ ଜଣଙ୍କ ବିବାହ କରିଥିବା ଅଭିଯୋଗ । କଟକ ସିଡିଏ ଅଞ୍ଚଳରେ ଚାଞ୍ଚଲ୍ୟ । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ କଟକ ସିଡିଏ ସେକ୍ଟର-୯ ଅଞ୍ଚଳର ଅବିନାଶ ମିଶ୍ରଙ୍କୁ ପୋଲିସ ଗିରଫ କରିଛି । ବାୟୋଡାଟାରେ ଭୂଲ ତଥ୍ୟ ଦେଇ ଅବିନାଶ ପୀଡ଼ିତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ।

ସତ ଜଣାପଡ଼ିବା ପରେ ବାହାଘର ଭାଙ୍ଗିଯାଇଥିଲା । ଏଥିରେ ପ୍ରତିଶୋଧ ପରାୟଣ ହୋଇ ପୀଡ଼ିତାଙ୍କୁ ଅପହରଣ କରିନେବା ସହ ହୋଟେଲ ରଖି ଦୁଷ୍କର୍ମ କରିଥିଲେ । ସେହି ସମୟର ଭିଡିଓ ଉତ୍ତୋଳନ କରି ବ୍ଲାକମେଲ କରିବା ସହ ଯୁବତୀଙ୍କୁ ଜୋର ଜବରଦସ୍ତି ବିବାହ ମଧ୍ୟ କରିଥିଲେ ବୋଲି ଯୁବତୀ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ସିଡିଏ ସେକ୍ଟର-୯ ଅଞ୍ଚଳର ଅବିନାଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।