୧୧ ଓଭରରେ ମ୍ୟାଚ ଜିତିଲା ଅଷ୍ଟ୍ରେଲିଆ, ଭାରତର ଶୋଚନୀୟ ପରାଜୟ

1 min read

ଚେନ୍ନାଇ: ଭାରତର ପରାଜୟ  । ଦ୍ୱିତୀୟ ମ୍ୟାଚରେ କଙ୍ଗାରୁ ଟିମର ଦମଦାର ପ୍ରଦର୍ଶନ  ।  ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ କରିଥିଲା । ଭାରତୀୟ ଟିମ୍‌କୁ ୧୧୭ ରନ୍‌ରେ ଅଲଆଉଟ୍‌ କଲା ପରେ ବ୍ୟାଟିଂ ପାଳିରେ କୌଣସି ୱିକେଟ ନହରାଇ ମ୍ୟାଚ୍‌ ଜିତିଛି ଅଷ୍ଟ୍ରେଲିଆ । ୧୧ ଓଭରରେ ୧୨୧ ରନ୍‌ ସଂଗ୍ରହ କରି ମ୍ୟାଚ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ । ଫଳରେ ଦିନିକିଆ ଶୃଙ୍ଖଳା ୧-୧ରେ ବରାବର ହୋଇଛି ।

ଆସନ୍ତା ୨୨ ତାରିଖରେ ନିର୍ଣ୍ଣାୟକ ମୁକାବିଲା ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯିବ । ଗତ ୧୭ ତାରିଖ ଦିନ ମୁମ୍ବାଇରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତ ୫ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା । ଆଜି ୧୧୮ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲା । ଦଳ ପାଇଁ ମିଚେଲ୍ ମାର୍ସ ଓ ଟ୍ରାଭିସ୍ ହେଡ୍‌ ପଡ଼ିଆକୁ ଆସିଥିଲେ । ଉଭୟ ଅପରାଜିତ ରହି ଦଳକୁ ବିଜୟ ଦେଇଥିଲେ । ପ୍ରଥମ ପାଳିରେ କଙ୍ଗାରୁ ଦଳର ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କ ଦମଦାର ବୋଲିଂରେ ଭାରତ ଧରାଶୟୀ ହୋଇଥିଲା ।

୫୩ ରନ୍‌ ସଂଗ୍ରହ କରି ଭାରତର ୫ଟି ମୂଲ୍ୟବାନ୍‌ ୱିକେଟ୍‌ ହରାଇଥିଲା । ଭାରତର ୨୬ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୧୭ ରନ୍‌ ସଂଗ୍ରହ କରିପାରିଥିଲା । ବିରାଟ କୋହଲି ଭାରତ ପାଇଁ ସର୍ବାଧିକ ୩୧ ରନ୍‌ ସଂଗ୍ରହ କରିଥିଲେ । ଅଲରାଉଣ୍ଡର ଅକ୍ଷର ପଟେଲ ଓ ରବୀନ୍ଦ୍ର ଜାଦେଜାଙ୍କ ଯଥାକ୍ରମେ ୨୯ ଓ ୧୬ ରନ୍‌ କରିପାରିଥିଲେ । ଅଧିନାୟକ ରୋହିତ ଶର୍ମା ୧୩ ରନ୍‌ ସଂଗ୍ରହ କରିଥିଲେ ।