ସସପେନ୍ସରେ ଡିଜେ ଆଜେକ୍ସଙ୍କ ଆତ୍ମହତ୍ୟା, ତ୍ରିକୋଣୀୟ ପ୍ରେମ କାହାଣୀ ଆଡ଼କୁ ଇଙ୍ଗିତ କଲେ ପରିବାର ଲୋକ

ଭୁବନେଶ୍ୱର: ସସପେନ୍ସରେ ଡିଜେ ଆଜେକ୍ସଙ୍କ ସୁଇସାଇଡ । ତ୍ରିକୋଣୀୟ ପ୍ରେମ କାହାଣୀ ଆଡ଼କୁ ଇଙ୍ଗିତ କଲେ ପରିବାର ଲୋକ । ଅକ୍ଷୟ ଓରଫ ଆଜେକ୍ସଙ୍କ ପ୍ରେମିକା ଓ ତାଙ୍କ ପୁରୁଷ ବନ୍ଧୁଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକ । ଆଜେକ୍ସଙ୍କୁ ବ୍ଲାକମେଲ୍‌ କରୁଥିଲେ ପ୍ରେମିକା ଓ ତାଙ୍କ ବୟଫ୍ରେଣ୍ଡ । ଏଥିପାଇଁ ଆଜେକ୍ସ ମାନସିକ ଚିନ୍ତାରେ ଥିଲେ । ଆଜେକ୍ସଙ୍କ ସହ ପ୍ରେମର ନାଟକ କରି ବାରମ୍ବାର ଟଙ୍କା ନେଉଥିବା ଅଭିଯୋଗ କରିଛନ୍ତି ଆଜେକ୍ସଙ୍କ ସାଙ୍ଗ ।

ତେବେ ଏସବୁ କାରଣ ପାଇଁ ମାନସିକ ଚାପରେ ଥିଲେ କି ଆଜେକ୍ସ ? କାହିଁକି ଶୋ’ ପୂର୍ବରୁ ଆତ୍ମହତ୍ୟା କଲେ ଡିଜେ ଆଜେକ୍ସ । ଏସବୁ ପ୍ରଶ୍ନର ଉତ୍ତର ମିଳିବ ଆଜେକ୍ସଙ୍କ ଫୋନରୁ । ପୋଲିସ ଡିଜେ ଆଜେକ୍ସଙ୍କ ଫୋନରୁ ଖୋଜି ବାହାର କରିବ ମୃତ୍ୟୁ ରହସ୍ୟ । ସୂଚନା ଅନୁସାରେ ଖାରବେଳନଗର ସ୍ଥିତ ନିଜ ଘରେ ଗତକାଲି ରାତିରେ ଫ୍ୟାନରେ ବେଡସିଟ୍ ଲଗାଇ ଆତ୍ମହତ୍ୟା କରିଛନ୍ତି ଆଜେକ୍ସ । କବାଟ ଭାଙ୍ଗି ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ ପରିବାର ଲୋକ ।