ଆସିଲା ଡିଜେ ଆଜେକ୍ସଙ୍କ ପୋଷ୍ଟମର୍ଟମ ରିପୋର୍ଟ, ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଉଲ୍ଲେଖ

1 min read

ଭୁବନେଶ୍ୱର: ଆସିଲା ଡିଜେ ଆଜେକ୍ସଙ୍କ ପୋଷ୍ଟମର୍ଟମ ରିପୋର୍ଟ । ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ବେକରେ ରହିଛି ଦାଗ, ଅନ୍ୟ ସ୍ଥାନରେ ନାହିଁ ଚିହ୍ନ । ଲିଗାଚର ମାର୍କରୁ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଛି । ସେପଟେ ୧୭ ତାରିଖ ରାତିରେ ଏକାଧିକ ଥର କଲ କରିଥିଲେ ପ୍ରେମିକା । ଟେନସନ୍ ହୋଇ ଟଙ୍କା, ସୁନା ସବୁ ଯାଚିଥିଲେ ଡିଜେ ଆଜେକ୍ସ । ଟଙ୍କା, ସୁନା ସବୁ ପାଇବ ହେଲେ ମୋତେ ଆଉ ପାଇବନି ବୋଲି କହିଥିଲେ ଆଜେକ୍ସ । ଡିଜେ ଆଜେକ୍ସଙ୍କ ଏଭଳି ଚାଟ୍ ପାଇଛି ପୋଲିସ । ଅନ୍ୟପଟେ ପ୍ରେମିକା ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଖୁବଶୀଘ୍ର ହେବ ଜେରା । ଅନ୍ତରଙ୍ଗ ଫଟୋ, ଭିଡିଓ ଓ ବ୍ଲାକମେଲ ନେଇ ପଚରାଉଚରା କରାଯିବ ।

ପ୍ରେମିକାଙ୍କ ବାର୍ଥ ଡେ’ ରାତିରେ ସୁଟ ହୋଇଥିଲା ଅନସିନ ଭିଡିଓ । ରାଜଧାନୀର ଏକ ହୋଟେଲରେ ପାଳନ ହୋଇଥିଲା ବାର୍ଥ ଡେ’ । ୟୁନିଟ-୩ ଅଞ୍ଚଳରେ ଥିବା ଏକ ଓୟୋରେ ହୋଇଥିଲା ବାର୍ଥ ଡେ’ ସେଲିବ୍ରେସନ୍ । ଫେବ୍ରୁଆରୀ ୨୮ ତାରିଖରେ ସେଲିବ୍ରେସନ୍ ବେଳେ ସୁଟ ହୋଇଛି ଭିଡିଓ । ଯେଉଁ ଭିଡିଓ ପାଇଁ ବାନ୍ଧବୀ ଜଣକ ବ୍ଲାକମେଲ କରୁଥିବା ସନ୍ଦେହ କରାଯାଉଛି । ମୋବାଇଲରୁ ମିଳିଥିବା ମେସେଜରୁ ଏଭଳି ପ୍ରମାଣ ପାଇଛି ପୋଲିସ । ଏସମ୍ପର୍କରେ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରିଛି ପୋଲିସ ।