ପୁରୀ ଅଭିମୁଖେ ମମତା, ୨୩ରେ ନବୀନଙ୍କୁ କରିବେ ସାକ୍ଷାତ

ଭୁବନେଶ୍ୱର: ଓଡ଼ିଶାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅପରାହ୍ନରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଁଚିଛନ୍ତି ମମତା  । ରାଜ୍ୟ ସରକାରଙ୍କ ପକ୍ଷରୁ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ବିମାନବନ୍ଦରରେ ସ୍ୱାଗତ କରିଥିଲେ  ।  ଏହା ପରେ କଡ଼ା ସୁରକ୍ଷା ବ୍ୟବସ୍ଥାରେ ସିଧା ପୁରୀ ଯାଇଛନ୍ତି ମମତା ବାନାର୍ଜୀ  । ଆଜି ପୁରୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ରାତ୍ରୀ ଯାପନ ବ୍ୟବସ୍ଥା ରହିଛି  । ସୂଚନା ମୁତାବକ ଆସନ୍ତାକାଲି ଅପରାହ୍ମରେ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବେ ମମତା ବାନାର୍ଜୀ ।

ଶ୍ରୀଜିଉଙ୍କୁ ପୂଜାର୍ଚ୍ଚନା କରି ପୁରୀରେ ଦ୍ୱିତୀୟ ଦିନ ରାତ୍ରୀଯାପନ କରିବେ । ଏହାପରେ ୨୩ ତାରିଖରେ ଭୁବନେଶ୍ୱର ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସୌଜନ୍ୟମୂଳକ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି  । ପରେ ସେହିଦିନ ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ ମମତା ବାନାର୍ଜୀ  ।