୨୦ ବର୍ଷ ଧରି ବଢ଼ି ଚାଲିଛି ଶିଳ୍ପ ବିଭାଗର ବଜେଟ, ଚଳିତ ବଜେଟରେ ବିଭାଗକୁ ମିଳିଛି ୭୧୦ କୋଟି

1 min read

ଭୁବନେଶ୍ୱର: ୨୦ ବର୍ଷ ଧରି ରାଜ୍ୟ ଶିଳ୍ପ ବିଭାଗର ବଜେଟ୍ ବଢ଼ି ବଢ଼ି ଚାଲିଛି । ଚଳିତ ବଜେଟରେ ବିଭାଗକୁ ୭୧୦ କୋଟି ଟଙ୍କା ମିଳିଛି । ବ୍ୟୟ ବରାଦ ଅର୍ଥ ଭିତ୍ତିଭୂମି ସୁଦୃଢ଼ ଉପରେ ଖର୍ଚ୍ଚ ହେବ । ଆସନ୍ତା ୧୦ ବର୍ଷରେ ବିଭିନ୍ନ ସ୍ଥାନରେ ଭିତ୍ତିଭୂମି ନିର୍ମାଣ ହେବ। ଶିଳ୍ପ ବିଭାଗର ବଜେଟ ସମୀକ୍ଷା କରି ଏହି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ଓ ସଚିବ। ସବୁ ବିଭାଗକୁ ସାଙ୍ଗରେ ନେଇ ଆଗେଇବ ରାଜ୍ୟ ଶିଳ୍ପ ନୀତି। ନିବେଶଙ୍କୁ ଆକୃଷ୍ଟ କରିବାକୁ ମେକ୍ ଇନ ଓଡ଼ିଶା କାର୍ଯ୍ୟକ୍ରମ ଚାଲିଛି । ୨୦୨୨-୨୩ ବଜେଟ୍ ତୁଳନାରେ ୨୫ ପ୍ରତିଶତ ଅଧିକ ଅର୍ଥ ବ୍ୟୟବରାଦ କରାଯାଇଛି । ବିଶ୍ୱସ୍ତରୀୟ ଶିଳ୍ପ ଭିତ୍ତିଭୂମି ଉନ୍ନୟନ ସରକାରଙ୍କର ମୁଖ୍ୟ କାର୍ଯ୍ୟସୂଚୀ । ୧୩ଟି ସ୍ଥାନରେ ୨୬ ହଜାର କ୍ଷମତା ବିଶିଷ୍ଟ ଶ୍ରମିକ ହଷ୍ଟେଲ ନିର୍ମାଣ ଲକ୍ଷ୍ୟ ରହିଛି । ଲ୍ୟାଣ୍ଡ ବ୍ୟାଙ୍କ ପାଇଁ ୨୦୦କୋଟି ଟଙ୍କା ଖର୍ଚ୍ଚ କରିବାକୁ ଟାର୍ଗେଟ୍ ରହିଛି ।

ସେହିପରି ବିଜୁ ଏକ୍ସପ୍ରେସ ଓ୍ବେ’ ପାର୍ଶ୍ବରେ ରାଉରକେଲାଠାରୁ ମୋଟୁ ପର୍ଯ୍ୟନ୍ତ ୧୦ଟି ଜିଲ୍ଲାରେ ୨୫ରୁ ଅଧିକ ଶିଳ୍ପପୁଞ୍ଜର ବିକାଶ ପାଇଁ ୫ ହଜାର ଏକରରୁ ଅଧିକ ଜମି ଚିହ୍ନଟ କରାଯାଇଛି । ସେହିପରି ଖୋର୍ଦ୍ଧା, ଅନୁଗୁଳ, ସମ୍ବଲପୁର, ଯାଜପୁର, ପାରାଦୀପ, ବାଲେଶ୍ବର, ବ୍ରହ୍ମପୁର ଓ ବଡବିଲରେ ୮ଟି ନୂଆ ଇଡକୋ ଟାଓ୍ୱାର ନିର୍ମାଣ କରାଯିବ। ଅନ୍ୟ ୩ଟି ସ୍ଥାନରେ ବାଣିଜ୍ୟକ କ୍ଷେତ୍ର ନିର୍ମାଣ ପାଇଁ ଭିତ୍ତିଭୂମି ସକ୍ଷମ କରିବାକୁ ଲକ୍ଷ୍ୟ ରଖିଛନ୍ତି ।