‘କେନ୍ଦ୍ର ସରକାର ଉଠାଉ ନାହାନ୍ତି ୧୭ ଲକ୍ଷ ମେଟ୍ରିକ ଟନ୍ ଚାଉଳ’: ବିଜେଡି

ଭୁବନେଶ୍ୱର: ବିଧାନସଭାର ଶୂନ୍ୟକାଳରେ ଉଠିଲା କେନ୍ଦ୍ର ଚାଉଳ କାଟିବା ପ୍ରସଙ୍ଗ । ବ୍ୟାନର ଧରି ବିଜେଡିର ପ୍ରତିବାଦ । କେନ୍ଦ୍ର ସରକାର ଜଣ ପିଛା ୫ କେଜି ଚାଉଳ କାଟିବା ପ୍ରସଙ୍ଗ ଉଠାଇବାକୁ ବିଧାନସଭା ଶୂନ୍ୟକାଳରେ ଗତ ୫ ଦିନ ଧରି ସୁଯୋଗ ମିଳୁନାହିଁ । ଲୋକଙ୍କ ବିଭିନ୍ନ ସମସ୍ୟାକୁ ବିଧାନସଭାରେ କହିବା ପାଇଁ ବିରୋଧୀ ସୁଯୋଗ ଦେଉନାହାନ୍ତି । କେନ୍ଦ୍ର ସରକାର ଜଣ ପିଛା ୫ କେଜି ଚାଉଳ କାଟିଦେଲେ । ୭୧ ହଜାର କୋଟି ବଜେଟରୁ କଟିଲା । ଏବେ ପୁଣି କେନ୍ଦ୍ର ସରକାର ୧୭ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉଠାଇବା ପାଇଁ ପ୍ରସ୍ତୁତ ନାହାନ୍ତି ।

ପୂର୍ବରୁ ୧୩ ଲକ୍ଷ ମେଟ୍ରିକ ଟନ୍ ବଳକା ରହୁଥିଲା । ଉଷୁନା ଚାଉଳ ନେଉନାହାନ୍ତି । ଚାଷୀ ଅସୁବିଧାରେ ପଡ଼ିବେ । ବିଧାନସଭାରେ ବିରୋଧୀମାନେ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି । କେନ୍ଦ୍ର ସରକାର ବଳକା ଚାଉଳ ଉଠାଇବା ସହ କାଟି ଥିବା ୫ କେଜି ଚାଉଳ ଦିଅନ୍ତୁ ବୋଲି ବିଜେଡି ଦାବି କରିଛି ।