ବିରୋଧୀ ଦଳ ନେତାଙ୍କୁ ଘାରିଛି 5T ଭୂତ, ବିକାଶ ଦେଖି ବିଚଳିତ ଜୟନାରାୟଣ

1 min read

ଭୁବନେଶ୍ୱର: ଓଡ଼ିଶାର ବିକାଶ ହେଉଛି କିନ୍ତୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ 5Tର ଭୂତ ଘାରିଛି । 5T ମାଧ୍ୟମରେ ସ୍କୁଲର କାୟାକଳ୍ପ ପରିବର୍ତ୍ତନ ହେଲା । ଯେଉଁଠି ବ୍ରିଜ୍‌ ଆବଶ୍ୟକ, କରାଯାଉଛି । ବିଭିନ୍ନ ମନ୍ଦିରର ଯେଉଁ ପରିବର୍ତ୍ତନ ହୋଇଛି, ତାକୁ ବିରୋଧୀ ଦଳ ନେତା ରାତି ଅଧିଆ ଦେଖି ବିଚଳିତ ଏବଂ ବାଚାଳ ହେଇଯାଉଛନ୍ତି । ତାଙ୍କର ମାନସିକ ଭ୍ରମ ସୃଷ୍ଟି ହେଉଛି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ସବୁବେଳେ ବିଧାନସଭାରେ 5T, 5T ଏବଂ ସିଏମଓ କଥା କହୁଛନ୍ତି ।

ତିନି ତିନି ଜଣ ଆଇଏସ ଅଫିସର 5T କାର୍ଯ୍ୟକୁ ତଦାରଖ କରୁଛନ୍ତି, ସାରା ଓଡ଼ିଶା ବୁଲୁଛନ୍ତି, ଲୋକଙ୍କର ଯାହା ଆବଶ୍ୟକତା ଏବଂ ଓଡ଼ିଶାର ଯାହା ଆବଶ୍ୟକତା, ତାହା ପୂରଣ ହେଉଛି । ଏହା ପଛରେ ସମସ୍ତଙ୍କର ଉଦ୍ୟମକୁ ବିରୋଧୀ ଦଳ ନେତା ସହିପାରୁନାହାନ୍ତି । ନଚେତ ତାଙ୍କର ଭ୍ରମ ରହିଯାଇଛି । ଓଡ଼ିଶାରେ ଏଭଳି ଏକ ପରିବେଶ ସୃଷ୍ଟି ହୋଇପାରିବ ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କର ଭ୍ରମ ରହିଛି । ତାଙ୍କର ମାନସିକ ଦୋଷ ମଧ୍ୟ ରହିଛି । ତାଙ୍କର ଟ୍ରିଟମେଣ୍ଟ ଆବଶ୍ୟକ, ଆମେ ତାଙ୍କୁ ସରକାରଙ୍କ ତରଫରୁ ସବୁ ପ୍ରକାର ସହାୟତା ଯୋଗାଇବାକୁ ପ୍ରସ୍ତୁତ ବୋଲି ବିଜେଡି ବିଧାୟିକା ଲତିକା ପ୍ରଧାନ କହିଛନ୍ତି ।