କେ. କବିତାଙ୍କୁ ଲଗାତର ଦ୍ବିତୀୟ ଦିନ ଜେରା, ଦିଲ୍ଲୀ ମଦ ନୀତି ମାମଲାରେ ଇଡିର ପଚରାଉଚରା

ନୂଆଦିଲ୍ଲୀ: ବିଆରଏସ୍ ନେତ୍ରୀ କେ. କବିତାଙ୍କୁ ଲଗାତର ଦ୍ବିତୀୟ ଦିନ ଜେରା କରୁଛି ଇଡି । ଦିଲ୍ଲୀ ମଦ ନୀତି ମାମଲାରେ ତଦନ୍ତକାରୀ ସଂସ୍ଥାରେ ହାଜର ହେବାକୁ ଯିବା ରାସ୍ତାରେ କବିତା ସମର୍ଥକଙ୍କୁ ଫୋନ୍ ଥିବା ବ୍ୟାଗ ଦେଖାଇଛନ୍ତି । ଇଡି ଆଗରେ ସେ ଆଜି ଏସବୁ ପ୍ରମାଣ ଦାଖଲ କରିବେ। କେ. କବିତା ୧୦ଟି ଫୋନ୍ ନଷ୍ଟ କରିଥିବା ପୂର୍ବ ରିପୋର୍ଟରେ ତଦନ୍ତକାରୀ ସଂସ୍ଥା ଦାବି କରିଥିଲା । ତୃତୀୟ ଥର ପାଇଁ ଇଡି ତାଙ୍କୁ ପଚରାଉଚରା କରୁଛି ।

ପୂର୍ବରୁ ମାର୍ଚ୍ଚ ୧୧ ଓ ଗତକାଲି ମୋଟ୍ ୧୮ରୁ ୧୯ ଘଣ୍ଟା ଜେରା କରିସାରିଛି ଇଡି । ମଦ ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସହ ଏପର୍ଯ୍ୟନ୍ତ ୧୨ ଜଣଙ୍କୁ ଗିରଫ କରିଛି ଇଡି । ଆଜି ସିସୋଦିଆଙ୍କ ଜାମିନ ଆବେଦନ ନେଇ ଶୁଣାଣି ହେବ। ରାଜନୈତିକ ଅସ୍ତ୍ର ଭାବେ ଇଡିକୁ ବ୍ୟବହାର କରାଯାଉଥିବା ଅଭିଯୋଗ କରିଛନ୍ତି କେ. କବିତା ।