spot_img
Home Blog Page 3560

ଓଡ଼ିଶାରୁ ବାହାରିବ ଡିଫେନ୍ସ ପ୍ରଡକ୍ଟ, ପ୍ରତିଷ୍ଠା ହେବ ପ୍ରତିରକ୍ଷା ଉତ୍ପାଦ କାରଖାନା

ଭୁବନେଶ୍ୱର: ରାଜ୍ୟରେ ପ୍ରତିଷ୍ଠା ହେବ ପ୍ରତିରକ୍ଷା ଉତ୍ପାଦ ଶିଳ୍ପ । ନୂଆ ଶିଳ୍ପ ନୀତି-୨୦୨୨ରେ ପ୍ରତିରକ୍ଷା ଶିଳ୍ପକୁ ମିଳୁଛି ପ୍ରୋତ୍ସାହନ । ମେସିନାରି ଉପରେ ୩୦ ପ୍ରତିଶତ ସବସିଡି ସମେତ ବିଦ୍ୟୁତ ଓ ଜିଏସ୍ଟିରେ ମିଳିବ ରିହାତି । ଏ ପର୍ଯ୍ୟନ୍ତ ୧୦ଟି ପ୍ରସ୍ତାବରେ ଆସିଛି ୨ ହଜାର ୫୫ କୋଟି । ନିଯୁକ୍ତି ପାଇବେ ୨ ହଜାର ୬୭୪ ଜଣ । ପ୍ରତିରକ୍ଷା ଉତ୍ପାଦ ତିଆରି ପାଇଁ ଓଡ଼ିଶାରେ ଇସ୍ପାତ, ଗ୍ରାଫାଇଟିସ୍ ଖଣିଜ ସମ୍ପଦ ଥିବାରୁ ପ୍ରତିରକ୍ଷା ଶିଳ୍ପ ପାଇଁ ବ୍ୟାପକ ସୁଯୋଗ ରହିଛି । କମନ୍ ଫ୍ୟାସିଲିଟେସନ୍ ଦ୍ବାରା ସରକାର ହ୍ୟାଣ୍ଡ୍ ହୋଲ୍ଡିଂ କଲେ ଅଧିକରୁ ଅଧିକ ପ୍ରତିରକ୍ଷା ଶିଳ୍ପ ପ୍ରତିଷ୍ଠା ହେବ ।

ଟ୍ୟାଙ୍କ୍, ମେସିନ୍ ଗନ୍, ଫାଇଟର ଜେଟ୍ ଭଳି ପ୍ରତିରକ୍ଷା ଉତ୍ପାଦନ ହେବ । ପ୍ରତିରକ୍ଷା ଶିଳ୍ପକୁ ପ୍ରୋତ୍ସାହନ ଦେବାରେ ଓଡ଼ିଶା ପ୍ରଥମ ରାଜ୍ୟ । ସରକାରଙ୍କ ପ୍ରୋତ୍ସାହନକୁ ନେଇ ଆଗ୍ରହ ପ୍ରକାଶ କରିଛନ୍ତି ୧୦ଟି ପୁଞ୍ଜି ବିନିଯୋଗକାରୀ । ରାଜ୍ୟରେ ନିବେଶ ହେବ ୨ ହଜାର ୫୫ କୋଟି । ଆଉ ନିଯୁକ୍ତି ପାଇବେ ୨ ହଜାର ୬୭୪ ଜଣ । ଖାଲି ସେତିକି ନୁହେଁ ପ୍ରତିରକ୍ଷା ଶିଳ୍ପ କ୍ଲଷ୍ଟର ପାଇଁ ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ ଜମି ଚିହ୍ନଟ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ୬୦ ଏକର ସମେତ ଢେଙ୍କାନାଳ ଜିଲ୍ଲାରେ ଜମି ଚିହ୍ନଟ କରାଯାଇଛି ।

ଓଡ଼ିଶାରେ ଉତ୍ତମ ଗୁଣାତ୍ମକ ଇସ୍ପାତ, ଆଲୁମିନିୟମ୍ ଓ ଗ୍ରାଫାଇଟିସ୍ ଖଣି ଥିବାରୁ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ହୋଇପାରିବ । ଏହାସହିତ ସରକାରଙ୍କ ହ୍ୟାଣ୍ଡ ହୋଲ୍ଡିଂ ଜାରି ରହିଲେ ଆଗକୁ ଆହୁରି ପୁଞ୍ଜି ନିବେଶ ବୃଦ୍ଧି ପାଇବ । ପ୍ରତିରକ୍ଷା ଶିଳ୍ପ ପ୍ରତିଷ୍ଠା ପାଇଁ କମନ୍ ଫ୍ୟାସିଲିଟେସନ୍ ସେଣ୍ଟର ରହିବ । ପ୍ରତିରକ୍ଷା ପାଇଁ କେବଳ ଅସ୍ତ୍ରଶସ୍ତ୍ର ତିଆରି ହେବ ତା ନୁହେଁ ସୈନିକଙ୍କ ପାଇଁ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍, ପ୍ରକ୍ରିୟାକୃତ ଖାଦ୍ୟ, ପୋଷାକ, ଡ୍ରୋନ୍ ବି ଏମ୍ଏସ୍ଏମ୍ଇ ୟୁନିଟ୍ ନିର୍ମାଣ କରିପାରିବେ ।

ସୋଆ ପକ୍ଷରୁ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ଡ. ଗାୟତ୍ରୀବାଳା ପଣ୍ଡାଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ନିକଟରେ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ୨୦୨୨ ପୁରସ୍କାର ନିମନ୍ତେ ମନୋନୀତ ହୋଇଥିବା କବିତା ସଂକଳନ “ଦୟାନଦୀ” ପୁସ୍ତକର ରଚୟିତା ତଥା ବିଶିଷ୍ଟ ଓଡ଼ିଆ କବି ଓ ଲେଖିକା ଡକ୍ଟର ଗାୟତ୍ରୀବାଳା ପଣ୍ଡାଙ୍କୁ ସାହିତ୍ୟ କ୍ଷେତ୍ରରେ ଉତ୍କର୍ଷ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ମଙ୍ଗଳବାର ସମ୍ବର୍ଦ୍ଧିତ କରାଯାଇଛି । ସୋଆ ସେଣ୍ଟର ଫର ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍‌ସିଏଂଟ କଲ୍‌ଚର୍ ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ୍‌) କେନ୍ଦ୍ରର ମୁଖ୍ୟ ଡକ୍ଟର ପଣ୍ଡାଙ୍କୁ ଏକ ବିଶେଷ କାର୍ଯ୍ୟକ୍ରମରେ ଉତରୀୟ ଏବଂ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ସୋଆର ଚାନ୍‌ସେଲର ପ୍ରଫେସର ଦେବୀ ପ୍ରସାଦ ରାୟ ତାଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ତାଙ୍କ ସଫଳତା ବିଶ୍ୱବିଦ୍ୟାଳୟ ପାଇଁ ଗର୍ବର ବିଷୟ ବୋଲି କହିଥିଲେ । ଏହି ଅବସରରେ ଡକ୍ଟର ପଣ୍ଡା ବିଶ୍ୱବିଦ୍ୟାଳୟର ବରିଷ୍ଠ ନେତୃତ୍ୱଙ୍କର ଆଶୀର୍ବାଦ କାମନା କରିବା ସହ ସୋଆ ସହ ଜଡ଼ିତ ଥିବାରୁ ସେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି ବୋଲି କହିଥିଲେ । ଡକ୍ଟର ପଣ୍ଡା କହିଥିଲେ ଯେ ସେ ଖୁବ୍ କମ୍ ବୟସରୁ ତାଙ୍କର ଲେଖନୀ ଚାଳନା ଆରମ୍ଭ କରିଥିଲେ ଏବଂ ମାତ୍ର ୧୨ ବର୍ଷ ବୟସରେ ସେ ପ୍ରଥମ ସାହିତ୍ୟ ପୁରସ୍କାର ପାଇଥିଲେ ।

୨୦୧୧ ମସିହାରେ ନିଜର କବିତା ସଂକଳନ “ଗାଁ” ନିମନ୍ତେ ସେ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ଲାଭ କରିଥିଲେ । “ଦୟାନଦୀ” କବିତା ସଂକଳନରେ ଇତିହାସର କଳିଙ୍ଗ ଯୁଦ୍ଧକୁ ଚିତ୍ରିତ କରାଯାଇଛି । ଭୁବନେଶ୍ୱର ଉପକଣ୍ଠ ଦୟାନଦୀ କୂଳରେ ଏହି ଯୁଦ୍ଧ ତାଣ୍ଡବ ରଚିଥିଲା । ଏହି ଯୁଦ୍ଧ ବିଭୀଷିକା ରଚିବା ସହ ସମ୍ରାଟ ଅଶୋକଙ୍କୁ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିଥିଲା ବୋଲି ସେ କହିଥିଲେ । ଡକ୍ଟର ପଣ୍ଡାଙ୍କୁ ତାଙ୍କ ପୁରସ୍କାର ନିମନ୍ତେ ଶୁଭେଚ୍ଛା ଜଣାଇ ସୋଆ କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ଏହା ଏକ ବଡ଼ ସଫଳତା ବୋଲି କହିଥିଲେ । ଆମେ ଖୁବ୍ ଆନନ୍ଦିତ ଏବଂ ସେ ପୁରସ୍କାର ନିମନ୍ତେ ମନୋନୀତ ହୋଇଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଉଛୁ ବୋଲି ସେ କହିଥିଲେ ।

 ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସୋଆର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଆଇଏଏସ୍ ଡିନ୍ ପ୍ରଫେସର ବିଜୟ କୁମାର ସାହୁ, ଆଇବିସିଏସ୍ ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ, ଆଇଡିଏସ୍ ଡିନ୍ ପ୍ରଫେସର ନୀତା ମହାନ୍ତି, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଓ ନିର୍ଦ୍ଦେଶକ କର୍ପୋରେଟ ରିଲେସନ୍ସ ଦେବପ୍ରସାଦ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

ହକି ବିଶ୍ବକପ୍ ଉଦଘାଟନୀ କାର୍ଯ୍ୟକ୍ରମରେ ଜଲୱା ଦେଖାଇବେ ବଲିଉଡ ତାରକା ରଣବୀର ଓ ଦିଶା

ଭୁବନେଶ୍ୱର: ହକି ବିଶ୍ବକପ୍ ଉଦଘାଟନୀ କାର୍ଯ୍ୟକ୍ରମରେ କମ୍ପିବ ବାରବାଟୀ । ଜଲଓ୍ବା ଦେଖାଇବେ ବଲିଉଡ଼ ସୁପରଷ୍ଟାର ରଣବୀର ସିଂ ଓ ଅଭିନେତ୍ରୀ ଦିଶା ପଟାନୀ । ଡାଇଲଗ ଓ ଡ୍ୟାନ୍ସରେ କମ୍ପିବ ବାରବାଟୀ । ହକି ଫିଭର ସହ ଏମାନଙ୍କ ଉପସ୍ଥିତି ହକି ପ୍ରେମୀଙ୍କ ଉତ୍ସାହକୁ ଦୁଇଗୁଣା କରିବ । ସଙ୍ଗୀତ ନିର୍ଦ୍ଦେଶକ ପ୍ରିତମ, ଲିଶା ମିଶ୍ର, ଓଡ଼ିଶୀ ନୃତ୍ୟ ଗୁରୁ ଅରୁଣା ମହାନ୍ତି, ନୀତି ମୋହର, କଣ୍ଠଶିଳ୍ପୀ ବେନୀ ଦୟାଲ ଏବଂ ବ୍ଲାକସନ୍ ଡ୍ୟାନ୍ସ ଗ୍ରୁପ ମଧ୍ୟ ବିଶ୍ବକପ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦେବେ । ଏମାନଙ୍କ ଉପସ୍ଥିତିରେ ବାରବାଟୀରେ ଆୟୋଜନ ହେବାକୁ ଥିବା କାର୍ଯ୍ୟକ୍ରମ ବେଶ ଆକର୍ଷିତ ହେବ ।

ଆରମ୍ଭ ହେଲା ବିଶ୍ବପ୍ରସିଦ୍ଧ ଧନୁଯାତ୍ରା, ବରଗଡ଼ରେ ଆଜିଠୁ କଂସଙ୍କ ରାଜୁତି

ବରଗଡ଼: କଂସଙ୍କ ଅଟ୍ଟହାସ୍ୟରେ କମ୍ପିବ ବରଗଡ଼ । ଆରମ୍ଭ ହୋଇଛି ବିଶ୍ବ ପ୍ରସିଦ୍ଧ ଧୁନଯାତ୍ରା । ବିଶାଳ ମୁକ୍ତାକାଶ ରଙ୍ଗମଞ୍ଚରେ କଳା ପ୍ରଦର୍ଶନ କରୁଛନ୍ତି କଳାକାର । ଚାଲିଛି ରାମଜୀ ମନ୍ଦିରରେ ଦେବକୀ ଏବଂ ବସୁଦେବଙ୍କ ବିବାହ । ଦେବବାଣୀରେ କମ୍ପୁଛି ମଥୁରାପୁରୀ । ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି କଂସ ସିଂହାସନ ଆରୋହଣ କରିବେ । ସିମହାସନ ଆରୋହଣ ପରେ ଦେବକୀ ଓ ବସୁଦେବଙ୍କୁ କାରାଗାର ପ୍ରେରଣ କରିବେ କ୍ରୂର କଂସ । ଏହି ଦୃଶ୍ୟ ଉପଭୋଗ କରିବାକୁ ଲକ୍ଷାଧିକ ଦର୍ଶକଙ୍କ ଭିଡ଼ ଜମିଛି ।

ସାଂସ୍କୃତିକ ଲୋକଗୀତର ତାଳେ ତାଳେ ଝୁମୁଛି ବରଗଡ଼ ସହର । ଚଳିତବର୍ଷ ଧନୁଯାତ୍ରାର 75 ତମ ବର୍ଷ ପୂର୍ତ୍ତିରେ ପ୍ଲାଟିନମ ଜୟନ୍ତୀ ପାଳନ ହେଉଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସିସିଟିଭି ନଜରରେ ରହିଛି ଗହଳିପୂର୍ଣ୍ଣ ସ୍ଥାନ । ଯାତ୍ରା ପାଇଁ ଜଣେ ଏସପି, 6 ଜଣ ଡିଏସପି, ୧୪ ଇନସ୍ପେକ୍ଟରଙ୍କ ସହ 19 ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ବରଗଡ଼ ଏସପି ସୂଚନା ଦେଇଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି ।

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ; ୧୭ ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ରାଜ୍ୟ କ୍ୟାବିନେଟ ବୈଠକରେ ୧୭ଟି ପ୍ରସ୍ତାବ ଉପରେ ଲାଗିଲା ମୋହର । ୟୁପି ସ୍କୁଲ ଶିକ୍ଷକଙ୍କ ଗ୍ରାଣ୍ଟ-ଇନ୍-ଏଡ୍ ଅବଧି ବୃଦ୍ଧି । ଅନୁଦାନପ୍ରାପ୍ତ ବେସରକାରୀ ହାଇସ୍କୁଲ ପାଇଁ ମଧ୍ୟ ବଢ଼ିଲା ଅବଧି । ଭୁବନେଶ୍ୱରରୁ ଦୁବାଇ, ସିଙ୍ଗାପୁର, ବ୍ୟାଙ୍କକକୁ ଉଡ଼ିବ ବିମାନ । ବିଶ୍ୱବ୍ୟାଙ୍କ ସହାୟତାରେ ରାଜ୍ୟରେ କାର୍ଯ୍ୟକାରୀ ହେବ OSCRGPP ।

ଏହା ହେଉଛି ଦୁର୍ବିପାକ ନିରୋଧୀ ଦକ୍ଷତା ବୃଦ୍ଧି ପାଇଁ କାର୍ଯ୍ୟକ୍ରମ । ଆଳୁ, ପନିପରିବା, ମସଲା ଉତ୍ପାଦନ ବୃଦ୍ଧି ପାଇଁ ସ୍ୱତନ୍ତ୍ର ପାଣ୍ଠିକୁ ଅନୁମୋଦନ ମିଳିଛି । ଏଥିସହ MSME ଶିଳ୍ପ ପାଇଁ ଆସିଲା ନୂଆ ନୀତି । କୃଷିରେ ମହିଳାଙ୍କୁ ସ୍ୱାବଲମ୍ବୀ କରାଇବାକୁ ପାଣ୍ଠି ବ୍ୟବସ୍ଥାକୁ ଅନୁମୋଦନ ମିଳିଛି । ମହିଳା SHGଙ୍କୁ କୃଷି ଉଦ୍ୟୋଗୀକରଣ ପାଇଁ ପ୍ରୋତ୍ସାହନ । ଓଡ଼ିଶା ମେଡିକାଲ ସେବା ନିଯୁକ୍ତି ସର୍ତ୍ତାବଳୀରେ ସଂଶୋଧନ । ଓଡ଼ିଶା ମିନିଷ୍ଟରିଆଲ ସର୍ଭିସ ନିଯୁକ୍ତି ନିୟମରେ ସଂଶୋଧନ ହୋଇଛି ।

ଏଥିସହ ଆସିବ ଯୁକ୍ତ ଦୁଇ ଶିକ୍ଷାରେ ସ୍ୱତନ୍ତ୍ର ବିଶେଷଜ୍ଞ ନିଯୁକ୍ତି ପାଇଁ ସ୍ୱତନ୍ତ୍ର ନୀତି । RSPର ୧୯ବର୍ଷର ବକେୟା ଜଳ ବିଲ୍ ଉପରେ ସୁଧ ଛାଡ଼ ହୋଇଛି । ୧୯୯୪ ସେପ୍ଟେମ୍ବର ୨୬ରୁ ୨୦୧୩ ମାର୍ଚ୍ଚ ୩୧ଯାଏ ଛାଡ଼ ହେବ ଏଥିସହ ଆଦାୟ ହେବ କେନ୍ଦ୍ର, ରାଜ୍ୟ ଓ ଘରୋଇ ଶିଳ୍ପର ବକେୟା ଜଳ ବିଲ୍ । ଅନୁଗୁଳ ଜିଲ୍ଲାରେ ୨ଟି ପାଇପ ଜଳ ଯୋଗାଣ ପ୍ରକଳ୍ପକୁ ମଂଜୁରି ମିଳିଛି । ୧୬୮୭ଟି ସ୍ଥାନରେ BSNLକୁ ୨ହଜାର ବର୍ଗଫୁଟର ୩୦ବର୍ଷୀୟା ଲିଜ୍ ଦିଆଯାଇଛି । ଲିଜ୍ ବାବଦରେ ବର୍ଷକୁ ୧ଟଙ୍କାର ଟୋକନ ମନି ଦେବ BSNL । ଏହାଦ୍ୱାରା ଉପକୃତ ହେବେ ୧୭୯୨ଟି ଅପହଞ୍ଚ ଗାଁର ଲୋକେ ।

ପ୍ରଫେସର ଡ. ସୁନୀଲକାନ୍ତ ବେହେରାଙ୍କ ପରଲୋକ

ବ୍ରହ୍ମପୁର: ପରଲୋକରେ ପ୍ରଫେସର ଡକ୍ଟର ସୁନୀଲକାନ୍ତ ବେହେରା । ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ପ୍ରଫେସର ଭାବେ ସର୍ବଭାରତୀୟ ସ୍ତରରେ ସୁନାମ ଅର୍ଜନ କରିଥିଲେ ପ୍ରଫେସର ସୁନୀଲକାନ୍ତ ବେହେରା । ଆଜି ଅପରାହ୍ନରେ ବ୍ରହ୍ମପୁରସ୍ଥିତ ନିଜ ବାସଭବନରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ 67ବର୍ଷ ବୟସ ହୋଇଥିଲା । ନିକଟରେ ତାଙ୍କ ସହଧର୍ମିଣୀ ଉପସ୍ଥିତ ଥିଲେ ।

ଏହି ଦୁଃଖଦ ଖବର ପାଇ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ବିଦ୍ୟାର୍ଥୀ, ଅଧ୍ୟାପକ ଅଧ୍ୟାପିକାଙ୍କ ସମେତ ବହୁ ନେତୃସ୍ଥାନୀୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ପ୍ରଫେସର ବେହେରା ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ ଦୀର୍ଘବର୍ଷ ଅଧ୍ୟାପନା କରିବା ପରେ 2015ମସିହାରେ ଅବସର ଗ୍ରହଣ କରିଥିଲେ । ପରେ ଆସାମ୍‌ ତେଜପୁର କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଗଣଯୋଗାଯୋଗ ବିଭାଗର ଡିନ୍‌ ଭାବରେ ଯୋଗଦେଇଥିଲେ। ଗତବର୍ଷ ସେଠାରୁ ଅବସର ଗ୍ରହଣ କରି କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଭିଜିଟିଂ ପ୍ରଫେସର ଭାବରେ କାର୍ଯ୍ୟ କରୁଥିଲେ ।

ତାଙ୍କ ପରଲୋକରେ ରାଜ୍ୟସଭା ସଦସ୍ୟ ତଥା ନନ୍ଦିଘୋଷ ଟିଭି ଓ ସକାଳ ଗ୍ରୁପ୍‌ ଅଧ୍ୟକ୍ଷ ମାନସ ରଞ୍ଜନ ମଙ୍ଗରାଜ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ କୁମାର ମହାପାତ୍ର, କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, ଗଣଯୋଗାଯୋଗ ବିଭାଗ ମୁଖ୍ୟ ଗଣେଶ୍ବର ସେଠୀ, ଜୟନ୍ତ ପଣ୍ଡା, ବନ୍ଦନା ପଣ୍ଡା, ଚିନୁ ବହିଦାର, କଲୋକାତା ବିଶ୍ବବିଦ୍ୟାଳୟର ଉମାଶଙ୍କର ପାଣ୍ଡେ, ହୃଷୀକେଶ ପାଣିଗ୍ରାହୀ, ନନ୍ଦିଘୋଷ ଟିଭିର ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ର, କୋରାପୁଟ କେନ୍ଦୀୟ ବିଶ୍ବବିଦ୍ୟାଳୟ ଗଣଯୋଗାଯୋଗ ବିଭାଗ ମୁଖ୍ୟ ପ୍ରଦୋଷ ରଥ, ବାଲେଶ୍ବର ବିଶ୍ବବିଦ୍ୟାଳୟ ଗଣଯୋଗାଯୋଗ ବିଭାଗ ମୁଖ୍ୟ ଡକ୍ଟର ଭାରତୀ ବାଳା ପଟ୍ଟନାୟକ, ସିପିଏମ୍‌ର ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକଙ୍କ ସମେତ ବହୁ ବୁଦ୍ଧିଜୀବୀ, ସାମ୍ବାଦିକ ଓ ଅଧ୍ୟାପକ ଅଧ୍ୟାପିକା ଗଭୀର ଶୋକ ପ୍ରକାଶ କରିଛନ୍ତି ।

ତାଙ୍କ ଦେହାନ୍ତରେ ଭାରତୀୟ ସାମ୍ବାଦିକତା ଓ ଗଣଯୋଗାଯୋଗ ଆକାଶରେ ଏକ ତାରା ଲୁଚିଗଲା ବୋଲି କହିଛନ୍ତି । ସୂଚନାଯୋଗ୍ୟ ଯେ, ଦୁଇମାସ ପୂର୍ବେ ପ୍ରଫେସର ବେହେରା ମୃତ୍ୟୁ ପରେ ତାଙ୍କ ଶରୀର ଡାକ୍ତରୀ ଗବେଷଣା ପାଇଁ ଏମ୍‌କେସିଜିର ଆନାଟୋମି ବିଭାଗକୁ ଦାନ କରିବାକୁ ଇଛାପତ୍ର ସ୍ଵାକ୍ଷର କରିଥିଲେ । ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ବେଙ୍ଗାଲୁରଠାରେ କାର୍ଯ୍ୟ କରୁଥିବା ବେଳେ ସେମାନେ ଫେରିବା ପରେ ସ୍ଵର୍ଗତ ବେହେରାଙ୍କ ମୃତଦେହ ଏମ୍‌କେସିଜି ମେଡିକାଲ୍‌ କଲେଜ୍‌ ଆନାଟୋମି ବିଭାଗକୁ ଦାନ କରାଯିବ ବୋଲି ପରିବାର ସୂତ୍ରରୁ ଜଣାଯାଇଛି ।

ପ୍ରଥମେ ଓବିସିଙ୍କୁ ସଂରକ୍ଷଣ ପରେ ହେବ ପୌର ନିର୍ବାଚନ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ପୌର ନିର୍ବାଚନ ପୂର୍ବରୁ କ୍ଷମତାସୀନ ଯୋଗୀ ଆଦିନତ୍ୟନାଥ ସରକାରଙ୍କୁ ଶକ୍ତ ଝଟକା ଲାଗିଛି । ପୌର ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଜାରି କରିଥିବା ଚିଠା ବିଜ୍ଞପ୍ତିକୁ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଖାରଜ କରି ଦେଇଛନ୍ତି । ଏଥିସହ ଓବିସିଙ୍କ ପାଇଁ ବିନା ସଂରକ୍ଷଣ ବ୍ୟବସ୍ଥାରେ ପୌର ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୟାନ ଜାରି କରିଛନ୍ତି । ସେ କହିଛନ୍ତି ସରକାର ପଛୁଆ ବର୍ଗଙ୍କ ହକ୍ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ । ସେହିପରି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ବିଜେପି ଉପରେ କୋର୍ଟରେ ଦୁର୍ବଳ ଲବି ରଖିଥିବା ଅଭିଯୋଗ କରିଛନ୍ତି । ସେ କହିଛନ୍ତି ପଛୁଆ ବର୍ଗଙ୍କ ପାଇଁ ବିଜେପି ସରକାର କୁମ୍ଭୀର କାନ୍ଦଣା କାନ୍ଦୁଛି ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୟାନ ଜାରି କରି କହିଛନ୍ତି ଯେ, ରାଜ୍ୟ ସରକାର ପୌର ନିର୍ବାଚନ ପାଇଁ କମିଶନ ଗଠନ କରି ଟ୍ରିପଲ ଟେଷ୍ଟ ଆଧାରରେ ଅନ୍ୟ ପଛୁଆ ବର୍ଗ ନାଗରିକଙ୍କୁ ସଂରକ୍ଷଣର ସୁବିଧା ଉପଲବ୍ଧ କରାଯିବ । ଏହାପରେ ହିଁ ପୌର ନିର୍ବାଚନ କରାଯିବ । ଯଦି ଆବଶ୍ୟକ ପଡ଼େ ତେବେ ରାଜ୍ୟ ସରକାର ହାଇକୋର୍ଟଙ୍କ ନିର୍ଣ୍ଣୟ କ୍ରମରେ ସମସ୍ତ ଆଇନଗତ ଦିଗଗୁଡ଼ିକ ଉପରେ ବିଚାର କରି ସର୍ବୋଚ୍ଚ ନ୍ୟାୟାଳୟରେ ଅପିଲ କରିବେ । ସୂଚନାଥାଉକି, ଡିସେମ୍ବର ୫ ତାରିଖରେ ଉତ୍ତର ପ୍ରଦେଶ ସରକାର ଗୋଟିଏ ଚିଠା ବିଜ୍ଞପ୍ତି ପ୍ରକାଶ କରିଥିଲେ । ଏଥିରେ କୁହାଯାଇଥିଲା ଯେ ଅନ୍ୟ ପଛୁଆ ବର୍ଗ (ଓବିସି)ର ଲୋକଙ୍କ ପାଇଁ ପୌର ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥା ରହିବ।

ପଞ୍ଚଭୂତରେ ଲୀନ ହେଲେ ଅଭିନେତ୍ରୀ ତୁନିଷା ଶର୍ମା, ଶେଷ ବିଦାୟ ଦେଲେ ଆତ୍ମୀୟ

ମୁମ୍ବାଇ: ୨୦ ବର୍ଷୀୟା ଅଭିନେତ୍ରୀ ତୁନିଷା ଶର୍ମା ପଞ୍ଚଭୂତରେ ଲୀନ ହୋଇଛନ୍ତି । ପରିବାର ଏବଂ ସାଙ୍ଗସାଥିମାନେ ଅଭିନେତ୍ରୀଙ୍କୁ ଶେଷ ବିଦାୟ ଦେଇଛନ୍ତି । ଅକାଳରେ ତାଙ୍କର ବିୟୋଗରେ ଟିଭି ଇଣ୍ଡଷ୍ଟ୍ରିରେ ମଧ୍ୟ ଶୋକର ଲହର ରହିଛି । ଅପରାହ୍ନ ୪ଟାରେ ମୀରା ରୋଡ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା । ତୁନିଷାଙ୍କ ମାମୁଁ ତାଙ୍କୁ ମୁଖାଗ୍ନି ଦେଇଥିଲେ ।  କେହି ବିଶ୍ୱାସ କରି ପାରୁନାହାନ୍ତି ଯେ ତୁନିଷାଙ୍କ ଭଳି ଖୁସି ମିଜାଜର ପିଲା ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି ବୋଲି ।

ତୁନିଷାଙ୍କ ମାଆଙ୍କ ଅଭିଯୋଗ ଆଧାରରେ ପୋଲିସ ଏହି ମାମଲାରେ ତୁନିଶାଙ୍କ ଏକ୍ସ ବଏପ୍ରେଣ୍ଡ ଏବଂ କୋ-ଆକ୍ଟର ଶୀଜାନ ଖାନଙ୍କୁ ଗିରଫ କରିଛି । ଶୀଜାନଙ୍କ ଉପରେ ତୁନିଷାଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇଥିବା ଅଭିଯୋଗ ରହିଛି । ଆଜି ଶ୍ମଶାନ ଘାଟରେ ଯେତବେଳେ ତୁନିଷାଙ୍କ ପାର୍ଥିବ ଶରୀର ପହଞ୍ଚିଥିଲା ସେତେବେଳେ ତାଙ୍କ ମାଆଙ୍କ ସ୍ଥିତି ବହୁତ ଖରାପ ଥିଲା । ଏକମାତ୍ର ଝିଅର ମୃତ୍ୟୁକୁ ବରଦାସ୍ତ ପାରିନଥିଲେ ମାଆ । ଲଗାତାର ସେ ବେହୋସ୍ ହୋଇଯାଇଥିଲେ । ପରିବାର ଲୋକେ ଓ ସମ୍ପର୍କୀୟ ତାଙ୍କୁ ସମ୍ଭାଳିଥିଲେ ।

ସେହିପରି ଶୀଜାନ ଖାନଙ୍କ ମାଆ ଏବଂ ଭଉଣୀ ମଧ୍ୟ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ । ଏହି ସମୟରେ ଉଭୟ ମଧ୍ୟ କାନ୍ଦୁଥିବାର ଦେଖାଯାଇଥିଲା । ଗତ ୨୪ ଡିସେମ୍ବର ଅପରାହ୍ନରେ ସୁଟିଂ ସେଟରେ ହିଁ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ ଅଭିନେତ୍ରୀ ତୁନିଷା ଶର୍ମା । ଏହାପରେ ତାଙ୍କ ମାଆଙ୍କ ଅଭିଯୋଗ ଆଧାରରେ ପୋଲିସ କୋ-ଆକ୍ଟର ଶୀଜାନଙ୍କୁ ଗିରଫ କରିଥିଲା । ରବିବାର ତାଙ୍କୁ ବସଇ କୋର୍ଟରେ ହାଜର କରାଯାଇଥିଲା । ସେଠାରୁ ପୋଲିସ ତାଙ୍କୁ ୪ ଦିନିଆ ରିମାଣ୍ଡରେ ନେଇ ତଦନ୍ତ ଜାରି ରଖିଛି ପୋଲିସ ।

କାର୍ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଇ ପ୍ରହ୍ଲାଦ ଆହତ

ମୈସୁର: କର୍ଣ୍ଣାଟକର ମୈସୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଇ ପ୍ରହ୍ଲାଦ ମୋଦୀଙ୍କ କାର୍ ଦୁର୍ଘଟଣାଗସ୍ତ ହୋଇଛି । ସୂନଚା ମୁତାବିକ, କାରରେ ପ୍ରହ୍ଲାଦ ମୋଦୀଙ୍କ ସହ ତାଙ୍କ ପୁଅ ଓ ବୋହୂ ମଧ୍ୟ ଥିଲେ । ତିନି ଜଣଙ୍କୁ ଗଭୀର ଆଘାତ ଲାଗିଛି । ଏହି ଦୁର୍ଘଟଣା ମୈସୁରର କଡ଼ାକୋଲା ପାଖରେ ହୋଇଛି । ମିଡିଆ ରିପୋର୍ଟ ଅନୁଯାୟୀ ପ୍ରହ୍ଲାଦ ମୋଦୀ ନିଜ ମର୍ସିଡିଜ ବେଞ୍ଜ କାରରେ ବେଙ୍ଗାଲୁରୁ ରୁ ବନ୍ଦିପୁର ଅଭିମୁଖେ ଯାଉଥିଲେ ।

କାରରେ ପ୍ରହ୍ଲାଦଙ୍କ ପତ୍ନୀ, ପୁଅ, ବୋହୂ ଓ ନାତି ମଧ୍ୟ ତାଙ୍କ ସହ ଥିଲେ । ଦୁର୍ଘଟଣାରେ ପ୍ରହ୍ଲାଦ, ତାଙ୍କ ବୋହୂ ଓ ନାତି ଗଭୀର ଭାବେ ଆହତ ହୋଇଛନ୍ତି । ପତ୍ନୀ, ପୁଅ ଓ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି । ମୈସୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି । ମୈସୁରର ଜେଏସଏସ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଏବେ ସମସ୍ତେ ସୁସ୍ଥ ଥିବା ସୂଚନା । ପ୍ରକାଶଯୋଗ୍ୟ, ପ୍ରହ୍ଲାଦ ମୋଦୀ ଫେୟାରପ୍ରାଇସ୍ ସପ୍ସ ଆଣ୍ଡ କିରୋସିନ ଲାଇସେନ୍ସ ହୋଲ୍ଡର ଆସୋସିଏସନର ମୁଖ୍ୟ ଅଛନ୍ତି ।

ବାପ ଝିଅଙ୍କ ଦୁଃସାହସିକ ଜଳକ୍ରୀଡା; ସମୁଦ୍ରର ୭୦ ଫୁଟ ତଳେ ସାର୍କ ସହ ଜଳକ୍ରୀଡ଼ା

ନନ୍ଦିଘୋଷ ବ୍ୟୁରୋ: ବାପ ଝିଅଙ୍କ ଦୁଃସାହସିକ ଜଳକ୍ରୀଡା । ସମୁଦ୍ରର ୭୦ ଫୁଟ ତଳେ ସାର୍କ ସହ ଜଳକ୍ରୀଡ଼ା । ଦୁବାଇରେ ରହୁଥିବା ଓଡ଼ିଆ ପ୍ରିୟଦର୍ଶୀ ପାଣିଗ୍ରାହୀ ଓ ତାଙ୍କର ୧୨ବର୍ଷୀୟା ଝିଅ ତିସ୍ୟା ଗତ ସପ୍ତାହରେ ମାଲଦ୍ୱୀପ ଯାଇ ସ୍କୁବା ଡାଇଭିଂ କରିଛନ୍ତି । ମାଲଦ୍ବୀପ ଫୁଲିଢୋ ଦ୍ଵୀପର ଡାଇଭ୍ ସାଇଟରେ ପ୍ରିୟଦର୍ଶୀ ତାଙ୍କର ୫୦ତମ ଡାଇଭ୍ କରିଛନ୍ତି । ଏହି ସମୟରେ ତାଙ୍କ ସାଥୀରେ ଥିଲେ ଝିଅ ତିସ୍ୟା । ସମୁଦ୍ରର ଗଭୀର ୭୦ଫୁଟ୍ ତଳେ ସାର୍କ ସହ ଡାଇଭ୍ କରିବା ମୁଖ୍ୟ ଆକର୍ଷଣ ଥିଲା ।

ଡାଇଭ ସମୟରେ ସାର୍କ ମଧ୍ୟ ପାଖକୁ ଆସିଥିଲେ । ସାଢ଼େ ୭ରୁ ୮ଫୁଟ ପର୍ଯ୍ୟନ୍ତ ଅନେକ ଲମ୍ବା ସାର୍କ ସେମାନଙ୍କ ସହିତ ପହଁରିଥିଲେ । କେତେକ ସାର୍କ ତିସ୍ୟାଙ୍କୁ ଛୁଇଁ ଚାଲିଯାଇଥିଲେ । ଡାଇଭିଂ ଶେଷ ଆଡକୁ, ମୁଣ୍ଡ ଉପରେ ୩୦ରୁ ୪୦ସାର୍କ ପହଁରିଥିବା ରୋମାଞ୍ଚକର ଅନୁଭୁତି ଥିଲା ବୋଲି ତିସ୍ୟା କହିଛନ୍ତି । ୨୦୨୦ରେ ତିସ୍ୟା ଓଡିଶାର ସର୍ବ କନିଷ୍ଠ ସ୍କୁବା ଡାଇଭର ହୋଇଥିଲେ ।

୧୦ ବର୍ଷ ବୟସରେ ସେ ଜୁନିଅର ଓପନ୍ ୱାଟର ସ୍କୁବା ଡାଇଭର୍ ଲାଇସେନ୍ସ ହାସଲ କରିଥିଲେ । ଚଳିତ ବର୍ଷ ଜୁନରେ ନିଜର ୧୨ତମ ଜନ୍ମଦିନ ୭୦ଫୁଟ ସମୁଦ୍ର ଗର୍ଭରେ ପାଳନ କରି ଓଡ଼ିଶାର ସର୍ବକନିଷ୍ଠ ଆଡଭାନ୍ସଡ ଓପନ ୱାଟର ସ୍କୁବା ଡାଇଭର୍ ହୋଇଥିଲେ ତିସ୍ୟା । ଗତବର୍ଷ ଅଗଷ୍ଟରେ ସମୁଦ୍ରର ୪୦ ଫୁଟ ଗର୍ଭରୁ ନୂଆଁଖାଇ ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ ତିସ୍ୟା ଓ ପ୍ରିୟଦର୍ଶୀ । ସମ୍ବଲପୁରର ପ୍ରିୟଦର୍ଶୀ ପାଣିଗ୍ରାହୀ ଏବଂ କଟକର ସୌମିତ୍ରି ନନ୍ଦଙ୍କ ଝିଅ ତିସ୍ୟା ଦୁବାଇରେ ସପ୍ତମ ଶ୍ରେଣୀରେ ପଢୁଛନ୍ତି ।