ଡିଜେ ଆଜେକ୍ସ ଆତ୍ମହତ୍ୟା ମାମଲାରେ ନୂଆ ମୋଡ଼, ଆଜେକ୍ସଙ୍କ ଜୀବନରେ ଥିଲେ ଆଉ ଜଣେ ବାନ୍ଧବୀ

ଭୁବନେଶ୍ୱର: ଡିଜେ ଆଜେକ୍ସ ଆତ୍ମହତ୍ୟା ମାମଲାରେ ନୂଆ ମୋଡ଼ । ଗାର୍ଲଫ୍ରେଣ୍ଡକୁ ଜେରା ପରେ ଖୋଲିଲା ଗୁମର । ଆଜେକ୍ସ ଜୀବନରେ ଥିଲେ ଆଉ ଜଣେ ବାନ୍ଧବୀ । ଆଜେକ୍ସ ଅନ୍ୟ ଜଣେ ଯୁବତୀଙ୍କ ସହ ସମ୍ପର୍କ ଥିବା ଜାଣିବାକୁ ପାଇଥିଲେ ବାନ୍ଧବୀ । ଆଜେକ୍ସଙ୍କ ଦ୍ବିତୀୟ ବାନ୍ଧବୀ ସହିତ କଥା ହୋଇଥିଲେ ଯୁବତୀ । ଆଜେକ୍ସ ଓ ଦ୍ଵିତୀୟ ବାନ୍ଧବୀଙ୍କ ସହିତ କନଫେରନ୍ସ କଲରେ କଥା ହୋଇ ମୁଖା ଖୋଲିଛନ୍ତି ଯୁବତୀ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ।

ଆତ୍ମହତ୍ୟାର ତିନି ଦିନ ପୂର୍ବରୁ ଆଜେକ୍ସଙ୍କ ସହ ବ୍ରେକଅପ ବା ଦୁରେଇ ଯିବାକୁ କହିଥିଲେ ବାନ୍ଧବୀ । ଯାହାକୁ ନେଇ ମାନସିକ ଚାପରେ ଥାଇ ଆଜେକ୍ସ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରୁଛି ପୋଲିସ । ଆତ୍ମହତ୍ୟା ପୂର୍ବରୁ ପରସ୍ପର ପରସ୍ପରକୁ ସନ୍ଦେହ କରୁଥିଲେ । ଆଜେକ୍ସଙ୍କ ସମ୍ପର୍କରେ ଥିବା ଅନ୍ୟ ଜଣେ ଯୁବତୀଙ୍କୁ ମଧ୍ୟ ପଚରାଉଚରା କରାଯିବ । ପୋଲିସ ହାତରେ ଲାଗିଛି କନଫରେନ୍ସ କଲର ପ୍ରମାଣ । ସିଡିଆର, ଇନଷ୍ଟାଗ୍ରାମ ଓ ଯୁବତୀଙ୍କ ମୋବାଇଲକୁ ନେଇ ତନାଘନା କରୁଛି ପୋଲିସ । ଆଜେକ୍ସଙ୍କ ପରିବାର ଓ ଯୁବତୀଙ୍କ ବୟାନକୁ ନେଇ ତର୍ଜମା କରୁଛି  ପୋଲିସ । ତେବେ ବ୍ଲାକମେଲ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବାନ୍ଧବୀ ।