ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

ପୁରୀ: ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ  । କଡ଼ା ସୁରକ୍ଷା ବଳୟ ଭିତରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଶ୍ରୀମନ୍ଦିରର ସେବାୟତଙ୍କ ପକ୍ଷରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା  । ପରେ ମନ୍ଦିରକୁ ପାଛୋଟି ନେଇଥିଲେ ସେବାୟତ  । ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଛି   ।

ଏହା ପୂର୍ବରୁ ପଶ୍ଚିମବଙ୍ଗ ଭବନ ନିର୍ମାଣ ନେଇ ଜାଗା ଦେଖିଥିଲେ ମମତା ବାନାର୍ଜୀ  । ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା , ଜିଲ୍ଲାପାଳ ସମର୍ଥ ବର୍ମା  ଉପସ୍ଥିତ ରହିଥିଲେ  । ପୁରୀକୁ ଆସୁଥିବା ପଶ୍ଚିମବଙ୍ଗର ଭକ୍ତଙ୍କ  ପାଇଁ ନିର୍ମାଣ ହେବ ପଶ୍ଚିମବଙ୍ଗ ଭବନ  । ଏନେଇ ରାଜ୍ୟ ସରକାର ଯୋଗାଇଦେବେ ଜାଗା  । କିନ୍ତୁ କେତେ ଜାଗା ପ୍ରଦାନ କରାଯିବ ସେନେଇ ମୁଖ୍ୟମନ୍ତ୍ରୀ ନେବେ ଚୂଡ଼ାନ୍ତ ନିଷ୍ପତ୍ତି  ।