କେନ୍ଦ୍ରକୁ ଜବାବ ମାଗିଲେ ଅରୁଣ, କହିଲେ ୨୨ ସୁଦ୍ଧା କୁଆଡେ ଗଲା ସମସ୍ତଙ୍କୁ ଘର

1 min read

ଭୁବନେଶ୍ୱର: ଚାଷରୁ ଘର, ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରକୁ ପ୍ରଶ୍ନ କଲେ ବିଜେଡି ବିଧାୟକ ଅରୁଣ ସାହୁ । ୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର କୁଆଡ଼େ ଗଲା ବୋଲି ସେ କେନ୍ଦ୍ରକୁ ପଚାରିଛନ୍ତି l ଗୃହରେ ମହାନଦୀ ପ୍ରସଙ୍ଗ ଉଠାନ୍ତୁ l ବିଜେପି ସାଂସଦ କୁଆଡେ ଗଲେ ବୋଲି ସେ ପ୍ରଶ୍ନ କରିଛନ୍ତି l ସେହିପରି ମହାନଦୀ ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର l ମହାନଦୀରେ ଓଡ଼ିଶାର ଭାଗ ଦିଆଯାଉ । ମହାନଦୀ ବିବାଦ ନେଇ ସେ ରୁଲିଂ ଦାବି କରିଥିଲେ l

ଏହାପରେ ଏନେଇ ଗୃହରେ ଜଳସଂପଦ ମନ୍ତ୍ରୀଙ୍କୁ ବିବୃତି ରଖିବାକୁ ବାଚସ୍ପତି ରୁଲିଂ ଦେଇଛନ୍ତି । ସେପଟେ ଓଡ଼ିଶାକୁ ଅଶାନ୍ତ କରୁଛି ବିଜେପି l ଏନେଇ ନିଜ ନିଜ ଆସନରେ ଠିଆ ହୋଇ ବିଜେଡି ବିଧାୟକ ପ୍ରତିବାଦ ପ୍ରଦର୍ଶନ କରିବା ସହ ବିଜେପି ବିରୋଧରେ ଗୃହରେ ସ୍ଲୋଗାନ ଦେଇଥିଲେl ।