ବିଧାୟକଙ୍କ ମୃତ୍ୟୁ ପରେ ଅଟକିନି ବିକାଶ, ଝାରସୁଗୁଡ଼ାର ସମସ୍ୟା ଶୁଣିଲେ 5T ସଚିବ

1 min read

ଝାରସୁଗୁଡ଼ା: ନବକିଶୋର ଦାସଙ୍କ ମୃତ୍ୟୁ ପରେ ଝାରସୁଗୁଡା ବିଧାନସଭା ଆସନ ଖାଲି ପଡ଼ିଛି। ତେବେ ଝାରସୁଗୁଡ଼ାରେ ଅଟକିନି ବିକାଶ କାମ । 5T ସଚିବ ଜିଲ୍ଲା ବିକାଶକୁ ଫୋକସ୍ କରିଛନ୍ତି । ଜିଲ୍ଲାର ବିଭିନ୍ନ ସମସ୍ୟାର ସମାଧାନ ନେଇ ସିଧାସଳଖ ଆଲୋଚନା କରିଛନ୍ତି । ଝାରସୁଗୁଡ଼ାର ୫ଟି କଲେଜର ବିକାଶ ନେଇ ଛାତ୍ରଛାତ୍ରୀ ଏବଂ ଅଧ୍ୟକ୍ଷଙ୍କ ସହ ଭିଡିଓ କନଫରେନ୍ସିରେ ଆଲୋଚନା କରିଛନ୍ତି 5T ସଚିବ।

ଏଥିସହ ଝାରସୁଗୁଡ଼ା ପ୍ରେସ୍ କ୍ଲବ ସଦସ୍ୟଙ୍କଠାରୁ ଚାଷୀ, ସବୁ ବର୍ଗର ପ୍ରତିନିଧି ସିଧାସଳଖ 5T ସଚିବଙ୍କୁ ବିଭିନ୍ନ ସମସ୍ୟା ଜଣାଇଛନ୍ତି। ଏସବୁର ସମାଧାନ ନେଇ ଆଲୋଚନା କରିଛନ୍ତି ଭିକେ ପାଣ୍ଡିଆନ। ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସରକାର ଓ 5T ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି ଝାରସୁଗୁଡ଼ା ବାସିନ୍ଦା ।