ଜାଗା ଦେଖି ଖୁସି ହେଲେ, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ

ପୁରୀ: ପୁରୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପଶ୍ଚିମବଙ୍ଗ ଭବନ ନିର୍ମାଣ ନେଇ ଜାଗା ଦେଖିଛନ୍ତି ମମତା ବାନାର୍ଜୀ  । ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା , ଜିଲ୍ଲାପାଳ ସମର୍ଥ ବର୍ମା  ଉପସ୍ଥିତ ରହିଥିଲେ  । ପୁରୀକୁ ଆସୁଥିବା ପଶ୍ଚିମବଙ୍ଗର ଭକ୍ତଙ୍କ  ପାଇଁ ନିର୍ମାଣ ହେବ ପଶ୍ଚିମବଙ୍ଗ ଭବନ  । ଏନେଇ ରାଜ୍ୟ ସରକାର ଯୋଗାଇଦେବେ ଜାଗା  । କିନ୍ତୁ କେତେ ଜାଗା ପ୍ରଦାନ କରାଯିବ ସେନେଇ ମୁଖ୍ୟମନ୍ତ୍ରୀ ନେବେ ଚୂଡ଼ାନ୍ତ ନିଷ୍ପତ୍ତି  । ସେପଟେ ଜାଗା ଦେଖି ଖୁସି ଅଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ  । କହିଛନ୍ତି ଓଡ଼ିଶା ସରକାର ଯୋଗାଇ ଦେଇଥିବା ଜାଗା ଦେଖି ମୁଁ ଖୁସି  । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ   ଧନ୍ୟବାଦ ଜଣାଇଛନ୍ତି ମମତା ବାନାର୍ଜୀ  ।

ମମତା ବାନାର୍ଜୀ କହିଛନ୍ତି ଗେଷ୍ଟ ହାଉସ ପାଇଁ ଖୁବଶୀଘ୍ର କାମ ଆରମ୍ଭ ହେବ । ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ପଶ୍ଚିମବଙ୍ଗରୁ ପର୍ଯ୍ୟଟକ ମାନେ ପୁରୀ ଆସନ୍ତି । ସେମାନେ ଏଠାରେ ସୁବିଧାରେ ରହିବା ପାଇଁ ଗେଷ୍ଟ ହାଉସ ନିର୍ମାଣ ହେବ । ଏଥିସହ ଆସନ୍ତାକାଲି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ । ହକି ବିଶ୍ବକପ୍‌ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମମତାଙ୍କୁ ନିମନ୍ତ୍ରଣ କରିଥିଲେ । ହେଲେ ସେତେବେଳେ ଆସିପାରିନଥିଲେ । ତେଣୁ ଏବେ ନବୀନ ଦେଖାକରିବେ । ଏହି ସମୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ ବୋଲି କହିଛନ୍ତି ଦିଦି ।