ବଲାଙ୍ଗୀର ପୋଲିସର ଅପରେସନ କ୍ଲିନ୍, ବେଆଇନ ବିବାହ ମଣ୍ଡପ ଉପରେ ବୁଲିଲା ବୁଲଡୋଜର

1 min read

ବଲାଙ୍ଗୀର: ପୁଣି ଗୁଣ୍ଡାଙ୍କ ଉପରେ ପୋଲିସର କାର୍ଯ୍ଯାନୁଷ୍ଠାନ I ଅପରାଧୀ ଚିତ୍ତରଞ୍ଜନ ମହାନ୍ତିର ବେଆଇନ ବିବାହ ମଣ୍ଡପ ଉପରେ ବୁଲିଲା ବୁଲଡୋଜର । ଧୂଳିସାତ୍ ହୋଇଛି ଟିଟିଲାଗଡ଼ ରାସ୍ତା ବନବିଭାଗ ନର୍ସରୀ ନିକଟରେ ଥିବା ଆର୍ଯ୍ୟା ପ୍ୟାଲେସ । ଦୀର୍ଘ ବର୍ଷ ହେଲା ଅପରାଧୀ ଚିତ୍ତ ରଞ୍ଜନ ମହାନ୍ତି ଇଡକୋରୁ ୧୭ ଡିସିମିଲ ଜମି ସିମେଣ୍ଟ ତିଆରି ଜିନିଷ ତିଆରି ପାଇଁ ଲିଜ୍ ସୂତ୍ରରେ ପାଇଥିଲା । କିନ୍ତୁ ସେହି ଜମିରେ ବିବାହ ମଣ୍ଡପ ନିର୍ମାଣ କରି କୋଟି କୋଟି ଟଙ୍କା ରୋଜଗାର କରୁଥିଲା I ଲକ୍ଷ୍ମୀ ସିମେଣ୍ଟ ପ୍ରଡକ୍ଟ ନାଁରେ ରେଜିଷ୍ଟ୍ରେସନ୍ ହୋଇଥିବା ବେଳେ ଆର୍ଯ୍ୟ ପ୍ୟାଲେସ ବିବାହ ମଣ୍ଡପ ଚାଲିଥିଲା I

ଗତ କିଛି ମାସ ତଳେ ହିଟ୍ ଆଣ୍ଡ ରନ୍ ମାମଲାରେ ଅପରାଧୀ ଚିତ୍ତରଞ୍ଜନ ମହାନ୍ତି ଜେଲରେ ଅଛି । ବଲାଙ୍ଗୀର ପୋଲିସର ମିଶନ କ୍ଲିନ୍ କ୍ରିମିନାଲରେ ଏବେ ଚିତ୍ତର ପାଳି ପଡ଼ିଛି I ଗତ କିଛି ଦିନ ଭିତରେ ବଲାଙ୍ଗୀର ପୋଲିସ ୮ ଜଣ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ।