ମହଙ୍ଗା ପଡ଼ିଲା ବିହାର ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ, ସୁରଟରୁ ଗିରଫ ହେଲା ଅଭିଯୁକ୍ତ ଅଙ୍କିତ

ପାଟନା: ମହଙ୍ଗା ପଡ଼ିଲା ବିହାର ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ । ଗିରଫ ହେଲା ଅଭିଯୁକ୍ତ । ସୁରଟର ଜଣେ ଯୁବକଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଜଣକ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ହତ୍ୟା କରିବା ଲାଗି ଧମକ ଦେଇଥିଲା । ନୀତୀଶଙ୍କୁ ହତ୍ୟା ଧମକ ଦେବା ପରେ ବିହାର ପୋଲିସ ପକ୍ଷରୁ ସୁରଟ କ୍ରାଇମ ବ୍ରାଞ୍ଚର ସହଯୋଗ ଲୋଡ଼ିଥିଲା । ପରେ କ୍ରାଇମବ୍ରାଞ୍ଚ ଏହି ଯୁବକକୁ ଲଖନାରୁ ଗିରଫ କରିବା ସହ ବିହାର ପୋଲିସକୁ ହସ୍ତାନ୍ତର କରିଥିଲା ।

ଗିରଫ ଅଭିଯୁକ୍ତର ନାମ ଅଙ୍କିତ ମିଶ୍ର ଓ ତା’ର ବୟସ ୨୮ ବର୍ଷ । ଗତ ୨୦ ତାରିଖରେ ସେ ଏକ ମିଡିଆ ଚାନେଲ ସହ ଯୋଗାଯୋଗ କରିଥିଲା ଏବଂ ୩୬ ଘଣ୍ଟା ମଧ୍ଯରେ ନୀତୀଶଙ୍କୁ ଉଡ଼ାଇ ଦେବାକୁ ଫୋନରେ ସୂଚନା ଦେଇଥିଲା ।