spot_img
Home Blog Page 3543

ଗୋଲାପ ଫୁଲ ଓ ଚକୋଲେଟ୍ ଦେଇ ସଡ଼କ ସୁରକ୍ଷା ନିୟମ ମାନିବାକୁ ସଚେତନତା ବାର୍ତ୍ତା ଦେଲେ ଯମରାଜ

ନବରଙ୍ଗପୁର: ଯମରାଜ ବାଣ୍ଟିଲେ ସୁରକ୍ଷା ସଚେତନତା ବାର୍ତ୍ତା । ଗାଡ଼ି ଚାଳକଙ୍କୁ କଲେ ସଚେତନ । ଗୋଲାପ ଫୁଲ ଓ ଚକୋଲେଟ୍ ଦେଇ ସଡ଼କ ସୁରକ୍ଷା ନିୟମ ମାନିବାକୁ ଦେଲେ ନିର୍ଦେଶ । ଏଭଳି ଅଭିନବ ଢଙ୍ଗରେ ସଡ଼କ ସୁରକ୍ଷା ସପ୍ତାହ ପାଳନ କରିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ପୋଲିସ । ଜଣେ ବ୍ୟକ୍ତି ଯମବେଶରେ ସଜ୍ଜିତ ହୋଇ ହେଲମେଟ୍‌ ପିନ୍ଧି ନଥିବା ବାଇକ୍‌ ଅରୋହୀଙ୍କୁ ଅଟକାଇ ହେଲମେଟ ପିନ୍ଧିବାକୁ ନିର୍ଦ୍ଦେଶ ଦେବା ସହ ଗୋଲାପ ଫୁଲ ଓ ଚକଲେଟ ଦେଇ ସଚେତନ କରିଥିଲେ । ଉମରକୋଟ ପୋଲିସର ଏଭଳି ଅଭିନବ ସଚେତନତା କାର୍ଯ୍ୟକ୍ରମକୁ ପ୍ରଶଂସା କରାଯାଉଛି । ପୋଲିସ କର୍ମଚାରୀ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସହର ପରିକ୍ରମା କରିବା ସହ ଲୋକଙ୍କୁ ଲିଫଲେଟ ବାଣ୍ଟି ସଡ଼କ ସୁରକ୍ଷା ବିଷୟରେ ସଚେତନ କରାଇଥିଲେ ।

ଆହୁରି ଖରାପ ହୋଇପାରେ ଯୋଶୀମଠ ସ୍ଥିତି, ଆସୁଛି ବର୍ଷା

ଯୋଶୀମଠ: ଆହୁରି ଖରାପ ହେବାକୁ ଯାଉଛି ଯୋଶୀମଠ ସ୍ଥିତି ।  ଉତ୍ତରପ୍ରଦେଶର ଯୋଶୀମଠ ଅଞ୍ଚଳର ସ୍ଥିତି ଖରାପରୁ ଅତି ଖରାପ ଆଡ଼କୁ ଗତି କରୁଛି । ଘର ଏବଂ ରାସ୍ତା ଫାଟୁ ଥିବାରୁ ଭିଟାମାଟି ଝାଡ଼ୁଛନ୍ତି ଲୋକେ । ଭୂସ୍ଖଳନ ଭଳି ଭୟଙ୍କର ସ୍ଥିତି ଦେଇ ଗତି କରୁଥିବା ଯୋଶୀମଠବାସୀଙ୍କ ନିଦ ହଜାଇ ଦେଇଛି ଆସିଥିବା ପାଣିପାଗ ସୂଚନା ।

IMDର ସଦ୍ୟତମ ସୂଚନା ଅନୁସାରେ, ଉତ୍ତରାଖଣ୍ଡ ସମେତ ଯୋଶୀମଠ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି । ଆଗାମୀ ୩ରୁ ୪ ଦିନ ମଧ୍ୟରେ ଏହି ଅଞ୍ଚଳରେ ବର୍ଷା ହୋଇପାରେ ।

IMD ଆହୁରି କହିଛି ଯେ, ଯୋଶୀମଠ ଅଞ୍ଚଳରେ ୧୮ ତାରିଖରୁ ତାପମାତ୍ରା ୨ ଯାଏ ଖସିପାରେ । ୧୯ ତାରିଖରେ ତାପମାତ୍ରା ୪ ଡିଗ୍ରୀ ହୋଇପାରେ । ସେଠାରେ ପ୍ରବଳ ଶୀତ ସାଙ୍ଗକୁ ପୁଣି ବର୍ଷାର ଆଶଙ୍କା ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି । ସ୍ଥାନାନ୍ତର କାମ ଚାଲୁଥିବାରୁ ବର୍ଷା ହେଲେ ମାଟି ଆହୁରି ଦବିବା ଆଶଙ୍କା ରହିଛି । ସେଠାରେ ଲୋକେ ଏବେ ପାଦେ ପାଦେ ବିପଦର ଆଶଙ୍କା କରୁଛନ୍ତି ।

ସିବିଆଇ ଜାଲରେ କଳା ଧନର ସୌଦାଗର ଅବସରପ୍ରାପ୍ତ ରେଳ ଅଧିକାରୀ, ମିଳିଲା ୧୭ କେଜି ସୁନା

ଭୁବନେଶ୍ୱର: କଳା ଧନର ସୌଦାଗର ଅବସରପ୍ରାପ୍ତ ରେଳ ଅଧିକାରୀଙ୍କ କିଲୋ କିଲୋ ସୁନା ଦେଖି ଜଳକା ସିବିଆଇ । ପ୍ରମୋଦ ଜେନାଙ୍କ ଘରୁ ମିଳିଲା ୧୭କେଜି ସୁନା । ଇଷ୍ଟକୋଷ୍ଟ ରେଲଓ୍ବେର ପୂର୍ବତନ ପ୍ରିନ୍ସପାଲ୍ ଚିଫ ଅପରେସନ ମ୍ୟାନେଜର ଥିଲେ ପ୍ରମୋଦ ଜେନା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରମୋଦଙ୍କ ଘରେ ରେଡ କରିଛି ଭିଜିଲାନ୍ସ । ଏହି ଚଢ଼ାଉକୁ ପୁରିଛି ୧୩ ଦିନ ।

ଭୁବନେଶ୍ବର ସମେତ ମୋଟ ୪ଟି ସ୍ଥାନରେ ଚଢ଼ାଉ କରିଛି ସିବିଆଇ । ଭୁବନେଶ୍ବରର ୨ଟି, କଟକ ଓ ଜଗତସିଂହପୁରର ଗୋଟିଏ ଲେଖାଏ ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ସିବିଆଇର ୫ଟି ଟିମ । ୧ କୋଟି ୯୨ଲକ୍ଷରୁ ଅଧିକ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସିବିଆଇ ଚଢ଼ାଉ କରିଛି । ଅବସରପ୍ରାପ୍ତ IRTS ଅଧିକାରୀ ପ୍ରମୋଦଙ୍କ ଠାରୁ ନଗଦ ୧ କୋଟି ୫୭ ଲକ୍ଷ ଟଙ୍କା ଠାବ ହୋଇଛି ।

ସେହିଭଳି ୧୭ କେଜି ସୁନା ବାବୁଙ୍କ ଘରୁ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୮ କୋଟି ୫୦ ଲକ୍ଷ ଟଙ୍କା । ଅଢେ଼ଇ କୋଟି ଟଙ୍କାର ବ୍ୟାଙ୍କ ଡିପୋଜିଟ ମଧ୍ୟ ଠାବ କରିଛି ସିବିଆଇ । ଏହି ଚଢ଼ାଉ ସମୟରେ ଜରୁରୀକାଳୀନ କାଗଜପତ୍ର, ନଗଦ ଟଙ୍କା, ବ୍ୟାଙ୍କ ଜମା, ପାସପୋର୍ଟ, ସୁନା ଗହଣା, ଗାଡ଼ି, ଜମିଜମା କାଗଜପତ୍ର ଓ ଫ୍ଲାଟର ସନ୍ଧାନ ପାଇଛି ସିବିଆଇ । ଆୟ ଅନୁପାତରେ ଗତ ୧୫ବର୍ଷ ମଧ୍ୟରେ ପ୍ରମୋଦ ଜେନା ଓ଼ ତାଙ୍କ ପରିବାର ଲୋକ କଳା ସମ୍ପତ୍ତି ଠୁଳ କରିଛନ୍ତି ।

ଜ୍ବାଇଁଙ୍କୁ ୧୭୩ ପ୍ରକାର ବ୍ୟଞ୍ଜନ ପରସିଲେ ଶାଶୂ, ୪ ଦିନ ଲାଗିଲା ସମୟ

ଆନ୍ଧ୍ରପ୍ରଦେଶ: ଜ୍ବାଇଁଙ୍କୁ ଶୂଶୁର ଘରେ ଖାସ୍ ସ୍ଥାନ ଦିଆଯାଉଥିବାର ଆପଣ ଜାଣିଥିବେ । ଆମ ଭାରତରେ ଏହା ଏକ ପରମ୍ପରା ରହିଆସିଛି । ଜ୍ବାଇଁ ଝିଅ ଘରକୁ ଆସିଲେ ବିଭିନ୍ନ ପ୍ରକାର ଚର୍ଚ୍ଚା କରାଯାଏ । ବିଶେଷ କରି କ’ଣ ଖାଇବେ ତା’ର ବିଶେଷ ଧ୍ୟାନ ଦିଆଯାଇଥାଏ । କିନ୍ତୁ ଜ୍ବାଇଁଙ୍କ ଖାଦ୍ୟରେ ୧୭୩ ପ୍ରକାର ବ୍ୟଞ୍ଜନ ପରସାଯିବା ବହୁତ କମ୍ ଯାଗାରେ ହୁଏ ।

ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାରେ ରହୁଥିବା ଏକ ପରିବାର ଧୁମଧାମରେ ଜ୍ବାଇଁ ଚର୍ଚ୍ଚା କରିଛନ୍ତି । ଜ୍ବାଇଁଙ୍କୁ ସ୍ବାଗତ କରିବାପାଇଁ ଖୋଦ୍ ଶାଶୂ ୧୭୩ ପ୍ରକାର ବ୍ୟଞ୍ଚନ ତିଆରି କରିଛନ୍ତି।

ବାହାଘର ପରେ ଜ୍ବାଇଁ ଚାୱଲା ପ୍ରୀତିଗୁପ୍ତ ଏବଂ ଝିଅ ଶ୍ରୀ ହାରିକାଙ୍କୁ ଘରକୁ ନିମନ୍ତ୍ରଣ କରାଯାଇଥିଲା । ଏହି ଅବସରରେ ଶାଶୂ ଝିଅ ଜ୍ବାଇଁଙ୍କ ପାଇଁ ୧୭୩ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ । ଆଉ ଏହା ଶାଶୂ ନିଜେ ସବୁ ତିଆରି କରିଥିଲେ । ଶାଶୂଙ୍କୁ ଏତେ ପ୍ରକାର ବ୍ୟଞ୍ଜନ ତିଆରି କରିବାପାଇଁ ୪ ଦିନ ସମୟ ଲାଗିଥିଲା ।

ନେପାଳର ଘାତକ ଏୟାରପୋର୍ଟ, ଜାଣନ୍ତୁ…

ନନ୍ଦିଘୋଷ ବ୍ୟୁରୋ: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ନେପାଳ । ହିନ୍ଦୁ ଧର୍ମର ଅନ୍ୟନ ଏକ ସ୍ଥାନ । ଏହି ସ୍ଥାନକୁ ଦୂର ଦୂରାନ୍ତରୁ ଲୋକ ଛୁଟିଆସିଥାନ୍ତି ବୁଲିବାକୁ  । ପ୍ରାୟତଃ ପର୍ଯ୍ୟଟକ ଆକାଶ ପଥକୁ ହିଁ ବାଛିଥାନ୍ତି  । କିନ୍ତୁ ଅପରୂପ ସୈନ୍ଦର୍ଯ୍ୟରେ ଯେତିକି ଆନନ୍ଦିତ କରିଥାଏ, ବିମାନ ଯାତ୍ରା ସେତିକି ବିପଦପୂର୍ଣ୍ଣ ରହିଥାଏ  । ୟେତି ଏୟାରଲାଇନ୍ସ ତାରା ଏୟାରର ଏକ କମ୍ପାନୀ  । ୨୦୦୪ ପରେ ୟେତି ଏୟାରଲାଇନ୍ସ ୪ଟି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି  । ଯାହା ଭିତରେ ରବିବାର ନେପାଳରେ ଘଟିଥିବା ATR 72 ପ୍ଲାଇଟ୍ ମଧ୍ୟ ସାମିଲ  । ପାହାଡୀ ଅଞ୍ଚଳର ବିପଦପୂର୍ଣ୍ଣ ସ୍ଥାନରେ ବିମାନ ଯାତ୍ରା କରିଥାନ୍ତି ଏହି କମ୍ପାନୀ  । କିନ୍ତୁ ଅନେକବାର ଏହି କମ୍ପାନୀର ବିମାନ କ୍ରାସ ହୋଇଛି  । ବିଗତ ୧୦ ବର୍ଷରେ ୨୦ ଥର ଆକାଶରେ ଜଳିଯାଇଛି ବିମାନ  ।

ହେଲେ ଏମିତି କିଛି ଘାତକ ଏୟାରପୋର୍ଟ ରହିଛି ନେପାଳରେ ଆସନ୍ତୁ ଜାଣିବା..

ଲୁକ୍ଲା ଏୟାରପୋର୍ଟ
ଏହି ଏୟାରପୋର୍ଟ କେବଳ ନେପାଳର ନୁହେଁ ବରଂ ସାରା ଦୁନିଆର ସବୁଠାରୁ ଖତରନାକ ଏୟାରପୋର୍ଟ କୁହାଯାଏ । ଏହି ଏୟାରପୋର୍ଟ ମାଉଣ୍ଟ ଏଭରେଷ୍ଟର ପାଖରେ ଅବସ୍ଥିତ । ଯେଉଁମାନେ ବିନା ଟ୍ରେକିଂରେ ମାଉଣ୍ଟ ଏଭରେଷ୍ଟ ପହଞ୍ଚିବାର ଅଛି ସେମାନେ ଏହି ଏୟାରପୋର୍ଟରୁ ସିଧା ହିମାଳୟ ଯାଇପାରିବେ । ଏହି ଏୟାରପୋର୍ଟରୁ କାଠମାଣ୍ଡକୁ ପ୍ରତିଦିନ ବିମାନ ଚଳାଚଳ ହୋଇଥାଏ । ହେଲେ ଖରାପ ପାଣିପାଗ, ଅଧିକ ବାଦଲ ହେବା, ଅଧିକ ପବନ ହେବା ସମୟରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହାକୁ ବନ୍ଦ କରିଦିଆଯାଏ ।

ସିମିକୋଟଏୟାରପୋର୍ଟ
ଏହି ଏୟାରପୋର୍ଟ ନେପାଳର ଏକମାତ୍ର ଏୟାରପୋର୍ଟ ଯାହା ନ୍ୟାସନାଲ ରୋଡ ନେଟୱାର୍କ ସହ ଜଡିତ ନୁହେଁ । ଏହା ୪ ହଜାର ୩୦୦ ମିଟର ଉଚ୍ଚତା ଉପରେ ଅବସ୍ଥିତ । ପଶ୍ଚିମ ନେପାଳର ଡୋପ୍ଲା ଜିଲ୍ଲାକୁ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏହା ଏଣ୍ଟ୍ରି ପଏଣ୍ଟ ଭାବେ କାମ କରେ । ଏହାକୁ ହୁମଲା ଏୟାରପୋର୍ଟ ଭାବେ ମଧ୍ୟ ପରିଚିତ । ଏହି ଏୟାରପୋର୍ଟରେ ଖୁବ କମ ସୁବିଧା ଉପଲବ୍ଧ ଥାଏ ।

ତାଲ୍ଚାଏୟାରପୋର୍ଟ
ଏହି ଏୟାରପୋର୍ଟ ନେପାଳର ମୁର୍ଗୁ ଜିଲ୍ଲାର ରାରା ରାଷ୍ଟ୍ରିୟ ଉଦ୍ୟାନରେ ଅବସ୍ଥିତ । ଏହା ନେପାଳର ଖତରନାକ ଏୟାପୋର୍ଟ ଗୁଡିକ ମଧ୍ୟରୁ ଗୋଟିଏ । ଏହି ଏୟାରପୋର୍ଟ ୨ ହଜାର ୭୩୫ ମିଟର ଉଚ୍ଚତାରେ ରହିଛି । ଏଠାରେ ଅଧିକାଂଶ ସମୟ ବରଫ ପଡିଥାଏ । ତେଣୁ ବିମାନ ଖସିବା, ଥଣ୍ଡାରେ ଇଞ୍ଜିନ ବନ୍ଦ ହୋଇଯିବା ସହ ଉଡଣା ବେଳେ ବି ଅନେକ ସମସ୍ୟା ହେବାର ସମ୍ଭାବନା ରହିଥାଏ ।

ମୁସ୍ତାଙ୍ଗ ଏୟାରପୋର୍ଟ
ଏହି ଏୟାରପୋର୍ଟକୁ ବି ନେପାଳର ଖତରନାକ ଏୟାରପୋର୍ଟ ବୋଲି କୁହାଯାଏ । ଏହା ସମୁଦ୍ର ପତନଠାରୁ ୨, ୭୩୬ ମିଟର ଉଚ୍ଚତା ଉପରେ ରହିଛି । ପାଣିପାଗ ଭଲ ରହିଥିଲେ ଏଠାରେ ବିମାନ ଉଡାଣ ଭରିଥାଏ ହେଲେ ପାଣିପାଗ ବଦଳିଲେ ବିମାନ ରଦ୍ଦ କିମ୍ବା ବିଳମ୍ବ କରାଯାଇଥାଏ । ସକାଳ ସମୟରେ ଏଠାରେ ପବନ ମଧ୍ୟ ବହିଥାଏ । ଏହାସହ ଏୟାରପୋର୍ଟ ଅଧିକାଂଶ ସମୟ ଧୂଆଁଳିଆ ରହିଥାଏ ।

ଡୋଲ୍ପା ଏୟାରପୋର୍ଟ
ଏହି ଏୟାରପୋର୍ଟକୁ ଜୁଫାଲ ଏୟାରପୋର୍ଟ ଭାବରେ ମଧ୍ୟ ଲୋକମାନେ ଜାଣିଥାନ୍ତି । ଏହା ନେପାଳର ଏକ ବିପଦପୂର୍ଣ୍ଣ ଏୟାରପୋର୍ଟ ଭାବରେ ଜଣାଶୁଣା । ଏହା ୨ ହଜାର ୪୯୯ ମିଟର ଉଚ୍ଚରେ ଅବସ୍ଥିତ । ଏହି ଏୟାରପୋର୍ଟ ନେପାଳର ଡୋପ୍ଲା ଜିଲ୍ଲାରେ ରହିଛି ।

ପୋଖରାଏୟାରପୋର୍ଟ
ଏହି ଏୟାରପୋର୍ଟକୁ ନେପାଳର ସବୁଠାରୁ ଖତରନାକ ଏୟାରପୋର୍ଟ ବୋଲି କୁହାଯାଏ । ଏହାକୁ ଏହି ବର୍ଷ ଜାନୁଆରୀ ୧ ତାରିଖରେ ଉଦଘାଟନ କରାଯାଇଛି । ଆଉ ନେପାଳରେ ଘଟିଥିବା ଏହି ଭୟଙ୍କର ବିମାନ ଦୁର୍ଘଟଣା ଏହି ଏୟାରପୋର୍ଟରେ ହିଁ ହୋଇଥିଲା । ଲ୍ୟାଣ୍ଡିଂ ହେବାର ୧୦ ସେକେଣ୍ଡ ପୂର୍ବରୁ ବିମାନଟି ଦୁର୍ଘଟଣାର ଶିକାର ହୋଇଥିଲା ।

 

 

ଷ୍ଟାର ଅପରାଧିଙ୍କୁ ଧରାପକାଇଥିଲା ପିଜ୍ଜା, ଏବେ ଅପିଲ ଖାରଜ କଲେ କୋର୍ଟ

ନୂଆଦିଲ୍ଲୀ: ବିବାଦୀୟ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ତଥା କିକବକ୍ସର ଆଣ୍ଡ୍ରିୟୁ ଟେଟଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ରୋମାନିଆ କୋର୍ଟ । ତାଙ୍କ ଉପରେ ଦୁଷ୍କର୍ମ, ମାନବ ଚାଲାଣ ଭଳି ଅପରାଧିକ ମାମଲା ରହିଛି ।

ଏକ ପିଜା ପ୍ୟାକେଟ ଯୋଗୁ ସେ ୨୯ ଡିସେମ୍ବର ୨୦୨୨ରେ ରୋମାନିଆର ରାଜଧାନୀ ବୁଖାରେଷ୍ଟରେ ଧରାପଡିଥିଲା ଟେଟ। ରୋମାନିଆର ଏକ କୋର୍ଟ ତାଙ୍କୁ ଏବଂ ତାଙ୍କ ଭାଇ ତ୍ରିଷ୍ଟାନଙ୍କ ହେପାଜତକୁ ୨୪ ଘଣ୍ଟାରୁ ବଢ଼ାଇ ୩୦ ଦିନ କରିଦେଇଛନ୍ତି । ଉଭୟ ଭାଇ ପ୍ରାୟ ୬ ଜଣ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ମହିଳାଙ୍କ ପ୍ରତି ସବୁବେଳେ ଦେଉଥିବା ବିବାଦୀୟ ବୟାନକୁ ନେଇ ବିବାଦ ଘେରରେ ଛନ୍ଦି ହୋଇଥିଲେ ଟେଟ୍ । ଗତ ୨୭ ଡିସେମ୍ବରରେ ଟିକଟକ ଷ୍ଟାର ଟେଟ ଏବଂ ଥର୍ଣ୍ଣବର୍ଗଙ୍କ ମଧ୍ୟରେ ଟ୍ବିଟରରେ ଘମାଘୋଟ ଲଢ଼େଇ ହୋଇଥିଲା । ଟେଟ ତାଙ୍କୁ ଖୋଲାଖୋଲି ବେଜିତ୍ କରିଥିଲେ । ଏହି ଟ୍ବିଟକୁ ସବୁଠୁ ଅଧିକା ଲାଇକ୍ ମିଳିଥିଲା । ଏହା ଟ୍ବିଟର ଇତିହାସରେ ପ୍ରଥମ ବୋଲି କୁହାଯାଉଛି ।

ଏହାର ଜବାବ୍ ଦେବାକୁ ତିଆରି ହୋଇଥିବା ଏକ ଭିଡିଓ ଟେଟଙ୍କୁ ଫସାଇ ଦେଇଥିଲା । ଥର୍ଣ୍ଣବର୍ଗଙ୍କୁ ଜବାବ ଦେବାକୁ ସେ ଏକ ଭିଡିଓ ମେସେଜ ଦେଇଥିଲେ । ଯେଉଥିରେ ଟେଟ ପିଜ୍ଜା ପ୍ୟାକେଟ ନେଉ ଥିବାର ଦେଖାଯାଇଥିଲା । ଏହି ପିଜ୍ଜା ଯୋଗୁ ହିଁ ପୋଲିସ୍ ତାଙ୍କ ନିକଟରେ ପହଞ୍ଚି ଯାଇଥିଲା । ପିଜ୍ଜା ବକ୍ସରୁ ତାଙ୍କ ଲୋକେସନ୍ ବିଷୟରେ ଜଣାପଡ଼ିଯାଇଥିଲା ।

୯ ମାସ ଧରି ଟେଟ ଏବଂ ତାଙ୍କ ଭାଇଙ୍କୁ ପୋଲିସ ଖୋଜୁଥିଲାବେଳେ ଏହି ପିଜ୍ଜା ଯୋଗୁ ତାଙ୍କ ନିକଟରେ ଅତି ସହଜରେ ପହଞ୍ଚି ଯାଇଥିଲା ପୋଲିସ୍ ।

ଟେଟ ଏବଂ ତାଙ୍କ ଭାଇଙ୍କ ଉପରେ ୬ ଜଣଙ୍କ ମହିଳାଙ୍କୁ ଯୌନ ଶୋଷଣ କରିବା ଅଭିଯୋଗ ରହିଛି । ସେ ଏହି ୬ ମହିଳାଙ୍କୁ କାମରେ ରଖି ତାଙ୍କୁ ଅଶ୍ଳୀଳ ଭିଡିଓ ତିଆରି କରିବାକୁ ବାଧ୍ୟ କରିଥିଲେ ।

ଟେଟ ହେଉଛନ୍ତି ଜଣେ ଟିକଟକ୍ ଷ୍ଟାର । ସେ ମହିଳାଙ୍କ ପ୍ରତି ସବୁବେଳେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଥାଆନ୍ତି । ତାଙ୍କ କହିବା କଥା ହେଲା ମହିଳାମାନେ ସବୁବେଳେ ପୁରୁଷଙ୍କ ତଳେ ରହିବା କଥା । ସେମାନେ ପୁରୁଷଙ୍କ ସମ୍ପତ୍ତି ।

ଟ୍ୟାକ୍ସ ଦେଉ ନାହାଁନ୍ତି ଐଶ୍ୱର୍ଯ୍ୟା, ଘରେ ଝୁଲିଲା ନୋଟିସ୍

ମୁମ୍ବାଇ: ଟ୍ୟାକ୍ସ ଦେଉ ନାହାଁନ୍ତି ବଲିଉଡ ବିୟୁଟି  ।  ବଚ୍ଚନ ପରିବାରର ବଧୁ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କୁ ନେଇ ଏବେ ଚର୍ଚ୍ଚା  । ଜମି କିଣିଛନ୍ତି,  କର ଦେଉ ନାହାଁନ୍ତି  । ଆଉ ଯାହାକୁ ନେଇ  ଐଶ୍ବର୍ଯ୍ୟାଙ୍କ ଘରେ ପହଁଚିଛି ତଦସିଲଦାରଙ୍କ ନୋଟିସ  ।  ନାଶିକ ତହସିଲଦାର ଘରକୁ ପଠାଇଛନ୍ତି ନୋଟିସ । ଖବର ଅନୁଯାୟୀ ମହାରାଷ୍ଟ୍ରର ନାଶିକ ଅଞ୍ଚଳରେ ଐଶ୍ବର୍ଯ୍ୟାଙ୍କ ନାଁରେ ଏକ ଜମି ରହିଛି  । କିନ୍ତୁ ଦୀର୍ଧ ଗିନ ହେବ ଟିକସ ଦେଉନାହାଁନ୍ତି ବଚ୍ଚନ ପରିବାରର ବଧିୁ  । ଆଉ ଯାହାକୁ ନେଇ ଖୋଦ ପ୍ରଶାସନ ତାଙ୍କ ଦୁଆରକୁ ଯିବାକୁ ବାଧ୍ୟ ହୋଇଛି  ।   ଏହି ଜମିର ଟିକସ ୨୧,୯୬୦ ଟଙ୍କା ଭରିନାହାଁନ୍ତି ଅଭିନେତ୍ରୀ । ଏନେଇ ନାସିକ୍ ତହସିଲଦାର ତାଙ୍କୁ ଏକ ନୋଟିସ୍ ଜାରି କରିଛନ୍ତି ।

୧୨ ମାସର  ବକେୟା ଟ୍ୟାକ୍ସ ଦେଇ ନାହାଁନ୍ତି ଅଭିନେତ୍ରୀ  । ୨୧,୯୬୦ ଟଙ୍କା ବାକି ଅର୍ଥ ଲ ପାଇଁ ରାଜସ୍ୱ ବିଭାଗ ନେଇଛି ନିଷ୍ପତ୍ତି  ।  ସେହି ଅଞ୍ଚଳରେ ୧୨ଶହ ଲୋକଙ୍କୁ ନୋଟିସ ପଠାଇଛି ପ୍ରଶାସନ  । ଯାହା ଭିତରେ ଐଶ୍ବର୍ଯ୍ୟା ମଧ୍ୟ ସାମିଲ ଅଛନ୍ତି  । ମାର୍ଚ୍ଚ ମାସ ସୁଦ୍ଧା ଟିକସ ଭରିବାକୁ ନୋଟିସରେ ଉଲ୍ଲେଖ ରହିଛି  । ଯେହେତୁ ଆର୍ଥିକ ବର୍ଷ ଭାବେ ମାର୍ଚ୍ଚକୁ ଗଣନା କରାଯାଏ  । ତେଣୁ ଏହି ମାସରେ ଅର୍ଥ ଦେବାକୁ ସମସ୍ତ ଟିକସ ଫାଙ୍କୁଥିବା ଲୋକ ବାଧ୍ୟ  । ନଚେତ ଆଇନ ଅନୁଯାୟୀ କଟୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ସ୍ଥାନୀୟ ପ୍ରଶାସନ  ।

ପୂର୍ବରୁ ମଧ୍ୟ ଏଭଳି ମାମଲାରେ ଛନ୍ଦି ହୋଇଛନ୍ତି ମିସ ୱାର୍ଲଡ ଐଶ୍ବର୍ଯ୍ୟା  । ପାନାମା ପେପର ଲିକ୍ ମାମଲାରେ ଅଭିନେତ୍ରୀଙ୍କ ସମ୍ପୃକ୍ତି ଚର୍ଚ୍ଚା ଥମିନାହିଁ  । ଇଡିରେ ହାଜର ପାଇଁ ମିଳିଥିଲା ସମନ  । ଆଉ ଏବେ ପୁଣି ଟିକସ ଫାଙ୍କିବା ଅଭିଯୋଗରେ ମିଳିଛି ନୋଟିସ  ।

ପଦାରେ ପଡ଼ିଲା ରାଜସ୍ଥାନରେ କଂଗ୍ରେସ କନ୍ଦଳ ,ଜନସଭାରେ ଗେହଲଟ ସରକାରଙ୍କୁ ଟାର୍ଗେଟ କରିଲେ ପାଇଲଟ

ରାଜସ୍ଥାନ :  ବିଧାନସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନ ରାଜନୀତି ସରଗରମ । ବିଭିନ୍ନ ରାଜନୈତିକ ଦଳ ବେଶ୍ ସକ୍ରୀୟ ହୋଇଥିବା ବେଳେ ରାଜସ୍ଥାନ କଂଗ୍ରେସ କନ୍ଦଳ ପଦାରେ ପଡ଼ିଛି । ନିର୍ବାଚନ ପୂର୍ବରୁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ସାରା ରାଜ୍ୟରେ ଜନସଭା କରି ଜନତାକୁ ସମ୍ବୋଧିତ କରୁଥିବା ବେଳେ ରାଜସ୍ଥାନ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ଶିକ୍ଷକ ନିଯୁକ୍ତି ପରୀକ୍ଷା ପ୍ରଶ୍ନପତ୍ର ଲିକକୁ ନେଇ ଗତକାଲି ଗେହଲଟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପାଇଲଟ । ପ୍ରଶ୍ନ ପତ୍ର ଲିକ୍ ଘଟଣାରେ ଛୋଟ ଛୋଟ ଅଧିକାରୀଙ୍କୁ ବଦଳି କରି ବାଃ ବାଃ ନ ନେଇ ବଡ଼ ମାଛକୁ ଧରିବାକୁ ପାଇଲଟ କହିଥିଲେ । ସଚିନଙ୍କ ଏହି ତେରାଛା ବାଣ ପରେ ଆଜି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ।

ସପ୍ତାହେ ତଳେ ଗେହଲଟ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇଥିବା ବେଳେ ପାଇଲଟଙ୍କୁ ଗଦ୍ଦାର ଆକ୍ଷା ଦେଇଥିଲେ । ଏହାସହ ହାଇକମାଣ୍ଡ କେବେ ବି ତାଙ୍କୁ ମୁଖ୍ୟମନ୍ତ୍ରୀ କରିବେ ନାହିଁ ବୋଲି କହିଥିଲେ । ଯାହାକୁ ନେଇ ରାଜସ୍ଥାନରେ ପୁଣି କଂଗ୍ରେସର ଅନ୍ତ କନ୍ଦଳ ପଦାରେ ପଡ଼ିଛି ।

ଦ୍ବିତୀୟ ବିବାହ କରିଛି ଦାଉଦ, ଭଣଜା ଖୋଲିଲା ରାଜ୍

ନୂଆଦିଲ୍ଲୀ: ଦ୍ବିତୀୟ ବିବାହ କରିଛି ଅଣ୍ଡଓ୍ବର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ । ତାର ଦ୍ବିତୀୟ ପତ୍ନୀ ଜଣେ ପାକିସ୍ତାନୀ ହୋଇଥିବା ସୂଚନା ମିଳିଛି । ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି NIAର ପଚରାଉଜରା ବେଳେ ଦାଉଦର ଭଉଣୀ ହସିନା ପାରକରର ପୁଅ ତଥା ଦାଉଦର ଭଣଜା ଏହି ଖୁଲାସା କରିଛି ।

କିଛି ଦିନ ତଳେ ଦାଉଦର ଟେରର ନେଟଓ୍ବର୍କକୁ ଧରିବା ପାଇଁ ବିଭିନ୍ନ ଯାଗାରେ ଚଢ଼ାଉ କରିଥିଲା NIA । ଏହି ଯାଞ୍ଚ ବେଳେ NIA ହାତରେ ଧରାପଡ଼ିଥିଲା ହସିନାର ପୁଅ । ଏବେ କେନ୍ଦ୍ରୀୟ ଏଜେନ୍ସି ହସିନାର ପୁଅକୁ ପଚରାଉଚରା କରିବାବେଳେ ଦାଉଦର ଦ୍ବିତୀୟ ବିବାହ କଥା ସାମ୍ନାକୁ ଆସିଲା ।

ହସିନାର ପୁଅ ଅଲିଶାହାର କହିବା ଅନୁସାରେ, ମାମୁଁ ଦାଉଦ ଇବ୍ରାହିମ୍ ପାକିସ୍ତାନରେ ଦ୍ବିତୀୟ ବିବାହ କରିସାରିଛି । ତାର ଦ୍ବିତୀୟ ପତ୍ନୀ ପାକିସ୍ତାର ଏକ ପଠାନ୍ ପରିବାରର ହୋଇଥିବା ଜଣାପଡ଼ିଛି । ସେ ପ୍ରଥମ ପତ୍ନୀକୁ ତଲାକ୍ ଦେଇଥିବା ମଧ୍ୟ ଜଣାପଡ଼ିଛି । କିନ୍ତୁ ଏହି କଥାକୁ ଭଣଜା ମିଛ ବୋଲି କହିଛି ।

ଭଣଜା ଅଲିଶାହାର କହିବା ଅନୁସାରେ, ଦାଉଦ ଠିକଣା ପରିବର୍ତ୍ତନ କରିଦେଇଛି । ୨୦୨୨ରେ ଦୁବାଇରେ ପ୍ରଥମ ପତ୍ନୀ ସହ ଦାଉଦର ଦେଖା ହୋଇଥିଲା । ଏବଂ ଦାଉଦ ଦ୍ବିତୀୟ ବିବାହ କରିଛି ବୋଲି ପ୍ରଥମ ପତ୍ନୀଠୁ ହିଁ ଖବର ମିଳିଥିଲା । ଅଲିଶାହ ଏହା ମଧ୍ୟ କହିଥିଲା ଯେ, ଦାଉଦର ପ୍ରଥମ ପତ୍ନୀ ହ୍ବାଟସଆପ୍ କଲରେ ଭାରତରେ ଥିବା ସମ୍ପର୍କୀୟଙ୍କ ସହ କଥା ହୁଏ ।

NIA  ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଏହା ଦାଉଦର ଏକ ଚାଲ୍ ବି ହୋଇପାରେ । ପ୍ରଥମ ପତ୍ନୀ ଉପରୁ ଯାଞ୍ଚ ଏଜେନ୍ସିର ନଜର ହଟାଇବାକୁ ଏପରି କରିଥାଇପାରେ ବୋଲି ଚର୍ଚ୍ଚା ହେଉଛି । ହେଲେ ଏ ଘଟଣା କେତେ ସତ ତାହା ଜଣାପଡ଼ିନାହିଁ ।

ବଢୁଛି ଯୋଶୀମଠ ଉପରେ ସଙ୍କଟ, ହୋଟେଲ ପରେ ଭାଙ୍ଗିବ ଘର

ଉତ୍ତରାଖଣ୍ଡ : ହୋଟେଲ ପରେ ଭାଙ୍ଗିବ ଘର । ସହର ବଞ୍ଚାଇବାକୁ ଡେଞ୍ଜର ଜୋନରୁ ଘର ଭାଙ୍ଗିବ ପ୍ରଶାସନ । ଭୂ-ସ୍ଖଳନ ଯୋଗୁ ଉତ୍ତରାଖଣ୍ଡ ଯୋଶୀମଠ ଉପରେ ଦିନକୁ ଦିନ ସଙ୍କଟ ବଢ଼ିବାରେ ଲାଗିଛି । ବହୁତଳ ବିଶିଷ୍ଟ ଦୁଇ ହୋଟେଲ ଭାଙ୍ଗିବା ପରେ ପୁରା କଲୋନୀ ଭାଙ୍ଗିବାକୁ ନିଷ୍ପତ୍ତି ନିଆଯାଇଛି । ଜେପି କଲୋନୀରେ ଘରଗୁଡ଼ିକ ଅତ୍ୟଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେଗୁଡ଼ିକ ମରାମତି ଯୋଗ୍ୟ ନୁହେଁ ବୋଲି ଜଣାପଡ଼ିଛି ।

କଲୋନୀରେ ଥିବା ପ୍ରାୟ ୩୦ ଘରର କାନ୍ଥ ଓ ଚଟାଣରେ ବିରାଟକାୟ ଫାଟ ସୃଷ୍ଟି ହୋଇଛି । ଘର ଭୁଶୁଡ଼ିବା ପୂର୍ବରୁ ଏହାକୁ ଭାଙ୍ଗିବାକୁ ନିଷ୍ପତ୍ତି ହୋଇଛି । ସେପଟେ ସହରକୁ ବିପଦ ମୁହଁରୁ ରକ୍ଷା କରିବା ପାଇଁ ବିଭିନ୍ନ ସଂସ୍ଥା ପକ୍ଷରୁ ସର୍ଭେ ଜାରି ରହିଛି । ଘର ଓ ରାସ୍ତାରେ ଥିବା ଫାଟ ଠିକ କରିବା ଓ ପାଠ ଦେଇ ବହୁଥିବା ପାଣି ସମ୍ପର୍କରେ ଜାଣିବା ପାଇଁ ଏକ୍ସପର୍ଟ ଟିମ ନିରନ୍ତର ପ୍ରୟାସ ଜାରି ରଖିଛି ।