spot_img
Home Blog Page 3542

ଚିନି ଛାଡି଼ ଖାଆନ୍ତୁ ଗୁଡ଼, ଦ୍ୱିଗୁଣ ବୃଦ୍ଧି କରିଥାଏ ରୋଗ ପ୍ରତିରୋଧକ ଶକ୍ତି

ଭୁବନେଶ୍ବର: ଶୀତର ଦାଉରୁ ଆମକୁ ରକ୍ଷା କରିବ ଗୁଡ। ଏହା ଶୁଣି ଆଶ୍ଚର୍ଯ୍ୟ ହେଲେ କି ? ଯଦି ଆଶ୍ଚର୍ଯ୍ୟ ହୋଇଛନ୍ତି ତେବେ ଆପଣଙ୍କ ଭୁଲ ନାହିଁ । କାରଣ ଆଧୁନିକ ଯୁଗରେ ଆମ ରୋଷେଇ ଘରୁ ଗୁଡ଼ ଉଭାନ ହୋଇ ଯାଇଛି । ଆଉ ତା’ ସ୍ଥାନ ଅକ୍ତିଆର କରିଛି ଚିନି । ସେଇ ଚିନି ଯାହାକୁ ମଧ୍ୟ ଅନେକ ଧଳ ଜହର ବୋଲି କୁହନ୍ତି । କାରଣ ଚିନି ଭଳି ସର୍କରା ଡାଇବେଟିସର ବଡ଼ କାରଣ । ଏମିତିରେ ଗୁଡ଼ କେମିତି ଆପଣଙ୍କୁ ସୁସ୍ଥ ରଖିବା ସହିତ ଶୀତି ଦିନେ ଶରୀରକୁ ଉଷୁମ ରଖେ ଆସନ୍ତୁ ଜାଣିବା ।

ଆମ ଦୈନନ୍ଦିନ ଜୀବନର  ମିଠା ହେଉଛି ସବୁଠାରୁ ଆବଶ୍ୟକୀୟ ଦ୍ରବ୍ୟ । ସେଥି ମଧ୍ୟରୁ ଗୁଡ ଏମିତି ଏକ ମିଠା, ଯାହାକି ମଣିଷ ଶରୀର ପାଇଁ କେତେ ଯେ, ହିତକର ତାହା ଅନେକଙ୍କ ପାଇଁ ଅଜଣା ଥିବ ।  ଗୁଡ ଖାଇଲେ ଅନେକ ଭିଟାମିନ୍ ଆମ ଶରୀରକୁ ମିଳିଥାଏ । କେବଳ ପାଟିକୁ ମିଠା ଲାଗିନଥାଏ ପୁଣି ମଣିଷ ଶରୀର ପାଇଁ ଗୁଡ ଖୁବ ଲାଭଦାୟକ । ଏଥିରେ ସୋଲାନିୟମ, ଆଇରନ, ଫୋଲିକ ଏସିଡ୍‌, କ୍ୟାଲସିୟମ, ଏବଂ ପୋଟାସିୟମ ରହିଥାଏ । ଯାହାକି ଶରୀର ପାଇଁ ଖୁବ ଜରୁରୀ ।

ମିଠା ଦ୍ରବ୍ୟ ଭିତରେ ଗୁଡର ଫାଇଦା ସଂପର୍କରେ କିଛି ଜରୁରୀ ତଥ୍ୟ ଜାଣିବା । ଶୀତ ପାଇଁ ରାମବାଣ ହେଉଛି ଗୁଡ । ଆଜ୍ଞା ହଁ ଗୁଡ ପୁଣି ଶୀତଦିନେ ଶରୀରକୁ ଗରମ ରଖେ ।

ଶୀତର ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ଗରମ ଖାଦ୍ୟ ନେବାକୁ ପସନ୍ଦ କରନ୍ତି । ଅନ୍ୟପଟେ ଗୁଡର ପ୍ରଭାବ ସାଧାରଣତଃ ଗରମ ଥାଏ । ତେବେ ଗୁଡକୁ ଅନେକ ଉପାୟରେ ଲାଭ ଉଠାଇ ପାରିବା । ଗୁଡ ଠାରୁ ଭଲ ପୁଣି ଶସ୍ତା ଗରମ ଖାଦ୍ୟ ଆଉ କ’ଣ ବା ହୋଇପାରେ । ଏହାକୁ ଖାଇବା ଦ୍ୱାରା ଶରୀରରେ ଉତ୍ତାପ ବଢେ । ଏହା ସହିତ ଆମ ଶରୀରର ମେଟାବୋଲିଜିମକୁ ଆହୁରି ମହଭୁତ ରଖିଭାବେ ବିଶେଷ ସାହାଯ୍ୟ କରେ । ଗୁଡ ଶରୀରର ଆଇରନ ଭାଗକୁ ନିୟନ୍ତ୍ରଣ ରଖିବାରେ ସହାୟକ ହୋଇଥାଏ । ଶରୀର ରୋଗ ପ୍ରତିରୋଧକ ଶକ୍ତିକୁ ଗୁଡ ଦ୍ୱିଗୁଣ କରିଥାଏ ।

ଆର୍ୟୁବେଦରେ ଗୁଡ଼ର ବିଶେଷ ସ୍ଥାନ ରହିଛି ।  ଗୁଡକୁ ଋଷିମୁନିମାନେ ଅନେକ ରୋଗ ବ୍ୟାଧିର ଉପଶମ ନିମନ୍ତେ ବ୍ୟବହାର କରିଆସୁଥିଲେ । ଗୁଡ କେବଳ ଯେ, ମଣିଷର ମିଠା ଖାଇବାର ଲାଳସାକୁ ଶାନ୍ତ କରିଥାଏ, ତାହା ନୁହେଁ, ବରଂ ଶରୀରକୁ ଅନେକ ରୋଗରୁ ରକ୍ଷା କରିବାରେ ସହାୟକ ମଧ୍ୟ ହୁଏ । ଗୁଡ ଖାଇଲେ ଥଣ୍ଡା କାଶ ମଧ୍ୟ ଭଲ ହୁଏ, ଏହା ସହିତ ହାଡ ମଧ୍ୟ ମଜଭୁତ ରୁହେ । ଅନେକ ଉପାୟରେ ଗୁଡ ସେବନ କରିପାରିବେ, ଯେପରି ଗୁଡ ଗୋଲମରିଚ ମିଶାଇ ଖାଇଲେ ଶରୀରରେ ଥଣ୍ଡା ଭଳି ଏକ ରୋଗ ସମୁଳେ କମିଯିବ ।

ଆମେ ଯଦି କହିବା ଆଜିର ଯୁବପିଢୀ ଗୁଡ ଖାଇବାକୁ ସେତେଟା ପସନ୍ଦ କରିନଥାନ୍ତି । କିନ୍ତୁ ବର୍ତ୍ତମାନର ଆକଳନ ଅନୁଯାୟୀ ଧିରେ ଧିରେ ଯୁବପିଢୀ ମଧ୍ୟ ଗୁଡକୁ ନିଜ ଆହାରରେ ସାମିଲ କରିଲେଣି ।

 

ପୁଣି କମବ୍ୟାକ୍ କରୁଛନ୍ତି ଦେବିନା..

ମୁମ୍ବାଇ: ଏକ ଲମ୍ବା ବ୍ୟବଧାନ ପରେ ପୁଣି କମବ୍ୟାକ୍ କରିବାକୁ ଅଣ୍ଟା ଭିଡୁଛନ୍ତି ଦେବିନା ବାନାର୍ଜୀ ।ପୁଣି ନିଜର ଭାଗ୍ୟ ପରୀକ୍ଷା କରିବାକୁ ମନୋରଞ୍ଜନ ଦୁନିଆକୁ ପୁଣି ଫେରୁଛନ୍ତି । ତେବେ ମନଲାଖୀ ଚରିତ୍ରଟିଏ ପାଇଁ ଅପେକ୍ଷା ଦେବିନା । ୨ ହଜାର ମସିହାରେ ପ୍ରସାରିତ ନୂଆ ରାମାୟଣରେ ‘‘ ମା ସୀତା ‘‘ଙ୍କ ଭୂମିକାରେ ଦେବୀନା ଦର୍ଶକଙ୍କୁ ବେସ ପ୍ରଭାବିତ କରିପାରିଥିଲେ ।

କୋଲକତା ସହରରେ ଜନ୍ମ ନେଇଥିବା ଦେବିନା ଖୁବ ଭଲ ପାଠପଢୁଥିବା ସହିତ ଶିକ୍ଷାନୁଷ୍ଠାନରେ ପରିବେଷିତ ବିଭିନ୍ନ ନାଟକରେ ଅଭିନୟ କରି ନିଜକୁ ପରଖୁଥିଲେ । ତେବେ ସେ ପ୍ରଥମେ ଏକ ହିନ୍ଦୀ ଫିଲ୍ମ ‘ଇଣ୍ଡିୟାନ ବାବୁ‘ ରେ ଛୋଟ ଭୂମିକାଟିଏ ପାଇ ଫିଲ୍ମ ଜଗତକୁ ପ୍ରବେଶ କରିଥିଲେ ।ଏହାପରେ ନିଜର ଚମତ୍କାର ଅଭିନୟ ପାଇଁ ସେ ସେହି ବର୍ଷ ତେଲୁଗୁ ଓ କନ୍ନଡ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିପାରିଥିଲେ । ଏହାପରେ ଟିଭି ଧାରାବାହିକ ମାୟାବୀ ଓ ୨୦୦୮ରେ ପ୍ରସାରିତ ରାମାୟଣ ଧାରାବାହିକରେ ଅଭିନୟ କରି ବହୁ ପ୍ରଶଂସା ସାଉଁଟିଥିଲେ ।

ଏବଂ ତାଙ୍କର ପରବର୍ତ୍ତୀ ଧାରାବାହିକ ‘ପତି ପତ୍ନୀ ଔର ଓ୍ବ‘ ରେ ତାଙ୍କର ରିଲ୍ ରେ ସାଜିଥିବା ସ୍ବାମୀଙ୍କୁ ବାସ୍ତବ ଜୀବନରେ ମଧ୍ୟ ପତି ରୂପେ ବରଣ କରିଥିଲେ । ବିବାହ ପରେ ସେ କେତକ ତେଲୁଗୁ ଓ ହିନ୍ଦୀ ଫିଲ୍ମ ‘ଖାମୋସୀୟାଁ‘ ଭଳି ଫିଲ୍ମ ମାଧ୍ୟମରେ କମବ୍ୟାକ୍ କରିଥିଲେ ମଧ୍ୟ ଆଶାନୁଯାୟୀ ଫଳ ପାଇ ନଥିଲେ ।ସେଥିପାଇଁ ସେ ଧାରାବାହିକରେ ହିଁ ମନୋନିବେଶ କରିବା ସହିତ ଏକ ଭଲ ସୁଯୋଗର ଅପେକ୍ଷାରେ ରହିଛନ୍ତି ।ତେବେ ଏହି କ୍ରମରେ ସେ ଆହତ, ଚିଡିୟାଘର, ନଦନିୟାନ୍, ୟମ ହେଁ ହମ୍, ତେନାଲି ରାମ , ଲାଲଇସ୍କ ଆାଦି ଧାରାବାହିକରେ ଭିନ୍ନ ଭିନ୍ନ ଭୁମିକାରେ ଅଭିନୟ କରି ଦର୍ଶକଙ୍କର ଖୁବ ମନୋରଞ୍ଜନ କରିବା ସହିତ ସିନେଜଗତରେ ନିଜର ପତିହାରା ଜାହିର କରିବା ପାଇଁ ଉପଯୁକ୍ତ ସମୟ ଅପେକ୍ଷାରେ ଅଛନ୍ତି ।

ଜିରୋ ନାଇଟ ପାଳିବା ପାଇଁ ଟଙ୍କା ନଦେବାରୁ ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ୱାମୀ

ଗଞ୍ଜାମ: ଜିରୋ ନାଇଟ ପାଳିବା ପାଇଁ ଟଙ୍କା ନଦେବାରୁ ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ । ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ମୟୁରପଦା ଗାଁରେ ଘଟିଛି ଏଭଳି ଘଟଣା । ରାତିରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହେବା ସହ ହତାହାତି ହୋଇଥିଲା । ଉତ୍ୟକ୍ତ ଅବସ୍ଥାରେ ସ୍ବାମୀ ମଦପିଇ ସ୍ତ୍ରୀକୁ ବାଡେଇ ବାଡେଇ ମାରିଦେଇଥିଲା । ପାହାନ୍ତିଆ ସମୟରେ ମୃତ ସ୍ତ୍ରୀକୁ ପୋଡ଼ିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଖବର ପାଇ ହୁମ୍ମା ଫାଣ୍ଡି ଅଧିକାରୀ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ମୃତ ଜାନକୀଙ୍କ ବାପା ଏନେଇ ଥାନାରେ ଏତଲା ଦେଇଛନ୍ତି । ଝିଅକୁ ତାର ସ୍ବାମୀ ବାରମ୍ବାର ଯୌତୁକ ନିର୍ଯାତନା ଦେଇଆସୁଥିବା ସହ ମାରିଦେଇଥିବା ନେଇ କହିଛନ୍ତି ବାପା । ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ ।

ହକି ବିଶ୍ୱକପ୍ ; ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀଙ୍କୁ ନିମନ୍ତ୍ରଣ

କୋଲକାତା: ହକି ବିଶ୍ବକପ ପାଇଁ ସାରା ଭାରତକୁ ନିମନ୍ତ୍ରଣ କରୁଛି ଓଡ଼ିଶା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିମନ୍ତ୍ରଣ କରୁଛନ୍ତି ଓଡ଼ିଶାର ମନ୍ତ୍ରୀମାନେ । ଏହି କ୍ରମରେ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀଙ୍କୁ ନିମନ୍ତ୍ରଣ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ମନ୍ତ୍ରୀ ଶ୍ରୀକାନ୍ତ ସାହୁ କୋଲକାତା ଯାଇ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀଙ୍କୁ ହକି ବିଶ୍ୱକପ୍ ପାଇଁ ନିମନ୍ତ୍ରଣ କରିଛନ୍ତି । ମମତା ବନାର୍ଜୀ କିଛି ଜରୁରୀ କାର୍ଯ୍ୟ ପାଇଁ ଉପସ୍ଥିତ ନଥିଲେ । ପଶ୍ଚିମବଙ୍ଗ ସରକାରର ମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟଙ୍କୁ ଭେଟି ଶ୍ରୀକାନ୍ତ ସାହୁ ନିମନ୍ତ୍ରଣ ପତ୍ର ଦେଇଛନ୍ତି ।

ମନ୍ତ୍ରୀ ଚନ୍ଦ୍ରିମା ଏହି ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ ହକି ବିଶ୍ୱକପରେ ସାମିଲ ପାଇଁ ନିମନ୍ତ୍ରଣ ଜାଣି ଖୁସି ହେବେ ଏବଂ ସେ ନିଶ୍ଚୟ ଏହି ସମାରୋହରେ ଯୋଗଦେବେ । ନିମନ୍ତ୍ରଣ ପତ୍ର ସହ ହକି ଜର୍ସି ଓ ରୁପାର ଅଶୋକ ଚକ୍ର ପ୍ରଦାନ କରାଯାଇଥିଲା । ହକି ବିଶ୍ବକପ ପାଇଁ ନିମନ୍ତ୍ରଣ କରାଯାଉଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ମନ୍ତ୍ରୀ ଚନ୍ଦ୍ରିକା । ଜାନୁଆରୀ ୧୩ରୁ ୨୯ଯାଏ ଓଡ଼ିଶାରେ ହେବ ପୁରୁଷ ହକି ବିଶ୍ୱକପ । ଏଥିରେ ସାମିଲ ହେବାକୁ ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛି ଓଡିଶା ।

ମଝିଆକଶରେ ଦୁଇ ହେଲିକାପ୍ଟର ଧକ୍କା, ୪ ମୃତ

କାନବେରା:  ଅଷ୍ଟ୍ରେଲିଆର ମଝିଆକାଶରେ ଦୁଇଟି ହେଲିକାପ୍ଟର ମୁହାଁମୁହିଁ ଧକ୍କା ।  ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ୱାର୍ଲ୍ଡ ରିସର୍ଟ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୪ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ଗୁରୁତର ଭାବେ ଆହତ ହୋଇଛନ୍ତି ୩ ଜଣ । ଦୁର୍ଘଟଣା ପରେ ସେଠାରେ ଉଦ୍ଧାର କାର୍ଯ୍ୟ କରାଯାଇ ଗୁରୁତର ଯାତ୍ରୀଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏନେଇ ଘଟଣାର ତଦନ୍ତ କରୁଛି କୁଇନସଲ୍ୟାଣ୍ଡ ପୋଲିସ ସର୍ଭିସ । ଏହି ଘଟଣାର ତଦନ୍ତ କରୁଛି ଅଷ୍ଟ୍ରେଲିର ଟ୍ରାନସପୋର୍ଟ ସେଫଟି ବ୍ୟୁରୋ ।

ସୂଚନା ଅନୁଯାୟୀ, କୁଇନସଲ୍ୟାଣ୍ଡ ଷ୍ଟେଟ ଅନ୍ତର୍ଗତ ଗୋଲ୍ଟ କୋଷ୍ଟର ସି ଓ୍ବାର୍ଲଡ ଥିମ ପାର୍କ ନିକଟରେ ଏକ ହେଲିକପ୍ଟର ଉଡାଣ ଆରମ୍ଭ କରିବା ବେଳେ ଅନ୍ୟ ଏକ ହେଲିକପ୍ଟର ଅବତରଣ କରୁଥିବାରୁ ଏହି ଦୁର୍ଘଟଣା ଘଟିଥିଲା । କୁହାଯାଉଛି ଯେ, ଦୁର୍ଘଟଣା ପରେ ଗୋଟିଏ ହେଲିକାପ୍ଟର ସୁରକ୍ଷିତ ଅବତରଣ କରିବାରେ ସଫଳ ହୋଇଥିବା ବେଳେ ଅନ୍ୟଟି ଘଟଣା ପରେ ତୁରନ୍ତ ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣା ପରେ ସୁରକ୍ଷିତ ଲ୍ୟାଣ୍ଡ କରିଥିବା ହେଲିକାପ୍ଟରର କାଚ ଭାଙ୍ଗି ଯାତ୍ରୀଙ୍କ ଦେହରେ ବାଜିଥିଲା। ଏହାପରେ ଘଟଣାସ୍ଥଳରେ ଅନେକ ଯାତ୍ରୀଙ୍କ ପ୍ରାଥମିକ ଚିକିତ୍ସା ମଧ୍ୟ କରାଯାଇଛି।

ଦୁର୍ଘଟଣା ପରେ ସମୁଦ୍ରକୂଳରେ ଉପସ୍ଥିତ ଥିବା ପର୍ଯ୍ୟଟକମାନେ ତୁରନ୍ତ ଦୁର୍ଘଟଣାରେ ଶିକାର ହୋଇଥିବା ଲୋକଙ୍କୁ ସାହାର୍ଯ୍ୟ କରିବା ଆରମ୍ଭ କରିଥିଲେ। ସେଠାରେ ଉପଲବ୍ଧ ଥିବା ବୋଟ୍ ଏବଂ ଜେଟ ସ୍କିସ୍ ସାହାର୍ଯ୍ୟରେ ଆହାତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ  ହସ୍ପିଟାଲକୁ ପଠାଇଥିଲେ ।

ରାଜଧାନୀରେ ବନ୍ଦ ଘରୁ ମହିଳାଙ୍କ ଗଳିତ ମୃତଦେହ ଠାବ, ହତ୍ୟା ସନ୍ଦେହ

ଭୁବନେଶ୍ୱର: ଭୁବନେଶ୍ବର କୋରଡ଼କଣ୍ଟାରେ ଭଙ୍ଗାଘରୁ ମହିଳାଙ୍କ ମୃତଦେହ ଠାବ ହୋଇଛି । ଶିବ ମନ୍ଦିର ପାଖରେ ଥିବା ଏକ କଲୋନୀରେ ମହିଳାଙ୍କ ଗଳିତ ମୃତଦେହ ଠାବ କରିଛି ପୋଲିସ । ମୃତ ମହିଳାଙ୍କ ନାଁ ସରିତା ନାୟକ ହୋଇଥିବା ବେଳେ ନୟାଗଡ଼ ବାଣୀଗୋଚ୍ଛା ଅଞ୍ଚଳରେ ତାଙ୍କ ଘର । ସ୍ବାମୀ ଫେରାର ଥିବା ବେଳେ, ମହିଳାଙ୍କ ଭାଇକୁ ପଚରା ଉଚରା କରୁଛି ପୋଲିସ । ମୃତ ମହିଳା ଓ ତାଙ୍କ ସ୍ବାମୀ କୋରଡ଼କଣ୍ଟା ଅଞ୍ଚଳରେ ଏକ ଘରେ ରହି ଦିନ ମଜୁରିଆ ଭାବେ କାମ କରୁଥିଲେ ।

ଘଟଣାସ୍ଥଳରେ ସହିଦନଗର ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି । ପାରିପାର୍ଶ୍ବିକ ପରିସ୍ଥିତି ଦେଖି ହତ୍ୟା ବୋଲି ସନ୍ଦେହ କରୁଛି ପୋଲିସ । ପଡ଼ୋଶୀଙ୍କୁ ପଚରାଉଚରା ସହ ଚାଲିଛି ତଦନ୍ତ । ଅଣ୍ଡର କନଷ୍ଟ୍ରକ୍ସନ ଘରୁ ଏହି ମୃତଦେହ ଠାବ ହୋଇଛି । ଶହୀଦନଗର ଥାନା ପୋଲିସ ପହଞ୍ଚି ତଦନ୍ତ କରିବା ସହ ସାଇଣ୍ଟିଫିକ୍ ଟିମକୁ ମଧ୍ୟ ଘଟଣା ସ୍ଥଲକୁ ଆସିବା ପାଇଁ ଡକାଇଛି । ଯାହା ଜଣାପଡ଼ୁଛି ମହିଳାଙ୍କ ମୃତ୍ୟୁ ୩ ଦିନ ତଳେ ହୋଇଥାଏପାରେ । ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଯଦି ତାଙ୍କୁ ହତ୍ୟା କରାଯାଇଛି ତେବେ କିଏ କରିଛି ତାହା ତଦନ୍ତ ପରେ ପଦାକୁ ଆସିପାରିବ ।

 

ଆକ୍ରମଣରେ କିଭ୍ ଭିତ୍ତିଭୂମି ଧ୍ବଂସ

କିଭ୍: ନୂଆବର୍ଷରେ ୟୁକ୍ରେନ ଉପରେ ଘନ ଘନ ମିଶାଇଲ ମାଡ କରୁଛି ଋଷ । ରାଜଧାନୀ କିଭ୍ ସମେତ ପଶ୍ଚିମ ୟୁକ୍ରେନ ସହରଗୁଡ଼ିକରେ ଜୋରଦାର ଆକ୍ରମଣ ଜାରି ରହିଛି। ଇରାନ ମେଡ୍‌ ଡ୍ରୋନ ଓ ମିସାଇଲ ଆଟାକ ଯୋଗୁଁ ଅଧିକାଂଶ ସହର ଧ୍ବସ୍ତ ହୋଇଛି। ଖେରସନ ସ୍ଥିତ ଏକ ଶିଶୁ ହସ୍ପିଟାଲରେ ଋଷ ସେନା ଆକ୍ରମଣ କରିଛନ୍ତି । ଆଜି ସକାଳୁ ମଧ୍ୟ ଅଧିକାଂଶ ସହରରେ ମିସଇଲ ମାଡ କରୁଛି ମସ୍କୋ । ଏହାସହ କିଭର ଆଖପାଖ ଅଞ୍ଚଳରେ ଭିତ୍ତିଭୂମି ଉପରେ ଆକ୍ରମଣ ହୋଇଛି । ଆକ୍ରମଣରେ ବିଦ୍ୟୁତ୍ ଶକ୍ତି ବିଭ୍ରାଟ ହୋଇଥିବା ସୂଚନା ମିଳିଛି । ମିସାଇଲ ଓ ଡ୍ରୋନ ଆଟାକ ଯୋଗୁଁ ବହୁ ଏୟାର ରେଡ୍‌ ଆଲର୍ଟ ଜାରି କରାଯାଇଛି।

ସେପଟେ ଋଷ ଅକ୍ତିଆରରେ ଥିବା ଡୋନେସ୍କ ପ୍ରାନ୍ତରେ ମଧ୍ୟ ଘମାଘୋଟ ଲଢ଼େଇ ଚାଲିଛି । ମୁହାଁମୁହିଁ ହୋଇଛନ୍ତି ଋଷ-ୟୁକ୍ରେନ ସେନା । ଋଷର ୪୦ରୁ ଊର୍ଦ୍ଧ୍ବ ଡ୍ରୋନକୁ ୟୁକ୍ରେନ ସୈନ୍ୟ ନଷ୍ଟ କରିଥିବା ବେଳେ ରୁଷର ୪ଶହ  ସୈନିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ନୂଆବର୍ଷ ସନ୍ଧ୍ୟାରେ କିଭ୍ ସହରରେ ଆକ୍ରମଣ ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି ।

ଓଡ଼ିଶା ସିଭିଲ ସର୍ଭିସ୍ ଆଶାୟୀଙ୍କୁ ଆଉ ଏକ ସୁଯୋଗ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ଓଡ଼ିଶା ସିଭିଲ ସର୍ଭିସ ବା OCS ଆଶାୟୀଙ୍କୁ ପାଇଁ ଆଉ ଏକ ସୁଯୋଗ । ପରୀକ୍ଷାର୍ଥୀଙ୍କୁ ଆଉ ଏକ ସୁଯୋଗ ଦେବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି । ତିନୋଟି ସୁଯୋଗ ସରିଥିଲେ ବି ପରୀକ୍ଷା ପାଇଁ ମିଳିବ ଆଉ ଏକ ସୁଯୋଗ । ୨୦୧୯, ୨୦୨୦ ଓ ୨୦୨୧ରେ ଦେଇଥିବା ପରୀକ୍ଷାର୍ଥୀଙ୍କୁ ମିଳିବ ଆଉ ଏକ ସୁଯୋଗ ପାଇପାରିବେ । ୨୦୨୨ରେ ପରୀକ୍ଷା ଦେଇ ପାରିନଥିବା ଆଶାୟୀଙ୍କୁ ମିଳିଲା ସୁଯୋଗ । ଏନେଇ ସର୍ବୋଚ୍ଚ ବୟସସୀମା ଅତିକ୍ରମ କରିଥିଲେ ମଧ୍ୟ ପରୀକ୍ଷାର୍ଥୀ ଦେଇପାରିବେ ପରୀକ୍ଷା ।

ପୂର୍ବରୁ ମଧ୍ୟ ରାଜ୍ୟ ସରକାର ଆଶାୟୀଙ୍କୁ ଏଭଳି ସୁଯୋଗ ଦେଇଥିଲେ । ବିଭିନ୍ନ ସମୟରେ ଆଇନରେ ପରିବର୍ତ୍ତନ ଯୋଗୁ ଏହି ସୁଯୋଗ ମିଳୁଛି । ନିକଟରେ ଓଡ଼ିଆରେ ସିଭିଲ୍ ସର୍ଭିସ ପରୀକ୍ଷା ପାଇଁ ଅନୁମତି ମିଳିଛି । ଭବିଷ୍ୟତରେ ଆଉ ଏଭଳି ସୁଯୋଗ ମିଳିବ ନାହିଁ । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସଂକଳ୍ପ ଜାରି କରିଛି ।

ନାଇଡୁଙ୍କ ସମାବେଶ ସଭାରେ ପୁଣି ୩ ଜଣଙ୍କ ମୃତ୍ୟୁ

ବିଶାଖାପାଟନା: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ରାଲିରେ ପୁଣି ଅଘଟଣ।  ଚନ୍ଦ୍ରବାବୁଙ୍କ ସଭାରେ ଦଳାଚକଟାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହାତ ହୋଇଛନ୍ତି। ୪ ଦିନ ମଧ୍ୟରେ ଚନ୍ଦ୍ରବାବୁଙ୍କ କାର୍ଯ୍ୟକ୍ରମରେ ଏହା ଦ୍ବିତୀୟ ଘଟଣା। ରବିବାର ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶର ଗୁଣଟୁର ଜିଲ୍ଲାରେ ଅନୁଷ୍ଠିତ ଏକ ଆୟୋଜନା ସମାବେଶ ସଭାରେ ଏଭଳି ଅଘଟଣ ଘଟିଛି।

ସୂଚନା ଅନୁଯାୟୀ, ନୂଆ ବର୍ଷରେ ନାଇଡୁଙ୍କର ଏକ ବିଶାଳ ସମାବେଶର ଆୟୋଜନ ହୋଇଥିଲା । ଏଥିରେ ବହୁ ସଂଖ୍ୟାରେ ସମର୍ଥକ ସାମିଲ ହୋଇଥିଲେ। ଧସ୍ତାଧସ୍ତି ଓ ଦଳାଚକଟାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକେ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ସମ୍ପର୍କରେ ସ୍ବାସ୍ଥ୍ୟ ମନ୍ତ୍ରୀ ଭି ରଜନୀ କହିଛନ୍ତି ଯେ, ଜଣେ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ମେଡିକାଲ ସ୍ଥାନନ୍ତର କରାଯାଉଥିବା ବେଳେ ମୃତ୍ୟୁ ହୋଇଛି।  ଏହି ମୃତ୍ୟୁ ମାମଲାରେ ଟିଡିପିର ମୁଖ୍ୟ ନାଇଡୁ ଦାୟୀ ରହିବେ ବୋଲି  ସେ ଅଭିଯୋଗ କରିଛନ୍ତି ।

୪ ଦିନ ପୂର୍ବେ କନ୍ଦୁକୁରରେ ଚନ୍ଦ୍ରବାବୁଙ୍କ ରୋଡ୍ ଶୋ’ ବେଳେ ଦଳାଚକଟାରେ ୮ ଜଣଙ୍କ ମୃତ୍ୟୁ ହୋଇଥିଲା । ୨୦୨୪ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆନ୍ଧ୍ର ବିଧାନସଭାର ବିରୋଧୀ ଦଳ ନେତା ତଥା ତେଲୁଗୁ ଦେଶମ୍ ପାର୍ଟି (ଟିଡିପି) ମୁଖ୍ୟ ଚନ୍ଦ୍ରାବାବୁ ନାଇଡ଼ୁ ରାଜ୍ୟବ୍ୟାପୀ ଅଭିଯାନ ଚଳାଇଛନ୍ତି।

ଦେଶରେ xbb 1.5 ନୂଆ ଭ୍ୟାରିଆଣ୍ଟ ଚିହ୍ନଟ

ନୂଆଦିଲ୍ଲୀ: ରୂପ ବଦଳାଇଛି କରୋନା । ଦେଶରେ xbb 1.5 ନୂଆ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ବହୁତ ଥର କରୋନା ରୂପ ବଦଳାଇଲାଣି । ନୂଆ ଭ୍ୟାରିଆଣ୍ଟର ଲକ୍ଷଣ ଓ ଭୟାବହତା କେତେ ହେବ, ଜଣାପଡ଼ିନାହିଁ । ସେ ନେଇ ପରୀକ୍ଷା ଚାଲିଛି। ବର୍ତ୍ତମାନ ରାଜ୍ୟରେ ମାତ୍ର ୫୦ଜଣ କରୋନା ରୋଗୀ ଅଛନ୍ତି। ଆଗକୁ ସଂକ୍ରମଣ ବଢ଼ିପାରେ, କିନ୍ତୁ ଏହା କେତେ କ୍ଷତି ପହଞ୍ଚାଇବ, ଲକ୍ଷଣ କ’ଣ, ତା’ର ତଥ୍ୟ ଆସିନାହିଁ ।

ଆଗାମୀ ୩୦ରୁ ୪୦ ଦିନ ସତର୍କ ରହିବା ଆବଶ୍ୟକ । ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ସମସ୍ତ ମେଡିକାଲ୍ କଲେଜରେ ୨୦ଟି ଲେଖାଏଁ ବେଡ୍ ରହିଛି। ଜିଲ୍ଲା ଚିକିତ୍ସାଳୟରେ ମଧ୍ୟ ବେଡ୍ ମହଜୁଦ ଅଛି। ଆବଶ୍ୟକ ପଡ଼ିଲେ ବେଡ୍ ସଂଖ୍ୟା ବଢ଼ାଯିବ। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଏହି ସୂଚନା ଦେଇଛନ୍ତି ।

ହକି ପାଇଁ କଟକ, ଭୁବନେଶ୍ୱର ଓ ରାଉରକେଲାର ସମସ୍ତ ଅର୍ବାନ ପି.ଏଚ. ସି ଏବଂ ସି. ଏଚ. ସି ରେ ସମସ୍ତଙ୍କ ଟେଷ୍ଟିଂ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଛି। ଏହାସହ ହକି ଷ୍ଟାଡିୟମ ଭିତରେ ମଧ୍ୟ ଟେଷ୍ଟଂ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ । କେନ୍ଦ୍ର ସରକାରଙ୍କ ତରଫରୁ ଟିକାକରଣ ପାଇଁ ନିର୍ଦ୍ଦେଶ ଆସିନାହିଁ। ରାଜ୍ୟରେ ଟିକାକରଣ ପାଇଁ ସବୁ ବ୍ୟବସ୍ଥା ଅଛି । କେନ୍ଦ୍ରରୁ ନିର୍ଦ୍ଦେଶ ଆସିଲା ପରେ ଟିକାକରଣ ଆରମ୍ଭ ହେବ।