ଆଫଗାନିସ୍ତାନ କାବୁଲରେ ବିସ୍ଫୋରଣ, ୬ ମୃତ

କାବୁଲ: କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ପୁଣିଥରେ ବିସ୍ଫୋରଣ ହୋଇଥିବା ଖବର ସାମ୍ନାକୁ ଆସିଛି । କାବୁଲରେ ବିଦେଶ ମନ୍ତ୍ରଣାଳୟ ପାଖରେ ଆଜି ଏକ ଜୋରଦାର ବିସ୍ଫୋରଣ ହୋଇଛି । ଏହି ଭୟଙ୍କର ବିସ୍ଫୋରଣରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ହୋଇଯାଇଛି ଏବଂ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସରକାରଙ୍କ ପକ୍ଷରୁ ବିସ୍ଫୋରଣ ନେଇ ଅଫିସିଆଲ୍ ଷ୍ଟେଟମେଣ୍ଟ ଆସିନାହିଁ । ଏକ ନ୍ୟୁଜ ଏଜେନ୍ସି ମୁତାବିକ ସୋମବାର ଡାଉନଟାଉନରେ ଦାଉଦଜଇ ଟ୍ରେଡ ସେଣ୍ଟର ପାଖରେ ଏହି ବିସ୍ଫୋରଣ ଘଟିଛି ।

ଏହା ପୂର୍ବରୁ ମଧ୍ୟ ଆଫଗାନିସ୍ତନରେ ଅନେକ ବଡ଼ ବୋମା ବିସ୍ଫୋରଣ ହୋଇଛି । ଅବଶ୍ୟ ତାଲିବାନ ସରକାର ବର୍ତ୍ତମାନ ସୁଦ୍ଧା କୌଣସି ରିପୋର୍ଟ ବା ଟିପ୍ପଣୀ ଦେବାକୁ ମନା କରିଦେଇଛନ୍ତି । ସେହିପରି ଖାମା ପ୍ରେସ ତାଲିବାନ ସରକାରଙ୍କୁ କୋଟ୍ କରି କହିଛି ଯେ ବିଦେଶ ମନ୍ତ୍ରଣାଳୟର କର୍ମଚାରୀମାନେ ବିଲ୍ଡିଂକୁ ଛାଡ଼ି ଦେଇଛନ୍ତି । କୁହାଯାଉଛି ଯେ ଏହି ବିସ୍ଫୋରଣ ଆତ୍ମଘାତୀ ଥିଲା । ତେବେ ଏହା ପୂର୍ବରୁ ଜାନୁଆରୀରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ।