ପଶ୍ଚିମା ଝଡ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ୍ୱର: ପଶ୍ଚିମା ଝଡ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା । ଟୁଇଟସିଟିରେ ତାଣ୍ଡବ ରଚିଛି କାଳବୈଶାଖୀ । ପବନ ସହିତ ପ୍ରବଳ ବର୍ଷା ହୋଇଛି । ଯାଜପୁର କୋରେଇରେ ସର୍ବାଧିକ ୬୮ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେହିପରି କେନ୍ଦୁଝର ହାଟଡିହିରେ ୫୧.୧ ଓ ବୌଦ୍ଧ କଣ୍ଟାମାଳରେ ୪୪.୪ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଆସନ୍ତା ୨୪ ଘଣ୍ଟାରେ ଝଡ଼ବର୍ଷା ନେଇ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଘଡ଼ଘଡ଼ି ବିଜୁଳି ସହିତ ବର୍ଶା ନେଇ ୧୦ ଜିଲ୍ଲାକୁ ସତର୍କତା ଜାରି ହୋଇଛି । ଉତ୍ତର ଓ ଉପକୂଳ ଓଡ଼ିଶା ବିଶେଷ ଭାବେ ପ୍ରଭାବିତ ହେବ । ଅନ୍ୟପଟେ ଆସନ୍ତା 29 ତାରିଖରୁ ଆସୁଛି ଆଉ ଏକ ପଶ୍ଚିମା ଝଡ଼ । 30ରେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । 31ତାରିଖରେ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଉପକୂଳିଆ ଜିଲ୍ଲାଗୁଡ଼ିକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି । ଚାଷୀମାନଙ୍କୁ ସତର୍କ କରାଯାଇଛି ।