କୋଲକାତା ନାଇଟ୍ ରାଇଡର୍ସକୁ ମିଳିଲା ନୂଆ ଅଧିନାୟକ, ଆହତ ଶ୍ରେୟସଙ୍କ ସ୍ଥାନରେ ନୀତିଶ ନେବେ ନେତୃତ୍ୱ

ନନ୍ଦିଘୋଷ ବ୍ୟୁରୋ: କୋଲକାତା ନାଇଟରାଇଡର୍ସ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଚଳିତ ସଂସ୍କରଣ ପାଇଁ ନୂଆ ଅଧିନାୟକଙ୍କ ନାଁ ଘୋଷଣା କରିଦେଇଛି । ଦିଲ୍ଲୀର ବାମହାତୀ ବ୍ୟାଟ୍ସମ୍ୟାନ ନୀତିଶ ରାଣା ଚଳିତ ସିଜିନରେ ଦଳର ନେତୃତ୍ୱ ନେବେ । ନୀତିଶ ଆହତ ଶ୍ରେୟସଙ୍କ ସ୍ଥାନ ନେବେ । କୋଲକାତାର ନିୟମିତ ଅଧିନାୟକ ଶ୍ରେୟସ ଆୟରଙ୍କ ପିଟିର ତଳ ଭାଗରେ ଆଘାତ କାରଣରୁ ଚଳିତ ସିଜିନରେ ଖେଳିପାରବେନି । କୋଲକାତା ନାଇଟ ରାଇଡର୍ସ ନିଜ ବୟାନରେ କହିଛି ଯେ, “ଆମକୁ ଆଶା ରହିଛି ଯେ ଶ୍ରେୟସ ଆୟର ଖୁବଶୀଘ୍ର ଠିକ୍ ହୋଇଯିବେ ।

ସେ ଆଇପିଏଲର ଏହି ସଂସ୍କରଣରେ ଭାଗ ନେଇପାରନ୍ତି । ଆମେ ଭାଗ୍ୟଶାଳୀ ଯେ ନୀତିଶଙ୍କ ପାଖରେ ଅଧିନାୟକତ୍ୱର ଅନୁଭବ ରହିଛି । ସେ ହ୍ୱାଇଟ ବଲ୍ କ୍ରିକେଟରେ ନିଜ ରାଦ୍ୟର ନେତୃତ୍ୱ କରୁଛନ୍ତି ଏବଂ ୨୦୧୮ରୁ କୋଲକାତା ନାଇଟ ରାଇଡର୍ସ ସହ ଅଛନ୍ତି । ସେ ଭଲ କାମ କରିବେ । ଫ୍ରାଞ୍ଚାଇଜି ନିଜ ବୟାନରେ ଆଗକୁ କହିଛି ଯେ, ଆମକୁ ସମ୍ପୂର୍ଣ୍ଣ ଭରସା ଅଛି ଯେ ମୁଖ୍ୟ କୋଚ୍ ଚନ୍ଦ୍ରକାନ୍ତ ପଣ୍ଡିତ ଏବଂ ସହଯୋଗୀ ଷ୍ଟାଫ୍ ତାଙ୍କୁ ମୈଦାନ ବାହାରେ ସମସ୍ତ ପ୍ରକାର ଆବଶ୍ୟକୀୟ ସହଯୋଗ କରିବେ ଏବଂ ଦଳରେ ଅନୁଭବୀ ଖେଳାଳିଙ୍କ ସହଯୋଗ ମଧ୍ୟ ତାଙ୍କୁ ମିଳିବ । ଆମେ ତାଙ୍କର ନୂଆ ଭୂମିକା ପାଇଁ ଶୁଭେଚ୍ଛା ଜଣାଉଛୁ ଏବଂ ଶ୍ରେୟସଙ୍କର ଶୀଘ୍ର ଆରୋଗ୍ୟ ପଇଁ ପ୍ରାର୍ଥନା କରୁଛୁ । ”

ଶ୍ରେୟସ ଆୟର ଅଧିକାରୀକ ରୂପରେ ଆଇପିଏଲ୍ ୨୦୨୩ ସିଜିନରୁ ବାଦ୍ ପଡ଼ିନାହାନ୍ତି ତାଙ୍କ ପିଠିରେ ସମସ୍ୟା ଏବଂ ସେ ନିଜ ଘରେ ଆୟୁର୍ବେଦିକ ଚିକିତ୍ସା କରାଉଛନ୍ତି ଡାକ୍ତର ତାଙ୍କୁ ଆରାମ କରିବା ପାଇଁ ପରାମର୍ଶ ଦେଇଛନ୍ତି ଯଦି ଶ୍ରେୟସ ଏହିଭଳି ହିଁ ଫିଟ୍ ହୋଇଯାଆନ୍ତି ତେବେ ସେ ଅଧା ସିଜିନ ପରେ ଆଇପିଏଲ ୨୦୨୩ରେ ଖେଳାପାରନ୍ତି ଆଉ ଯଦି ଫିଠିର ସର୍ଜରି କରାନ୍ତି ତେବେ ସମ୍ପୂର୍ଣ୍ଣ ସିଜିନରୁ ବାଦ୍ ପଡ଼ିଯିବେ ଏମିତିକି କ୍ରିକେଟରୁ ତାଙ୍କୁ ୬ମାସ୍ ଦୂରରେ ରହିବେ ତେଣୁ ଆଶା କରାଯାଉଛି ଯେ ଆୟୁରବେଦିକ ଚିକିତ୍ସାରେ ସେ ସୁସ୍ଥ ହୋଇଯିବେ