spot_img
Home Blog Page 3450

ଡାଇବେଟିସ ରୋଗୀ ବି ଖାଇପାରିବେ ମିଠା, ଏହି ୪ଟି ଖାସ୍‌ କଥା ଜାଣନ୍ତୁ ବଢିବନି ସୁଗାର

ନନ୍ଦିଘୋଷ ବ୍ୟୁରୋ: ବିବାହ ସିଜିନରେ ମିଠା ଖାଇବାକୁ କାହାକୁ ବା ଭଲ ନ ଲାଗେ  । ମିଠା ବିନା ଛୋଟ ବଡ ସବୁ ସେଲିବ୍ରେସନ ଫିକା  । କିନ୍ତୁ ବିବାହ ଭୋଜିରେ ମିଠା ଖାଇବାକୁ ନେଇ ଦ୍ବନ୍ଦରେ ରହିଥାନ୍ତି ଡାଇବେଟିସ ରୋଗୀ  । ଆଖି ସାମନାରେ ମନ ପସନ୍ଦର ମିଠା ଦେଖି ବି ବ୍ଲଡ ସୁଗର ବୃଦ୍ଧି ଡରରେ ମିଠାଠୁ ଦୂରେଇ ରୁହନ୍ତି  । ଏବେ ପ୍ରଶ୍ନ ଉଠୁଛି ଯେ ସତରେ କଣ ଡାଇବେଟିସ ରୋଗୀ ବିଲକୁଲ ମିଠା ଖାଇ ପାରିବେ ନାହିଁ  । ଯଦି ଖାଇବେ ତାହା କେମିତି ଖାଇବେ  । ଯେଉଁଥିପାଇଁ ସେମାନଙ୍କ ବ୍ଲଡ ସୁଗାର ନ ବଢି ପୂର୍ବଭଳି ରହିବ  ।

ଡାକ୍ତରଙ୍କ କହିବାନୁସାରେ ଡାଇବେଟିସ ରୋଗୀ ବେଳେବେଳେ ମିଠା ଖାଇ ପାରିବେ  । ଯେଉଁ ରୋଗୀଙ୍କ ବ୍ଲଡ ସୁଗାର ନିୟନ୍ତ୍ରଣରେ ଥିବ ସେମାନେ କେବଳ ଏଭଳି କରିପାରିବେ  । ଯେଉଁମାନଙ୍କ ବ୍ଲଡ ସୁଗାର ଉଚ୍ଚସ୍ତରରେ ଅଛି ସେମାନେ ଆଦୌ ଖାଇବା ଉଚିତ ନୁହେଁ  । ବରଂ ସାବଧାନତା ଅବଲମ୍ବନ କରି ସେମାନେ ମିଠା ଖାଇପାରିବେ  । ଏଥିପାଇଁ ମିଠା ଖାଇବା ପୂର୍ବରୁ ଫାଇବର ଓ ପ୍ରୋଟିନଯୁକ୍ତ ଖାଦ୍ୟ ଖାଇବା ଉଚିତ  । ସେହିପରି ଖାଦ୍ୟରେ ଫ୍ୟାଟ୍‌ ଓ କାବର୍ସକୁ ସାମିଲ କରିବା ଉଚିତ୍‌  । ଏହାପରେ ଡାଇବେଟିସ ରୋଗୀ ମିଠା ଖାଇବା ଉଚିତ  । ଏହି କଥାକୁ ଧ୍ୟାନ ରଖିଲେ ବ୍ଲଡ ସୁଗର ଦ୍ରୁତ ଗତିରେ ବଢିବ ନାହିଁ  ।

ଜାଣନ୍ତୁ କେମିତି ଖାଇବେ ମିଠା

୧. ଖାଲି ପେଟରେ ଡାଇବେଟିସ ରୋଗୀ ମିଠା ଖାଇବା ଅନୁଚିତ । ଏମିତି କଲେ ବ୍ଲଡ ସୁଗାର ହଠାତ ବଢିଯିବାର ବିପଦ ଦେଖାଦିଏ  । ଏଣୁ ରୋଗୀଙ୍କୁ ସକାଳ ଜଳଖିଆ ବା ମଧ୍ୟାହ୍ନ ଭୋଜନ ପରେ ମିଠା ଖାଇବା ଉଚିତ ।

୨. ରାତି ସମୟରେ ଡାଇବେଟିସ ରୋଗୀ ମିଠା ଖାଇବା ଉଚିତ ନୁହେଁ  । ରାତିରେ ମିଠା ଖାଇଲେ ନିଦରେ ସମସ୍ୟା ଦେଖାଦିଏ  । ଏହା ସହ ରାତିରେ ବାରମ୍ବାର ପରିସ୍ରା ବି ଲାଗିଥାଏ  । ସେହିପରି ସକାଳୁ ଉଠିବା ପରେ ବାନ୍ତି ସମସ୍ୟା ବି ଦେଖାଦିଏ  ।

୩. ଡାଇବେଟିସ ରୋଗୀ କେବେ କେମିତି ଶୁଖିଲା ମିଠା ଖାଇପାରିବେ  । କୋଲ୍ଡ ଡ୍ରିଙ୍କସ ଓ ମିଠା ଜୁସ ଠୁ ଦୂରେଇ ରହିବା ଉଚିତ  । ତରଳ ମିଠା ଖୁବ ଶୀଘ୍ର ବ୍ଲଡ ସୁଗାର ବଢାଇ ଦେଇଥାଏ  ।

ଏଠାରେ ଆମେ କହିରଖୁଛୁ ଟାଇପ ୧ ଡାଇବେଟିସ ଓ ଇନସୁଲିନ ନେଉଥିବା ରୋଗୀ ବିଲକୁଲ ବି ମିଠା ଖାଇବା ଉଚିତ ନୁହେଁ  ।

 

ମହାଶିବରାତ୍ରିରେ ହରହର ମହାଦେବ ଚିତ୍ରାଙ୍କନ ପ୍ରତିଯୋଗିତା

ନନ୍ଦିଘୋଷ ବ୍ୟୁରୋ: ପବିତ୍ର ମହାଶିବରାତ୍ରି ଅବସରରେ ଦୈନିକ ‘ସକାଳ’ ଓ ‘ନନ୍ଦିଘୋଷ’ ଟିଭି ତରଫରୁ ଆୟୋଜିତ ହେଉଛି ଚିତ୍ରାଙ୍କନ ପ୍ରତିଯୋଗିତା  । ମହାଦେବଙ୍କ ଅମୃତ କଥା ଓ ମହିମାକୁ ନେଇ ରଙ୍ଗତୂଳିରେ ଚିତ୍ରାଙ୍କନ କରିବେ ପ୍ରତିଯୋଗୀ  । ଭାଗନେଇଥିବା ପ୍ରତିଯୋଗୀ ଚିତ୍ରାଙ୍କନର ବିଭିନ୍ନ ବର୍ଗରେ ପାଇବେ ଆକର୍ଷଣୀୟ ପୁରସ୍କାର ।

ଭାଗନେବାକୁ ଇଛୁକ ଥିବା ପ୍ରତିଯୋଗୀଙ୍କ ପାଇଁ ନିର୍ଦ୍ଧିଷ୍ଟ ସୀମାରେଖା ରହିଛି  ।
1. category-01 :From Std -I to std-III
category-02 : From Std –IV to Std-VI
category -3 : From Std –VII to Std -X

2. ପ୍ରତିଯୋଗିତାରେ କେବଳ ସ୍କୁଲ ଛାତ୍ରଛାତ୍ରୀମାନେ ଭାଗ ନେଇପାରିବେ ।
3. ପ୍ରତିଯୋଗୀମାନେ ନିଜ ସ୍କୁଲ ମାଧ୍ୟମରେ ଅଂଶ ଗ୍ରହଣ କରିବା ପାଇଁ ଆବେଦନ କରିପାରିବେ ।
4. ଶିବରାତ୍ରି ଦିନ (ତା ୧୮.୨.୨୩ ରିଖ ) ସକାଳ ୬ଟା ୩୦ ପୂର୍ବରୁ ବୁଦ୍ଧ ଜୟନ୍ତୀ ପାର୍କ,ନୀଳାଦ୍ରି ବିହାର ଠାରେ ଉପସ୍ଥିତ ହୋଇ ନିଜ ନାମ ରେଜିଷ୍ଟ୍ରେସନ କରିବା ଆବଶ୍ୟକ ।
5. ପ୍ରତିଯୋଗୀମାନେ ଚିତ୍ରାଙ୍କନ ପାଇଁ ଆବଶ୍ୟକ ଉପକରଣ ସାଥିରେ ଆଣିବେ ।ଚିତ୍ରାଙ୍କନ ପାଇଁ ଡ୍ରଇଁ ସିଟ୍ କେବଳ ଯୋଗାଇ ଦିଆଯିବ ।
6. ଚିତ୍ରାଙ୍କନ ସମୟ ସକାଳ ୭ଟାରୁ ୧୦ଟା ।ବିଚାରକମାନଙ୍କ ଦ୍ବାରା ମନୋନୀତ ଶ୍ରେଷ୍ଠ ଯୋଗ୍ୟ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ ।
7. ବିଶେଷ ସୂଚନା ପାଇଁ ସ୍କୁଲ ପ୍ରଧାନ ଶକ୍ଷକଙ୍କ ସହ ଯୋଗାଯୋଗ କରନ୍ତୁ ।

 

ବିବାହ ବନ୍ଧନରେ ବାନ୍ଧି ହେଲେ ଅଭିନେତ୍ରୀ ସ୍ୱରା ଭାସ୍କର

ମୁମ୍ବାଇ: ସମାଜବାଦୀ ପାର୍ଟି ନେତା ଫାହଦ ଅହମ୍ମଦଙ୍କ ହାତ ଧରିଲେ ଅଭିନେତ୍ରୀ ସ୍ୱରା ଭାସ୍କର। ଗତ ଜାନୁଆରୀ ୬ରେ ସ୍ବତନ୍ତ୍ର ବିବାହ ଆଇନ ଅନୁସାରେ ଉଭୟ କୋର୍ଟରେ ପଞ୍ଜିକରଣ କରିଥିବା ବିଷୟ ପ୍ରକାଶ କରିଛନ୍ତି ଅଭିନେତ୍ରୀ । ବର୍ତ୍ତମାନ ସମାଜବାଦୀ ପାର୍ଟିର ମହାରାଷ୍ଟ୍ର ଯୁବ ଶାଖା ସଭାପତି ଅଛନ୍ତି ଫାହଦ। ବିବାହ ପଞ୍ଜିକରଣ ବେଳେ କୋର୍ଟରେ ଉପସ୍ଥିତ ଥିଲେ ସ୍ବରାଙ୍କ ବାପାମା ।

ଟୁଇଟରର ନିଜର ନିରୋଳା ପ୍ରେମ ବିଷୟରେ ବି ଉଲ୍ଲେଖ କରିଛନ୍ତି ସ୍ବରା । କିଛିଦିନ ତଳେ ସ୍ବରା ଭାସ୍କରଙ୍କ ଏକ ଫଟୋକୁ ନେଇ ସସପେନ୍ସ ଜାରି ରହିଥିଲା । ପୂର୍ବରୁ ଲେଖକ ହିମାଂଶୁ ଶର୍ମାଙ୍କ ସହ ସ୍ବରାଙ୍କ ସମ୍ପର୍କ ନେଇ ଚର୍ଚ୍ଚା ଚାଲିଥିଲା । ତେବେ ୨୦୧୯ରେ ଏହି ସମ୍ପର୍କ ଛିନ୍ନ ହୋଇଥିଲା । ଏକ ଆନ୍ଦୋଳନ କାର୍ଯ୍ୟକ୍ରମରୁ ଫାହଦ ଅହମ୍ମଦଙ୍କ ସହ ସ୍ବରାଙ୍କ ସାକ୍ଷାତ ହୋଇଥିଲା । ପରେ ଏହା ପ୍ରେମର ରୂପ ନେଇଥିଲା ।

ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ପୃଥ୍ୱୀ ସ’ଙ୍କ ସହ ଗଣ୍ଡଗୋଳ ଘଟଣାରେ ସପନା ଗିଲ ଗିରଫ

ନୂଆଦିଲ୍ଲୀ: ଭାରତୀୟ ଟିମର ଷ୍ଟାର କ୍ରିକେଟର ପୃଥ୍ୱୀ ଶ’ଙ୍କ ସହ ଗଣ୍ଡଗୋଳ ଘଟଣାରେ ବ୍ଲଗର ତଥା ୟୁଟ୍ୟୁବର ସପନା ଗିଲଙ୍କୁ ଗିରଫ କରିଛି। ଓଶିବାରା ପୋଲିସ ସପନାଙ୍କୁ ଗିରଫ ପରେ ତାଙ୍କର ମେଡିକାଲ୍ ଟେଷ୍ଟ କରାଯାଇଛି ।

ସୂଚନା ଅନୁଯାୟୀ,  ସପନା ଗିଲଙ୍କୁ ଶୁକ୍ରବାର ଦିନ କୋର୍ଟରେ ହାଜର କରାଯିବ । ଏହି ମାମଲାରେ ଆହୁରି ଅଧିକ ଲୋକଙ୍କୁ ଗିରଫ କରାଯିବାର ଆଶଙ୍କା ରହିଛି । ସେଲଫି ନେବାକୁ ପୃଥ୍ବୀ ସ ମନା କରିବାରୁ ତାଙ୍କ କାର୍ ଭଙ୍ଗାରୁଜା କରିଥିଲେ ମହିଳା ଓ ତାଙ୍କ ସମର୍ଥକ ।  ମୁମ୍ବାଇର ଏକ ହୋଟେଲରୁ ପୃଥ୍ବୀ ସ’ ଫେରୁଥିବା ବେଳେ ସେଲଫି ନେବାକୁ ୨ ଜଣ ଆସିଥିଲେ । ଏହାପରେ ସେଠାରେ ଉପସ୍ଥିତ ଥିବା ଅନ୍ୟ ଲୋକମାନେ ମଧ୍ୟ ସେଲଫି ନେବାକୁ କହିଥିଲେ ।

ହେଲେ ପୃଥ୍ୱୀ ସ ସେଲଫି ନେବାକୁ ମନା କରି ଦେଇଥିଲେ । ତୁରନ୍ତ ଲୋକଙ୍କୁ ହଟାଇବାକୁ ହୋଟେଲର ସିକ୍ୟୁରିଟି ଗାର୍ଡଙ୍କୁ କହିଥିଲେ । ହେଲେ କିଛି ସମୟ ପରେ ପୃଥ୍ବୀ ସ ହୋଟେଲରୁ ବାହାରିବା ପରେ ତାଙ୍କୁ ଓ ତାଙ୍କ ବନ୍ଧୁ ସୁରେନ୍ଦ୍ର ଯାଦବଙ୍କୁ ଆକ୍ରମଣ ହୋଇଥିଲା । ଅଭିଯୁକ୍ତମାନେ ତାଙ୍କ କାରକୁ ଭଙ୍ଗାରୁଜା କରିବା ସହ ଧମକ ଦେଇଥିଲେ । ଆକ୍ରମଣକାରୀ ବେସବଲ୍ ଷ୍ଟିକ୍ ଜରିଆରେ ଆକ୍ରମଣ କରିଥିଲେ। ପୋଲିସ ୮ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ସପନା ଗିଲଙ୍କୁ ଗିରଫ କରିଛି । ଖୁବଶୀଘ୍ର ଅନ୍ୟମାନଙ୍କୁ ଗିରଫ କରାଯିବ ବୋଲି କହିଛି ପୋଲିସ ।

 

ଦେବ୍ରୀଗଡ଼କୁ ବ୍ୟାଘ୍ର ପ୍ରକଳ୍ପ ମାନ୍ୟତା, ସ୍ଥାନାନ୍ତର ହେଲେ ୪୫ ପରିବାର

ନନ୍ଦିଘୋଷ ବ୍ୟୁରୋ: ଦେବ୍ରିଗଡ଼କୁ ମିଳିଲା ବ୍ୟାଘ୍ର ପ୍ରକଳ୍ପ ମାନ୍ୟତା । ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି ଏନଟିସିଏ । ଏଭଳି ଘୋଷଣା ପରେ ୨ ମାସ ମଧ୍ୟରେ ଶେଷ ହେବ ସର୍ଭେ କାମ । ୮୦୪ ଦଶମିକ ୫୧ ବର୍ଗ କିଲୋମିଟର ଅଞ୍ଚଳ ପରିବ୍ୟାପ୍ତ ହେବ ପ୍ରକଳ୍ପ । ଶିମିଳିପାଳ ଓ ସାତକୋଶିଆ ପରେ ରାଜ୍ୟର ତୃତୀୟ ବ୍ୟାଘ୍ର ପ୍ରକଳ୍ପ ଭାବେ ଦେବ୍ରିଗଡ଼ ନାଁ ଘୋଷଣା କରାଯାଇଛି । ଏହାଦ୍ବାରା ବାଘକୁ ମିଳିବ ନୂଆ ଠିକଣା ।

ବ୍ୟାଘ୍ର ପ୍ରକଳ୍ପ ପାଇଁ ଦେବ୍ରିଗଡ଼ର ୮ଟି ପରିବାର ଓ ଝାଗଡେ ବେହେରାର ୩୭ ପରିବାରକୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ମୋଟ ୪୫ଟି ପରିବାରକୁ ସ୍ଥାନାନ୍ତର କରାଯାଇଛି । ସୁନାବେଡା ଅଭୟାରଣ୍ୟ ଓ ଛତିଶଗଡ଼ର ଉଦନ୍ତି ସୀତାନଦୀକୁ ବ୍ୟାଘ୍ର ପ୍ରକଳ୍ପକୁ ସଂଯୋଗ କରୁଛି ଦେବ୍ରିଗଡ଼ ବ୍ୟାଘ୍ର ପ୍ରକଳ୍ପ । ସେହିପରି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ମଧ୍ୟ ସଂଯୋଗ କରୁଛି ଦେବ୍ରିଗଡ଼ ।

ଚାକିରୀ କରାଇଦେବା ନାଁରେ ସାଢ଼େ ୩ ଲକ୍ଷ ଟଙ୍କା ଠକି ନେଲା ଦୁର୍ବୁତ୍ତ

ନନ୍ଦିଘୋଷ ବ୍ୟୁରୋ: ଜାମସେଦପୁର ଟାଟା ଷ୍ଟିଲ୍ ରେ ଚାକିରୀ କରାଇଦେବା ନାଁ ରେ ସାଢ଼େ ୩ ଲକ୍ଷ ଟଙ୍କା ଠକି ନେଲା ଦୁର୍ବୁତ୍ତ । ଠକାମୀର ଶିକାର ହୋଇଛନ୍ତି ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳର ଶକ୍ତି ପ୍ରସନ୍ନ ସ୍ୱାଇଁ । ଇଲେକ୍ଟ୍ରିକାଲ ଡିଗ୍ରୀ ସାରିବା ପରେ ପରେ ବେକାର ଥିଲେ ଶକ୍ତି । ଏହି ସମୟରେ ଅଭିଯୁକ୍ତ ସନ୍ଦୀପ ପ୍ରଧାନଙ୍କ ସହ ତାଙ୍କ ଭେଟ ହୋଇଥିଲା । ସନ୍ଦୀପ ଲକ୍ଷ୍ମୀସାଗର ଅଞ୍ଚଳରେ ଏକ ପ୍ଲେସମେଣ୍ଟ ଅଫିସ ଖୋଲିଥିଲେ ।

ଚାକିରୀ କରାଇ ଦେବେ କହି ପର୍ଯ୍ୟାୟକ୍ରମେ ଶକ୍ତିଙ୍କ ଠାରୁ 3 ଲକ୍ଷ 50 ହଜାର ଟଙ୍କା ନେଇଥିଲେ । ବିଶ୍ବାସ ଜନ୍ମାଇବା ପାଇଁ ଶକ୍ତିକୁ ଜାମସେଦପୁରକୁ ନେଇ ନକଲି ଟାଟା ଷ୍ଟିଲ ଅଧିକାରୀଙ୍କ ସହ ସାକ୍ଷାତ ମଧ୍ୟ କରାଇଥିଲେ । ଟଙ୍କା ନେବାର 4 ବର୍ଷ ବିତିଯାଇଥିଲେ ମଧ୍ୟ ଚାକିରୀ ଦେଇ ନଥିଲେ । ଯେଉଁ ଅଫିସ କରିଥିଲେ ସେ ଅଫିସ ବନ୍ଦ କରି ଫୋନ୍ ସୁଇଚଅଫ୍ କରି ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି । ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଶକ୍ତି ।

ବାପା ଆରପାରିକୁ ଚାଲିଗଲେ, ମୁଖ୍ୟମନ୍ତ୍ରୀ ମୋ ମା’ଙ୍କୁ ମରଣ ମୁହଁରୁ ବଞ୍ଚାଇଲେ

ନନ୍ଦିଘୋଷ ବ୍ୟୁରୋ: ଜୀବନ ଦେଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ । ସଂଜୀବନୀ ସାଜିଛି BSKY କାର୍ଡ  । ନିଜ ମାଆର ଜୀବନ ଫେରି ପାଇଲା ପରେ ଜଣେ ରୋଗୀଙ୍କ ଆତ୍ମୀୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି  । ଯାଜପୁର ଜିଲ୍ଲା ନାଉବାଙ୍କ ଗ୍ରାମର ସୁମନ୍ତ କୁମାର ସାହୁ କହନ୍ତି “ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ମୋ ମା’ ଙ୍କୁ ମରଣ ମୁହଁରୁ ବଞ୍ଚାଇଲେ” । ଏ ବିଷୟରେ ଅଧିକ ପଚାରିବାରୁ ସେ କହିଲେ – ଆମର ଛୋଟ ଚାଷ ବନ୍ଦି ପରିବାର । ସିଂଘପୁର ହାଟରେ ଛୋଟ ଜଳଖିଆ ଦୋକାନ କରି ବାପା ଓ ମୁଁ ଘର ଚଳାଉ ।

ସେ କହିଛନ୍ତି, ମୋ ମା’ ସ୍ନେହଲତା ସାହୁ (୫୨) ଙ୍କୁ ଲଗାତର ଜ୍ୱର ହେଉଥିଲା । ଗୋଡ଼ ଭୀଷଣ ବିନ୍ଧୁଥିଲା । ସେ ସବୁବେଳେ ଅଥୟ ହେଉଥିଲେ । ବିଭିନ୍ନ ପ୍ରାଥମିକ ପରୀକ୍ଷାରୁ ଜଣା ପଡ଼ିଲା ମା’ଙ୍କର ହିମଗ୍ଲୋବିନ୍ କମୁଛି । ପ୍ଲେଟଲେଟ୍ ମଧ୍ୟ କମୁଛି । ତା’ ପରେ ମେଡ଼ିସିନ୍ ସ୍ପେସାଲିଷ୍ଟଙ୍କୁ ଦେଖେଇଲୁ । ବିଭିନ୍ନ ପରୀକ୍ଷାରୁ ଜଣା ପଡ଼ିଲା ଯେ ମା’ଙ୍କର ବ୍ଲଡ୍ କ୍ୟାନସର ହୋଇଛି । ଏଥିରେ ବ୍ୟଥିତ ହୋଇ ବାପା ହାର୍ଟ-ଷ୍ଟ୍ରୋକରେ ୨୦୨୧ ମସିହା ଜାନୁଆରୀ ୧୭ ତାରିଖ ଦିନ ଆରପାରିକୁ ଚାଲିଗଲେ ।

ଆମେ ଭାଇଭଉଣୀ ତିନିଜଣ । ମୁଁ ବଡ । ପାଠ ପଢୁଥିଲି ଓ ବାପାଙ୍କ ସାଙ୍ଗରେ କାମ କରୁଥିଲି । କ’ଣ କରିବୁ ବୁଦ୍ଧି ଦେଖାଗଲାନି । ଆମକୁ ବି.ଏସ୍.କେ.ୱାଇ. କାର୍ଡ଼ ସାହସ ଦେଲା । ଗାଁ ଲୋକଙ୍କୁ ପଚରା ପଚରି କରି ମା’ଙ୍କ ଚିକିତ୍ସା କଥା ବୁଝିଲୁ ଓ ତାଙ୍କୁ ନେଇ ସମ୍ ହସ୍ପିଟାଲ ଗଲୁ । ଗୋଟେ କାଉଣ୍ଟରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲେଖାଯାଇଥିଲା । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଚିତ୍ର ଥାଇ ବି.ଏସ୍.କେ.ୱାଇ. କାର୍ଡ଼ର ଏକ ଛବି ସେହି କାଉଣ୍ଟରରେ ମରାଯାଇଥିଲା । ସେହି କାଉଣ୍ଟରକୁ ଗଲୁ । କାଉଣ୍ଟର ପାଖରେ ଥିବା ସ୍ୱାସ୍ଥ୍ୟମିତ୍ରମାନେ ସାହାଯ୍ୟ କଲେ । ବି.ଏସ୍.କେ.ୱାଇ. କାର୍ଡ଼ରେ ଆଡ଼ମିଶନ୍ ହେଲା ।

ହେମାଟୋଲୋଜୀ ବିଭାଗର ପ୍ରଫେସର ମାଡ଼ାମ୍ ପ୍ରୀୟଙ୍କା ସାମଲ ମା’ ଙ୍କୁ ଦେଖିଲେ । ପରୀକ୍ଷା ନିରୀକ୍ଷା କରୀ ଚିକିତ୍ସା କଲେ । କେମୋ ଥେରାପି ଓ ଔଷଧ ଆଦି ମାଗଣାରେ ଦେଲେ । ପୁଣି ମା ଙ୍କ ଅବସ୍ଥା ପରୀକ୍ଷା କରି ବୋନମାରୋ ପ୍ରତିରୋପଣ ପାଇଁ ପରାମର୍ଶ ଦେଲେ । ସେତେବେଳକୁ ବି.ଏସ୍.କେ.ୱାଇ. କାର୍ଡ଼ ର ୫ ଲକ୍ଷ ଟଙ୍କା ପ୍ରାୟ ସରିଆସିଲାଣି । ବୋନମାରୋ ପ୍ରତିରୋପଣ ପାଇଁ କେଉଁଠୁ ଏତେ ଟଙ୍କା ଆଣିବୁ ବୋଲି ଆମେ ଭାଇ ଭଉଣୀ ଚିନ୍ତାରେ ପଡ଼ିଲୁ । ହସ୍ପିଟାଲରେ ଥିବା ସ୍ୱାସ୍ଥ୍ୟମିତ୍ରମାନେ ସାହାସ ଦେଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧିକ ଟଙ୍କା ପାଇଁ ହସ୍ପିଟାଲକୁ ଅନୁମୋଦନ ଦେଲେ । ସେହିଠାରେ ମା’ଙ୍କର ଚିକିତ୍ସା ଚାଲିଲା । ବୋନମାରୋ ପ୍ରତିରୋପଣ ହେଲା । ଡ଼ାକ୍ତର ମାଡ଼ାମ୍ ଏବଂ ନର୍ସମାନେ ମା’ ଙ୍କର ବହୁ ସେବା ଯତ୍ନ କଲେ । ଏବେ ଆମେ ମା’ଙ୍କୁ ନେଇ ଘରକୁ ଆସିଲୁଣି । ମା’ ସୁସ୍ଥ ଅଛନ୍ତି । ଚିକିତ୍ସା ପାଇଁ ଖର୍ଚ୍ଚ ହୋଇଥିବା ପ୍ରାୟ ୧୦ ଲକ୍ଷ ଟଙ୍କା ଓଡ଼ିଶା ସରକାର ବି.ଏସ୍.କେ.ୱାଇ. କାର୍ଡ଼ ମାଧ୍ୟମରେ ଯୋଗାଇଛନ୍ତି । ମୁଖ୍ୟମନ୍ତ୍ରୀ ମୋ ମା’ଙ୍କୁ ମରଣ ମୁହଁରୁ ବଞ୍ଚାଇଲେ । ଆମେ ସବୁ ଭାଇ ଭଉଣୀ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଚିର କୃତଜ୍ଞ ବୋଲି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସୁମନ୍ତ କୁମାର ସାହୁ ।

ଗାଧୋଇବାକୁ ଯାଇଥିଲେ, ଗଳା କାଟି ହତ୍ୟାକଲେ..

ବରଗଡ଼: ଯୁବତୀଙ୍କ ଗଳା କାଟି ହତ୍ୟା ଅଭିଯୋଗ । ବରଗଡ଼ ଜିଲ୍ଲା ପାଇକମାଳ ଥାନା ଅନ୍ତର୍ଗତ ଜର୍ଜଗଡ଼ ଗାଁର ଜଣେ ଯୁବତୀଙ୍କ ମୃତଦେହ ଆଜି ଗାଁ ପାଖରେ ପଡ଼ିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଯୁବତୀ ଜଣଙ୍କ ଗାଧୋଇବାକୁ ଯାଇଥିଲେ । କେହି ଦୁର୍ବୃତ୍ତ ଯୁବତୀଙ୍କ ଗଳାକାଟି ହତ୍ୟା କରିଥିବା ଅନୁମାନ କରାଯାଉଛି ।

ଯୁବତୀଙ୍କ ଚିତ୍କାର ଶୁଣି ତାଙ୍କ ବଡ଼ ଓ ସାନ ଭଉଣୀ ପହଞ୍ଚି ରକ୍ଷା କରିବା ପାଇଁ ପ୍ରୟାସ କରିଥିଲେ । ଦୁର୍ବୃତ୍ତ ଆକ୍ରମଣରେ ସାନ ଭଉଣୀ ହାତରେ ଗଭୀର ଆଘାତ ଲାଗିଛି । ପାଇକମାଳ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସାଇଣ୍ଟିଫିକ ଟିମ ଓ ଅନୁସନ୍ଧାନୀ କୁକୁର ତଦନ୍ତରେ ସାମିଲ ହୋଇଥିବା ଥାନା ଅଧିକାରୀ ସୁଶାନ୍ତ କୁମାର ବଢ଼େଇ ସୂଚନା ଦେଇଛନ୍ତି ।

BMC ନୂଆ କାର୍ଯ୍ୟାଳୟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବଦଳିଲା ବିଏମସି କାର୍ଯ୍ୟାଳୟର ଠିକଣା । ସତ୍ୟନଗର ସ୍ଥିତ ଆଇସିଏମଓସି 12 ମହଲା ବିଶିଷ୍ଟ କୋଠାକୁ ସ୍ଥାନାନ୍ତର ହେଲା ବିଏମସି କାର୍ଯ୍ୟାଳୟ । ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଇସିଏମଓସି କୋଠା ସମ୍ପର୍କିତ ଭିଡିଓ ସ୍କ୍ରିନିଂ ପରେ ବିଏମସି ପକ୍ଷରୁ ପ୍ରସ୍ତୁତ ସଫା ଆପକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ପରେ ସେଠାରେ ଇଣ୍ଟିଗ୍ରାଲ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ବା ICCC ହଲ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବିଏମସିର ନୂତନ କୋଠା ଉଦ୍ଘାଟନ ପରେ ଆସନ୍ତା 20ତାରିଖରେ ପ୍ରସ୍ତାବିତ କର୍ପୋରେସନ ବୈଠକ ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ସେହିଭଳି କଳ୍ପନା ଛକରୁ ବିଏମସି ମୁଖ୍ୟ କାର୍ଯ୍ୟାଳୟ ସ୍ଥାନାନ୍ତର ପରେ ସାମନ୍ତରାପୁରଠାରେ ଭଡାରେ ଚାଲିଥିବା ବିଏମସିର ଦକ୍ଷିଣ-ପୂର୍ବ ଜୋନାଲ କାର୍ଯ୍ୟାଳୟ କଳ୍ପନା ଛକ ସ୍ଥିତ ପୁରୁଣା ବିଏମସି କୋଠାକୁ ସ୍ଥାନାନ୍ତର ହେବ । ପୂର୍ବରୁ ଏହି କୋଠାକୁ ଡେଲଏଟ ଭଳି ବହୁରାଷ୍ଟ୍ରୀୟ କମ୍ପାନୀ ସମେତ ସ୍ମାର୍ଟସିଟି କାର୍ଯ୍ୟାଳୟ ସ୍ଥାନାନ୍ତରିତ ହୋଇସାରିଛି ।

ଧର୍ମେନ୍ଦ୍ରଙ୍କୁ ଜୟନାରାୟଣଙ୍କ ଗୁଣ୍ଡାଗର୍ଦ୍ଦି କଥା ମନେ ପକାଇଲେ ପ୍ରଣବ

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜୟନାରାୟଣ ମିଶ୍ରଙ୍କ ଗୁଣ୍ଡାଗର୍ଦ୍ଦି କଥା ମନେ ପକାଇଦେଲେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଜୟନାରାୟଣ ମିଶ୍ର ଅତିତରେ ବିଜେପି ରାଜ୍ୟ ସଭାପତିଙ୍କୁ ପିଟିପିଟି ରକ୍ତାକ୍ତ କରିଥିଲେ । ଏଥିପାଇଁ ସେ ୬ ବର୍ଷ ପାଇଁ ଦଳରୁ ସସପେଣ୍ଡ ହୋଇଥିଲେ । ଗୋଟିଏ ପରେ ଗୋଟିଏ ଅପରାଧ କରି ଚାଲିଥିବା ସେଇ ନେତା ଗତକାଲି ଜଣେ ମହିଳା ଆଇଆଇସିଙ୍କୁ ମାଡ଼ ମାରିଛନ୍ତି ।

ବିଡମ୍ବନାର ବିଷୟ ଯେ ଯେଉଁ ଜୟନାରାୟଣଙ୍କ ଠାରୁ ରାଜ୍ୟ ସଭାପତି ଦିନ ମାଡ ଖାଇଥିଲେ ସେଇ ଜୟନାରାୟଣଙ୍କ ପାଇଁ ଓକିଲାତି କରିବାକୁ ତାଙ୍କୁ ବାଧ୍ୟ କରାଯାଉଛି । ବିଜେପି ଭଳି ରାଷ୍ଟ୍ରୀୟ ଦଳର ରାଜ୍ୟ ସଭାପତିଙ୍କୁ ବିରୋଧୀ ଦଳ ନେତା ଯେଉଁଭଳି ବ୍ୟବହାର କରିଛନ୍ତି ତାହା ଅତି ଦୁଃଖଦାୟକ । ଏଭଳି ଘଟଣାରେ ଧର୍ମେନ୍ଦ୍ର ପ୍ରଧାନ ଚୁପ ରୁହନ୍ତୁ ନାହିଁ ବୋଲି କହିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।