spot_img
Home Blog Page 3451

୨୦୪୭ ସୁଦ୍ଧା ଦେଶରେ ରକ୍ତହୀନତା ମୂଳପୋଛ କରିବାକୁ ଲକ୍ଷ୍ୟ

ନନ୍ଦିଘୋଷ ବ୍ୟୁରୋ: ବଜେଟରେ ସ୍ବାସ୍ଥ୍ୟ ବିଭାଗକୁ ଫୋକସ କରାଯାଇଛି। ୨୦୧୪ରୁ ନିର୍ମାଣ କରାଯାଇଥିବା ୧୫୭ଟି ମେଡିକାଲ କଲେଜ ନର୍ସିଂ କଲେଜ ନିର୍ମାଣ କରାଯିବ। ୨୦୪୭ ସୁଦ୍ଧା ରକ୍ତହୀନତା ମୂଳପୋଛ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ସିକିଲ୍ ସେଲ ଆନେମିଆ ଏଲିମିନେସନ ମିଳନ ଆରମ୍ଭ କରାଯିବ। ଦେଶରେ ବଢାଯିବ ICMR ଗବେଷଣା କେନ୍ଦ୍ର। ଫାର୍ମାସ୍ୟୁଟିକାଲ କ୍ଷେତ୍ରରେ ଗବେଷଣା ପାଇଁ ନୂଆ କାର୍ଯ୍ୟକ୍ରମ ଆରମ୍ଭ କରାଯିବ।

ଚିକିତ୍ସା କ୍ଷେତ୍ରରେ ଘରୋଇ ନିବେଶକୁ ପ୍ରୋତ୍ସାହନ ଦିଆଯିବ। ସାରା ଦେଶରେ ଟିକାକରଣ ପ୍ରାଥମିକତା ଭିତ୍ତିରେ କରାଯାଇଛି । ୧୨୦କୋଟି ଲୋକଙ୍କୁ ୨୨୦କୋଟି ଡୋଜ୍ ଟିକା ଦିଆଯାଇଛି। ବଜେଟରେ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଣିକି ମ୍ୟାନହୋଲକୁ ଯିବେନି ମଣିଷ। ସମସ୍ତ ସହରରେ ନର୍ଦ୍ଦମା ଓ ସେପଟିକ ଟାଙ୍କିକୁ ମେସିନ ହୋଲ ମୋଡକୁ ଅଣାଯିବ। ୨୦୧୭ରୁ ନର୍ଦ୍ଦମା ସଫେଇ ପାଇଁ ଯାଇଥିବା ବେଳେ ପ୍ରାୟ ୪ଶହ ଜଣ ପ୍ରାଣ ହରାଇଲେଣି।

ସେହିପରି ଏଣିକି ପ୍ୟାନ କାର୍ଡ ହେବ ପରିଚୟ ପତ୍ର। କେଓ୍ବାଇସି ବ୍ୟବସ୍ଥାକୁ ଅଧିକ ସରଳୀକରଣ କରାଯିବ। ଡିଜି ଲକରର ବ୍ୟବହାର ବଢ଼ାଯିବ। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ପାଇଁ ୩ଟି ସେଣ୍ଟର ଅଫ୍ ଏକ୍ସିଲେନ୍ସ ପ୍ରତିଷ୍ଠା କରାଯିବ। ଫାଇଭ୍-ଜି ବିକାଶ ପାଇଁ ଇଂଜିନିୟରିଂ ଇନଷ୍ଟିଚ୍ୟୁଟରେ ଶହେ ଲ୍ୟାବ ପ୍ରତିଷ୍ଠା ହେବ। ୩ବର୍ଷ ପାଇଁ ୪୭ଲକ୍ଷ ଯୁବକଙ୍କୁ ଡିବିଟି ସ୍କିମରେ ଭତ୍ତା ଦିଆଯିବ। କ୍ରେଡିଟ୍ ଗ୍ୟାରେଣ୍ଟି ଯୋଜନା ପାଇଁ ୯ହଜାର କୋଟି ରଖାଯାଇଛି ।

ଟଙ୍କା ରଙ୍ଗ ସହ ମ୍ୟାଚିଂ ଶାଢ଼ୀ ପିନ୍ଧନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ସଂସଦରେ ବଜେଟ ଅଧିବେଶନ ଆଜିଠୁ ଆରମ୍ଭ ହୋଇଛି । ଏହା ମଧ୍ୟରେ ଚର୍ଚ୍ଚାକୁ ଆସିଛି ଅର୍ଥମନ୍ତ୍ରୀଙ୍କ ନାଲି ଶାଢୀ । ନିର୍ମଳାଙ୍କ ଶାଢୀର ଡିଜାଇନ୍ ଅନେକ ସମୟରେ ଦେଶର କରେନ୍ସି ସହ ମ୍ୟାଚ୍ ହୋଇଥାଏ। ୨୦୨୩-୨୪ ବଜେଟ୍ ଉପସ୍ଥାପନା ବେଳେ ସେ ଲାଲ୍ ରଙ୍ଗର ସମ୍ବଲପୁରୀ ସିଲ୍କ ଶାଢୀରେ ନଜର ଆସିଛନ୍ତି। ଯାହା ଟେମ୍ପଲ୍ ଶାଢୀ ଭାବେ ପରିଚିତ ।

ଖାସକରି ବଜେଟ୍ ଉପସ୍ଥାପନା ସମୟରେ ନାଲି ରଙ୍ଗର  ଶାଢୀ ପିନ୍ଧିଥାନ୍ତି ଅର୍ଥମନ୍ତ୍ରୀ। ୨୦୧୯ରେ ନିଜର ପ୍ରଥମ ବଜେଟ୍ ଉପସ୍ଥାପନା ବେଳେ ରାନୀ ରଙ୍ଗର ଶାଢୀରେ ନଜର ଆସିଥିଲେ । ଯାହା ଗମ୍ଭୀରତା , ସଦଭାବ ଓ ସନ୍ତୁଷ୍ଟିର ପ୍ରତୀକ । ୨୦୨୦ ବଜେଟ୍ ସମୟରେ  ସେ ହଳଦିଆ ରଙ୍ଗର ଶାଢୀରେ ନଜର ଆସିଥିଲେ । ୨୦୨୧ରେ ୩ୟ ବଜେଟ୍ ବେଳେ ନିର୍ମଳା ଧଳା ଓ ନାଲି ରଙ୍ଗର ଶାଢୀରେ ନଜର ଆସିଥିଲେ । ୨୦୨୨ରେ  ବ୍ରାଉନ୍ ରଙ୍ଗର ଶାଢୀ ପିନ୍ଧିଥିଲେ ଅର୍ଥମନ୍ତ୍ରୀ । ନାଲି ରଙ୍ଗକୁ ଅଧିକ ପ୍ରାଧାନ୍ୟ ଦେଉଥିବା ଅର୍ଥମନ୍ତ୍ରୀଙ୍କ ଶାଢୀର ରଙ୍ଗ ଅନେକ ସମୟରେ ଟଙ୍କା ରଙ୍ଗ ସହ ମଧ୍ୟ ମ୍ୟାଚିଂ ହୋଇଥାଏ, ଆସନ୍ତୁ ଜାଣିବା…

ଜାନୁଆରୀ ୨୬ ହାଲୱା ସେରେମନିରେ ନିର୍ମଳା ସବୁଜ ଓ ଗ୍ରୀନ ରଙ୍ଗର କାଞ୍ଜିବରମ୍ ଶାଢୀରେ ନଜର ଆସିଥିଲେ। ଅର୍ଥମନ୍ତ୍ରୀ ଖାସ୍ ମୁହୁର୍ତ୍ତରେ ସମ୍ବଲପୁରୀ, କାଞ୍ଜିବରମ୍ ଶାଢୀ ପିନ୍ଧୁଥିବା ବେଳେ କଳା ରଙ୍ଗର ଶାଢୀ ପିନ୍ଧିବାର ନଜର ନାହିଁ।

ଦେଶର ଏତେବଡ଼ ଦାୟିତ୍ୱ ସମ୍ଭାଳୁଥିବା ନିର୍ମଳା ସବୁବେଳେ ଶାଢୀରେ ନଜର ଆସିଥାନ୍ତି। ୨୦୨୨, ଡିସେମ୍ବର ୧୭ରେ ଦିଲ୍ଲୀ ଜନପଥରେ ହ୍ୟାଣ୍ଡଲୁମ୍ ବଜାର ବୁଲିଥିଲେ ଅର୍ଥମନ୍ତ୍ରୀ । ପରେ ଇଭେଣ୍ଟର ଏକ ଫଟୋ ସୋସିଆଲ୍ ମିଡିଆରେ ଶେୟାର କରି ସେ ଲେଖିଥିଲେ #MySariMyPride`

୨୦୧୯, ଜାନୁଆରୀ ୩୦ରେ ସହିଦ ଦିବସ । ସୀତାରମଣ ରାଜଘାଟରେ କ୍ରିମ୍ ରଙ୍ଗର ମଣିପୁରୀ ଶାଢୀରେ ନଜର ଆସିଥିଲେ । ଖାସ୍ ଡିଜାଇନର ଏହି ଶାଢୀ ମଣିପୁରର ମୋଇରଙ୍ଗ ଗାଁରେ ତିଆରି ହୋଇଥାଏ । କ୍ରିମ୍ ରଙ୍ଗ ଶାନ୍ତି ଓ ଶୁଦ୍ଧତାର ପ୍ରତୀକ ହୋଇଥିବା ବେଳେ ଏହି କଲର୍ ୧୦ ଟଙ୍କିଆ ନୋଟରେ ଥାଏ ।

ପଶ୍ଚିମବଙ୍ଗର ଏକ କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ମଙ୍ଗଲାଗିରି ସିମ୍ପଲ୍ କଟନ୍ ଶାଢୀରେ ନଜର ଆସିଥିଲେ। ଯାହାର ରଙ୍ଗକୁ ଦେଖିଲେ ୨୦ ଟଙ୍କିଆ ନୋଟ୍ କଥା ମନେ ପଡିଯାଏ।

ସେହିପରି ସଂସଦରେ ଅର୍ଥମନ୍ତ୍ରୀ ନୀଳ ରଙ୍ଗର ଜାମଦାନୀ ଶାଢୀରେ ନଜର ଆସିଥିଲେ। ଏହି ରଙ୍ଗକୁ ଦେଖିଲେ ୫୦ ଟଙ୍କିଆ ନୋଟ୍ କଥା ମନେପଡିବ ।ଅନେକ ସମୟରେ ନିର୍ମଳା ହାଲୁକା ବାଇଗଣୀ ରଙ୍ଗର ଶାଢୀରେ ନଜର ଆସିଥାନ୍ତି । ୧୦୦ ଟଙ୍କିଆ ନୋଟ୍ ସହ ମ୍ୟାଚିଂ କରୁଥିବା ଏହି ଶାଢୀ ଓଡ଼ିଶାର ପ୍ରସିଦ୍ଧ ସମ୍ବଲପୁରୀ ଶାଢୀ। ୨୦୧୮ରେ ଆସିଥିଲା ହାଲୁକା ବାଇଗଣୀ ରଙ୍ଗର ୧୦୦ ଟଙ୍କିଆ ନୋଟ୍ । ଯାହା ଆଧ୍ୟାତ୍ମିକତାକୁ ଦର୍ଶାଇଥାଏ ।

ଅର୍ଥମନ୍ତ୍ରୀ ନିର୍ମଳା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ସାକ୍ଷାତ ବେଳେ ଗେରୁଆ ରଙ୍ଗର କଟନ୍ ଶାଢୀରେ ନଜର ଆସିଥିଲେ । ଯାହାର ରଙ୍ଗ ପୂରାପୂରି  ୨୦୦ ଟଙ୍କିଆ ନୋଟ୍ ସହ ମେଳ ଖାଉଥିଲା।

ଅକ୍ଟୋବର ୨୦୨୨ରେ ନିର୍ମଳା ଆମେରିକାରେ ଆୟୋଜିତ ୱାଲ୍ଡ ବ୍ୟାଙ୍କର ବୈଠକରେ ସିମେଣ୍ଟ ରଙ୍ଗର ସାଉଥ୍ କଟନ୍ ଶାଢୀ ପିନ୍ଧିଥିଲେ। ଏହି ରଙ୍ଗ ୫୦୦ ଟଙ୍କିଆ ନୋଟ୍ ର ରଙ୍ଗ ଭଳି ଦେଖାଯାଉଥିଲା।

ଖାଲି ଏତିକି ନୁହେଁ ନିଜ ବାସଭବନରେ ୨୦୦୦ ଟଙ୍କିଆ ନୋଟ୍ ରେ ଥିବା ଲାଭେଣ୍ଡର ରଙ୍ଗର ଶାଢୀରେ ମଧ୍ୟ ନଜର ଆସିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

 

‘ସାଧାରଣ ଲୋକଙ୍କ ଆଶାର ବଜେଟ, ପୂରଣ ହେବ ବିରାଟ ସଂକଳ୍ପ’

ନୂଆଦିଲ୍ଲୀ: ବଜେଟ ପରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ  । ସବୁବେଳେ ମଧ୍ୟବିତ୍ତଙ୍କ ପାଇଁ ସରକାର ଠିଆ ହୋଇଛି । ସର୍ବଦା ଆମ କାର୍ଯ୍ୟ ମଧ୍ୟବିତ୍ତଙ୍କ ପାଇଁ କାର୍ଯ୍ୟ କରୁଛୁ  । ଏଥିପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ତାଙ୍କ ଟିମଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ବିକଶିତ ଭାରତର ବିରାଟ ସଂକଳ୍ପକୁ ପୂରଣ କରିବା ପାଇଁ ଏ ବଜେଟ ପ୍ରସ୍ତୁତ ହୋଇଛି । ଏ ବଜେଟ ସାଧାରଣ ଲୋକଙ୍କ ଆଶାର ବଜେଟ  । ସମସ୍ତଙ୍କ ସ୍ୱପ୍ନକୁ ପୁରଣ କରିବ ଚଲିତ ବର୍ଷର ଆର୍ଥିକ ବଜେଟ  ।

ସହର ମହିଳାଙ୍କ ଠାରୁ ଗାଁରେ ଥିବା ମହିଳା ପର୍ଯ୍ୟନ୍ତ ସମସ୍ତଙ୍କୁ ମିଳିବ ରୋଜଗାର  । ଜୀବନକୁ ସହଜ କରିବା ପାଇଁ ସରକାର ଅନେକ କାର୍ଯ୍ୟକ୍ରମମାନ ନେଇଛନ୍ତି ହାତକୁ  । ଏହା ସହିତ ମହିଳା SHG ଗ୍ରୁପ ଆଜି ଭାରତେର ବଡ ସାମର୍ଥ୍ୟବାନ ସଂଗଠନ  ରୂପେ ଠିଆ ହୋଇଛି । ମହିଳାଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଏହି ବଜେଟରେ ବିଶେଷ ଯୋଜନା ମଧ୍ୟ କରାଯାଇଛି  । ଜନଧନ ଆକାଉଣ୍ଟ ମାଧ୍ୟରେ ସାମାନ୍ୟ ପରିବାରର ଗୃହିଣୀ ମାତା ଓ ଭଉଣୀ ଲାଭବାନ ହୋଇଛନ୍ତି  ।

ଦୁନିଆରେ ସବୁଠି ବଡ଼ ଅନ୍ନ ଭଣ୍ଡାର ନିର୍ମାଣ କରିଛି ଭାରତ  । କୃଷି କ୍ଷେତ୍ରଠାରୁ ପଶୁପାଳକ ପର୍ଯ୍ୟନ୍ତ  । ସମସ୍ତଙ୍କ ଉତ୍ପାଦନର ମୂଲ୍ୟ ଦେବାକୁ ସରକାର ପ୍ରହୟାସରତ  । ଡିଜିଟାଲ ଦୁନିଆରେ ଆଗକୁ ବଢୁଛି ଭାରତ  । ଭାରତରେ ମିଲେଟର ଅନେକ ନାମ ରହିଛି  । ତେଣୁ ଘରେ ଘରେ ପହଁଚିଛି ମିଲେଟ  । ଏହାର ସର୍ବାଧିକ ଲାଭ ପାଉଛନ୍ତି ଭାରତର ଛୋଟିଆ କୃଷକ  । ସୁପରଫୁଡକୁ ଶ୍ରୀ ଅନ୍ନ ନାମରେ ଯୋଜନା କରାଯାଇଛି  ।

ଏହି ବଜେଟ ଗ୍ରୀନ ଇକୋନୋମି, ଗ୍ରୀନ ଏନର୍ଜିକୁ ବିସ୍ତାର ଦେବ  । ଟେକ୍ନୋଲୋଜି ଏବଂ ଡିଜିଟାଲକୁ ବହୁତ ବଳ ଦେବ ଏବି ବଜେଟ  । ଅନେକ କ୍ଷେତ୍ରେର ନୂଆ ଇନଫ୍ରାଷ୍ଟ୍ରକ୍ଚର ଆବଶ୍ୟକତା ରହିଛି  । ଚଳିତବର୍ଷ ୧୦ ଲକ୍ଷ କୋଟିର ଅଦ୍ଭୁତପୂର୍ବ  ନିବେଶ କରାଯାଇଛି  । ଯୁବକଙ୍କୁ ନୂଆ ରୋଜଗାର ଦେବାକୁ ସରକାର ପ୍ରୟାସରତ  । ଇଜ ଅଫ ଡୁଇଙ୍କ ବିଜେନେସ ଠାରୁ କ୍ରେଡିଟ ସପୋର୍ଟ ବ୍ୟବସ୍ଥା  ।

ବଡ କମ୍ପାନୀ ଠାରୁ ଛୋଟ କମ୍ପାନୀ ସମସ୍ତଙ୍କ ପାଇଁ ନୂଆ ବ୍ୟବସ୍ଥା କରାଯାଇଛି  । ବଦଳୁଥିବା ଭରତରେ ମଧ୍ୟମବର୍ଗ ଆଗକୁ ବଢିବେ  । ଜୀବନର ପ୍ରତିଟି କ୍ଷେତ୍ରରେ ମଧ୍ୟମବର୍ଗ ପ୍ରଧାନ ଭୂମିକାରେ ଅବସ୍ଥାନ  । ଭାରତର ଯୁବକ ହିଁ ଭାରତର ଶକ୍ତି  । ଠିକ ସେହିଭଳି ବଢୁଥିବା ଭାରତର ଶକ୍ତି ହେଉଛନ୍ତି ମଧ୍ୟମବର୍ଗ  ।

 

ନବ ଦାସଙ୍କୁ ହତ୍ୟା ଘଟଣା; ତଦନ୍ତର ତଦାରଖ କରିବେ ଜଷ୍ଟିସ ଜେ.ପି ଦାସ

କଟକ: ନବକିଶୋର ଦାସଙ୍କୁ ଗୁଳି କରି ହତ୍ୟା ଘଟଣାରେ ତଦନ୍ତର ତଦାରଖ କରିବେ ଜଷ୍ଟିସ ଜେ.ପି ଦାସ। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ.ପି ଦାସ । ତଦନ୍ତ ପ୍ରକ୍ରିୟାର ତଦାରଖ ପାଇଁ ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ଚିଠି ଲେଖିଥିଲେ ରାଜ୍ୟ ସରକାର ।

ହାଇକୋର୍ଟର ଜଣେ ବିଚାରପତିଙ୍କ ତତ୍ତ୍ୱାବଧାନରେ ତଦନ୍ତ ପାଇଁ ଅନୁରୋଧ କରିଥିଲେ ରାଜ୍ୟ ସରକାର । ଏହା ଅତ୍ୟନ୍ତ ସ୍ପର୍ଶକାତର ଘଟଣା । କାରଣ ଏହି ଘଟଣାରେ ଜଣେ ପୋଲିସଙ୍କର ସଂପୃକ୍ତି ରହିଛି । ତଣୁ ତଦନ୍ତରେ ସର୍ବୋଚ୍ଚ ସ୍ବଚ୍ଛତା ଓ ପ୍ରତିବଦ୍ଧତା ଆବଶ୍ୟକ ରହିଛି । ରାଜ୍ୟ ସରକାର ଏଥିପାଇଁ ହାଇକୋର୍ଟଙ୍କୁ ଏଭଳି ଅନୁରୋଧ କରିଥିଲେ । ରାଜ୍ୟ ସରକାରଙ୍କ ଅନୁରୋଧ ପରେ ଜଷ୍ଟିସ ଜେ.ପି ଦାସ ଦାୟିତ୍ବ ଦିଆଯାଇଛି ।

Budget 2023: ଜାଣନ୍ତୁ ବଜେଟରେ କାହାକୁ ଅଧିକ ଫୋକସ୍…

ନୂଆଦିଲ୍ଲୀ: ସଂସଦରେ ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୨୦୨୩-୨୪ ଆର୍ଥିକ ବର୍ଷରେ କ’ଣ ରହିଛି ସରକାରଙ୍କ ଯାେଜନା । କେଉଁ କ୍ଷେତ୍ରକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଗ୍ରାଧିକାର ଦେଇଛନ୍ତି । ଜାଣନ୍ତୁ ବଜେଟରେ କାହାକୁ ମିଳିଛି ଅଧିକ ଫୋକସ୍…

୭ ଲକ୍ଷ ଆୟ ଯାଏ ଟିକସ ଛାଡ଼-
ମଧ୍ୟବିତ୍ତଙ୍କୁ ଖୁସି କରିଛନ୍ତି ନିର୍ମଳା । ଆୟକର ସୀମାକୁ ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି କରିଛନ୍ତି । ୦ରୁ ୩ ଲକ୍ଷ ପର୍ଯ୍ୟନ୍ତ ଶୂନ ପ୍ରତିଶତ ଆୟକର । ୩ରୁ ୬ ଲକ୍ଷ ପର୍ଯ୍ୟନ୍ତ ଆୟକର ୫ ପ୍ରତିଶତ । ୬ରୁ ୯ ଲକ୍ଷ ପର୍ଯ୍ୟନ୍ତ ଆୟକର ୧୦ ପ୍ରତିଶତ । ୯ରୁ ୧୨ ଲକ୍ଷ ପର୍ଯ୍ୟନ୍ତ ୧୫ ପ୍ରତିଶତ ଆୟକର । ୧୨ରୁ ୧୫ ଲକ୍ଷ ପ୍ରଯ୍ୟନ୍ତ ଆୟକର ୨୦ ପ୍ରତିଶତ । ୧୫ରୁ ଅଧିକ ହେଲେ ୩୦ ପ୍ରତିଶତ ଦେବାକୁ ପଡିବ ଆୟକର ।

ରେଳ ଭିତ୍ତିଭୂମିକୁ ଅଗ୍ରାଧିକାର-
ରେଳ ପାଇଁ ଭଣ୍ଡାର ଖୋଲିଛନ୍ତି ନିର୍ମଳା । ୨୦୨୩-୨୪ ଆର୍ଥିକ ବର୍ଷର ବଜେଟରେ ରେଲୱେ ପାଇଁ ୨.୪୦ ଲକ୍ଷ କୋଟି ଟଙ୍କାର ବଜେଟ ଘୋଷଣା କରାଯାଇଛି । ରେଲୱେର ନୂଆ ଯୋଜନା ପାଇଁ ୭୫ ହଜାର କୋଟି ଟଙ୍କା ବିନିଯୋଗ ହେବ। ସେହିପରି ୫୦ଟି ଅତିରିକ୍ତ ବିମାନବନ୍ଦର ଓ ଏୟାରଷ୍ଟ୍ରିପର ପୁନରୁଦ୍ଧାର କରିବେ ସରକାର। ସେହିପରି ‘ବନ୍ଦେ ଭାରତ ଟ୍ରେନ୍’ ଉପରେ ଚଳିତ ବଜେଟ୍ ଅଧିକ ଧ୍ୟାନ ଦେବ। ଖୁବ୍ ଶୀଘ୍ର ୨୦୦ ‘ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍’ ନିର୍ମାଣ କରିବା ପାଇଁ ଟେଣ୍ଡର୍ ଦିଆଯିବ। ନୂଆ ପ୍ରକଳ୍ପକୁ ବଜେଟରେ ଅଗ୍ରାଧିକାର ମିଳିଛି ।

ମହିଳା ଓ ବୟସ୍କଙ୍କ ପାଇଁ ବଡ଼ ଘୋଷଣା-
ଚଳିତ ବଜେଟରେ ମହିଳା ସମ୍ମାନ ସଞ୍ଚୟ ପତ୍ର ଘୋଷଣା କରାଯାଇଛି । ୨ବର୍ଷ ପାଇଁ ଏଥିରେ ବିନିଯୋଗ କରିବାକୁ ହେବ । ୨ଲକ୍ଷ ଟଙ୍କା ଜମାରାଶି ଉପରେ ୭.୫ ପ୍ରତିଶତ ସୁଧ ଦିଆଯିବ । ସେହିପରି ବରିଷ୍ଠ ନାଗରିକଙ୍କ ଯୋଜନାରେ ୪.୫ ଲକ୍ଷରୁ ୯ ଲକ୍ଷ ଟଙ୍କା କରାଯାଇଛି । ଯେକୌଣସି ମହିଳା କିମ୍ବା ଝିଅ ଏକ ଆକାଉଣ୍ଟ ଖୋଲିବାକୁ ସକ୍ଷମ ହେବେ ।

PMAYର ବଢ଼ିଲା ପାଣ୍ଠି-
ସବୁ ଗରିବ ପରିବାର ମୁଣ୍ଡ ଉପରେ ରହିବ ଛାତ । ଗରିବ ପରିବାରଗୁଡ଼ିକୁ ଘର ଯୋଗାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇ ବଜେଟରେ ଅଧିକ ପାଣ୍ଠି ବରାଦ କରିଛନ୍ତି ।PMAYରେ ବଜେଟ୍ ଆବଣ୍ଟନ ପୂର୍ବ ତୁଳନାରେ ୬୬ ପ୍ରତିଶତକୁ ବୃଦ୍ଧି । ଯାହା ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବଜେଟ୍ ଖର୍ଚ୍ଚ ୭୯ ହଜାର କୋଟି ଟଙ୍କା ହୋଇଛି। ସେହିପରି ଗୋବର୍ଦ୍ଧନ ସ୍କିମ ପାଇଁ ୧୦ ହଜାର କୋଟି ଖର୍ଚ୍ଚ ବରାଦ

ଶିକ୍ଷା କ୍ଷେତ୍ରକୁ ଅଗ୍ରାଧିକାର-
ଶିକ୍ଷା ହିଁ ବିକାଶର ମୂଳଦୁଆ । ବଜେଟରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି । ଦେଶରେ ୩୦ଟି ସ୍କିଲ୍ ଇଣ୍ଡିଆ ସେଣ୍ଟର ପ୍ରତିଷ୍ଠା କରାଯିବ। ରାଜ୍ୟ ଓ ପଞ୍ଚାୟତ ସ୍ତରରେ ଲାଇବ୍ରେରୀ ନିର୍ମାଣ ହେବ । ବୟସ ଅନୁସାରେ ଲାଇବ୍ରେରୀରେ ପିଲାଙ୍କୁ ପଢ଼ା ସୁବିଧା ମିଳିବ । ଶିକ୍ଷକମାନଙ୍କୁ ଗୁଣାତ୍ମକ ଶିକ୍ଷା ନେଇ ଟ୍ରେନିଂ ଦିଆଯିବ । ଏକଲବ୍ୟ ସ୍କୁଲ ପାଇଁ ୩୮, ୮୦୦ ନୂଆ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ୧୫୭ ମେଡିକାଲ କଲେଜରେ ୧୫୭ ନର୍ସିଂ କଲେଜ ସ୍ଥାପନ ହେବ । ଫାର୍ମା କ୍ଷେତ୍ରରେ ଗବେଷଣାରେ ନିବେଶକୁ ପ୍ରୋତ୍ସାହନ । ମେଡିକାଲ ଯନ୍ତ୍ରାଂଶ ଲାଗି ମଲ୍ଟି ଡିସିପ୍ଲିନ୍ ସ୍କୁଲ । ୫ଜି’ ସେବା ବ୍ୟବହାର କରି ‘ଆପ୍’ ପ୍ରସ୍ତୁତି କରିବା ନିମନ୍ତେ ଇଞ୍ଜିନିୟରିଙ୍ଗ୍ ପ୍ରତିଷ୍ଠାନରେ ୧୦୦ଟି ନୂଆ ଲ୍ୟାବ୍ ସ୍ଥାପନ ହେବ।

ପର୍ଯ୍ୟଟନ ଓ କୃଷିକୁ ଫୋକସ-
୫୦ଟି ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରର ବିକାଶ କରାଯିବ। ପର୍ଯ୍ୟଟକଙ୍କୁ ଆକୃଷ୍ଟ ପାଇଁ ଆରମ୍ଭ ହେବ ସ୍ୱଦେଶ ଦର୍ଶନ ସ୍କିମ୍। ରାଜ୍ୟର ରାଜଧାନୀରେ ୟୁନିଟ୍ ମଲ୍ ଖୋଲିବା ଲାଗି ପ୍ରୋତ୍ସାହିତ କରାଯିବ । ଯାହା ଫଳରେ ବନ୍ୟଜାତ ସାମଗ୍ରୀ ଓ ହ୍ୟାଣ୍ଡିକ୍ରାଫ୍ଟ ସାମଗ୍ରୀକୁ ଅଧିକ ପ୍ରୋତ୍ସାହନ ମିଳିପାରିବ । ଆଗ୍ରି ଷ୍ଟାର୍ଟଅପ୍ ପ୍ରୋତ୍ସାହନ ପାଇଁ ଆଗ୍ରି ଆକ୍ସିଲେରେଟର ଫଣ୍ଡ ବ୍ୟବସ୍ଥା । ଆତ୍ମନିର୍ଭର କ୍ଲିନ ପ୍ଲାଣ୍ଟ ପ୍ରୋଗ୍ରାମ ଆରମ୍ଭ ନେଇ ଅର୍ଥମନ୍ତ୍ରୀଙ୍କ ଘୋଷଣା । ମତ୍ସ୍ୟଚାଷକୁ ଅଧିକ ପ୍ରୋତ୍ସାହନ ପାଇଁ ୬ ହଜାର କୋଟି ବ୍ୟବସ୍ଥା । ସେହିପରି ମିଲେଟକୁ ପ୍ରୋତ୍ସାହନ ପାଇଁ ଆରମ୍ଭ ହେବ ‘ଶ୍ରୀଅନ୍ନ’ ଯୋଜନା ।

ଦିବଙ୍ଗତ ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଜେଡି ସାଂସଦ

ନୂଆଦିଲ୍ଲୀ: ଦିବଙ୍ଗତ ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଜେଡି ସାଂସଦ। ସଂସଦ ଭବନର ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଦିବଙ୍ଗତ ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବିଜେଡି ରାଜ୍ୟସଭା ଓ ଲୋକସଭା ସାଂସଦ ମାନେ।

ସୂଚନାଯୋଗ୍ୟ, ବ୍ରଜରାଜନଗରରେ ଏକ ସଭାରେ ଯୋଗ ଦେବାକୁ ଯାଉଥିବା ବେଳେ ନବ ଦାସଙ୍କୁ ଗାନ୍ଧୀ ଛକରେ ଏଏସଆଇ ଗୁଳିମାଡ଼ କରିଥିଲେ। ପରେ ଗୁରୁତର ନବ ଦାସଙ୍କୁ ତୁରନ୍ତ ଝାରସୁଗୁଡ଼ା ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା। ପରେ ତାଙ୍କୁ ଭୁବନେଶ୍ବର ଏୟାରଲିଫ୍ଟ କରାଯାଇଥିଲା । ଭୁବନେଶ୍ବର ବିମାନବନ୍ଦରରୁ ଆପୋଲୋ ହସ୍ପିଟାଲ ଯାଏ କରାଯାଇଥିଲା ଗ୍ରୀନ କରିଡର। ଯୁଦ୍ଧକାଳୀନ ଭିତ୍ତିରେ ମନ୍ତ୍ରୀଙ୍କୁ ନିଆଯାଇ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ସେଠାରେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଚିକିତ୍ସା କରୁଛନ୍ତି । ଶେଷରେ ଡାକ୍ତରଙ୍କ ଆପ୍ରାଣ ଉଦ୍ୟମ ସତ୍ତ୍ୱେ ଆଖି ବୁଜିଥିଲେ ମନ୍ତ୍ରୀ ନବ ଦାସ। ପରେ ଖେରୁଆଲ ଶ୍ମଶାନରେ ନବ ଦାସଙ୍କୁ ଦିଆଯାଇଥିଲା ଗାର୍ଡ ଅଫ୍ ଅନର ।

ତେବେ ଏହି ମାମଲାରେ ଅଭିଯୁକ୍ତ ଗୋପାଳ ଦାସକୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ଗୋପାଳକୁ ୪ ଦିନିଆ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି। ଅଭିଯୁକ୍ତ ଗୋପାଳକୁ ୭ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ ହୋଇଥିଲା।

Budget 2023: କ’ଣ ହେଲା ଶସ୍ତା, କ’ଣ ମହଙ୍ଗା…

ନୂଆଦିଲ୍ଲୀ: ସଂସଦରେ ଉପସ୍ଥାପିତ ହୋଇଛି ବଜେଟ୍ ୨୦୨୩-୨୪। ବଜେଟ୍ ଉପସ୍ଥାପନ ସହ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆୟକର ସୀମାରେ ପରିବର୍ତ୍ତନ ନେଇ ଘୋଷଣା କରିଛନ୍ତି। ନିର୍ମଳାଙ୍କ ଘୋଷଣା ଅନେକ ଘୋଷଣା ଏବେ ଦରଦାମ୍ ଉପରେ ପ୍ରଭାବ ପକାଇବ। ଆସନ୍ତୁ ଜାଣିବା କେଉଁ ଜିନିଷ ଶସ୍ତା ହେବ, ଆଉ କଣ ମହଙ୍ଗା ।

ଶସ୍ତା ସାମଗ୍ରୀ-

ଏଲଇଡି ଟିଭି

ମୋବାଇଲ ଫୋନ୍

ଖେଳଣା

କ୍ୟାମେରା ଲେନ୍ସ୍ର

ହୀରା ସାମଗ୍ରୀ

ବାୟୋଗ୍ୟାସ ଜନିତ ସାମଗ୍ରୀ

ଲିଥିୟମ୍ ସେଲ୍ସ
ଇଲେକ୍ଟ୍ରିକ ଗାଡି
ସାଇକେଲ
ବାୟୋଗ୍ୟାସ ସହ ଜଡିତ ସାମଗ୍ରୀ

ମହଙ୍ଗା ସାମଗ୍ରୀ-

ସିଗାରେଟ୍
ବିଦେଶୀ କିଚେନ ଚିମନି
ସୁନା, ଚାନ୍ଦୀ ଏବଂ ପ୍ଲାଣ୍ଟିନମ୍

ଛତା

ରବର

ବଦଳିଲା ଆୟକର ସୀମା, କେତେ ଲକ୍ଷରେ ଦେବେ କର ଜାଣନ୍ତୁ ..

ନନ୍ଦିଘୋଷ ବ୍ୟୁରୋ: ବଦଳିଲା ଦେଶର ଆୟକର ସୀମା  ।  ୦ରୁ ୩ ଲକ୍ଷ ପର୍ଯ୍ୟନ୍ତ ଶୂନ ପ୍ରତିଶତ ଆୟକର  । ଅର୍ଥାତ ୩ ଲକ୍ଷ ପର୍ଯ୍ୟନ୍ତ କାରବାର କଲେ ଦେବାକୁ ପଡିବ ନାହିଁ କୌଣସି ଆୟକର ବା ଟ୍ୟାକ୍ସ  । ୩ ଲକ୍ଷ ପରେ ଦେବାକୁ ପଡିବ ଟ୍ୟାକ୍ସ  । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା ମୁତାବକ  ୩ରୁ ୬ ଲକ୍ଷ ପର୍ଯ୍ୟନ୍ତ ଆୟକର ୫ ପ୍ରତିଶତ ବୃଦ୍ଧି ଘଟିଛି  ।

ସେହିପରି ୬ରୁ ୯ ଲକ୍ଷ ପର୍ଯ୍ୟନ୍ତ ଆୟକର ୧୦ ପ୍ରତିଶତ ରହିଛି  । ୯ରୁ ୧୨ ଲକ୍ଷ ପର୍ଯ୍ୟନ୍ତ ୧୫ ପ୍ରତିଶତ ଆୟକର ରହିଛି  । ୧୨ରୁ ୧୫ ଲକ୍ଷ ପର୍ଯ୍ୟନ୍ତ ଆୟକର ୨୦ ପ୍ରତିଶତ ରହିଥିବାବେଳେ ୧୫ରୁ ଅଧିକ ପର୍ଯ୍ୟନ୍ତ କାରବାର ହେଲେ ୩୦ ପ୍ରତିଶତ ଆୟକର ଦେବାକୁ ପଡିବ ବୋଲି ଘୋଷଣା କରଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  ।

ସେହିପରି ଆୟକର ସ୍ଲାବ ସୀମା ବୃଦ୍ଧି ଘୋଷଣା କରିଛନ୍ତି ଅର୍ଥ ମନ୍ତ୍ରୀ   । ଆୟକର ସ୍ଲାବ ସୀମା ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି ହୋଇଛି  । ବଦଳିଲା ଟିକସ ସ୍ଲାବ୍ ଆୟ  ଯଦି ଆପଣଙ୍କ ଆୟ ୫ ଲକ୍ଷ ତେବେ    ପୁରୁଣା ଟିକସ  ୦ ଦେବାକୁ ଥିବାବେଳେ   ନୂଆ ଟିକସ ଶୂନ ଏବଂ ଲାଭ ମଧ୍ୟ ଶୂନ ରହିବ  । ସେହିପରି ୬ ଲକ୍ଷ ଟଙ୍କା ଆୟରେ  ୨୩,୪୦୦ ପୁରୁଣା ଟିକସ ରହିଥିବାବେଳେ  ନୂଆ ଟିକସ କିଛି ରହିନାହିଁ ଯଦ୍ୱାରା ଲାଭ ଆପଣଙ୍କର ହେବ   ୨୩,୪୦୦ ଟଙ୍କା  । ୭ ଲକ୍ଷ ଆୟରେ  ୪୪,୨୦୦ ପୁରୁଣା ଟିକସ ରହିଥିଲା ଏବେ ଟିକସ କିଛି ଦେବାକୁ ପଡ଼ିବ ନାହିଁ  ଯଦ୍ୱାରା  ୪୪,୨୦୦ ଟଙ୍କା ଲାଭ ହେବ  ।

୮ ଲକ୍ଷ ଟଙ୍କା ଆୟରେ ୬୫,୦୦ ପୁରୁଣା ଟିକସ ବ୍ୟବସ୍ଥା ରହିଥିବା ବେଳେ ୩୫,୦୦୦ ଟଙ୍କା ହଉଛି ନୂଆ ଟ୍ୟାକ୍ସ  । ଫଳରେ ୩୦,୦୦୦ ଟଙ୍କା ଲାଭ ହେବ  । ୯ ଲକ୍ଷ ଆୟରେ ୮୫, ୮୦୦ ଟଙ୍କା  ପୂର୍ବରୁ ଟ୍ୟାକ୍ସ ଦେବାକୁ ପଡୁଥିବାବେଳେ ବର୍ତ୍ତମାନ ନୂଆ ଟିକସ ଦେବାକୁ ପଡ଼ିବ  ୪୫,୦୦୦ ଟଙ୍କା  । ଫଳରେ  ୪୦,୮୦୦ ଟଙ୍କା ଏଣିକି ଲାଭ ହେବ  । ସେହିପରି୧୦ ଲକ୍ଷ ଟଙ୍କାରେ ୧,୦୬,୬୦୦ ପୂର୍ବରୁ ଦେବାକୁ ପଡୁଥିଲା ନୂଆ ଟିକସ ସ୍ଲାବରେ  ୬୦,୦୦୦ ଦେବାକୁ ପଡ଼ିବ ଫଳରେ ୪୬,୬୦୦ ଟଙ୍କା ଲାଭ ହେବ  ।

ଅନ୍ୟପଟେ ଯଦି ଦେଖିବା ୧୨ ଲକ୍ଷ ଆୟରେ  ୧,୬୩,୮୦୦  ପୂର୍ବରୁ ଦେବାକୁ ପଡୁଥିବାବେଳେ  ୯୦,୦୦୦ ଏଣିକି ଦେବାକୁ ପଡିବ  । ଯଦ୍ୱାରା  ୭୩,୮୦୦ ଟଙ୍କା ଲାଭ ହେବ  ।  ୧୫ ଲକ୍ଷ ଆୟରେ ୨,୫୭,୪୦୦ ଟଙ୍କା ପୂର୍ବରୁ ଟିକସ ଦେବାକୁ ପଡୁଥିଲା ନୂଆ ଟିକସ ସ୍ଲାବ ଅନୁଯାୟୀ  ୧,୫୦,୦୦୦ ଦେବାକୁ ପଡିବ   । ଫଳରେ ୧,୦୭,୪୦୦ ଟଙ୍କା ଲାଭ ହେବ  ।  ସେହିପରି ଯଦି ଦେଖିବା ୨୦ ଲକ୍ଷ ଟଙ୍କା ଆୟରେ ୪,୧୩,୪୦୦ ଟଙ୍କା ପୂର୍ବରୁ ଦେବାକୁ ପଡୁଥିଲା  ବର୍ତ୍ତମାନ ଦେବାକୁ ପଡିବ ୩,୦୦୦୦୦ ଟଙ୍କା, ଯାହା ଦ୍ୱାରା ଲାଭ ହେ ୧,୧୩,୪୦୦ ଟଙ୍କା  ।

ବନ୍ଦୀ ହୋଇ ରହିଥାନ୍ତି ୧୪ ହଜାର ୪ଶହ ମିନିଟ

ନନ୍ଦିଘୋଷ ବ୍ୟୁରୋ: ଆସିଛି ୨୦୨୩ ଆର୍ଥିକ ବଜେଟ  । ପ୍ରତି ବର୍ଷ ସଂସଦରେ ଆସିଥାଏ ବଜେଟ  । କିନ୍ତୁ ଜାଣନ୍ତି କି ବଜେଟ ପାଇଁ କେତେ ସମୟ ଦରକାର  । କଣ ଏହାର ପକ୍ରିୟା  ।  ବଜେଟ ପ୍ରସ୍ତୁତ ପାଇଁ ସୁରକ୍ଷା ବ୍ୟବସ୍ଥା କେମିତି ହୋଇଥାଏ  ।  ଅର୍ଥ ମନ୍ତ୍ରାଳୟ ସମେତ ଉଦ୍ୟୋଗ ଏବଂ ଅନେକ ସେକ୍ଟରର ସହଭାଗିତା ଆବଶ୍ୟକ ପଡିଥାଏ  । ବଜେଟକୁ ଶେଷ ସ୍ପର୍ଶ ଦେବା ପାଇଁ ଆବଶ୍ୟକ ପଡିଥାଏ ୧୦ ଦିନ  । ଆଉ ଯେଉଁ ୧୦ ଦିନ ସେହି କର୍ମଚାରୀ ବନ୍ଦୀ ଭଳି ଜୀବନ ବିତାଇଥାନ୍ତି  ।

ବହୁତ ଗୋପନୀୟ ହୋଇଥାଏ ଏହି ପକ୍ରିୟା  । ବଜେଟ ପ୍ରସ୍ତୁତରେ ସାମିଲ ଥିବା ପ୍ରତିଟି କର୍ମଚାରୀ ଘର ବା ସମ୍ପର୍କୀୟଙ୍କ ଠାରୁ ନିର୍ଦ୍ଧିଷ୍ଟ କିଛି ଦିନ ପାଇଁ ସମ୍ପର୍କ ଛିନ୍ନ କରିଥାନ୍ତି  । ୧୦ ଦିନ ପର୍ଯ୍ୟନ୍ତ କାହାରି ସହ ସମ୍ପର୍କରେ ରୁହନ୍ତି ନାହିଁ  । ଯଦି ଏହି ୧୦ ଦିନକୁ ମିନିଟରେ କନଭର୍ଟ କରିବା ତେବେ ଦେଖିବା ୧୪ ହଜାର ୪ଶହ ମିନିଟ ପର୍ଯ୍ୟନ୍ତ ଏମାନେ ବନ୍ଦୀ ହୋଇ ରହିଥାନ୍ତି  । କେବଳ ସେହି ମାନଙ୍କୁ ଘରକୁ ଯିବାକୁ ଅନୁମତି ମିଳିଥାଏ, ଯେଉଁମାନେ ସେତିକି ବିଶ୍ୱସ୍ତ ଏବଂ ବରିଷ୍ଠ  ।

କଡ଼ା କଡି ହୋଇଥାଏ ସୁରକ୍ଷା ବ୍ୟବସ୍ଥା  । ବଜେଟ ପକ୍ରିୟାରେ ଯୋଡି ହୋଇଥିବା ପ୍ରତିଟି ବ୍ୟକ୍ତିଙ୍କୁ ସ୍କାନରରେ ରଖାଯାଇଥାଏ  । କାହାକୁ ମଧ୍ୟ ବାହାରକୁ ବାହାରିବା ପାଇଁ ଅନୁମତି ମିଳିନଥାଏ  । ବଜେଟ ଛପାଉଥିବା ବ୍ୟକ୍ତି ଠାରୁ ପ୍ରସ୍ତୁତ କରୁଥିବା କର୍ମଚାରୀ, କାହାକୁ ମଧ୍ୟ ସହଯୋଗୀଙ୍କ ସହ ସମ୍ପର୍କ ରଖିବାକୁ ଅନୁମତି ମିଳିନଥାଏ  । ସେଇଠି କରାଯାଇଥାଏ ସମସ୍ତ ବ୍ୟବସ୍ଥା  । ହଁ ଯଦି ବଜେଟ ପ୍ରସ୍ତୁତ ବେଳେ କୌଣସି କର୍ମଚାରୀ ଅସୁସ୍ଥ ହୋଇପଡନ୍ତି, ତେବେ ସେଇଠି ହିଁ ଚିକିତ୍ସାର ବ୍ୟବସ୍ଥା କରାଯାଇଥାଏ  ।

ବଜେଟ ପ୍ରସ୍ତୁତ ବେଳେ କଟାହୋଇଯାଏ ଇଣ୍ଟରନେଟ ସୁବିଧା  । ତଥ୍ୟ ଚୋରି ବା ଡାଟା ହ୍ୟାକ କାରଣରୁ ଏହାକୁ ଗୁରୁତ୍ୱ ଦିଆଯାଇଥାଏ  । ସମସ୍ତ କମ୍ପ୍ୟୁଟରରୁ ନେଟର ସୁବିଧା କଟାହୋଇଯାଏ  । କେବଳ କମ୍ପ୍ୟୁଟର ସହ ପ୍ରିଣ୍ଟର ମେସିନକୁ ସଂଯୋଗ ରଖାଯାଇଥାଏ  ।

Budget Breaking: ଲୋକସଭାରେ ବଜେଟ୍ ରଖୁଛନ୍ତି ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ସଂସଦରେ ବଜେଟ ଉପସ୍ଥାପନା କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  । ସରକାରଙ୍କ ସଫଳତାକୁ ସଂସଦରେ ରଖୁଛନ୍ତି ଅର୍ଥମନ୍ତ୍ରୀ  । କୋଭିଡ ମହାମାରୀ ଯୋଗୁଁ ଅର୍ଥନିତୀ ପ୍ରଭାବିତ ହୋଇଛି  । ପ୍ରଧାନମନ୍ତ୍ରୀ ଗରିଣ କଲ୍ୟାଣ ଅର୍ଥ ଯୋଜନାରକୋ ଲୋକଙ୍କ ମାଗଣା ଖାଦ୍ୟ ଦିଆଯାଇଛି  । କୋଭି଼ଡ ମହାମାରୀଙ୍କ ପ୍ରତିହତ କରିବା ପାଇଁ ୧୨୦ ଲୋକଙ୍କୁ ୨୨୦ କୋଟି ଡୋଜ ଦିଆଯାଇଥିବା କହିଲେ ଅର୍ଥ୍ନମନ୍ତ୍ରୀ ନିର୍ମଳା ସୀତାରମଣ  ।

ଦେଶରେ ୯.୬ କୋଟି ଏଲପିଜି ଗ୍ୟାସ ସଂଯୋଗ କରାଯାଇଛି  । ସାରାଦେଶରେ ପ୍ରୋ- ଆକ୍ଟିଭ ଭାବେ ଟିକାକରଣ ଚାଲିଛି  ।କୋଭିଡ ଯୋଗୁଁ ସମଗ୍ର ବିଶ୍ୱରେ ମାନ୍ଦାବସ୍ଥା ଦେଖାଯାଇଛି  । କିନ୍ତୁ ଭାରତ ସଠିକ ସ୍ଥାନରେ ରହିଛି  । କୋଭଡ ପରେ ଅର୍ଥନିତୀକୁ ଆଗକୁ ନେବାକୁ ହେଉଛି  । ସରକାର ସବକା ସାଥ୍ ସବକା ବିକାଶରେ କାର୍ଯ୍ୟ କରୁଛନ୍ତି  । ଦେଶରେ ମୁଣ୍ଡପିଛା ଆୟ ଦ୍ୱିଗୁଣିତ ହୋଇଛି  । ବର୍ତ୍ତମାନ ଦ୍ୱିଗୁଣିତ ହୋଇ 1 . 97 ଲକ୍ଷରେ ପହଁଚିଛି  ।

ଆକାଂକ୍ଷୀ ଜିଲ୍ଲା ଭଳି ୫୦୦ ବ୍ଲକ ହେବ ଆକାଂକ୍ଷୀ ବ୍ଲକ  । ପ୍ରଧାନମନ୍ତ୍ରୀ ଅବଲୁପ୍ତପ୍ରାୟ ଜନଜାତି ଉନ୍ନୟନ ମିଶନ ଆରମ୍ଭ ହେବ  । ମିଶନ ପାଇଁ ୩ ବର୍ଷରେ ଖର୍ଚ୍ଚ ହେବ ୧୫ ହଜାର କୋଟି ଟଙ୍କା  । ଏକଲବ୍ୟ ସ୍କୁଲ ପାଇଁ ୩୮, ୮୦୦ ନୂଆ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ  । ସେହିଭଳି୧୫୭ ମେଡିକାଲ କଲେଜରେ ୧୫୭ ନର୍ସିଂ କଲେଜ ସ୍ଥାପନ ହେବ  । ଶିକ୍ଷକମାନଙ୍କୁ ଗୁଣାତ୍ମକ ଶିକ୍ଷା ନେଇ ଟ୍ରେନିଂ ଦିଆଯିବ  । ଶିଶୁ ଓ କିଶୋରମାନଙ୍କ ପାଇଁ ନ୍ୟାସନାଲ ଡିଜିଟାଲ ଲାଇବ୍ରେରୀ ହେବ  ।

ସେହିଭଳି ଶ୍ରୀଅନ୍ନ ଉତ୍ପାଦନ କ୍ଷେତ୍ରରେ ଭାରତ ନଂ୧, ରପ୍ତାନୀରେ ୨ ନମ୍ବରରେ ରହିଛି  । ମତ୍ସ୍ୟଚାଷକୁ ଅଧିକ ପ୍ରୋତ୍ସାହନ ପାଇଁ ୬ ହଜାର କୋଟି ବ୍ୟବସ୍ଥା କରାଯାଇଛି  । ୧୫୭ ମେଡିକାଲ କଲେଜରେ ୧୫୭ ନର୍ସିଂ କଲେଜ ସ୍ଥାପନ ହେବ  । ବଜେଟରେ ରେଳ ପାଇଁ ୨.୪୦ ଲକ୍ଷ କୋଟି ଟଙ୍କା ଘୋଷଣା  । ଅଭିବୃଦ୍ଧି ହାର ୭ ପ୍ରତିଶତ ଆକଳନ କରାଯାଇଛି  । ପିଲାଙ୍କ ପାଠ ପାଢାରେ ଉତ୍ସାହ ସୃଷ୍ଟି କରାଯିବ  । ୪୭ କୋଟି ଜନଧନ ଆକାଉଣ୍ଟ ଖୋଲାଯାଇଛି  । ମିଲେଟକୁ ପ୍ରୋତ୍ସାହନ ପାଇଁ ଶ୍ରୀଅନ୍ନ ଯୋଜନା କରାଯାଇଛି  । ୧୫୭ ମେଡିକାଲ କଲେଜରେ ୧୫୭ ନର୍ସି କଲେଜ ଖୋଲିବ  ।

ସେହିପରି ଅର୍ବାନ ଇନଫ୍ରା ଫଣ୍ଡ ପାଇଁ ୧୦ ହଜାର କୋଟିର ବ୍ୟବସ୍ଥା  । ଏକଲବ୍ୟ ସ୍କୁଲ ପାଇଁ ଖର୍ଚ୍ଚ ହେବ ୩୮, ୮୦୦ ନୂଆ ଶିକ୍ଷକଙ୍କୁ ନିଯୁକ୍ତି  । ମତ୍ସ୍ୟଜୀବୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ  । ୨୦ ଲକ୍ଷ କୋଟିର କୃଷି ଋଣ ଫଣ୍ଡ  । PMAYରେ ୬୬ ପ୍ରତିଶତ ବୃଦ୍ଧି  । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଖର୍ଚ୍ଚ ୭୯ ହଜାର କୋଟି  । ଏକ କୋଟି କୃଷକଙ୍କୁ ନାଚୁରାଲ ଫାର୍ମିଙ୍ଗ ସୁବିଧା ଦିଆଯିବ  । ଲଦାଖରେ ଅକ୍ଷୟଶକ୍ତି  ପାଇଁ ୨୦୭୦୦ କୋଟି  । ଗୋବର୍ଦ୍ଧନ ସ୍କିମ ପାଇଁ ୧୦ ହଜାର କୋଟି ଖର୍ଚ୍ଚ  ।

୪୭ ଲକ୍ଷ ଯୁବକଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ମିଳିବ ଭତ୍ତା  । ଡିଜିଟାଲ ବ୍ୟବସ୍ଥା ପାଇଁ ଡାଟା ଦୂତାବାସ ବ୍ୟବସ୍ଥା ସୁଗମ କରାଯିବ  । ବ୍ୟାକିଙ୍କ କ୍ଷେତ୍ରରେ ନିବେଶକ ସୁବିଧା ଆଣିବା ପାଇଁ ବ୍ୟାଙ୍କରେ ସୁଧାରିକରଣ ବ୍ୟବସ୍ଥା କରାଯିବ  । କେନ୍ଦ୍ରୀୟ ଡାଟା ସଂଶଧୋନ କେନ୍ଦ୍ରୟ ପ୍ରବୋଧନ ଜରିଆରେ କେନ୍ଦ୍ରୀୟ ଡାଟା ସଂଶୋଧନ କେନ୍ଦ୍ର ସ୍ଥାପନା କରାଯିବ  । ଡିଜିଟାଲ ପେମେଣ୍ଟରେ ବର୍ଷ ୨୦୨୨ ୭୬ ପ୍ରତିଶତ ବୃଦ୍ଧି ଘଟିଛି  । ସେହିପରି ୫୦ଟି ନୂଆ ଏୟାରପୋର୍ଟ, ହେଲି ପୋର୍ଟ ପ୍ରତିଷ୍ଠା କରାଯିବ   । KYC ବ୍ୟବସ୍ଥାକୁ ଅଧିକ ସରଳୀକରଣ କରାଯିବ  । ଫେଜ୍ ୩ ଇ-କୋର୍ଟ ବ୍ୟବସ୍ଥା ପାଇଁ ବଜେଟରେ ୭ ହଜାର କୋଟି  । 5Gର ବିକାଶ ପାଇଁ ଇଂଜିନିୟରିଂ ଇନଷ୍ଟିଚ୍ୟୁଟରେ ୧୦୦ ଲ୍ୟାବ୍ ହେବ ବୋଲି କହିଛନ୍ତି ଅର୍ଥମନ୍ତଚ୍ରୀ ନିର୍ମଳା ସୀତାରମଣ  ।