ହାତୀ ଦାନ୍ତ ଚାଲାଣର ପର୍ଦ୍ଦାଫାଶ, ଦୁଇ ଯୋଡ଼ା ହାତୀ ଦାନ୍ତ ସହ ଜଣେ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର:  ହାତୀ ଦାନ୍ତ ଚାଲାଣ ଘଟଣାର ପର୍ଦ୍ଦାଫାଶ। ଜଣେ ଅଭିଯୁକ୍ତ ଗିରଫ ହେବା ସହ ଉଦ୍ଧାର ହେଲା ଦୁଇ ଯୋଡ଼ା ହାତୀ ଦାନ୍ତ । ଘଟଣା ସ୍ଥଳରୁ ତିନି ଅନ୍ୟ ଅଭିଯୁକ୍ତ ଫେରାର ହୋଇ ଯାଇଥିବା ସୂଚନା ମିଳିଛି । ଶିମିଳିପାଳ ଜାତୀୟ ଅଭୟାରଣ୍ୟର ଜେନାବିଲ ରେଞ୍ଜ ଅନ୍ତର୍ଗତ ଗୁରୁଣ୍ଡିଆ ପୋଚିଂ ଅଞ୍ଚଳରେ ଗତ ଡିସେମ୍ବର ଓ ପିଠାବଟା ଦକ୍ଷିଣ ରେଞ୍ଜର ବାଲିକାଳ ପୋଚିଂ ଅଞ୍ଚଳରେ ଗତ ଫେବ୍ରୁଆରୀ ମାସରେ ଘଟିଥିବା ଦୁଇଟି ଭିନ୍ନ ଭିନ୍ନ ହାତୀ ଦାନ୍ତ ଚାଲାଣ ଘଟଣାର ଅଭିଯୁକ୍ତକୁ ଗିରଫ କରାଯାଇଛି। ଅଭିଯୁକ୍ତ ହେଲେ ଯଶିପୁର ଥାନା ଅନ୍ତର୍ଗତ ଅସ୍ତକୁଆଁର ଅଞ୍ଚଳର ।

ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ତିନି ଜଣ ଫେରାର ହୋଇଥିବା ବେଳେ ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଭାରପ୍ରାପ୍ତ କ୍ଷେତ୍ର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।