ବିବାହ ବେଦୀରେ ଦୁର୍ବୁତ୍ତଙ୍କ ଏସିଡ୍ ମାଡ଼, ବର କନ୍ୟା ସମେତ ୧୨ ଜଣ ଗୁରୁତର

ନୂଆଦିଲ୍ଲୀ:  ବିବାହ ବେଦୀରେ ଅଜଣା ଦୁର୍ବୁତ୍ତଙ୍କ ଏସିଡ୍ ମାଡ଼ । ବର କନ୍ୟା ସମେତ ୧୨ ଜଣ ଗୁରୁତର । ଅଭାବନୀୟ ଘଟଣା ଘଟିଛି ଛତିଶଗଡ଼ ବସ୍ତର ଜିଲ୍ଲା ଭାନପୁରୀର ଆମାବାଲ ଗାଁରେ । ଗତ ରାତିରେ ଏକ ବିବାହ ଚାଲିଥିବା ବେଳେ ବିଜୁଳି ନଥିଲା । ଅନ୍ଧାରର ସୁଯୋଗ ନେଇ ବେଦୀରେ ଏସିଡ୍ ମାଡ଼ କରି ଫେରାର୍ ହୋଇଛି ଦୁର୍ବୃତ୍ତ । ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି । ବର ଓ କନ୍ୟା ସମେତ ନିକଟରେ ଉପସ୍ଥିତ ୧୦ ଜଣ ଏସିଡ୍ ଆକ୍ରମଣର ଶିକାର ହୋଇଛନ୍ତି । ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଅନ୍ୟପଟେ ଭାନପୁରୀ ପୋଲିସକୁ ସୂଚନା ଦେବାପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ ହୋଇଛି । ବର ଡମରୁଧରକୁ ମହାରାଣୀ ମେଡିକାଲରେ ଏବଂ ବାକି ଅନ୍ୟ ଗୁରୁତର ମାନଙ୍କୁ ଭାନପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । କିଏ ଓ କାହିଁକି ଏସିଡ ମାଡ଼ କରିଚି ତାହା ସ୍ପଷ୍ଟ ହୋଇନି ।