ଭୁବନେଶ୍ୱର ମଧୁସୂଦନ ମାର୍ଗରେ ପଥପ୍ରାନ୍ତ ଉତ୍ସବ ଅନୁଷ୍ଠିତ

1 min read

ଭୁବନେଶ୍ୱର:  ବିଶ୍ୱ ଦେଖୁଛି ଓଡ଼ିଶାର ଦକ୍ଷତା । କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ସ୍କିଲ କନକ୍ଲେଭ ୨୦୨୩ । ଆଜି ଦ୍ୱିତୀୟ ଦିନରେ ଭୁବନେଶ୍ୱର ମଧୁସୂଦନ ମାର୍ଗରେ ଦକ୍ଷତା ବିକାଶ ଉପରେ ପଥପ୍ରାନ୍ତ ଉତ୍ସବ ଅନୁଷ୍ଠିତ ହେଉଛି । ଏହା ସହିତ କଳିଙ୍ଗ ଷ୍ଟାଡିୟମରେ ଷ୍ଟାର୍ଟଅପ୍ ଓ ବିଭିନ୍ନ ଦକ୍ଷତା ବିକାଶ ଉପରେ ପ୍ରଦର୍ଶନୀ ଷ୍ଟଲ୍ ଏବଂ ଓଡ଼ିଆ ପିଲାଙ୍କ ନୂଆ ଉଦ୍ଭାବନ ନେଇ ପ୍ରଦର୍ଶନୀ କରାଯିବ ।

ଇଞ୍ଜିନିୟରିଂ, ଆଇଟିଆଇ, ପଲିଟେକନିକ ଓ ବୈଷୟିକ ଶିକ୍ଷାନୁଷ୍ଠାନର ପ୍ରାୟ ୩ ହଜାର ଛାତ୍ରଛାତ୍ରୀ ଓ କମ୍ପାନୀ । ଏମଏସଏମଇ ଉଦ୍ୟୋଗୀ ଭାବେ ଏଥିରେ ସାମିଲ ହୋଇଛନ୍ତି ମହିଳା ଏସଏଚଜି । ଦେଢ ଶହରୁ ଅଧିକ ପ୍ରଦର୍ଶନୀ ଷ୍ଟଲ ସହ ଓଡିଆ ପିଲାଙ୍କ ଦ୍ୱାରା ଇ-ଯାନ, ଡ୍ରୋନ, ରୋବୋ, ସ୍ୱୟଂଚାଳିତ ୱାଟର ପ୍ୟୁରିଫାୟର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଦକ୍ଷତାର ଏଭଳି ଏକ ପ୍ଲାଟଫର୍ମ ଦେଶରେ କେବେ ଆଗରୁ ହୋଇନଥିଲା ।

ଓଡ଼ିଶାର ଏହି ଦକ୍ଷତା ମହାକୁମ୍ଭ ଏବେ ଅନ୍ୟ ରାଜ୍ୟ ପାଇଁ ପାଲଟିଛି ଉଦାହରଣ । ଏହି ମହାପର୍ବରେ ଗ୍ଲୋବାଲ ପାର୍ଟନର ଭାବେ ଓଡ଼ିଶା ସହ ପାଦରେ ପାଦ ମିଳାଇଛି ସିଙ୍ଗାପୁର ITEES । ଗତକାଲି ଉଦଘାଟନୀ ଉତ୍ସବରେ ଯୋଗଦେଇ ଦେଶର ଆର୍ଥିକ ବିକାଶ ପାଇଁ ଦକ୍ଷତାର ବିକାଶ ଅପରିହାର୍ଯ୍ୟ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।