spot_img
Home Blog Page 3443

ବ୍ୟାନ ହେବ ଇଂରାଜୀ ଭାଷା: ନିୟମ ନମାନିଲେ ଲକ୍ଷେ ଜରିମାନା

ରୋମ: ଇଟାଲୀରେ ବ୍ୟାନ ହେବାକୁ ଯାଉଛି ଇଂରାଜୀ ଭାଷା । ଏହି ଦେଶରେ ସରକାରୀ ଏବଂ ବେସରକାରୀ ଅଫିସରେ ହେଉଥିବା କାମରେ ଯଦି ଇଂରାଜୀ ବ୍ୟବହାର କରାଯାଏ ତାହାଲେ ଲକ୍ଷେ ୟୁରୋ ଜରିମାନା ଲାଗିବ ।

ଏଥିପାଇଁ ପିଏମ୍ ଜର୍ଜିଆ ମେଲୋନୀ ବ୍ରଦର୍ସ ଅଫ ଇଟଲୀ ପାର୍ଟି ଜରିଆରେ ଏକ ଆଇନ ପ୍ରଚଳନ କରିବାକୁ ପ୍ରସ୍ତାବ ଦେଇଛନ୍ତି । ସିଏନଏନ ରିପୋର୍ଟ ଅନୁସାରେ, ଏହି ବିଲକୁ ଲୋୟର ଚାମ୍ବରର ସଦସ୍ୟ ଫାବିଓ ରାମ୍ପେଲୀଙ୍କ ଦ୍ବାରା ଆଗତ କରାଯାଇଛି । ଏହି ଆଇନ ଅନୁସାରେ ସବୁ ବିଦେଶୀ ଭାଷାକୁ ବାହାର କରାଯିବ । ଏହି ପ୍ରସ୍ତାବ ଅନୁସାରେ, ଇଂରାଜୀ ଇଟାଲିୟନ ଭାଷାକୁ ନିନ୍ଦା କରୁଛି ।

ଏହି ବିଲକୁ ନେଇ ଇଟାଲୀ ସଂସଦରେ ବିତର୍କ ହେବା ବାକି ଅଛି । ସାଂସଦଙ୍କ ସମର୍ଥନ ପରେ ଏହି ବିଲକୁ ପାରିତ କରାଯିବ । ଏହି ବିଲ ପାରିତ ପରେ ଅଫିସିଆଲ ଡକ୍ୟୁମେଣ୍ଟରେ ଇଂରାଜୀ ଭାଷାକୁ ବ୍ୟାନ କରାଯିବ । ଯଦି କେହି ଏହି ଭାଷାକୁ ବ୍ୟବହାର କରନ୍ତି ତାହାଲେ ୫ ହଜାର ୟୁରୋଠୁ ନେଇ ଏକ ଲକ୍ଷ ୟୁରୋ ଯାଏ ଜରିମାନା ହେବ ।

 

ଏବେ ଡରିବେ ଶତ୍ରୁ ରାଷ୍ଟ୍ର: ସାଟେଲାଇଟ ଜାଲ ବିଛାଉଛି ଆମେରିକା

ଓ୍ବାସିଂଟନ: ଏଥର ମିଶାଇଲ ଆଟାକ୍ ପୂର୍ବରୁ ୧୦ଥର ଭାବିବ ଶତ୍ରୁରାଷ୍ଟ୍ର । ରୁଷ୍, ଚୀନ ବା ଉତ୍ତର କୋରିଆ ଏବେ ଆଉ ଆମେରିକା ଉପରେ ହାଇପରସୋନିକ୍ ମିଶାଇଲ୍ ଆଟାକ୍ କରି ପାରିବେ ନାହିଁ  । କାରଣ ସ୍ପେସରେ ଆରମ୍ଭ ହୋଇଯାଇଛି ବଡ଼ ପ୍ରସ୍ତୁତି । ଆମେରିକା ଏବେ ସ୍ପେସରେ ନିଜର ସାମରିକ ସାଟେଲାଇଟର ଜାଲ ବିଛାଉଛି । ଯାହା ଦ୍ବାରା ଯେକୌଣସି କ୍ରୁଜ୍, ବାଲିଷ୍ଟିକ୍ ଏବଂ ହାଇପରସୋନିକ୍ ମିଶାଇଲ ଆକ୍ରମଣକୁ ଟ୍ରାକ୍ କରି ଆଲର୍ଟ ଜାରି କରି ହେବ ।  କହିବାକୁ ଗଲେ ଆମେରିକା ଏବେ ପୂରା ସତର୍କ । ଏନେଇ ୧୦ଟି ସାଟେଲାଇଟ୍ ଲଞ୍ଚ ବି କରି ସାରିଲାଣି ଆମେରିକା

ଆମେରିକା ଏବେ ହାଇପରସୋନିକ୍ ମିଶାଇଲରୁ ବଞ୍ଚିବା ପାଇଁ ବଡ଼ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଗତକାଲି ବା ୨ ଏପ୍ରିଲ ୨୦୨୩ରେ ଆମେରିକାର ସେନା, କାର୍ଲିଫନିଆ ସ୍ଥିତ ଭାଣ୍ଡେନବର୍ଗ ସ୍ପେସ୍ ଫୋର୍ସରୁ ୧୦ଟି ସାମରିକ ସାଟେଲାଇଟ୍ ଲଞ୍ଚ କରିଛି । ଏସବୁକୁ ସ୍ପେସ୍ଏକ୍ସର ଫାଲକନ-୯ ରକେଟ୍ ସାହାଯ୍ୟରେ ସ୍ପେସ୍ କୁ ପଠାଯାଇଛି । ଏହା ପରେ ଫାଲକନ୍-୯ର ରକେଟ୍ ର ପ୍ରଥମ ସେଟ୍ ସଫଳତାପୂର୍ବକ ଫେରି ଆସିଛି ।

ଚୀନ ବା ଉତ୍ତର କୋରିଆର ମିଶାଇଲ ଆମେରିକା ପ୍ରତି ବିପଦ ସୃଷ୍ଟି କରୁ ତାହା ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଆମେରିକା । ଏହି ମିସାଇଲକୁ ରୋକିବା ଅସମ୍ଭବ ଅଟେ କିନ୍ତୁ ଏହାକୁ ଟ୍ରାକ୍ କରାଯାଇ ପାରିବ । ଆମେରିକା ଚାହେଁନି କି ଭବିଷ୍ୟତରେ ତା ଦେଶ ଉପରେ କୌଣସି ପ୍ରକାର ବିପଦ ନଆସୁ । ଯଦି ଏପରି ବିପଦ ଆସେ ତା ପୂର୍ବରୁ ଏହାର ସୂଚନା ପାଇ ନିଜ ରକ୍ଷା ପାଇଁ ପଦକ୍ଷେପ ନେଇପାରୁ ।

ଆମେରିକାର ସ୍ପେସ୍ ଡ୍ୟୁପଲେସ ଏଜେନ୍ସି ବା SDAର ଯୋଜନା ହେଉଛି କି ସେ ଏପରି ହଜାର ହଜାର ସାମରିକ ସାଟଲାଇଟର ପ୍ରସ୍ତୁତ କରି ଯଦି ତାକୁ ସ୍ପେସରେ  ଜାଲ ପରି ବିଛାଯାଏ ତେବେ, ଦୁନିଆର ଯେଉଁଠି ବି କ୍ରୁଜ୍, ବାଲିଷ୍ଟିକ୍ ଏବଂ ହାଇପରସୋନିକ୍ ମିଶାଇଲ୍ ଲଞ୍ଚ ହେବ ତାହାର ସୂଚନା ସଙ୍ଗେ ସଙ୍ଗେ ଆମେରିକାକୁ ମିଳି ପାରିବ । ଆମେରିକାକୁ ଉତ୍ତର କୋରିଆ ଠାରୁ କମ୍ କିନ୍ତୁ ଚୀନ୍ ଏବଂ ରୁଷ୍ ଠାରୁ ଅଧିକ ବିପଦ ରହିଛି । ଏଥିପାଇଁ SDA ଏପରି ଟେକ୍ନୋଲୋଜି ଏବଂ କ୍ଷମତା ବିକଶିତ କରୁଛି ଯାହା ଦ୍ୱାରା , ହାଇପରସୋନିକ୍ ମିଶାଇଲ ଲଞ୍ଚ ହେବାର ଖବର ତାକୁ ସୁବିଧାରେ ମିଳିପାରିବ । କାରଣ ହାଇପରସୋନିକ୍ ମିଶାଇଲ ଗୁଡିକ ପାରମ୍ପରିକ ମିଶାଇଲ୍ ଟ୍ରାକିଙ୍ଗ ସାଟେଲାଇଟ ଏବଂ ରଡାରରେ ଦ୍ବାରା ଟ୍ରାକିଙ୍ଗ କରାଯାଇ ପାରେ ନାହିଁ ।

ଏବେ ଯେଉଁ ୧୦ଟି ସାଟେଲାଇଟ୍ ଛଡାଯାଇଛି ସେଥିମଧରୁ ୮ଟି ଡାଟା ରିଲେ ସ୍ପେସ୍ କ୍ରାପ୍ଟ ଅଟେ । ଯାହାକୁ ୟର୍କ ସ୍ପେସ୍ ସିଷ୍ଟମ ତିଆରି କରିଛି । ଆଉ ଅନ୍ୟ ଦୁଇଟି ମିଶାଇଲ୍ ଟ୍ରେକିଙ୍ଗ ସାଟେଲାଇଟ୍ ଅଟେ , ଯାହାକୁ SpaceX ତିଆରି କରିଛି । ଏ ସମସ୍ତ ସାଟେଲାଇଟ୍ ସ୍ପେସରେ ୧୦୦୦ କିଲୋମିଟର ଉଚ୍ଚତାରେ ଘୂରି ବୁଲିବେ । SpaceXର ଫାଲକନ-୯ ରକେଟ୍ ପ୍ରଥମ ବ୍ୟାଚରେ ଏ ସାଟେଲାଇଟକୁ ସ୍ପେସରେ ଛାଡି ୮ ମିନିଟରେ ଫେରିଆସିଥିଲା  । ଅନ୍ୟ ପଟେ ୨ୟ ବ୍ୟାଚରେ ୧୦ SDA ସାଟେଲାଇଟ୍ ସହିତ ସ୍ପେସରେ ରହିଗଲା ।

ଚଳିତ ବର୍ଷ PSWAରେ  ମୋଟ୍ ୨୮ଟି ସାଟେଲାଇଟ୍ ଲଞ୍ଚ କରାଯିବ । ପ୍ରଥମ ଫେଜରେ ୧୦ଟି ସାଟେଲାଇଟ୍ ଲଞ୍ଚ୍ କରାଗଲା ଆଉ ବାକି ସାଟେଲାଇଟକୁ ବର୍ଷକ ମଧ୍ୟରେ ଲଞ୍ଚ୍ କରାଯିବ । ଏହା ପରେ ୨୦୨୪-୨୫ ସୁଦ୍ଧା ୧୫୦ଟି ସାମରିକ ସାଟେଲାଇଟ୍ ସ୍ପେସକୁ ଛଡାଯିବା ପାଇଁ ଟାର୍ଗେଟ ରଖାଯାଇଛି । ଯାହା ଭବିଷ୍ୟତରେ ରୁଷ୍ ଏବଂ ଚୀନ ଦ୍ବାରା ଯେକୌଣସି ଆକ୍ରମଣ ଠାରୁ ବର୍ତ୍ତି ହେବ

ଜିତେନ୍ଦ୍ର ପଟ୍ଟନାୟକଙ୍କ ‘ମିଶନ ଶକ୍ତି’-ଡକ୍ୟୁ ଫିଲ୍ମକୁ ‘ଅନ୍ତଃରାଷ୍ଟ୍ରୀୟ ପ୍ରଶଂସା’

ନୂଆଦିଲ୍ଲୀ: ବିଶିଷ୍ଟ ଆଦିବାସୀ ଗବେଷକ, ସାମ୍ବାଦିକ ତଥା ପ୍ରାମାଣିକ ଚଳଚିତ୍ର ନିର୍ମାତା ଜିତେନ୍ଦ୍ର ପଟ୍ଟନାୟକଙ୍କ ଦ୍ୱାରା ନିର୍ମିତ ଓ ନିର୍ଦେଶିତ ‘ଡକ୍ୟୁ ଫିଲ୍ମ’- ‘ମିଶନ ଶକ୍ତି’କୁ ‘ଅନ୍ତଃରାଷ୍ଟ୍ରୀୟ ପ୍ରଶଂସା (INTERNATIONAL APPRECIATION) ମିଳିଛି  । ଜାତିସଂଘ ଦ୍ୱାରା ଆମେରିକାରେ ସିଆଟେଲ ଠାରେ ଅନୁଷ୍ଠିତ ‘ସି ଫୁଡ ଏଲାଏନ୍ସ’ ଶୀର୍ଷକ ବିଶ୍ୱସ୍ତରୀୟ ସମ୍ମିଳନୀରେ ଭାରତ ସମେତ ବିଭିନ୍ନ ଦେଶରୁ ମହିଳା ସଶକ୍ତିକରଣ ଉପରେ ଶତାଧିକ କ୍ଷୁଦ୍ର ଡକ୍ୟୁ ଫିଲ୍ମ ପ୍ରଦର୍ଶିତ ହୋଇଥିଲା  । ସମ୍ମିଳନୀରେ ଓଡ଼ିଶା ଅଂଶ ଗ୍ରହଣ କରିବା ସହ 3.22 ମିନିଟର ‘ମିଶନ ଶକ୍ତି’ ଶୀର୍ଷକ କ୍ଷୁଦ୍ର ଡକ୍ୟୁ ଫିଲ୍ମ ପ୍ରଦର୍ଶିତ ହୋଇଥିଲା I ଏହାକୁ ମିଶନ ଶକ୍ତି ବିଭାଗ ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଦ୍ୱାରା ପ୍ରସ୍ତୁତ ହୋଇଥିଲା।

ଓଡ଼ିଶାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ(SHG) କେମିତି ପଞ୍ଚାୟତ ପୋଖରୀରେ ମାଛ ଚାଷ କରି ସଫଳତା ପାଇଛନ୍ତି ତାହା ଉକ୍ତ ଡକ୍ୟୁ ଫିଲ୍ମରେ ନିଚ୍ଛକ ଭାବେ ପ୍ରଦର୍ଶିତ ହୋଇଥିବା ଦେଖି ଉପସ୍ଥିତ ବିଚାରକ ମଣ୍ଡଳୀ ଓ ବିଶ୍ୱସ୍ତରୀୟ ବିଶେଷଜ୍ଞମାନେ ଆଶ୍ଚର୍ଯ୍ୟ ହେବା ସହ ଅଭିଭୂତ ହୋଇଥିଲେ I ସେଥିପାଇଁ ଜାତିସଂଘ ପକ୍ଷରୁ
ମିଶନ ଶକ୍ତି-ଡକ୍ୟୁ ଫିଲ୍ମ ପାଇଁ ଓଡ଼ିଶାକୁ ସମ୍ମାନିତ କରାଯାଥିଲା  । ଏନେଇ ପ୍ରଶଂସା ପତ୍ର ଓ ଉପଢୌକନକୁ ପ୍ରଦାନ କରାଯାଇଛି। ଆମେରିକା ଗସ୍ତରେ ଥିବା ଓଡ଼ିଶା ସରକାରଙ୍କ ପ୍ରତିନିଧି ତଥା ମତ୍ସ୍ୟ ବିଭାଗର ବରିଷ୍ଠ ପ୍ରଶାସନିକ ଅଧିକାରୀ ତାହାକୁ ଗ୍ରହଣ କରିଥିଲେ।

ଏହାର ନିର୍ମାଣ ସହ ନିର୍ଦେଶନା ଜିତେନ୍ଦ୍ର ପଟ୍ଟନାୟକ ଦେଇଥିବାରୁ ରାଜ୍ୟ ସରକାରଙ୍କ ସମ୍ପୃକ୍ତ ବିଭାଗ ପକ୍ଷରୁ ଚିଠି ଦେଇ ସାଧୁବାଦ ଦିଆଯାଇଛି  । ତେବେ ଉକ୍ତ କ୍ଷୁଦ୍ର ପ୍ରମାଣିକ ଚଳଚିତ୍ରରେ ସାବିତ୍ରୀ ଫିଲ୍ମର ପ୍ରଯୋଜକ ଜିତେନ୍ଦ୍ର ପଟ୍ଟନାୟକଙ୍କ ବ୍ୟତୀତ ଅନ୍ୟ ଯେଉଁମାନେ ପ୍ରମୁଖ ଭୂମିକା ଗ୍ରହଣ ସେମାନେ ହେଉଛନ୍ତି ଅନିତ୍ୟ ମହାନ୍ତି, ମାନସ ରଞ୍ଜନ ପାତ୍ର, ନିଲୁ ଓ ପତିତ  । ସେମାନଙ୍କ ଅବଦାନ କିଛି କମ ନ ଥିଲା I ରାଜ୍ୟ ସରକାରଙ୍କ ପକ୍ଷରୁ ଢେର ପ୍ରଶଂସା କରାଯାଇଛି  । ଆଗକୁ ଏଭଳି କଳାତ୍ମକ କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦିଆଯାଇଛି  ।

ସାଇବର୍ ଫ୍ରଡର ନୂଆ ତରିକା, କ୍ଲିକ୍ କଲେ ତ ଫସିବେ…

ଭୁବନେଶ୍ବର: ଆପଣଙ୍କ ପାଖକୁ ଆସୁଛି କି ମୁଭି ରେଟିଂ ମେସେଜ । କ୍ରେଡିଟ କାର୍ଡରେ ରିଓ୍ବାଡ ପାଇଁ ବାରମ୍ବାର ମେସେଜ ଆସୁଛି କି? ଯଦି ଏମିତି ମେସେଜ ଆସୁଛି ତାହାଲେ ସାବଧାନ ହୋଇଯାଆନ୍ତୁ । କାରଣ ଏମିତି ବିଭିନ୍ନ ପ୍ରକାର ମେସେଜ କରି ଆପଣଙ୍କ ଆକାଉଣ୍ଟ ଖାଲି କରିପାରନ୍ତି ଠକ ।

ଏବେ ଫ୍ରଡ କେସ୍ ଦିନକୁ ଦିନ ହେବ ବଢ଼ି ଚାଲିଛି । ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗିପାରେ ଯେ, ପୂର୍ବ ବର୍ଷ ଏ ନେଇ ୨୦ ଲକ୍ଷରୁ ଅଧିକ ମାମଲା ରୁଜୁ କରାଯାଇଛି । ୪୦ ହଜାରରୁ ଅଧିକ ଏଫଆଇଆର କରାଯାଇଛି । ଲଗାତାର ଏପରି ମାମଲା ବଢ଼ୁଥିବାରୁ ସାଇବର୍ ଏକ୍ସପର୍ଟ ସତର୍କ ରହିବାକୁ ପରାମର୍ଶ ଦେଉଛନ୍ତି ।

ଆପଣଙ୍କୁ ଏପରି ସାଇବର୍ ଫ୍ରଡ୍ ବିଷୟରେ କହିବାକୁ ଯାଉଛୁ ଯେଉଁ ଫ୍ରଡ ଏବେ ବହୁ ଲୋକଙ୍କ ସହ ହେଉଛି । ଜାଣନ୍ତୁ କିପରି ମେସେଜ କରି ଫ୍ରଡ ହୋଇଥାଏ ।

୧, ମୁଭି ରେଟିଂ ମେସେଜ

କିଛି ଦିନ ପୂର୍ବରୁ ଜଣେ ମହିଳା ମୁଭି ରେଟିଂ ଦେବାକୁ ଯାଇ ଫ୍ରଡର ଶିକାର ହୋଇଛନ୍ତି । ତାଙ୍କ ଆକାଉଣ୍ଟରୁ କଟି ଯାଇଛି ୧୨ ଲକ୍ଷ ଟଙ୍କା । ପ୍ରଥମେ ମହିଳାଙ୍କ ମୋବାଇଲକୁ ଏକ ମେସେଜ ଆସିଥିଲା । ଏଥିରେ ଲେଖାଥିଲା ଆପଣ ଘରେ ବସି ମୁଭି ରେଟିଂ ଦେଇ ଟଙ୍କା କମାନ୍ତୁ । ଏହି ମେସେଜ ଦେଖି ମହିଳା ଏପରି ଫସିଲେ ଯେ, ଆକାଉଣ୍ଟରୁ କଟିଗଲା ୧୨ ଲକ୍ଷ ଟଙ୍କା । ଲୁଟେରା ମହିଳାଙ୍କୁ ଲିଙ୍କ ଦେଇ ୩୦ ଥର କ୍ଲିକ୍ କରିବାକୁ କହିଥିଲେ । ଏହା ପୂର୍ବରୁ ଲୁଟେରା ମହିଳାଙ୍କଠାରୁ ୧୦ ହଜାର ଟଙ୍କା ନେଇଥିଲେ । ଆକାଉଣ୍ଟରୁ ଟଙ୍କା କଟିବା ଜାଣିବା ପରେ ମହିଳା ପୋଲିସରେ ଏଫଆଇଆର ଦେଇଥିଲେ ।

୨, କ୍ରେଡିଟ କାର୍ଡ ରିଓ୍ବାଡ

ଆପଣଙ୍କ କ୍ରେଡିଟ କାର୍ଡରେ ଅଫର ଅଛି ଜଲଦି ସପିଂ କରିଦିଅନ୍ତୁ । ଏମିତି ଲେଖାଥିବା ମେସେଜ ଆପଣଙ୍କ ପାଖକୁ ଆସିଥିବ ନିଶ୍ଚୟ । ଏପରି କ୍ରେଡିଟ କାର୍ଡ ଅଫର ଲୋଭରେ ଜଣେ ମହିଳା ଫ୍ରଡର ଶିକାର ହୋଇଛନ୍ତି । ପ୍ରଥମେ ନାମିଦାମି ବ୍ୟାଙ୍କର ଅଧିକାରୀ ବୋଲି କହି ଲିଙ୍କ ପଠାନ୍ତି ଏବଂ ସବୁ ଡିଟେଲ ଦେବାକୁ କୁହନ୍ତି । ଆପଣ ଯଦି ତାଙ୍କ କଥାରେ ଫସି ଫର୍ମ ପୂରଣ କରିଦିଅନ୍ତି ତାହାଲେ ସରିଲା କଥା । ଖାଲି ହୋଇଯାଏ ବ୍ୟାଙ୍କ ଆକାଇଣ୍ଟ । ଜଣେ ବ୍ୟକ୍ତ ଏପରି ଫ୍ରଡର ଶିକାର ହୋଇ ୨୨ ହଜାର ଟଙ୍କା ହରାଇଛନ୍ତି ।

୩, ବିଜୁଳି ବିଲ ପଇଠ
ଜଣେ ବ୍ୟକ୍ତିଙ୍କ ପାଖକୁ ମେସେଜ ଆସିଲା ଆପଣ ବିଜୁଳି ବିଲ ଦେଇ ନାହାନ୍ତି । ଆଜି ରାତି ସାଢ଼େ ୯ଟାରେ ଆପଣଙ୍କ ଘରୁ ବିଜୁଳି କାଟିଦିଆଯିବ । ଯଦି ବିଲ ଦେବାକୁ ଚାହାନ୍ତି ତାହାଲେ ଏହି ଆପ୍ ଡାଉନଲୋଡ କରନ୍ତୁ । ଏମିତି କହି ଜଣେ ବ୍ୟକ୍ତିଙ୍କଠାରୁ ୨୫ ଲକ୍ଷ ଟଙ୍କା ଠକି ନେଇଛନ୍ତି ।

୪, ଏଟିଏମ ବ୍ଲକ୍

ଏଟିଏମ ମାଧ୍ୟମରେ ବହୁ ଠକେଇ ସାମ୍ନାକୁ ଆସୁଛି । ମଧ୍ୟପ୍ରଦେଶର ଜଣେ ବ୍ୟକ୍ତି ଏହି ଏଟିଏମ ପାଇଁ ଠକେର ଶିକାର ହୋଇଛନ୍ତି । ଜଣେ ବ୍ୟକ୍ତି ଏଟିଏମକୁ ଟଙ୍କା ଉଠାଇବାକୁ ଯାଇଥିଲେ ଏଟିଏମରେ ତାଙ୍କ କାର୍ଡ ମେସିନରେ ଫସି ଯାଇଥିଲା । ବ୍ୟକ୍ତି ଜଣଙ୍କ ସେଠାରେ ଲେଖାଥିବା କଷ୍ଟମର କେୟାର ନମ୍ବରକୁ ଫୋନ କରିଥିଲେ । କଷ୍ଟମର କେୟାର କହିଥିଲା ଯେ, ଆପଣ କାର୍ଡ ସେଠାରେ ଛାଡ଼ି ଯାଆନ୍ତୁ । କାଲି ଇଞ୍ଜିନିୟର ଆସିଲେ ବାହାର କରାଯିବ । ଏମିତି କହି ଠକ ଆକାଉଣ୍ଟରୁ ୫୧ ହଜାର ଟଙ୍କା ଠକିନେଇଛି । କଷ୍ଟମର କେୟାର ନମ୍ବର ଯାଗାରେ ଠକ ତା ନମ୍ବର ଲଗାଇଦେଇଥିଲା । ଏଟିଏମରେ କେହି ସୁରକ୍ଷାକର୍ମୀ ନଥିବାରୁ ଠକ ଏହାର ସୁଯୋଗ ନେଇଥିଲା ।

୫, ଓ୍ବର୍କ ଫର୍ମ ହୋମ୍ ଜବ୍

ଘରେ ବସି କାମ କରି ଟଙ୍କା ରୋଜଗାର କରନ୍ତୁ ବୋଲି ସୋସିଆଲ ମିଡିଆରେ ଦେଖି ଜଣେ ମହିଳା ଠକେଇର ଶିକାର ହୋଇଛନ୍ତି । ଠକ ଜଣଙ୍କ ପ୍ରଥମେ କିଛି ଟଙ୍କା ଜମା କରିବାକୁ କହି ମହିଳାଙ୍କଠାରୁ ଲୁଟି ନେଇଛି ଲକ୍ଷାଧିକ ଟଙ୍କା ।

କେବଳ ଏତିକି ନୁହେଁ ପେଟିଏମ, OLX ଜରିଆରେ ମଧ୍ୟ ବହୁ ଫ୍ରଡ ହେଉଥିବା ସାମ୍ନାକୁ ଆସିଛି । ତେଣୁ ଆପଣଙ୍କୁ ଯଦି ଏପରି ମେସେଜ ଆସୁଛି ତାହାଲେ ସତର୍କ ରୁହନ୍ତୁ । ତରବର ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ ।

 

୨ ସପ୍ତାହ ବଢିଲା ସିସୋଦିଆଙ୍କ ବିଚାର ବିଭାଗୀୟ ହେପାଜତ ଅବଧି

ନୂଆଦିଲ୍ଲୀ:  ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କ ବିଚାର ବିଭାଗୀୟ ହେପାଜତ ଅବଧିକୁ ଆଉ ୨ ସପ୍ତାହ ବଢ଼ାଇଛନ୍ତି ଦିଲ୍ଲୀ କୋର୍ଟ । ସିସୋଦିଆଙ୍କ ବିଚାର ବିଭାଗୀୟ ହେପାଜତ ଅବଧି ବଢାଇବା ଲାଗି ସିବିଆଇ ତାଙ୍କୁ କୋର୍ଟରେ ହାଜର କରିଥିଲା । ଦିଲ୍ଲୀ ମଦ ନୀତି ମାମଲାରେ ଅଧିକ ଜେରାର ଆବଶ୍ୟକ ଥିବାରୁ ତାଙ୍କୁ ଆଉ ୨ ସପ୍ତାହ ଲାଗି ରିମାଣ୍ଡ ଅବଧି ବଢ଼ାଇବା ଲାଗି କୋର୍ଟ ନିକଟରେ ସିବିଆଇ ପକ୍ଷରୁ ଆବେଦନ କରାଯାଇଥିଲା ।

ଆବେଦନର ଶୁଣାଣି କରି କୋର୍ଟ ସିସୋଦିଆଙ୍କ ଅବଧିକୁ ଏପ୍ରିଲ ୧୭ ଯାଏ ବଢ଼ାଇଛନ୍ତି । ଗତ ସପ୍ତାହରେ ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ । ଦିଲ୍ଲୀ ମଦ ନୀତି ମାମଲାରେ ପ୍ରାୟ ୧୦୦ କୋଟି ଟଙ୍କାର କିକବ୍ୟାକ ହୋଇଥିବା କ୍ଷେତ୍ରରେ ସିସୋଦିଆ ପ୍ରମୁଖ ଭୂମିକା ନେଇଥିବା ଦର୍ଶାଇ ତାଙ୍କ ଜାମିନ ଆବେଦନ ଖାରଜ କରିଥିଲେ କୋର୍ଟ ।

ସେପଟେ ସିସୋଦିଆଙ୍କ ଗିରଫଦାରୀ ବିରୋଧରେ ଦିଲ୍ଲୀରେ ପୁଣି ଆପ୍ କର୍ମୀ ହଲ୍ଲାବୋଲ କରିଛନ୍ତି । ସେପଟେ ଆପ୍ ନେତା ସଞ୍ଜୟ ସିଂ କହିଛନ୍ତି- ସିସୋଦିଆଙ୍କ ଜାମିନ ଲାଗି ଆପ୍ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବ । ଦିଲ୍ଲୀ ମଦନୀତି ମାମଲାରେ ଗତ ଫେବ୍ରୁଆରୀ ୨୬ ତରିଖରେ ସିସୋଦିଆଙ୍କୁ ଗିରଫ କରିଥିଲା ସିବିଆଇ ।

ଦଣ୍ଡ ଯାତ୍ରା ବଦଳରେ ରେକର୍ଡ ଡ୍ୟାନ୍ସ, ଷ୍ଟେଜରେ ଘଟିଲା ଗଣ୍ଡଗୋଳ

ବ୍ରହ୍ମପୁର: ଦଣ୍ଡ ଯାତ୍ରାରେ ରେକର୍ଡ ଡ୍ୟାନ୍ସ ଚାଲିଥିବା ବେଳେ ଷ୍ଟେଜରେ ଗଣ୍ଡଗୋଳ । ଭଞ୍ଜନଗର ଥାନା ନୂଆଁ ମହୁଲିଆ ଗାଁର ଘଟଣା । ଗତକାଲି ରାତିରେ ଦଣ୍ଡନାଚ ଚାଲିଥିବା ବେଳେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି । ଘୁମୁସର ନୂଆଁ ଗାଁର କଳାକାର ମାନେ ନୂଆଁ ମହୁଲିଆ ଗାଁରେ ଦଣ୍ଡନାଚ ଷ୍ଟେଜରେ ରେକଡ୍ ଡ୍ୟାନ୍ସ କରୁଥିଲେ । ହଟାତ୍ କିଛି ଯୁବକ କଳାକାର ମାନଙ୍କୁ ଷ୍ଟେଜ ଉପରେ ଚଢ଼ି ଠେଲାପେଲା କରିଥିଲେ ।

ଯୁବକକୁ ବୁଝେଇବା ପାଇଁ ଅନ୍ୟ ଏକ ଗୋଷ୍ଠୀ ଷ୍ଟେଜରେ ଚଢିବାରୁ ପରିସ୍ଥିତି ନିୟନ୍ତ୍ରଣ ହେବା ପରିବର୍ତ୍ତେ ଖଣ୍ଡ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା । ଠେଙ୍ଗା ବାଡିରେ ହୋଇଥିଲା ଆକ୍ରମଣ ଓ ପ୍ରତି ଆକ୍ରମଣ l ଉଭୟ ଗୋଷ୍ଠୀରୁ ୧୦ରୁ ଉର୍ଦ୍ଧ ଆହତ ହୋଇଛନ୍ତି । ଗୋଟିଏ ଗୋଷ୍ଠୀର ଜଣେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ଗଣ୍ଡଗୋଳ ପରେ ନାଚ ବନ୍ଦ ହୋଇଥିବା ବେଳେ କଳାକାର ଫେରିଯାଇଥିଲେ ।

ରାହୁଲ ଗାନ୍ଧିଙ୍କୁ ଆଶ୍ୱସ୍ତି, ଜାମିନ ଅବଧି ୧୩ ଏପ୍ରିଲ ପର୍ଯ୍ୟନ୍ତ ବୃଦ୍ଧି

ସୁରଟ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମିଳିଲା ଜାମିନ । ସୁରଟ ସେସନ୍ସ କୋର୍ଟ ରାହୁଲଙ୍କୁ ପ୍ରଦାନ କଲେ ଜାମିନ  । ତେବେ ମାନହାନି ମାମଲାରେ ରାହୁଲ ଗାନ୍ଧିଙ୍କୁ ମିଳିଛି ବଡ଼ ଆସ୍ୱସ୍ତି  । ଜାମିନ ଅବଧିକୁ ୧୩ ଏପ୍ରିଲ ପର୍ଯ୍ୟନ୍ତ ବଢ଼ାଇଲେ ସୁରଟ ସେସନ କୋର୍ଟ । ତେଣୁ ଏହି ମାମଲାର ଆଗାମୀ ଶୁଣାଣି ଏପ୍ରିଲ ୧୩ରେ ହେବ  ।ମାନହାନି ମାମଲାରେ ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ସୁରଟ ସେସନ୍ସ କୋର୍ଟ ପିଟିସନ ଦାଏର କରିବେ ରାହୁଲ ଗାନ୍ଧୀ। ଦଣ୍ଡାଦେଶର ୧୧ଦିନ ପରେ ସେସନ୍ସ କୋର୍ଟରେ ଆବେଦନ କରିବେ ରାହୁଲ। ସୁରଟ ଯିବା ପୂର୍ବରୁ ରାହୁଲଙ୍କୁ ଭେଟିଛନ୍ତି ସୋନିଆ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ।

କଂଗ୍ରେସ ଶାସିତ ରାଜ୍ୟର ୩ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଭୂପେଶ ବାଘେଲ ଓ ସୁଖବିନ୍ଦର ସିଂ ସୁଖୁ ରାହୁଲଙ୍କ ସହ କୋର୍ଟ ଯିବେ। ସେପଟେ ରାହୁଲ ଯିବା ପୂର୍ବରୁ ତାଙ୍କ ସମର୍ଥନରେ ସୁରଟ ସେସନ୍ସ କୋର୍ଟ ଆଗରେ କଂଗ୍ରେସ କର୍ମୀଙ୍କ ଭିଡ଼ ଲାଗି ରହିଛି। ୨୦୧୯ ଏପ୍ରିଲରେ କର୍ଣ୍ଣାଟକ କାରୋଲରେ ଆୟୋଜିତ ଏକ ରାଜନୈତିକ ସଭାରେ ମୋଦି ସରନେମକୁ ନେଇ ବିବାଦୀୟ ବିବୃତ୍ତି ଦେଇଥିଲେ ରାହୁଲ ଗାନ୍ଧୀ। ଏ ନେଇ ଗୁଜରାଟ ସୁରଟରେ ବିଜେପି ନେତା ପୂର୍ଣ୍ଣେସ ମୋଦି ରାହୁଲଙ୍କ ବିରୋଧରେ ଅପରାଧିକ ମାନହାନି ମାମଲା ଦାଏର କରିଥିଲେ ।

ଗୁଜରାଟ ସିଜେଏମ କୋର୍ଟରେ ରାହୁଲଙ୍କ ବିରୋଧରେ ପିଟିସନ ଦାଏର ହୋଇଥିଲା । ଘଟଣାର ୪ବର୍ଷ ପରେ ୨୩ ମାର୍ଚ୍ଚ ୨୦୨୩ରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ବର୍ଷ ଜେଲ୍ ଦଣ୍ଡ ଶୁଣାଇଥିଲେ ସିଜେଏମ କୋର୍ଟ। ରାହୁଲଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବାର ୨୪ଘଣ୍ଟା ମଧ୍ୟରେ ଲୋକସଭା ବାଚସ୍ପତି ତାଙ୍କ ସଦସ୍ୟତା ରଦ୍ଦ କରିଦେଇଥିଲେ। ସେପଟେ କଂଗ୍ରେସ ନେତା ଓ କର୍ମୀଙ୍କ ସହ ରାହୁଲ କୋର୍ଟକୁ ଯିବାକୁ ପିଲାଳିଆମି କହି ଟାର୍ଗେଟ୍ କରିଛି ବିଜେପି। ଏନେଇ ପ୍ରତିକ୍ରିୟା ରଖିଛି କଂଗ୍ରେସ। ରାହୁଲ ଡରିବେନି କି କାହା ଆଗରେ ମୁଣ୍ଡ ନୁଆଁଇବେନି ବୋଲି କହିଛନ୍ତି। ରାହୁଲଙ୍କୁ କୋର୍ଟ ଯିବାକୁ କହୁଥିବା ବିଜେପି କାହିଁକି ଏଭଳି ମନ୍ତବ୍ୟ ଦେଉଛି ବୋଲି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ।

ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ନେଇ ଗଠନ ହେଲା କ୍ୟାବିନେଟ୍ ସବ-କମିଟି

ଭୁବନେଶ୍ୱର: ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ନେଇ ଗଠନ ହେଲା କ୍ୟାବିନେଟ୍ ସବ କମିଟି । ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ସବ କମିଟିରେ ଅର୍ଥ ମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ ଓ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ସଦସ୍ୟ ଅଛନ୍ତି। ଅର୍ଥ ମନ୍ତ୍ରୀ କମିଟିରେ ଅଧ୍ୟକ୍ଷ ରହିଛନ୍ତି । ସବ୍ କମିଟି ବିଧାୟକଙ୍କ ଦରମା ବୃଦ୍ଧି ନେଇ ପରାମର୍ଶଦାତା କମିଟି କରିଥିବା ସୁପାରିସକୁ ଅନୁଧ୍ୟାନ କରିବ ।

କ୍ରିକେଟ ମ୍ୟାଚ ବେଳେ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

କଟକ: କଟକ ଚୌଦ୍ବାର ମହିଷାଲଣ୍ଡାରେ କ୍ରିକେଟ ମ୍ୟାଚ୍‌ ବେଳେ ଗଣ୍ଡଗୋଳ ଓ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ୪ ଜଣକୁ ପୋଲିସ ଗିରଫ କରିଛି । ଗିରଫ ଚାରିଜଣ ଯୁବକ ଚୌଦ୍ବାର ବରହମପୁର ଗାଁର ।

ପୋଲିସ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି । ହତ୍ୟା ପଛରେ କୌଣସି ପ୍ରକାର ପୂର୍ବଶତ୍ରୁତା ଥିବାର ସୂଚନା ଏ ପର୍ଯ୍ୟନ୍ତ ମିଳିନି ବୋଲି କଟକ ଡିସିପି ପିନାକ ମିଶ୍ର କହିଛନ୍ତି । ହଠାତ ରାଗର ବଶବର୍ତ୍ତୀ ହୋଇ ଯୁବକମାନେ ଏଭଳି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି ।

ତେବେ ମୁଖ୍ୟ ଅଭିଯୁକ୍ତ ସ୍ମୃତି ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ପୋଲିସ ଜାଣିବାକୁ ପାଇଛି ।

ସାହି ଜାତ: ଶ୍ରୀମନ୍ଦିର ସମ୍ମୁଖରେ ରାବଣ ନୃତ୍ୟ ପ୍ରଦର୍ଶିତ

ପୁରୀ: ପୁରୀରେ ଆରମ୍ଭ ହୋଇଥିବା ନିଆରା ଓ ପାରମ୍ପରିକ ସାହି ଜାତରେ ରବିବାର ଦିନ ମାର୍କଣ୍ଡେଶ୍ୱର ସାହି ପକ୍ଷରୁ ସାହି ଜାତ ବାହାରିଥିଲା। ନଗର ପରିକ୍ରମା କରିବା ସହ ବାଦୀ ସାହି ଭାବେ ପରିଚିତ ଛୁଡଙ୍ଗ ସାହିକୁ ଗମନ କରିଥିଲା। ତେବେ ଗତକାଲି ଅଘୋରି ନୃତ୍ୟ ଥିଲା ବେଶ ଆକର୍ଷଣୀୟ ଓ ଚିତ୍ତାକର୍ଷକ।

ସାହି ଜାତରେ ଏହି ନୃତ୍ୟ ପ୍ରଥମ ଥର ପାଇଁ ବାହାରି ଥିବାବେଳେ ଏହାକୁ ଦେଖିବା ପାଇଁ ବେଶ ଭିଡ଼ ଜମିଥିଲା। ଅଘୋରି କଳାକାରଙ୍କ ନୃତ୍ୟ ସମସ୍ତଙ୍କୁ ଚକିତ କରିଥିବା ବେଳେ ଶ୍ରୀମନ୍ଦିର ସମ୍ମୁଖରେ ପାରମ୍ପରିକ ନାଗା ନୃତ୍ୟ ମଧ୍ୟ ଥିଲା ବେଶ ଚିତ୍ତାକର୍ଷକ। ବିରବାଦ୍ୟର ତାଳେତାଳେ ନାଗା ନୃତ୍ୟ ଶରୀରରେ ଶିହରଣ ସୃଷ୍ଟି କରିଥିଲା।

ଆଜି କୁଣ୍ଡାଇବେଣ୍ଟ ସାହି ପକ୍ଷରୁ ରାବଣ ବାହାରିଥିବା ବେଳେ ମାୟା ରାବଣ ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ସମ୍ମୁଖରେ ରାବଣ ନୃତ୍ୟ କରୁଥିବାର ଦୃଶ୍ୟ ବେଶ ଆକର୍ଷଣୀୟ ହୋଇଥିବା ବେଳେ ସାଧାରଣ ଲୋକେ ଏହାକୁ ଦେଖି ବିମୋହିତ ହୋଇଥିଲେ।