spot_img
Home Blog Page 3214

ଦୁର୍ଗ ବଞ୍ଚାଇବାକୁ ବିଜେପିର ଚେଷ୍ଟା ଜାରି, ସରକାରକୁ ଫେରିବାକୁ ଲଢ଼େଇ କରୁଛି କଂଗ୍ରେସ

ନୂଆଦିଲ୍ଲୀ: ମିଶନ ସାଉଥ, ମୋର୍ଚ୍ଚା ସମ୍ଭାଳୁଛନ୍ତି ତୁଙ୍ଗ ନେତା । ଦକ୍ଷିଣ ଭାରତର ଏକମାତ୍ର ଦୁର୍ଗ ବଞ୍ଚାଇବାକୁ ବିଜେପିର ଚେଷ୍ଟା ଜାରି ରହିଥିବା ବେଳେ ସରକାରକୁ ଫେରିବାକୁ ଲଢ଼େଇ କରୁଛି କଂଗ୍ରେସ । ଷ୍ଟାର ପ୍ରଚାରକଙ୍କ ଘନ ଘନ ରାଲି, ଜନସଭାରେ କମ୍ପୁଛି ପ୍ରଚାର ମୈଦାନ । କଂଗ୍ରେସ ପାଇଁ ପ୍ରିୟଙ୍କା ଗାନ୍ଧୀ ମାରାଥନ ପ୍ରଚାର ଚଳାଇଛନ୍ତି । ପୂର୍ବରୁ ରାହୁଲ ଗାନ୍ଧୀ ତିନି ଦିନ ଧରି କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିବା ବେଳେ ପ୍ରିୟଙ୍କା ଏବେ ମୋର୍ଚ୍ଚା ସମ୍ଭାଳିଛନ୍ତି ।

ଦରଦାମ ବୃଦ୍ଧି, ବେରୋଜଗାରୀ, ରିଜରଭେସନ ଓ କଣ୍ଟ୍ରାକ୍ଟରଙ୍କଠାରୁ ୪୦ ପରସେଣ୍ଟ ଆଦାୟକୁ ନେଇ ବିଜେପି ସରକାରକୁ କଂଗ୍ରେସ ଟାର୍ଗେଟ କରିଛି । ବିଜେପି ନେତାମାନେ ଭିକ୍ଟିମ କାର୍ଡ ଖେଳୁଛନ୍ତି ବୋଲି କହି ଦଳର ଶୀର୍ଷସ୍ତରର ନେତାଙ୍କୁ ଟାର୍ଗେଟ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ବରିଷ୍ଠ ନେତା ରଣଦୀପ ସୁରଜେଓ୍ବାଲା, କେସି ବେଣୁଗୋପାଳ ପ୍ରମୁଖଙ୍କ ହାଇଭୋଲଟେଜ ପ୍ରଚାର ଜାରି ରହିଛି ।

ସେପଟେ ଜେଡିଏସ ମଧ୍ୟ କିଙ୍ଗ ମେକର ହେବା ଲକ୍ଷ୍ୟରେ ଦଳର ଶୀର୍ଷସ୍ତରର ନେତାଙ୍କୁ ନେଇ ପ୍ରଚାର ମଇଦାନକୁ ଓହ୍ଲାଇଛି । ଆଜି ଜେଡିଏସ ପ୍ରାର୍ଥୀଙ୍କ ପାଇଁ ଦକ୍ଷିଣ କନ୍ନଡ ଜିଲ୍ଲାରେ ପ୍ରଚାର କରିବେ ବରିଷ୍ଠ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡ଼ା । ମାଙ୍ଗାଲୁରୁରେ ମଧ୍ୟ ସେ ମାରାଥନ ରାଲି କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଏହାସହ ଏକାଧିକ ଜନସଭାରେ ମଧ୍ୟ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ସେପଟେ ବିଜେପି ମଧ୍ୟ ଷ୍ଟାର ପ୍ରଚାରକଙ୍କୁ ଧରି ଜୋରଦାର ପ୍ରଚାର ଚଳାଇଥିବା ବେଳେ ଆଜି ଦଳ ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି ।

ବିବାହ ବିଚ୍ଛେଦକୁ ନେଇ ବଡ଼ ରାୟ : ସୁପ୍ରିମକୋର୍ଟରୁ ମିଳିବ ଇନଷ୍ଟାଣ୍ଟ ଡିଭୋର୍ସ

ନୂଆଦିଲ୍ଲୀ :  ବିବାହ ବିଚ୍ଛେଦ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଧାରା ୧୪୨ ଆଧାରରେ ତତ୍କାଳ ମିଳିପାରିବ ଛାଡ଼ପତ୍ର । ଭବିଷ୍ୟତରେ ସମ୍ପର୍କ ସୁଧୁରିବାର କୌଣସି ଆଶା ନଥିଲେ ନ୍ୟାୟାଳୟ ତତ୍କାଳ ବିବାହକୁ ରଦ୍ଦ କରିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଆଜି ଏକ ମାମଲାର ଶୁଣାଣି ବେଳେ ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି ।

ଉଭୟ ପକ୍ଷ ସହମତିରେ ଛାଡପତ୍ର ଆବେଦନ କରିଥିଲେ କିଛି ବିଷୟକୁ ଗୁରୁତ୍ବର ସହ ନେବା ପରେ ଆଉ ୬ ମାସ ସମୟ ଦେବା ଆବଶ୍ୟକ ନାହିଁ । ଛାଡ଼ପତ୍ର ଆଇନରେ ଦିଆଯାଇଥିବା ୬ମାସ ଅବଧିକୁ ହଟାଇ ଦିଆଯାଇପାରେ ।

ମାତ୍ର ସୁପ୍ରିମକୋର୍ଟ ଧାରା ୧୪୨ର ବ୍ୟବହାରକୁ ଅତି ସଂଯମତାର ବ୍ୟବହାର କରିବା ଆବଶ୍ୟକ ବୋଲି ଖଣ୍ଡପୀଠ କହିଛନ୍ତି । ମାମଲାର ଶୁଣାଣି ବେଳେ ରକ୍ଷଣାବେକ୍ଷଣ, ଭରଣପୋଷଣ ଓ ପିଲାଙ୍କ ଦାୟିତ୍ବକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା । ଜଷ୍ଟିସ ସଞ୍ଜୟ କିଷନ କୌଲ, ସଞ୍ଜୀବ ଖନ୍ନା, ଏ ଏସ୍ ଓକା, ବିକ୍ରମ ନାଥ ଓ ଜେକେ ମାହେଶ୍ବରୀଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି ।

ଶ୍ରମ ଦିବସରେ ବଡ଼ ଘୋଷଣା : ରାଜ୍ୟରେ ନିଯୁକ୍ତ ହେବେ ୨୦୦ ଅତିରିକ୍ତ ଶ୍ରମ ଅଧିକାରୀ

ଭୁବନେଶ୍ୱର :  ରାଜ୍ୟରେ ନିଯୁକ୍ତ ହେବେ ୨୦୦ ଅତିରିକ୍ତ ଶ୍ରମ ଅଧିକାରୀ । ଓପିଏସସିକୁ ନିଯୁକ୍ତି ପାଇଁ ନିବେଦନ କରାଯାଇଛି । ଏହାଦ୍ବାରା ପ୍ରତି ବ୍ଲକରେ ଶ୍ରମ କାର୍ଯ୍ୟାଳୟ କରାଯିବ ଏହାହେବା ଦ୍ବାରା ଶ୍ରମିକଙ୍କୁ ଆଉ ଜିଲ୍ଲା ଶ୍ରମ ମୁଖ୍ୟାଳୟକୁ ଦୌଡ଼ିବାକୁ ପଡ଼ିବନି। ପୂର୍ବରୁ ଜିଲ୍ଲା ମୁଖ୍ୟାଳୟରେ ୩୨ଟି ଶ୍ରମ କାର୍ଯ୍ୟାଳୟ ରହିଛି। ସେହିପରି ସୁରଟଠାରେ ଶ୍ରମିକ ମାନଙ୍କ ପାଇଁ ଓଡ଼ିଶା ସାଂସ୍କୃତିକ ଭବନ ନିର୍ମାଣ କରାଯିବ। ଏଥିପାଇଁ ୧୦କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସ୍ଥାନ ନିରୁପଣ ପାଇଁ ଗୁଜରାଟ ସରକାରଙ୍କୁ ଚିଠି ଲେଖାଯାଇଥିବା ସୂଚନା ଦେଇଛନ୍ତି ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ। ଭୁବନେଶ୍ବରରେ ରାଜ୍ୟସ୍ତରୀୟ ଶ୍ରମିକ ଦିବସ ପାଳନ ଅବସରରେ ଶ୍ରମ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ଏହି ଅବସରରେ 5T ଉପକ୍ରମରେ ଶ୍ରମିକ ମାନଙ୍କ ପାଇଁ ନୂତନ ପ୍ରଯୁକ୍ତି ସେବାର ଶୁଭାରମ୍ଭ କରାଯାଯାଇଛି। ଉନ୍ମୋଚିତ ହୋଇଛି ଓଡିଶାର ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡର ଓ୍ବେବସାଇଟ ଓ ଅନଲାଇନ ପୋର୍ଟାଲ ।

ପରିଶ୍ରମ ପୋର୍ଟାଲ ମାଧ୍ୟମରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ୫୨ଟି ଅନଲାଇନ ସେବା ସହିତ ନୂତନ ଭାବେ ୧୫ଟି ସେବା ଓ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ନିର୍ମାଣ ଶ୍ରମିକ ପୋର୍ଟାଲ ମାଧ୍ୟମରେ ସେସ ମଡ୍ୟୁଲ ଆରମ୍ଭ ହୋଇଛି । ସମାରୋହରେ ମୁଖ୍ୟ ଅତିଥିଭାବେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇ କାର୍ଯ୍ୟକ୍ଷେତ୍ରରେ ପ୍ରାଣ ହରାଇଥିବା ଶ୍ରମିକଙ୍କୁ ସହାୟତା ପ୍ରଦାନ କରିଛନ୍ତି । ମଇ ଦିବସର ଅବସରରେ ରାଜ୍ୟର ପ୍ରଗତିରେ ଶ୍ରମିକ ଭାଇଭଉଣୀ ମାନଙ୍କ ଅମୂଲ୍ୟ ଯୋଗଦାନକୁ ସମ୍ମାନ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି ।

ତାନ୍ତ୍ରିକ କୈଫି ଖାନ କଳା କାରନାମାର ଲମ୍ବା ତାଲିକା

କଟକ :  ତାନ୍ତ୍ରିକ କୈଫି ଖାନ ନାଁରେ ଏବେ ସୁଦ୍ଧା ରୁଜୁ ହେଲାଣି ୪ଟି ମାମଲା । ଗିରଫ ଅଭିଯୁକ୍ତକୁ ରିମାଣ୍ଡରେ ନେବାକୁ ପୋଲିସ ଆବେଦନ କରିବ। ଏହା ଏକ ଅନ୍ତଃଜିଲ୍ଲା ଅପରାଧ। ରାଜ୍ୟ ବାହାରେ କୈଫି ଖାନ୍ ଠକିଛି କି ନାହିଁ, ସେନେଇ ତଦନ୍ତ ହେବ। ଆର୍ଥିକ କାରବାରର ତଦନ୍ତ ଚାଲିଥିବା କଟକ ଡିସିପି ପିନାକ୍ ମିଶ୍ର କହିଛନ୍ତି। ପୀରବଜାର ଅଞ୍ଚଳର ଶର୍ମିଲା ବିବି ମଧ୍ୟ କୈଫି ଖାନ୍ ନାଁରେ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

୨୦୧୯-୨୦ ମସିହାରେ ଶର୍ମିଲାଙ୍କ ଘରେ କିଛି ଅସ୍ୱାଭାବିକ ଘଟଣା ପାଇଁ ପୁରା ପରିବାର ଚିନ୍ତାରେ ଥିଲେ। ଜଣେ ସମ୍ପର୍କୀୟଙ୍କ ଦ୍ଵାରା ଠାକ ବାବାର ସଂସ୍ପର୍ଶରେ ଆସିଥିଲେ। କୈଫି ଖାନ ତାଙ୍କୁ ମଧ୍ୟ ସେଇ ଏକା ଫର୍ମୁଲାରେ ପକାଇଥିଲା। ଘରେ ଗୁପ୍ତ ଧନ ଅଛି କହି ଘର ଖୋଳାଇଥିଲା। ମାଟି ତଳୁ କିଛି ଧାତୁ ବାହାର କରି ଶୋଧ ପାଇଁ ୨୦ଲକ୍ଷ ମାଗିଥିଲା। ଶର୍ମିଲା ତାଙ୍କୁ ୧୦ଲକ୍ଷ ଦେଇଥିଲେ। ଆଉ ଟଙ୍କା ନଦେଇପାରିବାରୁ ତାଙ୍କୁ ଭୟଭୀତ କରିଥିଲା ତାନ୍ତ୍ରିକ।

ବାହାରିଥିବା ଧାତୁକୁ ଶ୍ମଶାନରେ ପୋତି ଦେବା ସହିତ ଟଙ୍କା ଦେଲେ ତାହା ମିଳେଇ ଯିବ, ନଚେତ ସେ ଧାତୁ ପ୍ରେତାତ୍ମା ହୋଇ ତାଙ୍କ ଘର ପାଇଁ ବିପଦ ହେବ ବୋଲି କହିଥିଲା। ଠକାମୀର ଶିକାର ହୋଇଥିବା ଜାଣିବା ପରେ ଭୟ ଓ ଲୋକଲଜ୍ୟା ଦୃଷ୍ଟିରୁ ଥାନାରେ ଏତଲା ଦେଇନଥିଲେ ମହିଳା। ଏବେ ସମସ୍ତେ ସାମ୍ନାକୁ ଆସି ମୁହଁ ଖୋଲିବାରୁ ଶର୍ମିଲା ମଧ୍ୟ ସାହସ କରି ଏତଲା ଦେଇଥିବା କହିଛନ୍ତି ।

ବ୍ୟାଙ୍କ ଅଫ ବରୋଦା ମୁଖ୍ୟ ହେଲେ ଓଡ଼ିଆ ପୁଅ

ଭୁବନେଶ୍ୱର :  ବ୍ୟାଙ୍କ ଅଫ ବରୋଦା ମୁଖ୍ୟ ହେଲେ ଓଡ଼ିଆ ପୁଅ । ବଲାଙ୍ଗୀର ଜିଲ୍ଲାର ଦେବଦତ୍ତ ଚାନ୍ଦଙ୍କ ବ୍ୟାଙ୍କ ଅଫ ବରୋଦାର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତ ହୋଇଛନ୍ତି । ପୂର୍ବରୁ ସେ ବିଓବିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଥିଲେ । ଦେବଦତ୍ତଙ୍କ ଘର ବଲାଙ୍ଗୀର ପ୍ୟାଲେସ ଲାଇନରେ ।

ପୃଥ୍ବୀରାଜ ହାଇସ୍କୁଲରେ ପାଠ ପଢିବା ପରେ ଉଚ୍ଚଶିକ୍ଷା ପାଇଁ ବାହାରକୁ ଯାଇଥିଲେ । ପୂର୍ବରୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ କାର୍ଯ୍ୟରତ ଥିବା ସମୟରେ ବ୍ୟାଙ୍କ ଅଫ ବରୋଦାର ଉଚ୍ଚସ୍ତରୀୟ ଅଧିକାରୀ ପଦରେ ନିଯୁକ୍ତ ହୋଇଥିଲେ । ସେଠାରେ ତାଙ୍କୁ ସିଇଓ ଭାବେ ପଦୋନ୍ନତି ମିଳିଛି । ଏଥିପାଇଁ ଦେବଦତ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାର୍ଯ୍ୟକାଳ ସମୟରେ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

କେନ୍ଦୁଝରରେ ଚାଞ୍ଚଲ୍ୟ; ଯୁବକଙ୍କୁ ଗୁଳିକରି ହତ୍ୟା

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବଡ଼ବିଲ ୬ନମ୍ବର ୱାର୍ଡ଼ରେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମୃତ ଯୁବକ ଜଣକ ହେଲେ ସୁନୀଲ ସିହ୍ନା । ସେପଟେ ଘଟଣାସ୍ଥଳରୁ ଖୋକା ମିଳିଥିବା ବେଳେ ପୋଲିସର ତଦନ୍ତ ଜାରି ରହିଛି । ଆଜି ସକାଳ ପ୍ରାୟ ସାଢ଼େ ୮ଟା ସମୟରେ ମନି ଟାୱାର୍ ନିକଟରେ ସୁନିଲଙ୍କୁ କୌଣସି ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ବଡ଼ବିଲ IIC ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏପର୍ଯ୍ୟନ୍ତ ହତ୍ୟାକାଣ୍ଡର କାରଣ ଜଣାପଡ଼ିନାହିଁ ।

କ୍ୟାବ ଡ୍ରାଇଭରଙ୍କୁ ୩କିମି ଘୋଷାଡି ନେଲା ସାଂସଦଙ୍କ କାର୍

ନୂଆଦିଲ୍ଲୀ :  କ୍ୟାବ ଡ୍ରାଇଭରଙ୍କୁ ୩କିମି ଘୋଷାଡି ନେଲା ସାସଂଦଙ୍କ କାର୍ । ରାଜଧାନୀ ଦିଲ୍ଲୀରୁ ଏକ ଅଭାବନୀୟ ଘଟଣାର ଭିଡିଓ ସାମ୍ନାକୁ ଆସିଛି । ଆଶ୍ରମ ଛକରୁ ନିଜାମୁଦ୍ଦିନ ଦରଗାହ ମଧ୍ୟରେ ଏହି ଘଟଣା ଘଟିଛି ।

କାର ବନେଟରେ ଘୋଷାଡି ହୋଇଯାଇଥିବା ଯୁବକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେ ଜଣେ କ୍ୟାବ ଡ୍ରାଇଭର ବୋଲି ପୋଲିସ କହିଛି। କାରଟି ବିହାରର ଏଲଜେପି ସାଂସଦ ଚନ୍ଦନ ସିଂଙ୍କର ହୋଇଥିବା ବେଳେ ଦୁର୍ଘଟଣା ବେଳେ ସାଂସଦ କାରରେ ନଥିବା ଜଣାଡ଼ିଛି ।

ରବିବାର ସନ୍ଧ୍ୟାରେ ସେ ଜଣେ ପାସେଞ୍ଜରଙ୍କୁ ଆଶ୍ରମ ଛକକୁ ଛାଡ଼ିବାକୁ ଯାଇଥିଲେ । ଏହି କାର ତାଙ୍କ ଗାଡ଼ିକୁ ପଛରୁ ଧକ୍କା ଦେଇଥିଲା । ଫଳରେ ନିଜ ଗାଡ଼ିରୁ ବାହାରକୁ ଆସି ସେ କାର ଆଗରେ ଛିଡ଼ା ହୋଇଯାଇଥିଲେ । ସେହି କାରର ଡ୍ରାଇଭର ଗାଡ଼ି ଚଳାଇବା ସହ ତାଙ୍କୁ ତିନି କିଲୋମିଟର ଘୋଷାଡି ଆଣିଥିଲେ ବୋଲି ଉଦ୍ଧାର ଯୁବକ ଜଣଙ୍କ କହିଛନ୍ତି ।

ଦେଶରେ ୧୪ ପାକିସ୍ତାନୀ ଆପ୍ ବ୍ୟାନ୍ ; ପ୍ରତିବନ୍ଧକ ଲଗାଇଲା ଆଇଟି ମନ୍ତ୍ରଣାଳୟ

ନୂଆଦିଲ୍ଲୀ :  ଟେରର ଆପ୍‌ରେ ଡିଜିଟାଲ ଷ୍ଟ୍ରାଇକ । ପାକିସ୍ତାନରୁ ପରିଚାଳିତ ୧୪ ମେସେଞ୍ଜର ଆପ୍ ବ୍ୟାନ୍ । ଆଇଟି ମନ୍ତ୍ରଣାଳୟ ପକ୍ଷରୁ ଏହି ଆପକୁ ବ୍ୟାନ କରାଯାଇଛି । ଗୁଇନ୍ଦା ଇନପୁଟ ଆଧାରରେ ଆପ୍ ଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଯାଇଥିବା ଜଣାପଡ଼ିଛି ।

ପାକିସ୍ତାନରେ ଆତଙ୍କବାଦୀମାନେ ଏହି ଆପ୍ ଯୋଗେ ଜାମ୍ମୁ-କାଶ୍ମୀରରେ ଥିବା ସମର୍ଥକ ଓ ଅଣ୍ଡର ଗ୍ରାଉଣ୍ଡ ଓ୍ବାର୍କର୍ସଙ୍କୁ କୋଡେଡ୍ ମେସେଜ ପଠାଉଥିବା ଜଣାପଡ଼ିଥିଲା । ରାଷ୍ଟ୍ରୀୟ ସୁରକ୍ଷା ଦୃଷ୍ଟିରୁ ଏହି ଆପ୍ ଗୁଡ଼ିକୁ ବ୍ୟାନ କରାଯାଇଛି । ପୂର୍ବରୁ ମଧ୍ୟ ଅନେକ ଚାଇନିଜ ଆପକୁ ଭାରତରେ ବ୍ୟାନ କରାଯାଇଛି । ୨୦୨୦ ଜୁନ ପରଠାରୁ ଭାରତରେ ପ୍ରାୟ ୨ଶହ ଚାଇନିଜ ଆପ୍ ବ୍ୟାନ ହୋଇଛି । ଏହାଛଡ଼ା ପାକିସ୍ତାନରୁ ଅପରେଟ କରାଯାଉଥିବା କେତେକ ସୋସିଆଲ ମିଡିଆ ଆକାଉଣ୍ଟକୁ ମଧ୍ୟ ସରକାର ବ୍ୟାନ କରିଥିଲେ ।

ବ୍ୟାଙ୍କ ଯାଇପାରୁନଥିବା ହିତାଧିକାରୀଙ୍କୁ ଦୁଆରେ ମିଳିବ ଭତ୍ତା

ନୂଆଦିଲ୍ଲୀ :  ବ୍ୟାଙ୍କ ଯାଇପାରୁନଥିବା ହିତାଧିକାରୀଙ୍କ ନିକଟରେ ଭତ୍ତା ପହଞ୍ଚାଇବେ ବ୍ୟାଙ୍କ କର୍ତ୍ତୃପକ୍ଷ । ବୟସାଧିକ ଓ ଅସୁସ୍ଥତା କାରଣରୁ ଯେଉଁମାନେ ବ୍ୟାଙ୍କକୁ ଯାଇ ବାର୍ଦ୍ଧକ୍ୟ ଭତ୍ତା ଆଣିପାରୁନାହାନ୍ତି ସେମାନଙ୍କ ଘରେ ଟଙ୍କା ପହଞ୍ଚାଇବ ବ୍ୟାଙ୍କ । ଏଥିପାଇଁ ବ୍ୟାଙ୍କ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

ସ୍ବଚ୍ଛତା ରକ୍ଷା ପାଇଁ ହିତାଧିକାରୀଙ୍କ ଆକାଉଣ୍ଟରେ ଡିବିଟି ମାଧ୍ୟମରେ ଭତ୍ତା ଟଙ୍କା ଜମା ହେଉଛି । ତେବେ ଅନେକ ହିତାଧିକାରୀ ଭତ୍ତା ଟଙ୍କା ପାଇଁ ଦହଗଞ୍ଜ ହେଉଥିବା ଅଭିଯୋଗ ହେଉଛି । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଶାସନ ସଚିବ ।

ଅନେକ ସମୟରେ ଆଧାର ଓ ସର୍ଭରରେ ସମସ୍ୟା ଦେଖାଯାଉଛି । ହିତାଧିକାରୀ ବ୍ୟାଙ୍କ ଦୌଡ଼ିଲେ ବି ସମାଧାନର ବାଟ ଫିଟୁନାହିଁ । ଉଭୟ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଏବଂ ମଧୁବାବୁ ପେନ୍ସନ୍ ଯୋଜନାରେ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଉଛି । କିନ୍ତୁ ବ୍ୟାଙ୍କରେ ହିତାଧିକାରୀଙ୍କ ଆଧାର ବୈଧତା ପ୍ରମାଣିତ ହୋଇପାରୁନଥିବାରୁ ଭତ୍ତା ଟଙ୍କା ଉଠାଇବାକୁ ହିତାଧିକାରୀ ଅସମର୍ଥ ହେଉଛନ୍ତି ।

ଆଧାର ଯୋଗୁ ଅର୍ଥ ଉଠାଣରେ ସମସ୍ୟା ହେଉଥିବା ତଥ୍ୟକୁ ବିଭାଗ ଦିଆଯିବାକୁ ବ୍ୟାଙ୍କକୁ କୁହାଯାଇଛି । ୨୪ ଘଣ୍ଟା ମଧ୍ୟରେ ହିତାଧିକାରୀଙ୍କୁ ସେମାନଙ୍କର ଘର ପାଖରେ ଉଠାଣ ସ୍ଲିପ୍ ଜରିଆରେ ଭତ୍ତା ଟଙ୍କା ପ୍ରଦାନକୁ ବ୍ୟାଙ୍କ କର୍ତ୍ତୃପକ୍ଷ ସୁନିଶ୍ଚିତ କରିବେ। ଯେଉଁମାନେ ବ୍ୟାଙ୍କରୁ ଭତ୍ତା ପାଇବାରେ ଅସମର୍ଥ ସେମାନଙ୍କ ଦୁଆରେ ବ୍ୟାଙ୍କ କର୍ମଚାରୀ ଭତ୍ତା ଟଙ୍କା ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଟ୍ରିବ୍ୟୁନାଲ ଟିମଙ୍କ ଦ୍ବିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ବେଳେ ଅଶାନ୍ତି

ସମ୍ବଲପୁର : ଆହୁରି ଗୋଳିଆ ହେଉଛି ମହାନଦୀ ଜଳ ବିବାଦ ପ୍ରସଙ୍ଗ । ଗଣମାଧ୍ୟମକୁ ବିଭ୍ରାନ୍ତ କରୁଛି ଛତିଶଗଡ ସରକାର । ବେଆଇନ ଭାବେ ଭାବେ ପାଣି ଅଟକାଇ ଦାଦାଗିରି କରୁଛି ଛତିଶଗଡ଼ । ଛତିଶଗଡ଼ କହୁଛି ଆମେ ପାଣି ଅଟକାଉନୁ । ସବୁ ଅଣମୌସୁମୀ ସମୟରେ ପାଣି ଛଡ଼ାଯାଉଛି । ହେଲେ ଓଡ଼ିଶା ଛତିଶଗଡ଼ର ବିତଣ୍ଡା ଯୁକ୍ତିକୁ ସହଜରେ ଗ୍ରହଣ କରୁନି । ମହାନଦୀ ଟ୍ରିବୁନାଲଙ୍କ ଦ୍ବିତୀୟ ପର୍ଯ୍ୟାୟ ଛତିଶଗଡ଼ ଗସ୍ତ ବେଳେ ସୃଷ୍ଟି ହୋଇଥିଲା ଅଶାନ୍ତିର ପରିବେଶ । ଉଭୟ ରାଜ୍ୟର ଅଧିକାରୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ହୋଇଥିଲା କଥାକଟାକଟି ।

ରବିବାର ଠାରୁ ଟ୍ରିବୁନାଲଙ୍କ ଦ୍ବିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ଆରମ୍ଭ ହୋଇଥିବା ବେଳେ ଗତକାଲି ଦୁର୍ଗ ଜିଲ୍ଲାର କୁମହାରୀ ଆନିକଟ ବୁଲିଥିଲା ଟିମ୍ । ଏତିକିବେଳେ ପାଣି ଛଡ଼ାଯିବାକୁ ନେଇ ଓଡ଼ିଶା ଓ ଛତିଶଗଡ଼ ଅଧିକାରୀଙ୍କ ମଧ୍ୟରେ ହୋଇଥିଲା ଯୁକ୍ତିତର୍କ । କ୍ଷେତ୍ର ପରିଦର୍ଶନ ସମୟରେ ମହାନଦୀର ଜଳ ପ୍ରବାହ ଓ ଏହି ଅଂଚଳରେ ହୋଇଥିବା ବ୍ୟାରେଜ ଯୋଗୁଁ ଜଳସଂଚୟ ଓ ଉପଯୋଗ ଉପରେ ଏହି ଟିମ ସଦସ୍ୟ ନିରୀକ୍ଷଣ କରିଥିଲେ ।

ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ବେଳେ କଲମା ଗେଟ୍ ଖୋଲିଦେଇଥିଲା ଛତିଶଗଡ଼ । ଅଣମୌସୁମି ସମୟରେ ଗେଟ ଖୋଲିବା ନେଇ ଅନେକ ପ୍ରଶ୍ନ ଉଠିଥିଲା । ବେଆଇନ ଭାବେ ଗଚ୍ଛିତ ପାଣି ଛାଡିଦେଲା କି ଛତିଶଗଡ଼ ସେନେଇ ଉଠିଥିଲା ପ୍ରଶ୍ନ । ଟ୍ରିବ୍ୟୁନାଲ ଟିମ୍ ଆଜି ଦ୍ବିତୀୟ ପଯ୍ୟାୟରେ ଅରପା ଭଏଷା ଝର ପ୍ରକଳ୍ପର କ୍ଷେତ୍ର ପରିଦର୍ଶନ କରିବେ । ପରେ ଶିବରିନାରାୟଣ ଓ କଲମା ବ୍ୟାରେଜ ବୁଲି ଦେଖିବାର କାଯ୍ୟକ୍ରମ ରହିଛି ।

ମେ ୩ ଯାଏ ଦ୍ବିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ କରି ଟିମ୍ । ଦ୍ବିତୀୟ ପଯ୍ୟାୟ କ୍ଷେତ୍ର ପରିଦର୍ଶନ ପରେ ପୁଣି ହୀରାକୁଦ ଡେଲଟା ଅଂଚଳ ପରିଦର୍ଶନ କରିବ ଟ୍ରିବ୍ୟୁନାଲ । ଆସନ୍ତା ମେ ୧୦ତାରିଖ ପରେ ଡେଲଟା ପରିଦର୍ଶନ କରିବ ଟିମ୍ । ଟ୍ରିବ୍ୟୁନାଲ ସହ ବିଶେଷଜ୍ଞ ଉଭୟ ରାଜ୍ୟର ଜଳ ସଂପଦ ବିଭାଗ ଅଧିକାରୀ ଉପସ୍ଥିତ ଅଛନ୍ତି ।