ପୁରୀ: ରଥଯାତ୍ରାରେ ସାମିଲ ହୋଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡ଼ ଭିତରକୁ ଯାଇ ରଥାରୁଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରି ଆଶିଷ ନେଇଛନ୍ତି। ପ୍ରବଳ ଭିଡ଼ରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଟାଣିଛନ୍ତି ମୁଖ୍ୟମନ୍ତ୍ରୀ। ରଥଯାତ୍ରାରେ ରାଜ୍ୟବାସୀଙ୍କ ସୁଖ ସମୃଦ୍ଧି ପାଇଁ ପ୍ରାର୍ଥନା କରିଛନ୍ତି। ଏହି ଅବସରରେ ଓଡ଼ିଶା ରିଭ୍ୟୁ ଓ ଉତ୍କଳ ପ୍ରସଙ୍ଗର ଉନ୍ମୋଚନ କରିଥିଲେ ମୁଖ୍ୟମନ୍ତ୍ରୀ । ରାଜ୍ୟପାଳ ଗଣେଶୀ ଲାଲ୍, ଫାଇଭ୍-ଟି ଭିକେ ପାଣ୍ଡିଆନଙ୍କ ସହ ବହୁ ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ରହିଥିଲେ ।
ଢେଙ୍କାନାଳ ରଥଯାତ୍ରାରେ ଅଘଟଣ, ଜଣେ ମୃତ
ଢେଙ୍କାନାଳ: ଢେଙ୍କାନାଳ ରଥଯାତ୍ରାରେ ଅଘଟଣ । ରଥଟଣା ଆରମ୍ଭରୁ ତଳେ ପଡି ଜଣେ ମୃତ । ମୃତକ ସ୍ଥାନୀୟ ଶାସନ ଅଞ୍ଚଳ ନିରୋଦ କୁମାର ରଥ । ରଥଟଣା ଆରମ୍ଭ ହେବାବେଳେ ନିରୋଦ ରଥ ଦଉଡି଼ରେ ଛନ୍ଦି ହୋଇ ତଳେ ପଡି ଯାଇଥିଲେ । ଫଳରେ କିଛି ଲୋକ ତାଙ୍କ ଉପରେ ଚଢି ଯାଇଥିଲେ । ତାଙ୍କ ମୁଣ୍ଡ ଫାଟି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି ।
ସରିଲା ତିନି ରଥରେ ଛେରାପହଁରା, ଆଉ କିଛି ସମୟରେ ଆରମ୍ଭ ହେବ ରଥଟଣା
ପୁରୀ: ଆଜି ମହାପ୍ରଭୁଙ୍କ ରଥଯାତ୍ରା । ରତ୍ନବେଦୀ ଛାଡ଼ି ମାଉସୀ ମା’ ଅଭିମୁଖେ ଯାତ୍ରା କରିବେ ଚତୁର୍ଦ୍ଧାମୂର୍ତ୍ତୀ । ପହଣ୍ଡି ହୋଇ ଆସି ରଥାରୁଢ଼ ହେବା ପରେ ଛେରାପହଁରା ନୀତି ଅନୁଷ୍ଠିତ ହୋଇଛି । ଗଜପତି ପ୍ରଥମେ ବଡଠାକୁରଙ୍କ ତାଳଧ୍ୱଜ ରଥ ପରେ ଦେବୀ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଗଜପତି ଛେରାପହଁରା କରିଥିଲେ । ରଥରେ ପ୍ରଥମେ ପବିତ୍ର ଜଳ ସିଞ୍ଚନ ଏବଂ ଆଳତୀ କରିବା ପରେ ସୁନାର ଝାଡୁରେ ଗଜପତି ଛେରାପହଁରା କରିଥିଲେ ।ଏହାପରେ ଆରମ୍ଭ ହେବ ରଥଟଣା । ଭକ୍ତ ଓ ଭଗବାନ ଆଜି ବଡ଼ଦାଣ୍ଡରେ ଏକାକାର ।
ରଶ୍ମିକା ମନ୍ଦାନଙ୍କ ସହ ଠକେଇ, ମ୍ୟାନେଜର ଲଗାଇଲେ ୮୦ ଲକ୍ଷ ଟଙ୍କାର ଚୂନ
ମୁମ୍ବାଇ: ନ୍ୟାସନାଲ କ୍ରସ୍ ରଶ୍ମିକା ମନ୍ଦାନଙ୍କ ସହ ଠକେଇ । ରଶ୍ମିକାକୁ ଧୋକ୍କା ଦେଲା ମ୍ୟାନେଜର। ମ୍ୟାନେଜର ଲଗାଇଲେ ୮୦ ଲକ୍ଷ ଟଙ୍କାର ଚୂନ । ଧରାପଡ଼ିବା ପରେ ଚାକିରୀରୁ ବିଦା ହେଲା ମ୍ୟାନେଜର । ସାଉଥ୍ ଆକ୍ଟ୍ରେସ ରଶ୍ମିକା ମନ୍ଦାନଙ୍କୁ ବଡ଼ ଝଟକା । ରଶ୍ମିକାଙ୍କ ସହ ୮୦ ଲକ୍ଷ ଟଙ୍କାର ଠକେଇ ହୋଇଛି । ତାଙ୍କ ମ୍ୟାନେଜର ଏଭଳି କରିଥିବା ଜଣାପଡିଛି । ଦୀର୍ଘ ଦିନ ଧରି ତାଙ୍କ ସହ କାମ କରି ଆସୁଥିଲେ ମ୍ୟାନଜେର । ଧିରେ ଧିରେ କରି ଟଙ୍କା ୮୦ ଲକ୍ଷ ଟଙ୍କାର ଜାଲିଆତି କରିଛନ୍ତି ମ୍ୟାନେଜର । ରଶ୍ମିକା ଏକଥା ଜିଣିବା ପରେ ମ୍ୟାନେଜରକୁ ଚାକିରୀରୁ ବିଦା କରିଛନ୍ତି । ବର୍ତ୍ତମାନ ସୁଦ୍ଧା ରଶ୍ମିକାଙ୍କ ପକ୍ଷରୁ ଏନେଇ କୌଣସି ସୂଚନା ମିଳିପାରିନାହିଁ ।
ହିନ୍ଦୁସ୍ଥାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, ମ୍ୟାନେଜର ଦୀର୍ଘ ଦିନ ଧରି ରଶ୍ମିକାଙ୍କ ସହ କାମ କରିଆସୁଥିଲେ । ମଉକା ଦେଖି ଟଙ୍କା ଜାଲିଆତି କରୁଥିଲେ । ରଶ୍ମିକା ଏହି ବିଷୟ କୌଣସି ସୁରକ ପାଇନଥିଲେ । ଯେତେବେଳେ ତାଙ୍କର ସନ୍ଦେହ ହୋଇଥିଲା ସେତେବେଳକୁ ୮୦ ଲକ୍ଷ ଟଙ୍କାର ଚୂନ ମାରିସାରିଥିଲା ମ୍ୟାନେଜର । ଏହି ସମସ୍ତ ଘଟଣାକୁ ରଶ୍ମିକା ସାମ୍ନାକୁ ଆଣିବାକୁ ଚାହୁଁନାହାନ୍ତି । ଏନେଇ ସେ କୌଣସି ଚର୍ଚ୍ଚା କରିବାକୁ ମଧ୍ଯ ଚାହୁଁ ନାହାନ୍ତି । ଏସବୁରୁ ସେ ଦୂରେଇ ରହିବାକୁ ଚାହାନ୍ତି । ତେଣୁ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେ ମ୍ୟାନେଜରକୁ କାମରୁ ବାହାର କରିଦେଇଛନ୍ତି ।
ତେବେ ଆପଣଙ୍କୁ କହି ରଖିବୁ କି, ରଶ୍ମିକାଙ୍କ ଆଗାମୀ ଫିଲ୍ମ ଖୁବ ଶୀଘ୍ର ଆସିବାକୁ ଯାଉଛି । ଏବେ ତାଙ୍କୁ ରଣବୀର କାପୁରଙ୍କ ସହ ଫିଲ୍ମ ‘ଆନିମଲ’ରେ ଦେଖିବାକୁ ମିଳିବ । ନିକଟରେ ମେକର୍ସମାନେ ଫିଲ୍ମର ପ୍ରି-ଟିଜର ରିଲିଜ କରିଛନ୍ତି । ଯାହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ଏହି ଚଳଚ୍ଚିତ୍ର ଅଗଷ୍ଟ ୧୧ରେ ପ୍ରେକ୍ଷାଳୟରେ ରିଲିଜ୍ ହେବ ।
ପୁରୀରେ ଅସହ୍ୟ ଗରମ ଓ ଗୁଳୁଗୁଳି, ଦିନ ସାଢ଼େ ୧୧ଟା ସୁଦ୍ଧା ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ
ପୁରୀ: ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ପହଣ୍ଡିରେ ଆସି ରଥାରୂଢ଼ ହୋଇସାରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ତେବେ ପବିତ୍ର ରଥଯାତ୍ରାରେ ପୁରୀରେ ଦେଖିବାକୁ ମିଳିଛି ପ୍ରବଳ ଗରମ ସହ ଅସହ୍ୟ ଗୁଳୁଗୁଳି । ଦିନ ୧୧ଟା୩୦ ସୁଦ୍ଧା ପୁରୀରେ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ସେହିପରି ବର୍ତ୍ତମାନ ପୁରୀରେ ଆର୍ଦ୍ରତା ୬୯ ପ୍ରତିଶତ ରେକର୍ଡ କରାଯାଇଛି । ଅନ୍ୟପକ୍ଷରେ ଆକାଶ ପ୍ରାୟ ମେଘ ଶୂନ୍ୟ ଥିବାରୁ ଖରାର ମାତ୍ରା ଓ ଉଚ୍ଚ ଆର୍ଦ୍ରତା ହେତୁ ଗୁଳୁଗୁଳି ରହିଥିବାରୁ ଯଥେଷ୍ଟ ମାତ୍ରାରେ ପାନୀୟ ଗ୍ରହଣ କରିବାକୁ ସୂଚନା ଜାରି କରାଯାଇଛି ।
ରଥଯାତ୍ରାରେ ମନ୍ଦିରରେ କଳା କନା ବୁଲାଇଲେ ଲୁଟେରା
ଭୁବନେଶ୍ୱର: ରଥଯାତ୍ରାରେ ଠାକୁରଙ୍କୁ କଳା କନା ବୁଲାଇଲେ ଲୁଟେରା । ପୋଲିସର କଡ଼ା ପହରାକୁ ଲୁଟେରାଙ୍କ ବେଖାତିର । ନିକୋ ପାର୍କ ନିକଟରେ ଥିବା ମନ୍ଦିରରୁ ଭୋର ସମୟରେ ହୋଇଛି ଲୁଟ୍ । ମଧୁସୂଦନ ନଗର ସୁନାଦେଇ ମନ୍ଦିରରୁ ନେଇଗଲେ ଅଳଙ୍କାର । ପ୍ରାଙ୍ଗଣରେ ଥିବା ରାମ ଓ ଗଣେଶ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଲୁଟ୍ । ରୂପା ମୁକୁଟ, ସୁନା ଅଳଙ୍କାର, ନଗଦ ଟଙ୍କା, ଘଣ୍ଟ ଘଣ୍ଟା ଲୁଟ୍ । ଲୁଟ ସାମଗ୍ରୀ ମଧ୍ୟରେ ମା’ ଙ୍କ ମନ୍ଦିରରେ ଥିବା ୧୨ ଟି ସୁନା ଆଖି ମଧ୍ୟ ରହିଛି । ଗ୍ୟାସ କଟରରେ କାଟି ଲୁଟେରା ଲୁଟ୍ କରିଥିବା ସ୍ପଷ୍ଟ । ଲୁଟର ଅଭିଯୋଗ ପରେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ସହିଦନଗର ଥାନା ପକ୍ଷରୁ ଜାରି ରହିଛି ତଦନ୍ତ । ମନ୍ଦିର କମିଟି ପକ୍ଷରୁ ଏନେଇ ସହିଦନଗର ଥାନାରେ ଏତଲା ଦାୟର ହୋଇଛି ।

