ପସନ୍ଦ ହେଉନି ଭାରତ, ନେପାଳ, ଶ୍ରୀଲଙ୍କା, ପାକିସ୍ତାନର ନାଗରିକତ୍ବ ଗ୍ରହଣ କରୁଛନ୍ତି ଭାରତୀୟ

ନୂଆଦିଲ୍ଲୀ: ଭାରତ ଛାଡୁଛନ୍ତି ଲୋକେ  । ଚଳିତବର୍ଷ ଜୁନ ସୁଦ୍ଧା ୮୭ ହଜାର ୨୬ ଜଣ ଲୋକ ଭାରତ ନାଗରିକତା ଛାଡି ଅନ୍ୟ ଦେଶକୁ ପଳାଇଛନ୍ତି  । ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର  । ୨୦୧୧ରୁ ବର୍ତ୍ତମାନ ସୁଦ୍ଧା ୧୭ ଲକ୍ଷ ୫୦ ହଜାର ଲୋକ ଭାରତ ଛାଡି ସାରିଲେଣି  । ଗତ ତିନି ବର୍ଷ ଭିତରେ ୨୦୨୨ରେ ସର୍ବାଧିକ ଲୋକ ଭାରତର ନାଗରିକତା ତ୍ୟାଗ କରିଥିଲେ  । ୨୦୨୨ରେ ଏକ ଲକ୍ଷ ୬୩ ହଜାର ୩୭୦ ଜଣ ନାଗରିକ ଭାରତ ଛାଡି ଅନ୍ୟ ଦେଶର ନାଗରିକତା ଗ୍ରହଣ କରିଥିଲେ  । ଏହାର କାରଣ ବ୍ୟକ୍ତିଗତ କାରଣ ବୋଲି ଦର୍ଶାଇଛନ୍ତି ଏସ ଜୟଶଙ୍କର । ରୋଜଗାର ସହ ବ୍ୟକ୍ତିଗତ ସୁବିଧା କାରଣରୁ ଲୋକେ ଦେଶ ଛାଡୁଛନ୍ତି ବୋଲି ସେ କହିଛନ୍ତି । ସବୁଠୁ ବଡ଼ କଥା ହେଲା ଭାରତ ଛାଡୁଥିବା ଲୋକଙ୍କ ମଧ୍ୟରେ କିଛି ଲୋକ ନେପାଳ, ଶ୍ରୀଲଙ୍କା, ଭୁଟାନ, ପାକିସ୍ତାନର ନାଗରିକତ୍ବ ଗ୍ରହଣ କରିଛନ୍ତି । ଭାରତ ଛାଡି ଏହି ସବୁଦେଶର କାହିଁକି ରହିବାକୁ ଚାହୁଛନ୍ତି ବୋଲି ଚର୍ଚ୍ଚାର ବିଷୟ ପାଲଟିଛି  । ବିଶ୍ବର ୧୩୫ଟି ଦେଶରେ ଭାରତ ଛାଡିଥିବା ନାଗରିକ ମାନେ ନାଗରିକତ୍ବ ଗ୍ରହଣ କରିଛନ୍ତି  ।