ନିୟମ ଭାଙ୍ଗିବାରୁ ଘରୋଇ ବସ୍‌କୁ ୪ ଲକ୍ଷ ୯୮ ହଜାର ଜରିମାନା

ତାଳଚେର: ନିୟମ ଭାଙ୍ଗିବାରୁ ବସ୍‌କୁ ୪ ଲକ୍ଷ ୯୮ ହଜାର ଜରିମାନା  । ସିଂହବାହିନୀ ନାମକ ଏକ ଘରୋଇ ବସଠୁ ତାଳଚେର ପରିବହନ ଅଧିକାରୀ ବିଭିନ୍ନ ନିୟମ ଉଲଂଙ୍ଘନ ଅଭିଯୋଗରେ ଜୋରିମାନା ଆଦାୟ କରିଛନ୍ତି ।

ପରମିଟ ନଥାଇ ଗାଡି ଚଳାଇବା ପାଇଁ ୧୦ ହଜାର ଟଙ୍କା, ଟ୍ୟାକ୍ସ ବାବଦକୁ ବକେୟା ପାଇଁ ୪ ଲକ୍ଷ ୮୮ ହଜାର ୭୬୪ ଟଙ୍କା , ମୋଟ ୪ ଲକ୍ଷ ୯୮ ହଜାର ପରିବହନ ବିଭାଗ ପକ୍ଷରୁ କଟାଯାଇଛି । ବସଟିକୁ ପାଲଲହଡା ଥାନାରେ ଜିମା ଦିଆଯାଇଛି  । ଦୀର୍ଘଦିନରୁ ବସ୍‌ଟି ନିୟମ ଉଲଂଘନ କରି ଆସୁଥିବାବେଳେ ନୂତନ ମୋଟର ଯାନ ଆଇନ ଅନୁଯାୟୀ ଫାଇନ କଟାଯାଇଥିବା ତାଳଚେର ଆରଟିଓ ନିଖିଳ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି  ।