spot_img
Home Blog Page 2730

ଧୋନୀଙ୍କ ନୂଆ ଲୁକ୍ ମନେ ପକାଇ ଦେଉଛି ପୁରୁଣା ଦିନ

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଏକ ନୂଆ ଲୁକ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ଧୋନୀଙ୍କ ହେୟାର ଷ୍ଟାଇଲକୁ ଦେଖି ୟୁଜର୍ସମାନେ ସୋସିଆଲ ମିଡିଆରେ କମେଣ୍ଟମାନ ଦେଉଛନ୍ତି । ଧୋନୀ ଯେତେବେଳେ ଆନ୍ତର୍ଜାତୀୟ କ୍ରିକେଟ ଜଗତରେ ପାଦ ଥାପିଥିଲେ ସେତେବେଳେ ତାଙ୍କର ଲମ୍ବା ଚୁଟି ପାଇଁ ସେ ବେଶ ଜଣାଶୁଣା ଥିଲେ । ଏପରିକି ଅନେକ ପ୍ରଂଶସକ ତାଙ୍କ ଲମ୍ବା କେଶକୁ ଦେଖି ଜାଣୁଥିଲେ । ଧୋନୀଙ୍କ ଏହି ଲମ୍ବା କେଶ ଷ୍ଟାଇଲକୁ ଅନେକ ପ୍ରଂଶସକମାନେ ଅନୁସରଣ କରିଥିଲେ । ତେବେ ଆଇପିଏଲ ସମୟରେ ମଧ୍ୟ ଧୋନୀ ଭିନ୍ନ ଭିନ୍ନ ଲୁକ ତଥା ହେୟାର ଷ୍ଟାଇଲ ପାଇଁ ଚର୍ଚ୍ଚାରେ ରହିଥାନ୍ତି ।

ମାହି ପୁଣି ଥରେ ନିଜର ଭିଣ୍ଟେଜ୍ ହେୟାର ଷ୍ଟାଇଲ ରଖିଛନ୍ତି | ପ୍ରସିଦ୍ଧ ହେୟାର ଷ୍ଟାଇଲିଷ୍ଟ ଆଲିମ ହାକିମ ଏମଏସ ଧୋନିଙ୍କୁ ଏହି ନୂଆ ଲୁକ ଦେଇଛନ୍ତି। ବହୁ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଆଲିମ ମାହିଙ୍କ ନୂଆ ଲୁକର ଚିତ୍ର ସେୟାର କରିଛନ୍ତି। ମହେନ୍ଦ୍ର ସିଂ ଧୋନି ଆଲିମ ହାକିମଙ୍କ ଦ୍ୱାରା ସେୟାର କରାଯାଇଥିବା ଚିତ୍ରରେ କଳା ଟି-ସାର୍ଟ ଏବଂ କଳା ଚଷମା ପିନ୍ଧିଥିବାର ନଜର ଆସିଥିଲେ। ଏହି ପୋଷାକ ତାଙ୍କ ଉପରେ ବହୁତ ସୁନ୍ଦର ଦେଖାଯାଉଛନ୍ତି  । ଯାହାକୁ ନେଇ ୟୁଜର୍ସମାନେ କମେଣ୍ଟମାନ ଦେଉଛନ୍ତି ।

ବ୍ରିଜ୍ ଉପରକୁ ଉଠିଲା ଦୁର୍ଘଟଣାଗ୍ରସ୍ତ ବସ୍

ବାଙ୍କୀ: ୨ଘଣ୍ଟା ପରେ ବ୍ରିଜ ଉପରୁ ଉଠାଗଲା ବସ୍। ବାଙ୍କୀ ଜାତମୁଣ୍ଡିଆ ମହାନଦୀ ବ୍ରିଜ ଉପରେ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବ୍ରିଜ ତଳକୁ ଓହଳି ରହିଥିବା ଯାତ୍ରୀବାହୀ ବସକୁ ଉଦ୍ଧାର କରାଯାଇଛି। ଅନୁଗୁଳରୁ ଭୁବନେଶ୍ବର ଆସୁଥିବା ବେଳେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗୋଲେଇ ଛକ ପାସ କରିବା ପରେ ହଠାତ୍ ଷ୍ଟିୟରିଂ ଫେଲ୍ ଯୋଗୁଁ ବାମ ପଟକୁ ଗାଡ଼ି ଟାଣି ନେଇଥିଲା । ଲୋକଙ୍କ ଜୀବନ ବଞ୍ଚାଇବାକୁ ଡ୍ରାଇଭର ଗାଡ଼ିକୁ ଡାହାଣକୁ କାଟିଥିଲେ। ଫଳରେ ଗାଡ଼ି ବ୍ରିଜ୍ ଉପରେ ଚଢିା ଯାଇଥିଲା।

ତେବେ ବସରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଦୁର୍ଘଟଣା ବେଳେ ଗାଡ଼ିର ସ୍ପିଡ୍ ଅଧିକ ନଥିଲା ବୋଲି ବସରେ ଥିବା ଯାତ୍ରୀ କହିଛନ୍ତି। ଦୁର୍ଘଟଣା ସଂପର୍କରେ ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ରାସ୍ତା ଖାଲି କରିଥିଲା। ଏହାସହ କ୍ରେନ୍ ସହାୟତାରେ ବ୍ରିଜରୁ ଦୁର୍ଘଟଣାଗ୍ରସ୍ତ ବସକୁ ବାହାର କରାଯାଇଥିଲା। ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ବସରେ ପାଖାପାଖି ୬୦ରୁ ଅଧିକ ଯାତ୍ରୀ ଥିଲେ। କିପରି ଓ କେଉଁ ପରିସ୍ଥିତିରି ଦୁର୍ଘଟଣା ଘଟିଲା, ସେନେଇ ଡ୍ରାଇଭରକୁ ପଚରାଉଚରା କରାଯିବ।

ବାହା ହୋଇଗଲେ କି ଉର୍ଫି? ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ!

ମୁମ୍ବାଇ: ଜଣାଶୁଣା ଫ୍ୟାସନ ଡିଜାଇନର ଉର୍ଫି ଜାଭେଦ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କ ଡ୍ରେସ ହେଉ ବା ବିବଦୀୟ ବୟାନ । ସବୁବେଳେ ଗଣମାଧ୍ୟମରେ ଖବରର ସେ ପାଲଟିଥାନ୍ତି ଶିରୋନାମା । ତେବେ ଏଥରକ ଅନ୍ୟ ଏକ କାରଣ ପାଇଁ ଚର୍ଚ୍ଚାରେ ରହିଛନ୍ତି । କୁହାଯାଉଛି କି, ଗୁପ୍ତରେ ଉର୍ଫି ବିବାହ କରିଛନ୍ତି । ଯାହାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ବୈଦିକ ରୀତି ନୀତି ତଥା ହିନ୍ଦୁ ଧର୍ମରେ ଯେଭଳି ବିବାହ ଅନୁଷ୍ଠିତ ହୋଇଥାଏ ସେଭଳି ଉର୍ଫିଙ୍କ ବିବାହ ହୋଇଛି । ମନ୍ଦିର ପରିସରର ଏହି ଫଟୋ ହୋଇଥିବାବେଳେ ସେ ଦୁପଟା ପିନ୍ଧି ବସିଥିବା ଫଟୋରେ ଦେଖିବାକୁ ମିଳିଛି ।

ପୂଜା ସମୟରେ ତାଙ୍କ ପାଖରେ ଜଣେ ଯୁବକ ବସିଥିବାବେଳେ ପୂଜକ ମଧ୍ୟ ନଜର ଆସିଛନ୍ତି । ମୁଣ୍ଡରେ ଓଢ଼ଣୀ ଦେବା ସହ ପୂଜା ପାଠ ଚାଲିଥିବା ଭଳି ଦେଖାଯାଉଛି । ତେବେ ଉର୍ଫିଙ୍କ ଏହି ଫଟୋଟି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଥିବାବେଳେ ୟୁଜର୍ସମାନେ ଭିନ୍ନ ଭିନ୍ନ କମେଣ୍ଟମାନ ଦେଉଛନ୍ତି । ବହୁ ୟୁଜର୍ସ ତାଙ୍କୁ ଶୁଭେଚ୍ଛା ଜଣାଉଥିବାବେଳେ ବୈବାହିକ ଜୀବନ ସୁଖମୟ ହେଉ ବୋଲି ମଙ୍ଗଳକାମନା କରୁଛନ୍ତି । କିନ୍ତୁ ସେପଟେ ଏହାକୁ ନେଇ ଉର୍ଫି କୌଣସି ପ୍ରତିକ୍ରିୟା ରଖିନାହାନ୍ତି । କିମ୍ବା ତାଙ୍କର କୌଣସି ଅଫିସିଆଲ ପେଜରେ ମଧ୍ୟ ପୋଷ୍ଟ ହୋଇନାହିଁ । ତେବେ ଏକଥାରେ କେତେ ସତ୍ୟତା ରହିଛି ତାହା ସ୍ପଷ୍ଟ ହୋଇନାହିଁ । ମାତ୍ର ଏହା ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।

 

 

କେମିତି ହୋଇଥିଲା ଶ୍ରୀଦେବୀଙ୍କ ମୃତ୍ୟୁ? ୫ ବର୍ଷ ପରେ ମୁହଁ ଖୋଲିଲେ ସ୍ୱାମୀ ବୋନି କପୁର

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରୀର ନାମିଦାମୀ ଅଭିନେତ୍ରୀ ଶ୍ରୀଦେବୀଙ୍କୁ କିଏ ବା ନଜାଣେ? ତେବେ ଶ୍ରୀଦେବୀଙ୍କ ମୃତ୍ୟୁକୁ ପ୍ରାୟ ୫ ବର୍ଷ ହୋଇଗଲାଣି । ହେଲେ ୫ ବର୍ଷ ପରେ ବୋନି କପୁର ଏକ ଇଣ୍ଟରଭ୍ୟୁରେ ଶ୍ରୀଦେବୀଙ୍କ ମୃତ୍ୟୁର କାରଣ ବିଷୟରେ କହିଛନ୍ତି । ବୋନି କପୁର କହିଛନ୍ତି ଯେ ତାଙ୍କ ମୃତ୍ୟୁ ନ୍ୟାଚୁରାଲ ଭାବେ ହୋଇନଥିଲା ।

ବୋନି ଆହୁରି ମଧ୍ୟ କହିଛନ୍ତି, ଶ୍ରୀଦେବୀଙ୍କୁ ସବୁ ବେଳେ ନିଜକୁ ସୁନ୍ଦର ରଖିବା ଓ ଫିଗର ମେଣ୍ଟନ କରିବା ପସନ୍ଦ ଥିଲା। ଏଥିପାଇଁ ସେ ପ୍ରାୟତଃ ଡାଏଟ୍ କରନ୍ତି । ହେଲେ କମ୍ ବିପି ରହିବା ଯୋଗୁ ତାଙ୍କୁ ଡାକ୍ତର କହିଥିଲେ ଯେ ଏନେଇ ତାଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଜରୁରୀ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେବେ ତାଙ୍କର ବିବାହ ହୋଇଥିଲା, ସେହି ସମୟରୁ ହିଁ ସେ ଏହି ସବୁ କାରଣ ପାଇଁ ବେହୋସ ହୋଇ ଯାଆନ୍ତି। ଶ୍ରୀଦେବୀ ସୁବୁବେଳେ କ୍ରାସ୍ ଡାଏଟ୍ କରୁଥିଲେ। ତେବେ ଏହି କାରଣରୁ ତାଙ୍କର ଏକ ଦାନ୍ତ ମଧ୍ୟ ଭାଙ୍ଗି ଯାଇଥିଲା । ହେଲେ ସେ କେବେ କାହା କଥାକୁ ଗୁରୁତ୍ୱ ଦିଅନ୍ତି ନାହିଁ ।

ପୂର୍ବ ସୂଚନା ମୁତାବକ, ଶ୍ରୀଦେବୀଙ୍କ ମୃତ୍ୟୁ ଦୁବାଇର ଏକ ହୋଟେଲର ବାଥ୍ରୁମରେ ପାଣିରେ ବୁଡିବା ଯୋଗୁ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ବୋନି କପୁରଙ୍କୁ ପୋଲିସ ବହୁତ ସମୟ ଧରି ପଚରାଉଚରା କରିଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ଶରୀରକୁ ମୁମ୍ବାଇ ଅଣାଯାଇଥିଲା ଏବଂ ତାଙ୍କର ଅନ୍ତିମ ସତ୍କାର କରାଯାଇଥିଲା । ହେଲେ ଏବେ ମଧ୍ୟ ଅଭିନେତ୍ରୀଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଅଛି ।

କେନ୍ଦ୍ର ସରକାରଙ୍କ ତାଳଟୁଳ ନୀତି ବିରୋଧରେ ବର୍ଷିଲେ ବର୍ଷା ସିଂ ବରିହା

ଭୁବନେଶ୍ବର: କେନ୍ଦୁପତ୍ର ତୋଳାଳିଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ତାଳଟୁଳ ନୀତି ବିରୋଧରେ ବର୍ଷିଲେ ପଦମପୁର ବିଧାୟିକା ବର୍ଷା ସିଂ ବରିହା । ବର୍ଷାଙ୍କ ଅଭିଯୋଗ ଅନୁସାରେ, ପଦମପୁର ଉପନିର୍ବାଚନ ପ୍ରଚାର ପାଇଁ ଯାଇଥିବାବେଳେ କେନ୍ଦୁପତ୍ର ଉପରୁ ୧୮ ପ୍ରତିଶତ ଜିଏସଟି ଛାଡ଼ ପାଇଁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ କେନ୍ଦ୍ରମନ୍ତ୍ରୀ । ମାତ୍ର ଏନେଇ ସେ କୌଣସି ପଦକ୍ଷେପ ନେଇନାହାନ୍ତି । ନିର୍ବାଚନ ସମୟରେ କେନ୍ଦୁପତ୍ର ତୋଳାଳିଙ୍କୁ ନେଇ ରାଜନୀତି କରାଯାଉଛି  । ପଶ୍ଚିମ ଓଡ଼ିଶାରୁ ୫ ଜଣ ବିଜେପି ସାଂସଦ ନିର୍ବାଚିତ ହୋଇଛନ୍ତି । ହେଲେ କେନ୍ଦୁପତ୍ରରୁ ଜିଏସଟି ହଟାଇବାକୁ କାହିଁକି ସଂସଦରେ ଦାବି କରୁନାହାନ୍ତି ।

ବିଜେପିର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ କେନ୍ଦୁପତ୍ର ତୋଳାଳି ସଂଘର ସଭାପତି ଥାଇ କଣ କରିଛନ୍ତି ବୋଲି ବର୍ଷା ପ୍ରଶ୍ନ କରିଛନ୍ତି  । କେନ୍ଦୁପତ୍ର ଉପରେ ୧୦ ଲକ୍ଷ ହିତାଧିକାରୀ ନିର୍ଭରଶୀଳ  । ଏଣୁ ଏହା ଉପରୁ ଜିଏସଟି ହଟାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର କେନ୍ଦ୍ରକୁ ଚିଠି ଲେଖିଛନ୍ତି  । ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳିଙ୍କୁ ସହୟତା ଦେଉଛନ୍ତି  । ତିନୋଟି ପର୍ଯ୍ୟାୟରେ ୨୫୦କୋଟି ଟଙ୍କା ପ୍ରଦାନ କରାଯଇଛି  । ସେପଟେ ପଦମପୁର ଜିଲ୍ଲା ହେବା ପ୍ରସଙ୍ଗରେ ବର୍ଷା କହିଛନ୍ତି, ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି ତାହା ପାଳନ କରନ୍ତି  । ଡିସେମ୍ବର ସୁଦ୍ଧା ପଦମପୁରକୁ ଜିଲ୍ଲା ମାନ୍ୟତା ପ୍ରଦାନ କରାଯିବ  । ଜିଲ୍ଲା ମାନ୍ୟତା ନେଇ ମୁଖ୍ୟମନ୍ତ୍ରୀଙ୍କ ଉପରେ ପୂର୍ଣ୍ଣ ବିଶ୍ବାସ ରହିଛି ବୋଲି ବର୍ଷା କହିଛନ୍ତି  ।

ଚୋରି ଧନ ଖୋଜୁ ଖୋଜୁ ପୋଲିକୁ ମିଳିଲା ପୁଳା ପୁଳା ସୁନା

ବ୍ରହ୍ମପୁର: କଥାରେ ଅଛି ଆଳୁ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଥିଲେ । ଠିକ ସେହିପରି ଚୋରି ଧନ ଖୋଜୁଖୋଜୁ ପୋଲିସ ହାତରେ ପୁଳାପୁଳା ସୁନା । ବ୍ରହ୍ମପୁର ନିମଖଣ୍ଡି ଥାନା ପୋଲିସକୁ ମିଳିଚି ବଡ଼ ସଫଳତା । ବନ୍ଦ ଘରୁ ଜବତ ହୋଇଛି  ପୁଳାପୁଳା ସୁନା ଓ ଟଙ୍କା । ସୁନା ଚୋରି ଅଭିଯୋଗରେ ସନିଆ ଗୌଡ଼କୁ ବିଶାଖାପାଟଣାରୁ ଗିରଫ କରିଛି ପୋଲିସ । ଅଭିଯୁକ୍ତକୁ ପଚରାଉଚରା ପରେ ସୁନା ବିକିଥିବା ଦୋକାନ ଓ ମୁଥୁଟ ଫାଇନାନ୍ସ କାର୍ଯ୍ୟାଳୟରେ ପୋଲିସ ଚଢ଼ାଉ କରିଛି ।ଏହି ସମୟରେ ୨ କେଜି ୭୨୮ ଗ୍ରାମ ସୁନା ସହିତ ୨୬ ଲକ୍ଷ ୩୮ ହଜାର ୫୦୦ ଟଙ୍କା ଜବତ କରାଯାଇଛି । ମାମଲାରେ ଚାରି ଜଣଙ୍କୁ ଗିରଫ କରିଛି ପୋଲିସ  । ସନିଆ ସହିତ ମୁଥୁଟ ଫାଇନାନ୍ସ ମ୍ୟାନେଜର ମୋହନ ପାଢୀ, ସୁନାରୀ ସନ୍ତୋଷ ଗାଇଓ୍ବାଡା ଓ ସୁରେନ୍ଦ୍ର ମହାପାତ୍ର ଗିରଫ ହୋଇଛନ୍ତି । ମାମଲାରେ ଆଉ କେଉଁମାନେ ସଂପୃକ୍ତ ସେନେଇ ତଦନ୍ତ ଜାରି ରହିଛି ।

ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ୩ ଜଣଙ୍କୁ ମିଳିବ ନୋବେଲ ପୁରସ୍କାର

ନୂଆଦିଲ୍ଲୀ: ଚଳିତ ବର୍ଷର ନୋବେଲ୍ ବିଜୟୀ ପଦାର୍ଥ ବିଜ୍ଞାନୀଙ୍କ ନାଁ ଘୋଷଣା । ୨୦୨୩ ବର୍ଷ ପାଇଁ ମିଳିତ ଭାବେ ନୋବେଲ୍ ପାଇବେ ତିନି ଜଣ ପଦାର୍ଥ ବିଜ୍ଞାନୀ। ପିଏରେ ଆଗୋସ୍ତିନି, ଫେରେନ୍ସ କ୍ରାଉଜ, ଆନୀ ଏଲ’ହୁଇଲିଅରଙ୍କୁ ମିଳିବ ଫିଜିକ୍ସ ନୋବେଲ୍ ପ୍ରାଇଜ୍ । ପଦାର୍ଥରେ ଇଲେକ୍ଟ୍ରୋନ୍ ଗତିଶୀଳତା କ୍ଷେତ୍ରରେ ଅଧ୍ୟୟନ ପାଇଁ ସେମାନଙ୍କୁ ନୋବେଲ୍ ଦିଆଯିବ ।

ଏହି ତିନି ଜଣ ନୋବେଲ ବିଜେତା ମାନବଜାତିକୁ ପରମାଣୁ ଏବଂ ଅଣୁଗୁଡ଼ିକ ମଧ୍ୟରେ ଇଲେକ୍ଟ୍ରୋନ୍ ଡାଇନାମିକ୍ସକୁ ଅନୁସନ୍ଧାନ କରିବା ପାଇଁ ନୂତନ ସାଧନ ଦେଇଛନ୍ତି । ସେମାନେ ଆଲୋକର ଅତି କ୍ଷୁଦ୍ର କଣିକାକୁ ସୃଷ୍ଟି କରିବାର ଏକ ଉପାୟ ପ୍ରଦର୍ଶନ କରିଛନ୍ତି ଯାହା ଇଲେକ୍ଟ୍ରୋନ୍ ଗତି ମାପିବା ପାଇଁ ବ୍ୟବହୃତ ହୋଇପାରିବ ।

ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଉତ୍କୃଷ୍ଠତା ପାଇଁ ପ୍ରତିବର୍ଷ ରୋୟାଲ ସ୍ୱେଡିଶ ଏକାଡେମି ନୋବେଲ୍ ପୁରସ୍କାର ଦେଇଥାଏ। ୧୯୦୧ରୁ ଏହି ପରମ୍ପରା ଚାଲିଆସୁଛି। ୧୯୦୧ରୁ ୨୦୨୨ ମଧ୍ୟରେ ୧୧୬ଥର ଫିଜିକ୍ସରେ ନୋବେଲ୍ ପ୍ରାଇଜ୍ ଦିଆଗଲାଣି। ବର୍ତ୍ତମାନ ସୁଦ୍ଧା ୨୨୨ ଜଣ ପୁରସ୍କାର ପାଇଥିବା ବେଳେ ଜନ୍ ବର୍ଡେନ ହେଉଛନ୍ତି ଏକମାତ୍ର ବିଜେତା ଯିଏକି ଦୁଇ ଦୁଇ ଥର ବିଶ୍ୱର ଶ୍ରେଷ୍ଠତମ ସମ୍ମାନ ପାଇଛନ୍ତି । ସେ ୧୯୫୬ ଏବଂ ୧୯୭୨ରେ ଦୁଇଥର ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଛନ୍ତି ।

 

 

ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା, ତୀବ୍ରତା ରହିଛି ୪.୬

ନୂଆଦିଲ୍ଲୀ: ଦିଲ୍ଲୀରେ ଭୂକମ୍ପର ଝଟକା। ଦିଲ୍ଲୀ ଏନସିଆର ଅଞ୍ଚଳରେ ତୀବ୍ର ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ନେପାଳ ଆଖପାଖରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ। ଭୂକମ୍ପର ତୀବ୍ରତା ରିକ୍ଟର୍ ସ୍କେଲରେ ୪.୬ ମପାଯାଇଛି ।

ନେପାଳରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି । ଅପରାହ୍ନ ୨ଟା ୫୦ ମିନିଟରେ ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପ ଅନୁଭୂତ ହେବା ପରେ ଲୋକେ ଘରୁ ବାହାରକୁ ଚାଲି ଆସିଥିଲେ । ତେବେ ଭୂକମ୍ପରୁ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ ।

ଜୟସ୍ବାଲଙ୍କ ନୂଆ କିର୍ତ୍ତୀମାନ

ନନ୍ଦିଘୋଷ ବ୍ୟୁରୋ: ଯଶସ୍ବୀ ଜୟସ୍ବାଲଙ୍କ ଶତକୀୟ ପାଳି । ସ୍ପିନରଙ୍କ ଧମାକା ବଳରେ ଭାରତର ବଡ଼ ବିଜୟ । ଏସିଆନ ଗେମସରେ ଟି-ଟ୍ବେଣ୍ଟି କ୍ରିକେଟରେ ନେପାଳକୁ ହରାଇ ସେମିଫାଇନଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ । ୨୩ ରନରେ ପରାସ୍ତ ହୋଇଛି ନେପାଳ  । ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ ବିନିମୟରେ ୨୦୨ ରନ କରିଥିବାବେଳେ ନେପାଳ ଟାର୍ଗେଟକୁ ପିଛା କରି ନ ୱିକେଟ ହରାଇ ୧୭୯ ରନରେ ଅଟକି ଯାଇଥିଲା । ଜୟସ୍ବାଲ ୪୯ ବଲରେ ସେଞ୍ଚୁରୀ ମାରିଥିବାବେଳେ ଏଥିରେ ସାତଟି ଛକା ଓ ଆଠଟି ଚୌକା ସାମିଲ ଥିଲା  । ଓପନିଂ ଯୋଡି ଭାବେ କ୍ୟାପଟେନ ଋତୁରାଜ ଗାଏକୱାଡଙ୍କ ସହ ଜୟସ୍ବାଲ ପଡିଆକୁ ଓହ୍ଲାଇ ପ୍ରଥମରୁ ଆକ୍ରମଣାତ୍ମକ ଖେଳ ଖେଳି ମାତ୍ର ୫୯ ବଲରେ ୧୦୩ରନ କରି ଶକ୍ତିଶାଳୀ ମୂଳଦୁଆ ପକାଇଥିଲେ  ।

ସେହିପରି ଶିବମ ଦୁବେ ୧୯ ବଲରେ ୨୫ ରନ, ରିଙ୍କୁ ସିଂହ ୧୫ ବଲରେ ୩୭ ରନ ବଳରେ ଭାରତ ୨ଶହ ପାର କରିଥିଲା  । ଏହାପରେ ନେପାଳ ୨୦୨ରନର ପିଛା କରି ୧୩ ଓଭର ସୁଦ୍ଧା ୪ ୱିକେଟ ହରାଇ ୧୨୦ ରନ କରି ଭଲ ସ୍ଥିତିରେ ଥିଲା  । ହେଲେ ପରେ କିନ୍ତୁ ଭାରତୀୟ ବୋଲରଙ୍କୁ ସାମ୍ନା କରିନପାରି ୧୭୯ ରନରେ ସୀମିତ ରହିଯାଇଥିଲା । ଭାରତ ପକ୍ଷରୁ ବିଷ୍ଣୋୟୀ ୩ ୱିକେଟ ନେଇଥିଲେ । ନେପାଳ ବିପକ୍ଷରେ ଖେଳି ଇତିହାସ ସୃଷ୍ଟି କରିଛନ୍ତି ଭରତୀୟ କ୍ରିକେଟ୍‌ର ଯଶସ୍ବୀ ଜୈଶୱାଲ୍। ଏହି ୨୧ ବର୍ଷୀୟ ବାମହାତୀ କ୍ରିକେଟର୍‌ ଟି୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଶତକ ହାସଲ କରିବାରେ ହେଉଛନ୍ତି ସବୁଠାରୁ କନିଷ୍ଠ।

ମୁମ୍ବାଇ ଦାଦର ସ୍ଥିତ ଶିବାଜୀ ପାର୍କରେ କୁମ୍ଭୀର ଆତଙ୍କ

ମୁମ୍ବାଇ: ସୁଇମିଂ ପୁଲରେ କୁମ୍ଭୀର। ମୁମ୍ବାଇ ଦାଦରର ଶିବାଜୀ ପାର୍କରେ କୁମ୍ଭୀର ଆତଙ୍କ। ପାର୍କରେ ଥିବା ସୁଇମିଂ ପୁଲରେ ଏକ କୁମ୍ଭୀରକୁ ନେଇ ଆତଙ୍କ ଖେଳିଯାଇଛି  । ଆଜି ସକାଳେ ଦୁଇ ଫୁଟର ଏକ କୁମ୍ଭୀର ସୁଇମିଂ ପୁଲ ପାଣିରେ ପହଁରୁଥିବା ଦେଖିବାକୁ ମିଳିଥିଲା ।

ତେବେ ତାକୁ ଧରିବାକୁ ବୃହନ ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନର କର୍ମଚାରୀ ଉଦ୍ୟମ କରିଥିଲେ । କୁମ୍ଭୀରକୁ ଧରିବାବେଳେ ଜଣେ କର୍ମଚାରୀଙ୍କୁ କାମୁଡି ଦେଇଥିଲା । ଏବେ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ପରିଶେଷରେ ଛୁଆ କୁମ୍ଭୀରକୁ ଧରାଯାଇଛି।

https://x.com/mumbaimatterz/status/1709084365911994673?s=20

ଏହି ଛୁଆ କୁମ୍ଭୀରଟି କେମିତି ସୁଇମିଂ ପୁଲ ଭିତରକୁ ଆସିଲା ତାକୁ ନେଇ ଅନୁସନ୍ଧାନ ଜାରି ରହିଛି। ତେବେ ସୁଇମିଂ ପୁଲରେ କୁମ୍ଭୀର ପହଁରୁଥିବାର ଭିଡ଼ିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।