ଆଇପିଏଲ ୨୦୨୪ ନିଲାମୀରେ ଏହି ଖେଳାଳିଙ୍କ ଉପରେ ଲାଗିବ ବାଜି

ନୂଆଦିଲ୍ଲୀ: ଦୁବାଇରେ ଆରମ୍ଭ ହେବ ଆଇପିଏଲ ୨୦୨୪ ପାଇଁ ନିଲାମୀ । ଏଥରକ ବହୁ ଯୁବ ଖେଳାଳିମାନେ ଏହି ପ୍ରକ୍ରିୟାରେ ସାମିଲ ହେବେ । ନିକଟରେ ଦଳମାନେ କିଛି ଖେଳାଳିଙ୍କୁ ରିଲିଜ କରିଥିବାବେଳେ କିଛି ବଡ଼ ଖେଳାଳି ଏହି ତାଲିକାରେ ସାମିଲ ହୋଇଛନ୍ତି । ତେବେ ନିକଟରେ ଦିନିକିଆ  ବିଶ୍ବକପ ଯାଇଥିବା ଏହାକୁ ଦୃଷ୍ଟିରେ ରଖି କିଛି ଖେଳାଳିଙ୍କ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଆଇପିଏଲରେ ମୋଟା ଅଙ୍କରେ କିଣିପାରନ୍ତି ପ୍ରାଞ୍ଚାଇଜ୍ । ତେବେ ତିନିଜଣ ଖେଳାଳିଙ୍କ ଉପରେ ଅଧିକ ଟଙ୍କା ବର୍ଷା ହେବ ବୋଲି କୁହାଯାଉଛି ।

ରଚିନ ରବିନ୍ଦ୍ର: ନ୍ୟଜୁଲାଣ୍ଡର ଏହି ଯୁବ ଅଲରାଉଣ୍ଡ ବିଶ୍ବକପରେ ଦମଦାର ପ୍ରଦର୍ଶନ କରିଥିଲେ । ବ୍ୟାଟିଂ ଏବଂ ବୋଲିଂରେ ଧମାକାଦାର ପ୍ରଦର୍ଶନ କରି ଦର୍ଶକଙ୍କ ମନ ମୋହିଥିବା ରାଚିନ ରବିନ୍ଦ୍ରଙ୍କ କିଣିବା ପାଇଁ ସବୁ ପ୍ରାଞ୍ଚାଇଜ୍ କିଣିବା ପାଇଁ ଆଗ୍ରହ ପ୍ରକାଶ କରିବେ ।

ଟ୍ରାଭିସ୍ ହେଡ୍: ଅଷ୍ଟ୍ରେଲିଆର ଏହି ଧୂଆଧାର ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନ ବିଶ୍ବକପ ଫାଇନାଲରେ ଭାରତ ବିପକ୍ଷ ଶତକୀୟ ପାଳି ସମସ୍ତଙ୍କ ମନେଥିବା ନିଶ୍ଚୟ । ପ୍ରଥମରୁ ବୋଲରଙ୍କ ଉପରେ ଚାପ ପକାଇ ବଡ଼ ବଡ଼ ସଟ ଖେଳୁଥିବା ହେଡ ଏଥର ନିଲାମୀରେ ଅଧିକ ଟଙ୍କାରେ ବିକ୍ରି ହେବେ ବୋଲି କୁହାଯାଉଛି । ତେବେ ବୋଲିଂ କରିବା କ୍ଷମତା ମଧ୍ୟ ତାଙ୍କ ପାଖରେ ରହିଥିବାରୁ କିଣିବା ପାଇଁ ଟିମ ମାନଙ୍କ ମଧ୍ୟରେ ବାଜି ଲାଗିବ ନିଶ୍ଚିତ ।

ହସରଙ୍ଗା: ଶ୍ରୀଲଙ୍କାର ଏହି ସ୍ପିନରଙ୍କ ଗୁଗୁଲି ଆଗରେ ବଡ଼ ବଡ଼ ବ୍ୟାଟ୍ସମ୍ୟାମାନେ ଧରାଶାୟୀ ହୋଇଛନ୍ତି । ବିଶ୍ବକପରେ ମଧ୍ୟ ସେ ଭଲ ପ୍ରଦର୍ଶନ କରିଥିଲେ । ଗତ ସିଜିନରେ ସେ ବାଙ୍ଗାଲୋର ପକ୍ଷରୁ ଖେଳିଥିବାବେଳେ ଦଳ ତାଙ୍କୁ ରିଲିଜ କରି ଦେଇଛି । ଏଥରକ ତାଙ୍କ ପ୍ରଦର୍ଶନକୁ ଦେଖି ପୁଣିଥରେ ଟିମମାନେ ବାଜି ଲଗାଇବେ ବୋଲି ଚର୍ଚ୍ଚା ହେଉଛି ।