ଫାଷ୍ଟଫୁଡ୍ ଯୁଗରେ ବଢୁଛି ପାରମ୍ପରିକ ଖାଦ୍ୟର ଚାହିଦା

ବାଲେଶ୍ବର : ଫାଷ୍ଟଫୁଡ୍ ଯୁଗରେ ବଢୁଛି ପାରମ୍ପରିକ ଖାଦ୍ୟର ଚାହିଦା। ମିଲେଟ୍ ପିଠାଠୁ ଆରମ୍ଭ କରି ଚଟପଟା ଖାଦ୍ୟ ପର୍ଯ୍ୟନ୍ତ। ସୁସ୍ବାଦୁ ଖାଦ୍ୟ ପରିବେଷଣ କରି ପୁରସ୍କୃତ ହୋଇଛନ୍ତି ପ୍ରତିଯୋଗୀ।

ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ସ୍ୱାଦିଷ୍ଟ ଖାଦ୍ୟର ପସରା। ଦହିବରା, ଚାଟ, ଇଡଲି, ଚକୁଳି ପିଠା ସହିତ ଆଳୁଦମ୍। ମିଲେଟର କେକ୍ ବି ହୋଇଛି ସାମିଲ୍। ଫକୀରମୋହନ ଜୁନିଅର ମହାବିଦ୍ୟାଳୟ ଶିକ୍ଷାର୍ଥୀ ମାନେ ମିଶି ଆୟୋଜନ କରିଛନ୍ତି ଫୁଡ୍ ଫେଷ୍ଟିଭାଲ୍। କଲେଜ ପରିସରରେ ଆୟୋଜନ ହୋଇଥିବା ଏହି କାର୍ଯ୍ୟକ୍ରମରେ ଶିକ୍ଷାର୍ଥୀ ମାନେ ସାମିଲ ହୋଇଥିଲେ । ଫୁଡ ଫେଷ୍ଟାଭାଲର ମଜା ନେଉଥିଲେ ଶିକ୍ଷକ ଶିକ୍ଷୟତ୍ରି ।

ଯୁବ ମହୋତ୍ସବ ବାଲେଶ୍ବର ସ୍ନୋଫେଷ୍ଟରେ ମଧ୍ୟ ସମାନ ଚିତ୍ର। ମହିଳା ମାନଙ୍କ ଦ୍ଵାରା ପୋଡ଼ ପିଠା, ମଣ୍ଡା ପିଠା, ଚକୁଳି, ଆରିସା, ହଳଦୀ ପତ୍ର ପିଠା, ଲାଉ ପିଠା, ଚିତଉ ପିଠା ପ୍ରସ୍ତୁତ କରଯାଇ ପ୍ରତିଯୋଗିତାର ଆୟୋଜନ ହୋଇଥିଲା। ଯେଉଁ ପ୍ରତିଯୋଗୀ ମାନେ ପାରମ୍ପରିକ ଖାଦ୍ୟ ସୁସ୍ୱାଦୁ ଏବଂ ସୁନ୍ଦର ଭାବେ କରିପାରିଛନ୍ତି ସେମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଉଛି। ଏହାସହ ଫୁଡ୍ ଫେଷ୍ଟିଭାଲର ମୁଖ୍ୟ ଆକର୍ଷଣ ପାଲଟିଛି ମିଲେଟ ଖାଦ୍ୟ। ମିଲେଟରେ ପିଠାକୁ ମଧ୍ୟ ଲୋକେ ବେଶ୍ ପସନ୍ଦ କରିଛନ୍ତି। ୩୦ଜଣ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ପ୍ରିତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।