spot_img
Home Blog Page 2721

ଆଜି ବସିବ ଏକକ ନିର୍ବାଚନ କମିଟିର ପ୍ରଥମ ବୈଠକ

ନୂଆଦିଲ୍ଲୀ: ଓ୍ବାନ ନେସନ ଓ୍ବାନ ଇଲେକ୍ସନ ପ୍ରସଙ୍ଗ । ଶନିବାର ବସିବ ଏକକ ନିର୍ବାଚନ କମିଟିର ପ୍ରଥମ ବୈଠକ  । ସାରା ଦେଶରେ ଗୋଟିଏ ସମୟରେ ନିର୍ବାଚନ କରିବା ନେଇ କମିଟି ଗଠନ କରାଯାଇଛି । ଏହି କମିଟିର ଅଧ୍ୟକ୍ଷ ଅଛନ୍ତି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ । କେନ୍ଦ୍ର ସରକାର ସେପ୍ଟେମ୍ବର ୨ ତାରିଖରେ ଲୋକସଭା, ରାଜ୍ୟ ବିଧାନସଭା, ନଗରପାଳିକା ଓ ପଞ୍ଚାୟତ ନିର୍ବାଚନ ଏକାସାଥିରେ କରିବାକୁ ସୁପାରିସ କରିବା ପାଇଁ  ୮ ଜଣିଆ ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଛନ୍ତି ।

କମିଟିରେ ଗୃହ ମନ୍ତ୍ରୀ ଅମିତ ଶାହ, କଂଗ୍ରେସର ଲୋକସଭା ନେତା ଅଧୀର ରଞ୍ଜନ ଚୌଧୁରୀ, ରାଜ୍ୟସଭାର ପୂର୍ବତନ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ, ୧୫ତମ ଅର୍ଥ କମିଶନର ପୂର୍ବତନ ଅଧ୍ୟକ୍ଷ ଏନକେ ସିଂହ, ଲୋକସଭାର ପୂର୍ବତନ ସେକ୍ରେଟାରୀ ଜେନାରାଲ ସୁଭାଷ ସିଂ କଶ୍ୟପ, ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଓ ଭିଜିଲାନ୍ସ କମିଶନର ପୂର୍ବତନ ମୁଖ୍ୟ ସଞ୍ଜୟ କୋଠାରୀଙ୍କୁ ସଦସ୍ୟ ଭାବେ ସ୍ଥାନ ପାଇଛନ୍ତ । ମାତ୍ର ଅଧୀର ରଞ୍ଜନ ଚୌଧୁରୀ କମିଟିରେ ରହିବେନି ବୋଲି ସ୍ପଷ୍ଟ କରିଥିଲେ  । ପୂର୍ବରୁ କମିଟିର ପ୍ରଥମ ଅଧିକାରୀ ସ୍ତରୀୟ ବୈଠକ ଅଧ୍ୟକ୍ଷ ରାମନାଥ କୋବିନ୍ଦଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା, ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲ ସାମିଲ ହୋଇଥିଲେ ।

ଆରମ୍ଭ ହେବ କି ଦ୍ବିତୀୟ ପର୍ଯ୍ୟାୟ ଚନ୍ଦ୍ରଯାନ-୩ ମିଶନ?

ନନ୍ଦିଘୋଷ ବ୍ୟୁରୋ: ଚନ୍ଦ୍ରଯାନ-୩ ଆରମ୍ଭ କରିବ କି ଦ୍ବିତୀୟ ପର୍ଯ୍ୟାୟ ମିଶନ । ନିଦରୁ ଉଠିବ ବିକ୍ରମ ଲ୍ୟାଣ୍ଡର । ଶୁକ୍ରବାର ପ୍ରଜ୍ଞାନ ଓ ବିକ୍ରମକୁ ସକ୍ରିୟ କରିବା ପାଇଁ ଯୋଜନା କରାଯାଇଥିବା ବେଳେ କିଛି ସମସ୍ୟା ଯୋଗୁଁ ଆଜି ପ୍ରୟାସ କରାଯିବ ବୋଲି ଇସ୍ରୋ କହିଛି  । ଚନ୍ଦ୍ରର ସାଉଥପୋଲରେ ସୂର୍ଯ୍ୟୋଦୟ ହୋଇଥିବା ବେଳେ ସୋଲାର ସିଷ୍ଟମ କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି । ବିକ୍ରମ ଓ ପ୍ରଜ୍ଞାନ ପୁଣି ଥରେ କାର୍ଯ୍ୟକ୍ଷମ ହେବା ସହ ଦ୍ବିତୀୟ ପର୍ଯ୍ୟାୟ ମିଶନ ପାଇଁ କାମ କରିବେ ବୋଲି ଇସ୍ରୋ ଆଶା କରିଛି ।

ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଥିବା ଶିବଶକ୍ତି ପଏଣ୍ଟରେ ସୂର୍ଯ୍ୟକିରଣ ପଡିଛି । ଏଥିସହ ଅନେକ ପ୍ରଶ୍ନ ଏବେ ଇସ୍ରୋ ବୈଜ୍ଞାନିକଙ୍କ ମନରେ ଉଠିଛି । ଚନ୍ଦ୍ର ଅଭିଯାନର ଅନ୍ତ ହେବ ନା ସ୍ଲିପମୋଡରେ ଥିବା ବିକ୍ରମ ଓ ପ୍ରଜ୍ଞାନ ଜାଗ୍ରତ ହେବେ ? ବର୍ତ୍ତମାନ ଚନ୍ଦ୍ରର ଦକ୍ଷିଣ ମେରୁରେ ସ୍ଲିପ ମୋଡରେ ରହିଛନ୍ତି ବିକ୍ରମ ଓ ପ୍ରଜ୍ଞାନ । ସେମାନଙ୍କୁ ଜାଗ୍ରତ କରିବା ଲାଗି ଚେଷ୍ଟା କରୁଛି ଇସ୍ରୋ । ଯଦି ଉଭୟ ବିକ୍ରମ ଓ ପ୍ରଜ୍ଞାନକୁ ଜାଗ୍ରତ କରିବାରେ ଇସ୍ରୋ ସଫଳ ହୁଏ ତେବେ ଇସ୍ରୋର ବିଜ୍ଞାନ କାରିଗରୀର ଉତ୍କର୍ଷତା ପୁଣି ପ୍ରତିପାଦିତ ହେବ । ଏହା ସହ ଅନ୍ୟାନ୍ୟ ପ୍ରସଙ୍ଗରେ ଇସ୍ରୋ ଗବେଷଣା କରିବାକୁ ସକ୍ଷମ ହେବ । ଚନ୍ଦ୍ରରେ ଜଳବାୟୁ ନଥିବାରୁ ଏହାର ଉପରିଭାଗରେ ରାତିରେ ତାପମାତ୍ରା ମାଇନସ ୧୮୦ ଡିଗ୍ରୀ ହୋଇଥିବା ବେଳେ ସ୍ଥାୟୀ ଭାବେ ସୌରରଶ୍ମୀ ପାଉନଥିବା ସ୍ଥାନରେ ତାପମାତ୍ରା ରହିଥାଏ ମାଇନସ ୨୪୦ ଡିଗ୍ରୀ ସେଲସିୟସ ।

ଦିଲ୍ଲୀରେ ପ୍ରଦର୍ଶିତ ହେଲା ପ୍ରଥମ ଓଡ଼ିଆ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ‘ମହାନଦୀ’

ନୂଆଦିଲ୍ଲୀ : ଦିଲ୍ଲୀରେ ଆୟୋଜିତ ଚତୁର୍ଥ ନଦୀ ଉତ୍ସବରେ ଉଦଘାଟନୀ ଚଳଚ୍ଚିତ୍ର ଭାବରେ ପ୍ରଦର୍ଶିତ ହେଲା ପ୍ରଥମ ଓଡ଼ିଆ ଡକ୍ୟୁମେଣ୍ଟାରୀ ମହାନଦୀ । ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ଇନ୍ଦିରା ଗାନ୍ଧୀ ନ୍ୟାସନାଲ ସେଣ୍ଟର ଫର ଆର୍ଟ, କଳା ଓ ସଂସ୍କୃତି ପାଇଁ ଉତ୍ସର୍ଗୀକୃତ ଏହି ଅନୁଷ୍ଠାନ ଗତ କିଛିବର୍ଷ ଧରି ନଦୀ ଉତ୍ସବ ଆୟୋଜନ କରିଆସୁଛି । ଭାରତର ପ୍ରାୟ ସମସ୍ତ ରାଜ୍ୟରୁ ଚଳଚ୍ଚିତ୍ର ନିର୍ମାତା ଡକ୍ୟୁମେଣ୍ଟାରୀ ଫିଲ୍ମ ଫେଷ୍ଟିଭାଲ ପାଇଁ ଚଳଚ୍ଚିତ୍ର ପଠାଇଥିଲେ । ସେଥିମଧ୍ୟରୁ 12 ଟି ସ୍କ୍ରିନିଂ ପାଇଁ ମନୋନୀତ ହୋଇଥିଲା ।

ଏହି ତିନି ଦିନିଆ ନଦୀ ମହୋତ୍ସବରେ ଉଦଘାଟନୀ ଚଳଚ୍ଚିତ୍ର ଭାବରେ ମହାନଦୀ – କବିଙ୍କ କଳ୍ପନାରେ ନଦୀ ମନୋନୀତ ହୋଇଥିଲା । ମହାନଦୀ ଫିଲ୍ମ ସ୍କ୍ରିନିଂ ପରେ ଏକ ଆଲୋଚନା ଅଧିବେଶନ ଆୟୋଜିତ ହୋଇଥିଲା । ଯେଉଁଠାରେ ଫିଲ୍ମର ନିର୍ଦ୍ଦେଶକ ଯୁବନାଶ୍ବ ମିଶ୍ର, ନିର୍ମାତା ଅଶୋକ କୁମାର ପଣ୍ଡା ଏବଂ ଚଳଚ୍ଚିତ୍ରର ସାହିତ୍ୟିକ ଗବେଷକ ଅଶ୍ୱିନୀ କୁମାର ମିଶ୍ର ଉପସ୍ଥିତ ଥିଲେ ।

ମୋହାଲିରେ ଭାରତର ଦମଦାର ବିଜୟ ହୋଇଛି

ନନ୍ଦିଘୋଷ ବ୍ୟୁରୋ : ଅଷ୍ଟ୍ରେଲିଆ ବିପକ୍ଷରେ ବଡ଼ ବିଜୟ ପରେ ଭାରତୀୟ କ୍ରିକେଟ ଟିମ୍ ସବୁ ଫର୍ମାଟ ନମ୍ବର ଓ୍ବାନ ସ୍ଥାନକୁ ଉନ୍ନତି ହୋଇଛି । ଟେଷ୍ଟ, ଦିନିକିଆ ଓ ଟି-୨୦ ଫର୍ମାଟ କ୍ରିକେଟରେ ଭାରତ ନମ୍ବର ଓ୍ବାନ ସ୍ଥାନରେ ପହଞ୍ଚିଛି  । ଆଜି ମୋହାଲିରେ ଭାରତର ଦମଦାର ବିଜୟ ହୋଇଛି  । ଅଷ୍ଟ୍ରେଲିଆ ବିପକ୍ଷ ତିନି ଟିକିଆ ସିରିଜର ପ୍ରଥମ ମ୍ୟାଚକୁ ୫ ଓ୍ବିକେଟରେ ଜିତି ନେଇଛି ଟିମ୍ ଇଣ୍ଡିଆ  । ଛକା ମାରି ଭାରତକୁ ବିଜୟୀ କରାଇଛନ୍ତି କେ.ଏଲ ରାହୁଲ  । ଟିମ୍ ଇଣ୍ଡିଆର ୪ ଜଣ ଖେଳାଳି ଅର୍ଦ୍ଧଶତକ ହାସଲ କରିଛନ୍ତି  । ଶୁଭମନ ଗିଲ୍ ସର୍ବାଧିକ ୭୪ ରନ କରିଥିବାବେଳେ ଋତୁରାଜ ଗାଏକ୍ବାଡ ୭୧, କ୍ୟାପଟେନ କେ.ଏଲ ରାହୁଲ ଅପରାଜିତ ୫୮ ଏବଂ ସୂର୍ଯ୍ୟକୁମାର ଯାଦବ ୫୦ ରନ କରିଥିଲେ  । ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତ  । ୫୦ ଓଭରରେ ସମସ୍ତ ଓ୍ବିକେଟ ହରାଇ ୨୭୬ ରନ କରିଥିଲା ଅଷ୍ଟ୍ରେଲିଆ  । ଓ୍ବାର୍ଣ୍ଣର ସର୍ବାଧିକ ୫୨ରନ କରିଥିବାବେଳେ ଅନ୍ୟ କୌଣସି ଖେଳାଳି ଅର୍ଦ୍ଧଶତକ କରିପାରିନଥିଲେ  । ମୋହାଲିରେ ଜଲଓ୍ବା ଦେଖାଇଥିଲେ ମହମ୍ମଦ ସାମି  । ସାମି ଏକାକୀ ୫ଟି ଓ୍ବିକେଟ ନେଇଥିବାବେଳେ ବୁମରା, ଅଶ୍ବିନୀ, ଜାଡେଜା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।India vs Australia Highlights: KL Rahul smashes winning SIX as India  defeats Australia by 5 wickets | Mint

୨୭୭ ରନର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ଆରମ୍ଭରୁ ଋତୁରାଜ ଓ ଗିଲ୍ ଦମଦାର ପ୍ରଦର୍ଶନ କରିଥିଲେ । ଉଭୟଙ୍କ ଭାଗିଦାରୀ ଦଳର ସ୍କୋରକୁ ଆଗକୁ ନେଇଥିଲା  । ପରେ ଅନ୍ୟ ଖେଳାଳି ମଧ୍ୟ ଭଲ ପ୍ରଦର୍ଶନ କରିବା ସହିତ ଦଳକୁ ବିଜୟ ଅଭିମୁଖେ ନେଇଥିଲେ  । ଶେଷରେ କେଏଲ ରାହୁଲ ଓ ଜାଡେଜା ମିଳିତ ଭାବେ ୮ଟି ବଲ ପୂର୍ବରୁ ଦଳକୁ ଜିତାଇଥିଲେ  । ତିନି ଟିକିଆ ସିରିଜର ପ୍ରଥମ ମ୍ୟାଚ ଜିତି ଏବେ ୧-୦ରେ ଆଗୁଆ ଅଛି ଟିମ୍ ଇଣ୍ଡିଆ  ।

କଂଗ୍ରେସ ବିଧାୟକ ଦଳ ବୈଠକରେ ଅସନ୍ତୋଷ ଝାଡ଼ିଲେ ବିଧାୟକ

ଭୁବନେଶ୍ୱର : କଂଗ୍ରେସ ବିଧାୟକ ଦଳ ବୈଠକରେ ଅସନ୍ତୋଷ ଝାଡ଼ିଲେ ବିଧାୟକ । ବିଧାୟକଙ୍କ ସମସ୍ୟାକୁ ଏବଂ ଦଳରେ ବରିଷ୍ଠ ନେତାଙ୍କୁ ଅଣଦେଖା କରାଯିବା ସହ ସେମାନଙ୍କ କଥା ରହୁନାହିଁ କି ଗୁରୁତ୍ଵ ଦିଆଯାଉନାହିଁ । ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି ଅଭିଯୋଗ କରିଛନ୍ତି । ଜିଲ୍ଲାରେ ଦଳର କାର୍ଯ୍ୟ ହେଲେ ତାଙ୍କୁ ବାଦ୍ କାହିଁକି ଦିଆଯାଉଛି ବୋଲି ତାରା ପ୍ରଶ୍ନ କରିଥିଲେ । ପ୍ରଚାର କମିଟି ଅଧ୍ୟକ୍ଷ ଜିଲ୍ଲା ଗସ୍ତରେ ଯାଉଛନ୍ତି, ଅଥଚ କେହି ବିଧାୟକଙ୍କୁ ପଚାରୁନାହାନ୍ତି । ଏହାକୁ ନେଇ କଂଗ୍ରେସ ବିଧାୟକ ଦଳ ବୈଠକରେ ବିବାଦୀୟ ସ୍ଥିତି ଦେଖାଯାଇଥିଲା । କିନ୍ତୁ ବୈଠକରେ ବିବାଦକୁ ପିସିସି ସଭାପତି ଶରତ ପଟ୍ଟନାୟକ ଏଡ଼ାଇ ଯାଇଛନ୍ତି । କହିଛନ୍ତି, ଏହା ଆମ ଘର କଥା। ପାଟି ନୁହେଁ, ତାରା ଗୀତ ଗାଉଥିବା କହି ଏଡାଇ ଯାଇଥିଲେ ଶରତ ପଟ୍ଟନାୟତ ।

ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତାଙ୍କ ପ୍ରକୋଷ୍ଠରେ ଚାଲିଥିବା ବିଧାୟକ ଦଳ ବୈଠକରେ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ସୂଚନା ମିଳିଛି । ଖୋଦ୍‌ ପିସିସି ସଭାପତି ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ । ଯଦିଓ ଖୋଲାଖୋଲି କୌଣସି ନେତା ଏହା ସ୍ବୀକାର କରୁନାହାନ୍ତି, କିନ୍ତୁ ବିବାଦକୁ ସିଧାସଳଖ ଅସ୍ବୀକାର ମଧ୍ୟ କରୁନାହାନ୍ତି । ତାରା ମଧ୍ୟ ବିବାଦକୁ ଏଡାଇ ଯାଇ କହିଛନ୍ତି ଯେ, ଏହା ଦଳର ଆଭ୍ୟନ୍ତରୀଣ ବ୍ୟାପାର । ଏ ସମ୍ପର୍କରେ ସେ ସାଧାରଣରେ ଆଲୋଚନା କରିବାକୁ ଚାହୁଁନାହାନ୍ତି ।

ଲୋନ୍ ସ୍କାମ ମାମଲାର ତଦନ୍ତରେ ବାଧା ଦେଉଛନ୍ତି ସମ୍ବାଦ କର୍ତ୍ତୃପକ୍ଷ

ଭୁବନେଶ୍ୱର : ଚୋରି ପରେ ସିନାଜୋରି । ଲୋନ୍ ସ୍କାମ ମାମଲାର ତଦନ୍ତରେ ବାଧା ଦେଉଛନ୍ତି ସମ୍ବାଦ କର୍ତ୍ତୃପକ୍ଷ । ଇଓଡବ୍ଲୁକୁ ତଦନ୍ତରେ ଅସହଯୋଗ କରୁଛନ୍ତି ସମ୍ବାଦ କର୍ମଚାରୀ । ସମ୍ବାଦ ଅଫିସରେ ଯାଞ୍ଚ ବେଳେ ବାଧା ସୃଷ୍ଟି କରାଯାଉଛି ବୋଲି ଇଓଡବ୍ଲୁ ସୂଚନା ଦେଇଛି । ଇଓଡବ୍ଲୁର କହିବା ଅନୁସାରେ ସମ୍ବାଦ କାର୍ଯ୍ୟାଳୟରୁ ବହୁ ଗୁରୁତ୍ବପୂର୍ଣ୍ଣ ଫାଇଲ୍ ଗାଏବ ହୋଇଯାଇଛି । ଏପରିକି କିଛି ଫାଇଲ ଦେବାକୁ ମନା କରିଦେଇଥିଲେ ସମ୍ବାଦ କର୍ମଚାରୀ ।  HR ଓ ଆକାଉଣ୍ଟ ସେକ୍ସନର କେତକ ଗୁରୁତ୍ବପୁର୍ଣ୍ଣ ଫାଇଲକୁ ଇଓଡବ୍ଲୁ କପି କରିବାକୁ ଚାହିଁଥିଲେ ମଧ୍ୟ ବାଧା ସୃଷ୍ଟି କରାଯାଇଥିଲା  । ହାର୍ଡଡିକ୍ସ ଜବତ କରିବା ସମୟରେ ସମ୍ବାଦ କର୍ମଚାରୀ ବିରୋଧ କରିବାକୁ ଅପ୍ରୀତିକର ସ୍ଥିତି ଉପୁଜିଥିଲା  । ଇଓଡବ୍ଲୁ ତଦନ୍ତରୁ ପାଇଥିବା ତଥ୍ୟ ଅନୁସାରେ ସମ୍ବାଦ ବ୍ୟାଙ୍କ ଆକାଉଣ୍ଟରେ ଗତ କିଛି ବର୍ଷ ହେବ ବିପୁଳ ପରିମାଣର ଟଙ୍କା ଜମା କରାଯାଇଛି । ସମ୍ବାଦ ବିରୋଧରେ ଦିନକୁ ଦିନ ଅଭିଯୋଗକାରୀଙ୍କ ସଂଖ୍ୟା ବଢୁଛି । ମୂଳ ଅଭିଯୋଗ ଅନୁସାରେ ସମାନ ଅଭିଯୋଗ ଆଣୁଛନ୍ତି ଅନେକ ପୂର୍ବତନ କର୍ମଚାରୀ ।File:Sambad office.jpg - Wikimedia Commons

ଋଣ ଜାଲିଆତିରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଓ ଏସବିଆଇ ଉପରେ ବିଭାଗୀୟ ତଦନ୍ତ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ଇଓଡବ୍ଲୁ । କେବଳ ଋଣ ଠକେଇ ନୁହେଁ କର୍ମଚାରୀଙ୍କ ଭବିଷ୍ୟନିଧି ତଥା ଇପିଏଫ ଓ ଇଏସଆଇରେ ମଧ୍ୟ ଘୋଟଲା ହୋଇଥିବା ତଦନ୍ତକାରୀ ସଂସ୍ଥା ଜାଣିବାକୁ ପାଇଛି । ସବୁ ଦିଗରୁ ଇଓଡବ୍ଲୁ ତଦନ୍ତ ଜାରି ରଖିଛି  । ସେପଟେ ସମ୍ବାଦର ଲୋନ୍ ସ୍କାମ ତଦନ୍ତ ନେଇ ଇଓଡବ୍ଲୁ କାର୍ଯ୍ୟାଳରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିବା ସୂଚନା ମିଳିଛି  । ବୈଠକରେ ଜୋନ୍ ୫ ଏସିପି ଗୌତମ କିଷାନ ଓ ହେଡ୍ କ୍ବାର୍ଟର ଏସିପି ଅଞ୍ଜନା ଟୁଡୁ, ଅତିରିକ୍ତ ଏସପି ସିମାଞ୍ଚଳ ଗନ୍ତାୟତ, ଡିଏସପି ସସ୍ମିତା ସାହୁ ଓ ତଦନ୍ତକାରୀ ଅଧିକାରୀ ତ୍ରିଲୋଚନ ସେଠୀ ଉପସ୍ଥିତ ଅଛନ୍ତି ।

ଚନ୍ଦ୍ରଯାନ-୩ ଆରମ୍ଭ କରିବ କି ଦ୍ବିତୀୟ ପର୍ଯ୍ୟାୟ ମିଶନ

ନନ୍ଦିଘୋଷ ବ୍ୟୁରୋ : ଚନ୍ଦ୍ରଯାନ-୩ ଆରମ୍ଭ କରିବ କି ଦ୍ବିତୀୟ ପର୍ଯ୍ୟାୟ ମିଶନ । ନିଦରୁ ଉଠିବ ବିକ୍ରମ ଲ୍ୟାଣ୍ଡର । ଆଜି ପ୍ରଜ୍ଞାନ ଓ ବିକ୍ରମକୁ ସକ୍ରିୟ କରିବା ପାଇଁ ଯୋଜନା କରାଯାଇଥିବା ବେଳେ କିଛି ସମସ୍ୟା ଯୋଗୁଁ ଆସନ୍ତାକାଲି ପ୍ରୟାସ କରାଯିବ ବୋଲି ଇସ୍ରୋ କହିଛି  । ଚନ୍ଦ୍ରର ସାଉଥପୋଲରେ ସୂର୍ଯ୍ୟୋଦୟ ହୋଇଥିବା ବେଳେ ସୋଲାର ସିଷ୍ଟମ କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି । ବିକ୍ରମ ଓ ପ୍ରଜ୍ଞାନ ପୁଣି ଥରେ କାର୍ଯ୍ୟକ୍ଷମ ହେବା ସହ ଦ୍ବିତିୟ ପର୍ଯ୍ୟାୟ ମିଶନ ପାଇଁ କାମ କରିବେ ବୋଲି ଇସ୍ରୋ ଆଶା କରିଛି । ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଥିବା ଶିବଶକ୍ତି ପଏଣ୍ଟରେ ସୂର୍ଯ୍ୟକିରଣ ପଡିଛି । ଏଥିସହ ଅନେକ ପ୍ରଶ୍ନ ଏବେ ଇସ୍ରୋ ବୈଜ୍ଞାନିକଙ୍କ ମନରେ ଉଠିଛି । ଚନ୍ଦ୍ର ଅଭିଯାନର ଅନ୍ତ ହେବ ନା ସ୍ଲିପମୋଡରେ ଥିବା ବିକ୍ରମ ଓ ପ୍ରଜ୍ଞାନ ଜାଗ୍ରତ ହେବେ ? ବର୍ତ୍ତମାନ ଚନ୍ଦ୍ରର ଦକ୍ଷିଣ ମେରୁରେ ସ୍ଲିପ ମୋଡରେ ରହିଛନ୍ତି ବିକ୍ରମ ଓ ପ୍ରଜ୍ଞାନ । ସେମାନଙ୍କୁ ଜାଗ୍ରତ କରିବା ଲାଗି ଚେଷ୍ଟା କରୁଛି ଇସ୍ରୋ ।Chandrayaan-3 Lander and Rover to Wake Up from 'Sleep' - The Observer Post

ଯଦି ଉଭୟ ବିକ୍ରମ ଓ ପ୍ରଜ୍ଞାନକୁ ଜାଗ୍ରତ କରିବାରେ ଇସ୍ରୋ ସଫଳ ହୁଏ ତେବେ ଇସ୍ରୋର ବିଜ୍ଞାନ କାରିଗରୀର ଉତ୍କର୍ଷତା ପୁଣି ପ୍ରତିପାଦିତ ହେବ । ଏହା ସହ ଅନ୍ୟାନ୍ୟ ପ୍ରସଙ୍ଗରେ ଇସ୍ରୋ ଗବେଷଣା କରିବାକୁ ସକ୍ଷମ ହେବ । ଚନ୍ଦ୍ରରେ ଜଳବାୟୁ ନଥିବାରୁ ଏହାର ଉପରିଭାଗରେ ରାତିରେ ତାପମାତ୍ରା ମାଇନସ ୧୮୦ ଡିଗ୍ରୀ ହୋଇଥିବା ବେଳେ ସ୍ଥାୟୀ ଭାବେ ସୌରରଶ୍ମୀ ପାଉନଥିବା ସ୍ଥାନରେ ତାପମାତ୍ରା ରହିଥାଏ ମାଇନସ ୨୪୦ ଡିଗ୍ରୀ ସେଲସିୟସ ।

5T ଉପକ୍ରମରେ ମେଟ୍ରୋ ଟ୍ରେନ ପ୍ରକଳ୍ପକୁ ସାମିଲ କରିଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର : ପକ୍କା ହେଲା ମେଟ୍ରୋ ସ୍ବପ୍ନ । ରାଜ୍ୟରେ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଉଜ୍ଜୀବିତ ହୋଇଛି ଆଶା । ଅତିରିକ୍ତ ବଜେଟରେ ମେଟ୍ରୋ ରେଳ ପାଇଁ ୨୧୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ରାଜ୍ୟ ସରକାର । ଫଳରେ ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ବରରୁ କଟକ ମେଟ୍ରୋ ଟ୍ରେନ ଗଡ଼ିବା ଆଶା ଆଉ ପାଦେ ଆଗକୁ ବଢିଛି  । ଫାଇଭ-ଟି ଉପକ୍ରମରେ ମେଟ୍ରୋ ଟ୍ରେନ ପ୍ରକଳ୍ପକୁ ସାମିଲ କରିଛନ୍ତି ରାଜ୍ୟ ସରକାର ।   ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନ ବନ୍ଦରରୁ ତ୍ରିଶୁଳିଆ ଯାଏ ଚାଲିବ ଟ୍ରେନ  । ପରେ ଖୋର୍ଦ୍ଧା ଓ ପୁରୀ ସହରକୁ ଏହାକୁ ସଂପ୍ରସାରିତ କରାଯିବ ।  ୨୬ କିଲୋମିଟରରେ ରହିବ ୨୦ଟି ଷ୍ଟେସନ । ଖର୍ଚ୍ଚ ହେବାକୁ ଥିବା ୬ହଜାର କୋଟି ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାର ବହନ କରିବେ ।Hyderabad Metro Rail to complete 5 years on November 29-Telangana Today

ଗତ ଏପ୍ରିଲ ପହିଲାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଫାଇଭ-ଟି ସଚିବଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରିଥିଲେ । ଦିଲ୍ଲୀ ମେଟ୍ରୋ ରେଳ ନିଗମ ରାଜ୍ୟ ସରକାରଙ୍କୁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରଦାନ କରିଛି  ।  ଗାଡ଼ି ଚଳାଚଳ, ଟ୍ରାଫିକ ଦୃଷ୍ଟି କୋଣରୁ ଭୁବନେଶ୍ବ-କଟକ ରାସ୍ତା ଜାମ୍ ରହୁଥିବା ବେଳେ ବିକଳ୍ପ ରାସ୍ତା ଭାବେ ରିଙ୍ଗ ରୋଡ଼ ପ୍ରସ୍ତୁତ ହୋଇଛି । ଗମନାଗମନକୁ ନବୀନ ସରକାର ଯଥେଷ୍ଟ ଗୁରୁତ୍ବ ଦେଉଥିବା ବେଳେ ରାଜ୍ୟର ପ୍ରଥମ ରେଳ ପ୍ରକଳ୍ପ ଉପରେ ସହରବାସୀଙ୍କ ନଜର ରହିଛି ।

 

 

ବିବାହ ପାଇଁ ଉଦୟପୁରରେ ପହଞ୍ଚିଲେ ରାଘବ ଓ ପରିଣୀତି

ନନ୍ଦିଘୋଷ ବ୍ୟୁରୋ : ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆମ୍ ଆଦମୀ ପାର୍ଟି ନେତା ରାଘବ ଚଢ଼ାଙ୍କ ବାହାଘର। ବାହାଘର ପାଇଁ ଏହି ପ୍ରେମପକ୍ଷୀ ଏବେ ଯାଇ ଉଦୟପୁରରେ ପହଞ୍ଚିଛନ୍ତି। ସେମାନେ ଯିବା ବାଟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି ଲାଜେଇ ଯାଇଛନ୍ତି ପରୀ । ଏହି ଦମ୍ପତି ସେପ୍ଟେମ୍ବର ୨୪ ତାରିଖରେ ସାତ୍‌ ଫେରେ ନେବେ। ଶୁକ୍ରବାର ସକାଳୁ ସକାଳୁ ହିଁ ସେ ଦୁହେଁ ଯାଇ ଉଦୟପୁରରେ ପହଞ୍ଚି ଯାଇଛନ୍ତି । ଉଦୟପୁରର ‘ଦ ଲୀଲା ପ୍ୟାଲେସ୍‌’ରେ ଏମାନଙ୍କ ବାହାଘର ହେବ । ଉଦୟପୁରରେ ରାଘବ ଓ ପରୀଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ବିମାନବନ୍ଦରରେ ସେ ଦୁହିଁଙ୍କ ଫଟୋ ଥିବା ଏକ ବଡ଼ ହୋର୍ଡିଂ ଲଗାଯାଇଛି। ବିବାହକୁ ନେଇ ଦୁହେଁ ବେଶ୍‌ ଉତ୍ସାହ ଥିବା ସେମାନଙ୍କ ଚେହେରାର ରଂଗରୁ ଜଣାପଡ଼ିଯାଉଛି । ପରୀଣିତିଙ୍କ ବାପାମାଆ ଓ ଭାଇ ମଧ୍ୟ ଉଦୟପୁରରେ ପହଞ୍ଚି ଯାଇଛନ୍ତି। ଅତିଥିମାନଙ୍କର ଉଦୟପୁରେ ପହଞ୍ଚିବା କାର୍ଯ୍ୟ ଜାରି ରହିଛି।Parineeti Chopra-Raghav Chadha Wedding: How The Couple Checked Into Udaipur

ରାଘବଙ୍କ ମାମୁ ଓ ତାଙ୍କ ଡିଜାଇନର୍‌ ପବନ ସଚ୍ଚଦେବ ବି ଉଦୟପୁରରେ ପହଞ୍ଚି ସାରିଲେଣି। ଉଦୟପୁରରେ ରାଘବ ଓ ପରୀଙ୍କର ମେହେନ୍ଦୀରୁ ନେଇ, ସଂଗୀତ, ହଳଦୀ ଆଦି ଧୁମ୍‌ଧାମ୍‌ରେ ହେବ। ଏହି ବିବାହରେ ପରୀଣିତିଙ୍କ ଭଉଣୀ ପ୍ରିୟଙ୍କା ଚୋପ୍ରା ବି ସାମିଲ୍‌ ହେବେ। ପ୍ରିୟଙ୍କା ଆସନ୍ତାକାଲି ଉଦୟପୁରରେ ପହଞ୍ଚିବେ ବୋଲି ସୂଚନା ରହିଛି। ଏହି ପ୍ରେମୀଯୁଗଳ ଚଳିତବର୍ଷ ମେ’ ମାସରେ ନିର୍ବନ୍ଧ କରିଥିଲେ। ନିର୍ବନ୍ଧ ପରଠାରୁ ଦୁହେଁ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ଆଗାମୀ ୨୪ ତାରିଖରେ ସେ ଦୁହେଁ ବିବାହ କରିବାକୁ ଯାଉଥିବା ବେ‌ଳେ ସେମାନଙ୍କ ବାହାଘର ପୂର୍ବ ଉତ୍ସବର ପ୍ରଥମ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ବାତ୍ୟା ସମ୍ପର୍କରେ କୌଣସି ପୂର୍ବାନୁମାନ କରାଯାଇନାହିଁ : ଆଇଏମଡି ଡିଜି

ନନ୍ଦିଘୋଷ ବ୍ୟୁରୋ : ଅକ୍ଟୋବରରେ ବାତ୍ୟା ଆଶଙ୍କା ରହିଛି । ତେବେ ବାତ୍ୟା ସମ୍ପର୍କରେ କୌଣସି ପୂର୍ବାନୁମାନ କରାଯାଇନାହିଁ ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ । ଏସମ୍ପର୍କରେ ଗୁଜବକୁ ବିଶ୍ବାସ ନ କରିବାକୁ ସେ ଦେଇଛନ୍ତି ପରାମର୍ଶ । ଆଇଏମଡି ଦ୍ବାରା ପ୍ରକାଶିତ ଦୀର୍ଘ ମିଆଦୀ ଆକଳନ ଅନୁସାରେ ୨୯ ସେପ୍ଟେମ୍ବରରୁ ୫ ଅକ୍ଟୋବର ମଧ୍ୟରେ ସାଇକ୍ଲୋ ଜେନେସିସ ଅର୍ଥାତ ଅବପାତ ହେବାର ୧୦୦ ପ୍ରତିଶତରୁ ୩୩ ପ୍ରତିଶତ ସମ୍ଭାବନା କମ ଦର୍ଶାଉଛି । ହେଲେ କିଛି ଅନ୍ତର୍ଜାତୀୟ ମଡେଲର ଆକଳନ ଅନୁସାରେ, ସେପ୍ଟେମ୍ବର ୨୮ କିମ୍ବା ୨୯ ତାରିଖ ବେଳକୁ ଘୂର୍ଣ୍ଣିବଳୟ ଏବଂ ୩୦ ତାରିଖ ବେଳକୁ ଲଘୁଚାପ ଏବଂ ପରବର୍ତ୍ତୀ ସମୟରେ ଏହା ବାତ୍ୟା ରୂପ ନେଇପାରେ ।Cyclone Updates: Cyclonic to change its path, IMD

ସେହିପରି ECMWF ମଡେଲର ଆକଳନ ହିସାବରେ ୩୦ କିମ୍ବା ଅକ୍ଟୋବର ୧ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ରହିଛି। ହେଲେ ବାତ୍ୟା ଆଶଙ୍କା କ୍ଷୀଣ ରହିଛି । ସିଏଫସ ମଡେଲ ଅନୁସାରେ ଅକ୍ଟୋବର ପ୍ରଥମ ସପ୍ତାହରେ ଅବପାତ ସମ୍ଭାବନା ରହିଛି । ବର୍ତ୍ତମାନର ପାଣିପାଗ ସ୍ଥିତିକୁ ଅନୁଧ୍ୟାନ କଲେ ୨୯ ସେପ୍ଟେମ୍ବରରୁ ୧ ଅକ୍ଟୋବର ମଧ୍ୟରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ବଙ୍ଗୋପସାଗରରେ ସୃଷ୍ଟି ହେବାର ସମ୍ଭାବନା ରହିଛି ।