ମଦଭାଟି ମାଲିକଙ୍କ କଳାଟଙ୍କା: ଚତୁର୍ଥ ଦିନରେ ଆରମ୍ଭ ହେଲା ଟଙ୍କା ଗଣତି

1 min read

ବଲାଙ୍ଗୀର: ଦିନ ଗଡୁଛି ମଦଭାଟି ମାଲିକଙ୍କ କଳାଟଙ୍କା ସାମ୍ରାଜ୍ୟର ଗୁମର ଖୋଲୁଛି । ଯେଉଁଠି ଚଢ଼ାଉ କଲେ ମିଳୁଛି ପୁଳା ପୁଳା ଟଙ୍କା ବିଡ଼ା । ସ୍ଥିତି ଏମିତି ଯେ ଟଙ୍କା ଗଣିବାକୁ ମେସିନ ବି କମ ପଡୁଛି । ଆଜି ଚତୁର୍ଥ ଦିନରେ ଆରମ୍ଭ ହୋଇଛି ଟଙ୍କା ଗଣା ପ୍ରକ୍ରିୟା ।

ବଲାଙ୍ଗୀର SBI ମୁଖ୍ୟ ଶାଖାରେ ଆଇଟି ଅଧିକାରୀ ପହଞ୍ଚିଛନ୍ତି । ଟଙ୍କା ଗଣିବା ପାଇଁ SBI ମୁଖ୍ୟ ଶାଖାକୁ ବିଭିନ୍ନ ବ୍ୟାଙ୍କରୁ ଅତିରିକ୍ତ ନୋଟ ଗଣତି ମେସିନ ଅଣାଯାଇଛି ।

ଗତକାଲି ବଲାଙ୍ଗୀର ସୁଦପଡ଼ା ମଦଭାଟି ମାଲିକଙ୍କ ସମ୍ପର୍କୀୟଙ୍କ ଘରେ ପୁଣି ଥରେ ଆଇଟି ଅଧିକାରୀ ଚଢ଼ାଉ କରିଥିଲେ । ବଣ୍ଟି ସାହୁ ନାମକ ବ୍ୟକ୍ତିଙ୍କ ଘରୁ ପ୍ରାୟ ୨୩୦ କୋଟିରୁ ଅଧିକ ନଗଦ ଟଙ୍କା ମିଳିଥିବା ଅନୁମାନ କରାଯାଉଛି । କଡା ସୁରକ୍ଷା ବଳରେ ୧୯ଟି ବ୍ୟାଗରେ ବଲାଙ୍ଗୀର ଏସବିଆଇ ମୁଖ ଶାଖାକୁ ଟଙ୍କା ଅଣାଯାଇଥିଲା । ଗତକାଲି ବି ସୁଦପଡା ମଦଭାଟିରେ ହୋଇଥିଲା ଚଢ଼ାଉ ।