ସାଂସଦଙ୍କ ଘରୁ ତିନି ବ୍ୟାଗ ସୁନାଗହଣା ଜବତ

1 min read

ରାଞ୍ଚି: ସାଂସଦ ଧୀରଜ ସାହୁଙ୍କ ଝାଡ଼ଖଣ୍ଡ ରାଞ୍ଚି ଘରୁ ସୁନାଗହଣା ଜବତ । ତିନିଟି ବ୍ୟାଗଭର୍ତ୍ତି ସୁନାଗହଣା  ଆଇଟି ବିଭାଗ ଜବତ କରିଥିବା ସୂଚନା ମିଳିଛି । ୩ ରାଜ୍ୟରେ ଚାଲିଛି IT ବିଭାଗର ଚଢ଼ାଉ । ଦିନ ଗଡ଼ିବା ସହ ଯେଉଁଠି ଚଢ଼ାଉ ହେଉଛି, ସେଠି ମିଳୁଛି ପୁଳା ପୁଳା ଟଙ୍କା । ସ୍ଥିତି ଏମିତି ଯେ, ମେସିନ ବି କମ ପଡୁଛି ଟଙ୍କା ଗଣିବା ପାଇଁ । ବିଭିନ୍ନ ବ୍ୟାଙ୍କରୁ ଟଙ୍କା ଗଣିବାକୁ ମଗା ଯାଉଛି ମେସିନ ।

ବଲାଙ୍ଗୀରରେ ଚତୁର୍ଥ ଦିନରେ ରେଡ୍

ମଦ ବ୍ୟବସାୟୀ ଧୀରଜ ସାହୁଙ୍କ କଳା ସାମ୍ରାଜ୍ର ଉପରେ ଚାରିଆଡୁ ଚାଲିଛି IT ରେଡ । ବଲାଙ୍ଗୀର ମଦଭାଟି ଓ ମ୍ୟାନେଜର ଘରୁ ମିଳିଛି ଶହଶହ କୋଟି ଟଙ୍କା । ଚତୁର୍ଥ ଦିନରେ ପହଞ୍ଚିଛି ଆୟକର ବିଭାଗର ରେଡ I ମଦଭାଟି କାର୍ଯ୍ୟାଳୟ ପରେ ଏବେ ଭାଟି ମାଲିକର ମୁଖ୍ୟ ସହଯୋଗୀ ଘରେ ଚାଲିଛି ଖୋଳତାଡ଼ I ୧୪ ଜଣିଆ ଆୟକର ଟିମ ଚଳାଇଛି ଖୋଳତାଡ଼ I ଦୁଇ ଦିନରେ ୬୦ କୋଟି ଟଙ୍କା ଗଣତି ହୋଇଥିବା ସୂଚନା ମିଳିଛି ।

ସେପଟେ ବଲାଙ୍ଗୀରରେ ପହଞ୍ଚିଛନ୍ତି ହାଇଦ୍ରାବାଦ ଆୟକର ବିଭାଗର ଆନାଲିସିସ ଟିମ୍ I ଜବତ ଟଙ୍କାକୁ ନେଇ ବଲାଙ୍ଗୀରରେ ଖୋଲତାଡ କରିବ ଟିମ I ୪ରୁ ୫ ଜଣିଆ ଟିମ ଆସିଥିବା ସୂଚନା ମିଳିଛି I ପ୍ରଥମ ଦିନରେ ୨୫୦ କୋଟିରୁ ଅଧିକ ଓ ଗତକାଲି ୫୦ କୋଟି ଟଙ୍କା ଜବତ ହୋଇଥିଲା I ବଲାଙ୍ଗୀରର ବିଭିନ୍ନ ବ୍ୟାଙ୍କରୁ ମେସିନ ଆଣି ଟଙ୍କା ଗଣା ଚାଲିଥିବା ସୂଚନା ମିଳିଛି ।

ଭୁବନେଶ୍ବରର ଦୁଇ ସ୍ଥାନରେ ରେଡ୍

ସେହିପରି ଭୁବନେଶ୍ୱର ସ୍ଥିତ ଦୁଇଟି ସ୍ଥାନରେ ଚାଲିଛି ଆଇଟି ବିଭାଗର  ଘନଘନ ରେଡ୍ । କୁବେର ମଦ ବ୍ୟବସାୟୀଙ୍କ ଲିଙ୍କରେ ପଳାଶପଲ୍ଲୀ ଓ ସତ୍ୟନଗର ଅଞ୍ଚଳରେ ଥିବା ଘରେ ବି ଚାଲିଛି ରେଡ୍ । ଗତକାଲି ଆଇଟି ଡିଜି ଭୁବନେଶ୍ୱରରେ ପହଞ୍ଚି ବିଭାଗ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଥିଲେ । ବୈଠକରେ IT ରେଡ୍ କିପରି କରାଯିବ ସେନେଇ ରୁଟ ମ୍ୟାପ ପ୍ରସ୍ତୁତ ହୋଇଥିବା କୁହାଯାଇଛି । ଟଙ୍କା କିପରି ଓ କେଉଁଠି ଆସୁଥିଲା, ମଦ ବ୍ୟବସାୟୀଙ୍କ ସାମ୍ରାଜ୍ୟ ଚେର କେତେ ବ୍ୟାପିଛି ତାହା ଖୋଳତାଡ଼ କରୁଛି IT ବିଭାଗ ।