spot_img
Home Blog Page 2720

ଜାତିସଂଘରେ ପାକିସ୍ତାନ ବିରୋଧରେ ଭାରତର ଯୁଦ୍ଧଂ ଦେହୀ ଡାକରା

ନନ୍ଦିଘୋଷ ବ୍ୟୁରୋ: ଜାତିସଂଘରେ ପାକିସ୍ତାନ ବିରୋଧରେ ଭାରତର ଯୁଦ୍ଧଂ ଦେହୀ ଡାକରା । ପାକିସ୍ତାନ ସୀମା ପାର୍ ଆତଙ୍କବାଦ ବନ୍ଦ କରୁ ବୋଲି ଦାବି କରିଛି ଭାରତ । ଏହା ସହ ପାକ୍ ଅଧିକୃତ କାଶ୍ମୀର ଅଞ୍ଚଳରୁ ତୁରନ୍ତ ହଟିବା ସହ ନିଜ ଦେଶର ମାଟିରୁ ଆତଙ୍କବାଦୀ କ୍ରିୟାକଳାପ ବନ୍ଦ ଲାଗି ଦାବି କରିଛି ଭାରତ । ଜାତିସଂଘ ସାଧାରଣ ଆସେମ୍ବ୍ଳିର ୭୮ତମ ଅଧିବେଶନରେ ଯୋଗଦେଇ ପାକିସ୍ତାନର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଅନଓ୍ବର ଉଲ ହକ କକ୍କର କାଶ୍ମୀର ପ୍ରସଙ୍ଗ ଉଠାଇବା ପରେ ଏହାର ଜବାବ ରଖିଛି ଭାରତ ।

ପାକିସ୍ତାନ ଅନ୍ତର୍ଜାତିକ ଫୋରମର ଅପବ୍ୟବହାର କରିବା ସହ ନୂଆଦିଲ୍ଲୀ ବିରୋଧୀ ଆଭିମୁଖ୍ୟ ପ୍ରକାଶ କରୁଛି ବୋଲି କହିଛି ଭାରତ । ଜାମ୍ମୁ ଓ କାଶ୍ମୀର, ଲଦାଖ ଭାରତର ଏକ ଅବିଚ୍ଛେଦ ଅଙ୍ଗ ଏବଂ ଏହାକୁ ନେଇ ରାଜନୀତି କରିବା ଅନୁଚିତ ବୋଲି କହିଛନ୍ତି ଜାତିସଂଘରେ ଭାରତ ଫାଷ୍ଟ ସେକ୍ରେଟାରୀ ପେଟାଲ ଗେହଲଟ । ସେ କହିଛନ୍ତି- ଦକ୍ଷିଣ ଏସିଆରେ ଶାନ୍ତି ପ୍ରତିଷ୍ଠା କ୍ଷେତ୍ରର ପାକିସ୍ତାନର ଏହି ସବୁ କାର୍ଯ୍ୟକଳାପ ବନ୍ଦ ହେବାର ଆବଶ୍ୟକତା ରହିଛି । ତୁରନ୍ତ ପାକିସ୍ତାନ ନିଜର ଆତଙ୍କବାଦୀ କ୍ରିୟାକଳାପ ବନ୍ଦ କରୁ । ପାକ୍ ଅଧିକୃତ ଅଞ୍ଚଳ ତୁରନ୍ତ ଖାଲି କରୁ । ୨୦୦୮ ମୁମ୍ବାଇ ଆତଙ୍କୀ ହମଲା ଘଟଣାରେ ଜଡ଼ିତ ଆତଙ୍କୀମାନଙ୍କ ବିରୋଧରେ ପାକିସ୍ତାନ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଗେହଲଟ ।

ଭାରତ ଆସିବ ତ ପାକିସ୍ତାନ କ୍ରିକେଟ୍ ଟିମ୍?

ନୂଆଦିଲ୍ଲୀ: ଦିନିକିଆ ବିଶ୍ବକପ ଆଉ ମାତ୍ର ଦିନ କେଇଟା ବାକିଥିବାବେଳେ ଭାଗ ନେବାକୁ ଥିବା ଟିମମାନଙ୍କୁ ଭିସା ମିଳିଥିବାବେଳେ ଅଭ୍ୟାସ ପାଇଁ ପ୍ରସ୍ତୁତ ଦଳ । କିନ୍ତୁ ଏଯାବତ ପାକିସ୍ତାନ କ୍ରିକେଟ ଟିମକୁ ଭିସା ମିଳିନାହିଁ । ଅକ୍ଟୋବର ୫ ତାରିଖରୁ ଭାରତରେ କ୍ରିକେଟ ମହାକୁମ୍ଭ ଅନୁଷ୍ଠିତ ହେଉଥିବାବେଳେ ସେପ୍ଟମ୍ବର ୨୯ରୁ ଅଭ୍ୟାସ ମ୍ୟାଚ ଖେଳାଯିବ । ଭାରତ ଅଭିମୁଖେ ଟିମମାନେ ରହିଛନ୍ତି ।

ପାକିସ୍ତାନ କ୍ରିକେଟ ଟିମ ପକ୍ଷରୁ ଯୋଜନା କରାଯାଇଥିଲା କି, ପ୍ରଥମେ ସେମାନେ ଦୁବାଇ ଯାଇ ସେଠାରେ ଏକ କ୍ୟାମ୍ପ କରିବେ । ଅଭ୍ୟାସ ପରେ ଭାରତ ଆସିବା ନେଇ ପାକିସ୍ତାନ ପକ୍ଷରୁ ଯୋଜନା କରାଯାଇଥିବାବେଳେ ଭିସା ନମିଳିବାରୁ ବଡ଼ ଝଟକା ଲାଗିଛି । ସପ୍ତାହେ ପୂର୍ବରୁ ପାକିସ୍ତାନ ଟିମ ପକ୍ଷରୁ ଭିସା ଆବେଦନ କରାଯାଇଥିବାବେଳେ ଏଯାବତ ଭାରତ ସରକାରଙ୍କ ପକ୍ଷରୁ ମଞ୍ଜୁର କରାଯାଇନାହିଁ ।

ପାକିସ୍ତାନ ଟିମର ଭିସା ଅନୁମୋଦନ ନହୋଇଥିବାରୁ ଟିମ ଏବେ ଲାହୋରରେ ରହିଥିବାବେଳେ ୨୭ ସେପ୍ଟେମ୍ବରରେ ଦୁବାଇ ଅଭିମୁଖେ ଯାତ୍ରା କରିବେ । ତେବେ ପାକିସ୍ତାନ ଟିମ ପକ୍ଷରୁ ଆଶା ରଖାଯାଇଛି କି ନିର୍ଦ୍ଧାରିତ ସମୟ ପୂର୍ବରୁ ଦଳ ଭିସା ପାଇବ । ୨୦୧୬ ମସିହାରେ ପାକିସ୍ତାନ ଟି-୨୦ ବିଶ୍ବକପ ଖେଳିବା ପାଇଁ ଭାରତ ଆସିଥିଲା । ସେପଟେ ୨୦୧୨-୧୩ ମସିହାରେ ଦ୍ବିପାକ୍ଷିକ ସିରିଜ ପାଇଁ ଭାରତ ଆସିଥିଲା ପାକିସ୍ତାନ ଟିମ । ଏହାପରଠାରୁ ଉଭୟ ଦେଶ ମଧ୍ୟରେ କୌଣସି ଦ୍ବିପାକ୍ଷିକ ସିରିଜ ଖେଳାଯାଇନାହିଁ । କେବଳ ଆଇସିସିର ଇଭେଣ୍ଟରେ ଉଭୟ ଦଳ ଭେଟାଭେଟି ହୋଇଛନ୍ତି । ଆଇସିସି ଇଭେଣ୍ଟରେ ଭାରତର ପ୍ରଦର୍ଶନ ପାକିସ୍ତାନ ବିପକ୍ଷରେ ଭଲ ରହିଛି ।

ପୋଲିସ ଗାଡ଼ି ପୋଡ଼ିଦେଲେ ଉତ୍ୟକ୍ତ ଲୋକେ

ରାୟଗଡ଼ା: ଲଜ୍ଜା । ଥମିବାର ନାଁ ନେଉନି ଲଜ୍ଜା ଖବର । ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଡଙ୍ଗାସିଲ ଆବାସିକ ବିଦ୍ୟାଳୟରେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ସ୍କୁଲର ପିଅନ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୀଡ଼ିତା ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଡଙ୍ଗା ସିଲ ମେଡିକାଲ ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଏହାକୁ ନେଇ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ଦୁଷ୍କର୍ମକାରୀ ପିଅନକୁ ପୋଲିସ ଅଟକ ରଖିଥିବା ବେଳେ, ଫାଣ୍ଡି ଆଗରେ ପୋଲିସ ଗାଡିକୁ ଭାଙ୍ଗିବା ସହ ନିଆଁ ଲଗାଇ ଦେଇଥିଲେ ଉତ୍ତ୍ୟକ୍ତ ଲୋକ । ସେହିପରି ଗଣ୍ଡଗୋଳ ଘଟଣାରେ ପୋଲିସ ୬ ଜଣ ଗ୍ରାମବାସୀଙ୍କୁ ଅଟକ ରଖିଛି । ଅନ୍ୟପଟେ ସ୍କୁଲ ପିଲା ସୁରକ୍ଷିତ ନଥିବା ଅଭିଯୋଗ କରିଛନ୍ତି ଅଭିଭାବକ । ତେଣୁ ବିଦ୍ୟାଳୟରୁ ନିଜ ପିଲାଙ୍କୁ ନେଇ ଯିବାକୁ ଅଭିଭାବକ ଦାବି କରିଛନ୍ତି । ସେପଟେ ପୋଲିସ ଅଭିଯୋଗ ଗ୍ରହଣ କରିନଥିବା କହିଛନ୍ତି ପୀଡ଼ିତା ନବାଳିକାଙ୍କ ବାପା । ଗାଁରେ ଉତ୍ତେଜନା ପ୍ରକାଶ ପାଇଥିବାରୁ 144 ଜାରି ହୋଇଛି ।

ହୀରାକୁଦ ଜଳ ଭଣ୍ଡାରରୁ ୨୨ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ସମ୍ବଲପୁର: ହୀରାକୁଦ ଜଳ ଭଣ୍ଡାରରେ ପୁଣି ବଢିଲା ବନ୍ୟାଜଳ । ବନ୍ୟାଜଳ ପ୍ରବେଶର ମାତ୍ରା ବଢ଼ିଲା । ଛତିଶଗଡ ଉପରମୁଣ୍ଡରେ ବର୍ଷା ଲାଗିରହିଥିବାରୁ ହୀରାକୁଦ ଜଳ ଭଣ୍ଡାରକୁ ପୁଣି ବଢିଲା ବନ୍ୟାଜଳ ପ୍ରବେଶର ମାତ୍ରା । ବର୍ତମାନ ଜଳ ଭଣ୍ଡାରର ଜଳସ୍ତର ୬୨୯ ଫୁଟରେ ପହଂଚିଥିବାବେଳେ ପ୍ରତି ସେକେଣ୍ଡରେ ଡ୍ୟାମ ଭିତରକୁ ପ୍ରବେଶ କରୁଛି ୩ ଲକ୍ଷ ୪୩ ହଜାର ୭୫୧ ଘନଫୁଟ ବନ୍ୟାଜଳ ସେପଟେ ୨୨ଟି ଗେଟ ଖୋଲାଥିବା ବେଳେ ନିଷ୍କାସିତ ହେଉଛି ୩ ଲକ୍ଷ ୯୪ ହଜାର ୫୭୫ ଘନଫୁଟ ବନ୍ୟାଜଳ ।

ପରିଣୀତିଙ୍କ ଶାଶୁଘର କଥା, ପରିବାରରେ କିଏ କ’ଣ କରନ୍ତି?

ନୂଆଦିଲ୍ଲୀ: ଆପ ସାଂସଦ ରାଘବ ଚଢ଼ା ଏବଂ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ବିବାହକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ସେପ୍ଟେମ୍ବର ୨୪ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବାବେଳେ ଉଭୟ ଉଦୟପୁରରେ ପହଞ୍ଚିଛନ୍ତି । ସେମାନଙ୍କ ବିବାହରେ ବହୁ ଅତିଥୀମାନେ ଯୋଗ ଦେବେ । ତେବେ ରାଘବଙ୍କ ପରିବାରର ସଦସ୍ୟ କେଉଁମାନେ । ତାଙ୍କ ପରିବାର ସଦସ୍ୟମାନେ କ’ଣ କରନ୍ତି । ଏଭଳି ଅନେକ ପ୍ରଶ୍ନ ଫ୍ୟାନ୍ସଙ୍କ ମନରେ ଉଠିଛି । ପରିଣୀତିଙ୍କ ଶାଶୁଘର ସମ୍ପର୍କରେ ଜାଣନ୍ତୁ ଅଜଣା କଥା ।

ରାଘବଙ୍କ ପରିବାର କହିଲେ ତାଙ୍କ ବାପା, ମା ଏବଂ ଭଉଣୀ। ପିତାଙ୍କ ନାମ ହେଉଛି ସୁନୀଲ ଚଢ଼ା । ସେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ । ରାଘବଙ୍କ ମାଙ୍କ ନାମ ହେଉଛି ଅଳକା । ସେ ଜଣେ ହାଉସମେକର । ଉଭୟ ଦିଲ୍ଲୀର ରାଜେନ୍ଦ୍ର ନଜରରେ ରୁହନ୍ତି । ଯଦି ଆମେ ରାଘବଙ୍କ ଉଭଣୀଙ୍କ କଥା କହିବା ତାହେଲେ ସେ ହେଉଛନ୍ତି ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ । ତାଙ୍କ ପରିବାର ବେଶ ହସଖୁସିରେ ଚଳୁଛି ।

ଦିଲ୍ଲୀର ମଡର୍ଣ୍ଣ ସ୍କୁଲରୁ ନିଜର ଶିକ୍ଷା ଆରମ୍ଭ କରିଛନ୍ତି ରାଘବ । ପଢ଼ାରେ ସେ ବହୁତ ସ୍ମାର୍ଟ ଥିଲେ ଏବଂ ସେ ବିଦ୍ୟାଳୟରେ ବିତର୍କ କରିବାକୁ ଭଲ ପାଉଥିଲେ | ଦିଲ୍ଲୀ ୟୁନିଭରସିଟିରେ ମଧ୍ୟ ପାଠ ପଢ଼ିଛନ୍ତି ରାଘବ । ଏହାପରେ ସେ ବିଦେଶ ଯାଇଥିଲେ । ସେ ‘ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସ’ରୁ EMBA କୋର୍ସ କରିଛନ୍ତି। ଏହା ସହିତ ସେ ଅନେକ ଆକାଉଣ୍ଟାଣ୍ଟ ଫାର୍ମରେ ମଧ୍ୟ କାର୍ଯ୍ୟ କରିଛନ୍ତି | ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ରାଘବ ଚାଧା ଜଣେ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ ଥିଲେ।

ରାଘବଙ୍କ ରାଜନୈତିକ କ୍ୟାରିୟର ବିଷୟରେ କହିବାକୁ ଗଲେ 2011 ମସିହାରେ ଆନ୍ନା ହଜାରେଙ୍କ ନେତୃତ୍ୱରେ ’ କରପସନ ଏଗନେଷ୍ଟ ଇଣ୍ଡିଆ’ ଆନ୍ଦୋଳନ ଯୋଗ ଦେଇଥିଲେ । ବିଦେଶରେ ପାଠ ପଢ଼ିବା ପରେ ଯେତେବେଳେ ଭାରତ ଆସିଥିଲେ ସେହି ସମୟରେ ସେ ଏହି ଆନ୍ଦୋଳନରେ ଯୋଗ ଦେଇ ଚର୍ଚ୍ଚାରେ ରହିଥିଲେ ।

ଏହି ସମୟରେ ରାଘବ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଥିଲେ। ସେବେଠାରୁ ସେ ରାଜନୀତିରେ ଜଡିତ ହୋଇଥିଲେ। 2012 ମସିହାରେ, ଯେତେବେଳେ ଆମ୍ ଜନତା ପାର୍ଟି ଗଠନ ହୋଇଥିଲା, 24 ବର୍ଷୀୟ ରାଘବ ଟେଲିଭିଜନ ବିତର୍କରେ ଦଳ ପକ୍ଷରୁ ତାଙ୍କ ପକ୍ଷ ଉପସ୍ଥାପନ କରୁଥିଲେ |

ରାୟଗଡ଼ା ଜିଲ୍ଲାରେ ଅଜଣା ଜନ୍ତୁ ଆତଙ୍କ

ରାୟଗଡ଼ା: ରାୟଗଡା ଜିଲ୍ଲା ଗୁଡାରି ବନାଞ୍ଚଳ ଗଞ୍ଜୁଗୁଡାରେ ଅଜଣା ଜନ୍ତୁ ଆତଙ୍କ। ଅଜଣା ଜନ୍ତୁ ଆକ୍ରମଣରେ ୩୦ ଛେଳି ମୃତ। ଛେଳି ଗୁଡିକୁ ଚରିବାକୁ ନେଇଥିବା ବେଳେ ବର୍ଷା ଯଗୁଁ ଫେରାଇ ଆଣି ପାରିନଥିଲେ। ଅଜଣା ଜନ୍ତୁ ଆକ୍ରମଣରେ ଛେଳି ଗୁଡିକ ମୃତ୍ୟ ଘଟିଥିବା ନେଇ ବନ ବିଭାଗ ସଂନ୍ଦେହ କରୁଥିବା ବେଳେ ସ୍ଥାନିୟ ସରପଞ୍ଚ ମମତା ମାଝି ବାଘ ଆକ୍ରମଣ କରିଥିବା ସୁଚନା ଦେଇଛନ୍ତି। ଅଞ୍ଚଳରେ କଲରାପତରିଆ ବାଘ ବୁଲୁଛି ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଜଣାପଡିଛି। ଘଟଣା ସ୍ଥଳରେ ବନ ବିଭାଗ ଅଧିକାରି ମାନେ ପହଞ୍ଚି ତଦନ୍ତ କରି ଫେରିଛନ୍ତି।

ବାଘ ନା ଅନ୍ୟ କୈାଣସି  ଜନ୍ତୁ ଆକ୍ରମଣରେ ଛେଳି ମୃତ୍ୟୁ ଘଟିଥିବା ଜାଣିବା ସକାଶେ ବନ ବିଭାଗ ସିସି କ୍ୟାମେରା ଲଗାଇ ଅନୁଧ୍ୟାନ କରୁଥିବା କହିଛନ୍ତି ଗୁଡାରି ରେଞ୍ଜର ଫରେଷ୍ଟର ନରସିଂହ ଶତପଥ କହିଛନ୍ତି। ତେବେ ପୂର୍ବରୁ ନିଆଳିରେ ଅଜଣା ଜନ୍ତୁ ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ମେଣ୍ଢା ମଡ଼କ ସାରା ଓଡ଼ିଶାରେ ଖବରର ଶିରୋନାମା ପାଲଟିଥିଲା । ମାତ୍ର ଏହା କେଉଁ କାରଣରୁ ହେଉ ଥିଲା ଅଜଣା ଜନ୍ତୁ ନାଁ କଣ ତାହା ସ୍ପଷ୍ଟ ହୋଇପାରିନଥିଲା । ଆଉ ଏକ ରାୟଗଡ଼ାରେ ଛେଳିଙ୍କ ମୃତ୍ୟୁ ସ୍ଥାନୀୟ ଅଂଚଳରେ ଭୟର ବାତା ବରଣ ସୃଷ୍ଟି କରିଛି ।

ସୁନ୍ଦରଗଡ଼ରେ ଚିନ୍ତା ବଢ଼ାଇଲାଣି ସ୍କ୍ରବ ଟାଇଫସ

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଚିନ୍ତା ବଢ଼ାଇଲାଣି ସ୍କ୍ରବ ଟାଇଫସ । ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୧୦ ଆକ୍ରାନ୍ତ । ଏହାକୁ ମିଶାଇ ସୁନ୍ଦରଗଡ଼ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୧ରେ ପହଞ୍ଚିଛି । ୫୧ଟି ରକ୍ତ ନମୁନା ଯାଞ୍ଚ ହୋଇଥିଲା । ସେଥିରୁ ୧୦ ଜଣଙ୍କର ରିପୋର୍ଟ ପଜିଟିଭ ଆସିଛି । ଜିଲ୍ଲାରେ ଯେଭଳି ଭାବେ  ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି, ତାକୁ ନେଇ ଚିନ୍ତାରେ ପଡିଛି ସ୍ବାସ୍ଥ୍ୟ ବିଭାଗ । ସାମାନ୍ୟ ଜ୍ବର କିମ୍ବା ସେପରି କୌଣସି ଲକ୍ଷଣ ଦେଖାଗଲେ ସ୍କ୍ରବ ଟାଇଫସ ଟେଷ୍ଟ କରିବା ପାଇଁ ଜିଲ୍ଲାର ସମସ୍ତ ଡାକ୍ତରଙ୍କୁ ପରାମର୍ଶ ଦିଆଯାଇଛି ।

ଯେକୌଣସି ବେସରକାରୀ ଡାକ୍ତରଖାନାରେ ଆକ୍ରାନ୍ତ ଚିହ୍ନଟ ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିମ୍ବା ରାଉରକେଲା ଆରଜିଏଚକୁ ପଠାଇବାକୁ ସିଡିଏମଓ ପରାମର୍ଶ ଦେଇଛନ୍ତି । ସ୍କ୍ରବ ଟାଇଫସ ରୋଗୀଙ୍କ ଚିକିତ୍ସା ପାଇଁ ଯଥେଷ୍ଟ ଔଷଧ ଏବଂ ଡାକ୍ତର ରହିଛନ୍ତି । ଗୁରୁତର ରୋଗୀଙ୍କ ପାଇଁ ଆଇସିୟୁ ମଧ୍ୟ ରହିଛି । ତେଣୁ ଭୟ ନକରି ଲକ୍ଷଣ ଦେଖାଗଲେ କିମ୍ବା ସପ୍ତାହେରୁ ଅଧିକ ଜ୍ବର ହେଲେ ତୁରନ୍ତ ଡାକ୍ତରଖାନା ଯିବା ପାଇଁ ଲୋକଙ୍କୁ ସଚେତନ କରାଉଥିବା ସିଡିଏମଓ ସୂଚନା ଦେଇଛନ୍ତି ।

ଆଜି ପବିତ୍ର ରାଧାଷ୍ଟମୀ

ପୁରୀ: ଶନିବାର ପବିତ୍ର ରାଧାଷ୍ଟମୀ । ଏହି ଅବସରରେ ଚକ୍ରରାଜ ସୁଦର୍ଶନଙ୍କ ଚଳନ୍ତି ପ୍ରତିମା ନଗର ପରିକ୍ରମା କରିବେ । ଶନିବାର ଅପରାହ୍ନରେ ସୁଦର୍ଶନ ମହାପ୍ରଭୁ ଶ୍ରୀମନ୍ଦିର ବେଢା ପରିକ୍ରମା କରିବା ପରେ ବାହାରକୁ ତାଙ୍କ ବିମାନରର ବାହାରି ନଗର ପରିକ୍ରମା ଓ ପନ୍ତି ଭୋଗ ଖାଇବା ପରେ ମହାପ୍ରଭୁଙ୍କ ଭଣ୍ଡାର ରକ୍ଷକ ଓ ହିସାବ ରକ୍ଷକ ଭାବେ ପରିଚିତ ଗୌଡ଼ବାଡ଼ ସାହିରେ ଥିବା ଜମ୍ବେଶ୍ୱର ମହାଦେବ ମନ୍ଦିରକୁ ବିଜେ କରିବେ । ସେଠାରେ ଶୀତଳ ଭୋଗ ଓ ପ୍ରସାଦ ଲାଗି ନିତି ଅନୁଷ୍ଠିତ ହେବ । ଜମ୍ବେଶ୍ୱରଙ୍କ ପକ୍ଷରୁ ଜଣେ ପୂଜାପଣ୍ଡା ସାମନ୍ତ ଶ୍ରୀମନ୍ଦିରର ବାର୍ଷିକ ଆୟବ୍ୟୟ ହିସାବ ସୁଦର୍ଶନଙ୍କ ସମୁଖରେ ପଢି ନିତି ସମ୍ପର୍ଣ କରିବେ | ସୁଦର୍ଶନ ମହାପ୍ରଭୁ ଜମ୍ବେଶ୍ୱରଙ୍କ ଠାରୁ ଆୟବ୍ୟୟ ହିସାବ ଆଣିବା ପରେ ସେଠାରୁ ଶ୍ରୀମନ୍ଦିର ପ୍ରତ୍ୟାବର୍ତନ କରିବେ ।

ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ

ନନ୍ଦିଘୋଷ ବ୍ୟୁରୋ: ଶନିବାର ଠାରୁ ଚୀନର ହାଙ୍ଗଝୁ ଠାରେ ଆରମ୍ଭ ହେଉଛି ଏସୀୟ କ୍ରୀଡା ମହାକୁମ୍ଭ । ଚଳିତ ଏସିଆନ୍ ଗେମ୍ସରେ ୪୦ଟି କ୍ରୀଡା ବର୍ଗରେ ୪୮୧ ଟି ସ୍ୱର୍ଣ୍ଣ ପଦକ ପାଇଁ ହେବ ବିଗ୍ ଫାଇଟ୍ । ଏଥର ୬୫୫ଜଣ ଆଥଲେଟ୍ ଭାରତ ପାଇଁ ପ୍ରତିନିଧିତ୍ୱ କରୁଥିବା ବେଳେ ସେମାନଙ୍କ ମଧ୍ୟରେ ରହିଛନ୍ତି ୧୩ଜଣ ଓଡ଼ିଆ ଆଥଲେଟ୍ । ବ୍ୟକ୍ତିଗତ ଇଭେଣ୍ଟରେ କିଶୋର ଜେନା ଓ ଅନୁପମା ସ୍ୱାଇଁ ରହିଛନ୍ତି ।

ଟ୍ରାକ ଆଣ୍ଡ ଫିଲଡ ଇଭେଣ୍ଟରେ ଓଡ଼ିଆ ଜାଭେଲିନ ଖେଳାଳି କିଶୋର ଜେନାଙ୍କ ଉପରେ ମେଡାଲ ଆଶା ରହିଛି। ହକିରେ ଭାରତୀୟ ପୁରୁଷ ଦଳ ଓ ମହିଳା ଦଳ ଠାରୁ ମଧ୍ୟ ମେଡାଲ ଆଶା ରହିଛି । ପୁରୁଷ ଦଳ ସ୍ୱର୍ଣ୍ଣ ପଦକ ଜିଣିବା ସହ ପ୍ୟାରିସ ଅଲିମ୍ପିକ ଟିକଟ ହାତେଇବା ପାଇଁ ପ୍ରୟାସ କରିବ । ପୁରୁଷ ଦଳରେ ରହିଛନ୍ତି ଏକ ମାତ୍ର ଓଡ଼ିଆ ଖେଳାଳି ଅମିତ ରୋହିଦାସ। ସେହିପରି ଭାରତୀୟ ମହିଳା ହକି ଦଳରେ ରହିଛନ୍ତି ଡ଼ିଫେଣ୍ଡର ଦୀପଗ୍ରେସ ଏକ୍କା । ଭାରତୀୟ ମହିଳା ରଗବୀ ଦଳରେ ୪ ଜଣ ଓଡ଼ିଆ ଝିଅ ସ୍ଥାନ ପାଇଛନ୍ତି।

ସେମାନେ ହେଲେ ହୁମ୍ପି ମାଝୀ,ତରୁଲତା ନାୟକ, ଡୁମୁଣୀ ମାରାଣ୍ଡି ଏବଂ ମାମା ନାୟକ । ରୋଇଂରେ ଓଡିଶାରୁ ପ୍ରତିନିଧିତ୍ୱ କରୁଥିବା ରିତୁ କଉଡ଼ି, ସୋନାଲି ସ୍ୱାଇଁ ଏବଂ ଅଂଶୀକା ଭାରତୀଙ୍କ ଠାରୁ ମେଡାଲ ଆଶା ରହିଛି । ଏସିୟ କ୍ରୀଡାରେ ଭାଗ ନେଇଛି ଭାରତୀୟ ପୁରୁଷ ଓ ମହିଳା ଫୁଟବଲ ଦଳ। ମହିଳା ଦଳରେ ଓଡ଼ିଆ ଝିଅ ପ୍ୟାରୀ ଖାକା ସ୍ଥାନ ପାଇଛନ୍ତି। ୧୫ ଦିନିଆ ଏହି କ୍ରୀଡା ମହାକୁମ୍ଭ ଅକ୍ଟୋବର ୮ତାରିଖରେ ଶେଷ ହେବ। ୨୯ ତାରିଖରେ ପୁରୁଷ କ୍ରିକେଟ ଟିମ୍ ଖେଳିବ କ୍ବାଟର ଫାଇନାଲ  । ଏଥିସହ ଆଜି ଉଦଘାଟନୀ କାର୍ଯ୍ୟକ୍ରମ ରହିଛି  । ଯାହାକୁ ଦେଖିବାକୁ ସାରା ବିଶ୍ବ ଅନେଇ ରହିଛି  ।

ତିନୋଟିଯାକ ଫର୍ମାଟରେ ନମ୍ବର ଓ୍ବାନ୍ ବନିଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ବିଶ୍ବକପ ପୂର୍ବରୁ ଖୁସି ଖବର । କ୍ରିକେଟର ତିନୋଟିଯାକ ଫର୍ମାଟରେ ନମ୍ବର ଓ୍ବାନ ବନିଲା ଟିମ୍ ଇଣ୍ଡିଆ । ଟେଷ୍ଟ, ଦିନିକିଆ ଏବଂ ଟି-୨୦ରେ ଏକ ନମ୍ବର ହୋଇଛି ଭାରତ । ଅଷ୍ଟ୍ରେଲିଆ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଭାରତ ଖେଳୁଥିବାବେଳେ ପ୍ରଥମ ମ୍ୟାଚରେ ଦମଦାର ବିଜୟ ହୋଇଛି । ଦୀର୍ଘ ୨୭ ବର୍ଷ ପରେ ମୋହାଲିରେ ଭାରତ ବିଜୟ ହୋଇଛି । ମୋହାଲିରେ ଭାରତ ଦୀର୍ଘ ୨୭ ବର୍ଷ ହେବ ଜିତି ନଥିବାବେଳେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଅନେକ ରେକର୍ଡ କରିଛି ରାହୁଲ ବାହିନୀ ।

୧୧୫ ପଏଣ୍ଟ ସହ ଭାରତ ଦିନିକିଆରେ ଭାରତ ଏକ ନମ୍ବର ବନିଥିବାବେଳେ ପଛକୁ ରହିଛନ୍ତି ପାକିସ୍ତାନ, ଅଷ୍ଟ୍ରେଲିଆା, ଦକ୍ଷିଣ ଆାଫ୍ରିକା ଏବଂ ଇଂଲଣ୍ଡ ।  ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ଭାରତୀୟ ଦଳ 118 ରେଟିଂ ପଏଣ୍ଟ ସହ ଶୀର୍ଷରେ ରହିଛି। ଏଥି ସହିତ ଅଷ୍ଟ୍ରେଲିଆର ଦଳ ଦ୍ୱିତୀୟ ସ୍ଥାନରେ ରହିଛି। ଏହା ବ୍ୟତୀତ ଯଥାକ୍ରମେ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲ୍ୟାଣ୍ଡର ଦଳ ଅଛନ୍ତି | ଆଇସିସି ଟି -20 ର଼୍ୟାଙ୍କିଙ୍ଗରେ 264 ରେଟିଂ ପଏଣ୍ଟ ସହ ଭାରତୀୟ ଦଳ ଶୀର୍ଷରେ ରହିଛି। 261 ରେଟିଂ ପଏଣ୍ଟ ସହ ଇଂଲଣ୍ଡ ଦଳ ଦ୍ୱିତୀୟ ସ୍ଥାନରେ ଅଛି | ଏହା ପରେ ପାକିସ୍ତାନ, ନ୍ୟୁଜିଲ୍ୟାଣ୍ଡ ଏବଂ ଦକ୍ଷିଣ ଆଫ୍ରିକାର ଦଳ ଯଥାକ୍ରମେ ଆଇସିସି ଟି -20 ମାନ୍ୟତାରେ ଅଛନ୍ତି। ତେବେ ଆଇସିସି ଟେଷ୍ଟ, ODI ଏବଂ ଟି -20 ଫର୍ମାଟରେ ନମ୍ବର -1 ଦଳ ହୋଇ ଭାରତୀୟ ଦଳ ଇତିହାସ ସୃଷ୍ଟି କରିଛି।

ବିଶ୍ବକପ ପୂର୍ବରୁ ଭାରତ ଅଷ୍ଟ୍ରେଲିଆ ବିପକ୍ଷ ବିଜୟ ଗୁରୁତ୍ବବହନ କରୁଛି । ଏସିଆ କପରେ ବିଜୟ ପରେ ଦଳର ମେନାବଳ ବୃଦ୍ଧି ହେବା ସହ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଦଳର ସିନିୟର ଖେଳାଳିମାନେ ବିଶ୍ରାମ ନେଇଛନ୍ତି । ଯେମିତିକି କୋହଲି, ରୋହିତ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ବିଶ୍ରାମ ନେଇଥିବାବେଳେ ଦଳର ଯୁବ ଖେଳାଳିମାନେ ଭଲ ପ୍ରଦର୍ଶନ କରିବା ସହ ଦଳକୁ ଜିତାଇଛନ୍ତି । ମହମ୍ମଦ ସାମିଙ୍କ ବୋଲିଂ ସାଙ୍ଗକୁ କେ.ଏଲ ରାହୁଲ, ସୂର୍ଯ୍ୟ କୁମାର ଯାଦବ ଏବଂ ଗିଲଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଦଳ ପାଇଁ ବହୁ ମୂଲ୍ୟବାନ ହୋଇଛି ।