ଆଦିତ୍ୟ ଏଲ-୧ ପଠାଇଲା ସୂର୍ଯ୍ୟଙ୍କ ପ୍ରଥମ ଫୁଲ୍ ଡିସ୍କ ଫଟୋ

1 min read

ନୂଆଦିଲ୍ଲୀ: ଖୁବଶୀଘ୍ର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବ ଆଦିତ୍ୟ ଏଲ-୧ । ସୂର୍ଯ୍ୟଙ୍କ ଅଧ୍ୟୟନ ପାଇଁ ପଠାଯାଇଥିବା ଭାରତର ପ୍ରଥମ ଅନ୍ତରୀକ୍ଷ ମିଶନ ଆଦିତ୍ୟ ଏଲ-୧ ଏବେ ଅନ୍ତିମ ପର୍ଯ୍ୟାୟରେ । ଆଦିତ୍ୟ ଏଲ-୧ ପଠାଇଛି ସୂର୍ଯ୍ୟଙ୍କ ପ୍ରଥମ ଫୁଲ୍ ଡିସ୍କ ଫଟୋ । ପେଲୋଡ୍, ସୋଲାର ଅଲ୍ଟ୍ରା ଭାୟୋଲେଟ ଇମେଜିଂ ଟେଲିସ୍କୋପ ସୂର୍ଯ୍ୟଙ୍କ ପ୍ରଥମ ଫୁଲ୍ ଡିସ୍କ ଫଟୋ ପଠାଇଛି । ଏହି ସବୁ ଫଟୋ ୨୦୦ରୁ ୪୦୦ ନାନୋମିଟର ଓ୍ବେଭଲେନ୍ଥ ରହିଛି । ଅର୍ଥାତ୍ ଆପଣଙ୍କୁ ସୂର୍ଯ୍ୟ ୧୧ଟି ଭିନ୍ନ ଭିନ୍ନ ରଙ୍ଗରେ ଦେଖାଯିବ ।

ଆଦିତ୍ୟ ଏଲ-୧ର ପେଲୋଡକୁ ନଭେମ୍ବର ୨୦ରେ ଚାଲୁ କରାଯାଇଥିଲା । ଏହି ଟେଲିସ୍କୋପ ସୂର୍ଯ୍ୟଙ୍କ ପୃଷ୍ଠ ଫୋଟୋସ୍ଫିୟର ଓ ସୂର୍ଯ୍ୟଙ୍କ ପୃଷ୍ଠ ଏବଂ ବାହ୍ୟ ବାୟୁମଣ୍ଡଳ ମଧ୍ୟରେ ଥିବା ପତଳା ପରଦର ଫଟୋ ଉତ୍ତୋଳନ କରିଛି । ଏହି କୋମୋସ୍ଫିୟର ସୂର୍ଯ୍ୟ ପୃଷ୍ଠରୁ ୨ ହଜାର କିମି ଉପରେ ରହିଥାଏ । ଏହା ପୂର୍ବରୁ ମଧ୍ୟ ସୂର୍ଯ୍ୟଙ୍କ ଫଟୋ ଡିସେମ୍ବର ୬ ତାରିଖରେ ମିଳିଥିଲା । କିନ୍ତୁ ତାହା କେବଳ ଏକ ଲାଇଟ ସାଇନ୍ସ ଇମେଜ୍ ଥିଲା । ଏବେ ଫୁଲ୍ ଡିସ୍କ ଇମେଜ ଆସିଛି । ଫଟୋରେ ସୂର୍ଯ୍ୟରେ ଥିବା ଦାଗ ଓ ଶାନ୍ତ ପଡ଼ିଥିବା ଅଂଶ ଦେଖାଯାଇଛି । ଏହି ଫଟୋ ସାହାଯ୍ୟରେ ବୈଜ୍ଞାନିକ ସୂର୍ଯ୍ୟଙ୍କ ଗବେଷଣା ଆହୁରି ଭଲ ଭାବରେ କରିପାରିବେ ।