ଭୁବନେଶ୍ବର: ବଢ଼ି ଚାଲିଛି ପିଆଜ ଦର । ଚିନ୍ତାରେ ରହିଛନ୍ତି ଖାଉଟି। ଶତକ ଅଭିମୁଖେ ଏବେ ପିଆଜ ଦର । ତେବେ ହଠାତ ଏମିତି ପିଆଜର ଦରବୃଦ୍ଧି ହେବାର କାରଣ କଣ? ତାକୁ ନେଇ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା । ସୂଚନା ଥାଉକି, ଓଡ଼ିଶା ପରି ଅନେକ ରାଜ୍ୟ ପିଆଜ ପାଇଁ ନାସିକ ଉପରେ ନିର୍ଭର କରନ୍ତି । ନାସିକରୁ ଯେଉଁ ପରିମାଣର ପିଆଜ ଆସିବା କଥା, ଆସୁନାହିଁ । ସେମାନେ କହୁଛନ୍ତି ଯେ ଭଲ ଅମଳ ହୋଇନି । କ’ଣ ସମସ୍ୟା ହୋଇଛି, କେନ୍ଦ୍ର ବିଚାରବିମର୍ଶ କରିବା ଦରକାର । ଦର ସାରା ଦେଶରେ ବଢୁଛି । ପିଆଜ ଆବଶ୍ୟକତା ଓ ଯୋଗାଣ ମେଳ ଖାଉନି । ତାକୁ ନିୟନ୍ତ୍ରଣ କରିବା କେନ୍ଦ୍ର ସରକାରଙ୍କ ଦାୟିତ୍ୱ ବୋଲି ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି । ଏହା ଭିତରେ କେନ୍ଦ୍ରରେ ବୈଠକ ହେବା ଖବର ପାଇଛୁ. ହେଲେ ସେପରି କିଛି ପ୍ରତିଫଳନ ହେଉନି । କେନ୍ଦ୍ର ସରକାରଙ୍କ ଭୁଲ ନିଷ୍ପତ୍ତି ଯୋଗୁ ଦର ବଢୁଛି । ଆମେ ହୋର୍ଡିଂ କରୁଥିବା ଅସାଧୁ ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛୁ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ।
ତାମିଲନାଡୁରେ ବର୍ଷା ବିତ୍ପାତ , ଭୂସ୍ଖଳନ ପରେ ୫ ଜିଲ୍ଲାରେ ସ୍କୁଲ ବନ୍ଦ ଘୋଷଣା
ଚେନ୍ନାଇ : ତାମିଲନାଡୁରେ ପ୍ରବଳ ବର୍ଷା । ଭୂସ୍ଖଳନ ପରେ କୋଏମ୍ବାଟୁର ରାସ୍ତା ଅବରୋଧ , ୫ଜିଲ୍ଲାରେ ସ୍କୁଲ ବନ୍ଦ । ତାମିଲନାଡୁରେ ଭୀଷଣ ବର୍ଷାରେ ଜନଜୀବନ ହୋଇଛି ଅସ୍ତବ୍ୟସ୍ତ । ଗୁରୁବାର କୁନଜପା ପଣାଇରେ ଭୂସ୍ଖଳନ ପରେ ରାସ୍ତା ଅବରୋଧ ହୋଇଛି । ତିରୁପୁର,ମଦୁରାଇ,ଥେନି,ଡିନିଡୁଗୁଲ ଏବଂ କିଛି ତାଲୁକରେ ସ୍କୁଲ ଦିନକ ପାଇଁ ବନ୍ଦ ରଖିଛନ୍ତି ସରକାର ।
ଭାରତୀୟ ପାଣିପାଗ ବିଭାଗ-ଆଇଏମଡିଙ୍କ ଆକଳନ ଅନୁସାରେ ଆସନ୍ତା ୩ଦିନ ପର୍ଯ୍ୟନ୍ତ ତାମିଲନାଡୁ ଓ କେରଳର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ନେଇ ହାଇଆଲର୍ଟ ଜାରି କରାଯାଇଛି ।ସେପଟେ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପ୍ରର୍ଯ୍ୟନ୍ତ ୧୪ଟି ଜିଲ୍ଲାରେ ଭୀଷଣ ବର୍ଷା ନେଇ ହାଇଆଲର୍ଟ ଜାରି କରାଯାଇଛି ।
କ୍ଷେତ୍ରୀୟ ମୌସୁମୀ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଆସନ୍ତା ୨ଦିନ ପର୍ଯ୍ୟନ୍ତ ତାମିଲନାଡୁରେ ପୂର୍ବତଟ ମୌସୁମୀ ବାୟୁ ପବାହ ତୀବ୍ର ହେବା କାରଣରୁ ଅଧିକାଂଶ ଜିଲ୍ଲାରେ ବ୍ୟାପକ ବର୍ଷା ହେବାର ସମ୍ଭାବନା ରହିଛି ।
ଜମ୍ମୁ କାଶ୍ମୀର ସୋପିଆନ ଅଞ୍ଚଳରେ ଗୁଳି ବିନିମୟ : ଜଣେ ଆତଙ୍କବାଦୀ ନିପାତ
ଶ୍ରୀନଗର : ଜମ୍ମୁ କାଶ୍ମୀରରେ ସେନାର ଏନକାଉଣ୍ଟର । ଯବାନଙ୍କ ସହ ଗୁଳିବିନିମୟରେ ଜଣେ ଆତଙ୍କଦାବୀ ନିପାତ ହୋଇଛି । ସୋପିଆନରେ ଆଜି ସକାଳୁ ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ହୋଇଥିଲେ ଆତଙ୍କବାଦୀ । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳି ପଡିଥିଲା ଆତଙ୍କୀ ମାଇସର ଅହମ୍ମଦ ଦାର । ମୃତ ଆତଙ୍କୀ ଦି ରେଜିଷ୍ଟାନ୍ସ ଫ୍ରଣ୍ଟର ସଦସ୍ୟ ।
କାଠୋହଲିନ ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିଲା ଏହି ଲଢେଇ । ଆତଙ୍କବାଦୀ ନିପାତ ନେଇ କାଶ୍ମୀର ଜୋନ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏବେବି ଅନେକ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି । ଏନକାଉଣ୍ଟର ପରେ ଅଂଚଳକୁ ଘେରାଉ କରି ସର୍ଚ୍ଚ ଅପରେସନ ଜାରି ରଖିଛି ସେନା।
ସେପଟେ ସାମ୍ବା ଜିଲ୍ଲାର ରାମଗଡ଼ ସେକ୍ଟରେ ପାକିସ୍ତାନ ରେଞ୍ଜର୍ସ ଗୁଳିମାଡ କରିଛନ୍ତି । ଭାରତୀୟ ସେନାର ଯବାନଙ୍କ ପୋଷ୍ଟ ଉପରକୁ ଟାର୍ଗେଟ କରି ଗୁଳିମାଡ଼ କରିଛି ପାକିସ୍ତାନ ରେଞ୍ଜର୍ସ । ଏଥିରେ ବିଏସଏଫର ଜଣେ ଯବାନ ଆହତ ହୋଇଛନ୍ତି ।
୨୪ ଦିନ ମଧ୍ୟରେ ପାକିସ୍ତାନୀ ସେନା ପୁଣି ସୀମାରେ ଅସ୍ତ୍ରବିରତି ନିୟମର ଉଲ୍ଲଂଘନ କରିଛି । ଏସବୁ ମଧ୍ୟରେ ଜମ୍ମୁ କାଶ୍ମୀରରେ ପୋଲିସ ଆତଙ୍କବାଦୀ ଲିଙ୍କରେ ଥିବା ବ୍ୟକ୍ତିଙ୍କୁ ଚଢାଉ ଜାରି ରହିଛି । ଅନନ୍ତନାଗ ଜିଲ୍ଲାରେ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ ଲିଙ୍କରେ ଉମର ଅମିନ ନାମକ ବ୍ୟକ୍ତିଙ୍କ ଦୋକାନରେ ଚଢାଉ କରିଛି କାଶ୍ମୀର ପୋଲିସ । ଗତ ମେ ମାସରେ ଉମର ଅମିନ ଜଣେ ସର୍କସ କର୍ମଚାରୀଙ୍କୁ ହତ୍ୟା କରିଥିବା ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା।
ବୀମା ଟଙ୍କା ପାଇଁ ଭିକାରୀକୁ ହତ୍ୟା, ୧୭ ବର୍ଷ ପରେ ଖୋଲିଲା ରାଜ୍
ଅହମ୍ମଦାବାଦ : ବୀମା ଟଙ୍କା ହଡପ କରିବା ପାଇଁ ଜଘନ୍ୟ କାଣ୍ଡ । ୧୭ ବର୍ଷପରେ ଖୋଲିଲା ଷଡ଼ଯନ୍ତ୍ରର ରହସ୍ୟ । ଗୁଜୁରାଟର ନୋଏଡାରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା ଯେଉଁଥିରେ ଜଣେ ବ୍ୟକ୍ତି ୮୦ ଲକ୍ଷର ବୀମା ଟଙ୍କା ହାତେଇବା ପାଇଁ ନିଜେ ରଚିଥିଲେ ନିଜର ମିଛ ମୃତ୍ୟୁର ନାଟକ । ନିଜ ମୃତ୍ୟୁ ନାଟକକୁ ସତ ଦେଖାଇବା ପାଇଁ ସେ ଏକ ଭିକାରୀର ହତ୍ୟା ମଧ୍ୟ କରିବାକୁ ପଛାଇ ନଥିଲେ ।
ଦୀର୍ଘ ୧୭ ବର୍ଷ ପରେ ଏହି ବୀମା ପାଇଁ ରଚାଯାଇଥିବା ମିଛ ମୃତ୍ୟୁ ନାଟକର ପର୍ଦ୍ଦାଫାସ କରିଛି ପୋଲିସ ଏବଂ ଅସଲି ଅଭିଯୁକ୍ତକୁ ଗିରଫ କରିଛି । ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଅଭିଯୁକ୍ତର ଏପରି କାରାନାମା ପଛର କାରଣ ତାଙ୍କ ସ୍ତ୍ରୀ ମଧ୍ୟ ଜାଣି ନଥିଲେ, ବରଂ ଦୀର୍ଘ ୧୭ ବର୍ଷ ଧରି ସ୍ୱାମୀଙ୍କ ମୃତ୍ୟୁ ଘଟିଛି ଭାବି ନିଜକୁ ବିଧବା ବୋଲି ମାନି ଆସିଥିଲେ ।
ଉତ୍ତରପ୍ରଦେଶର ବୁଦ୍ଧନଗରର ରହୁଥିବା ଅଭିଯୁକ୍ତ ଅନିଲ ସିଂ ମାଲେକ ନିଜ ନାଁ ଏବଂ ପରିଚୟ ବଦଳାଇ ଗୁଜୁରାଟର ଅହମ୍ମଦାବାଦରେ ରହୁଥିଲା । ଶେଷରେ ଏକ ଗୁପ୍ତ ସୂଚନା ଅନୁଯାୟୀ ତାକୁ ଗିରଫ କରିଛି ପୋଲିସ ଏବଂ ଏପରି ଷଡଯନ୍ତ୍ର ଉପରୁ ପରଦା ହଟିଛି । ପୋଲିସର କହିବା ଅନୁଯାୟୀ, ଏହି ବ୍ୟକ୍ତି ୮୦ ଲକ୍ଷର ବୀମା ଟଙ୍କା ପାଇବା ଲୋଭରେ ନିଜ ମୃତ୍ୟୁର ଷଡ଼ଯନ୍ତ୍ର ରଚିଥିଲା । ୨୦୦୪ ମସିହାରେ ବାପା ଏବଂ ଭାଇଙ୍କ ସହ ମିଶି ଏହି ଷଡ଼ଯନ୍ତ୍ର ରଚିଥିଲା ଅଭିଯୁକ୍ତ ।
ମାନସିକ ବିକୃତ ମହିଳାଙ୍କୁ ଦୁଷ୍କର୍ମ ସହ ଛୁରା ମାଡ଼ ଅଭିଯୋଗ
ନୟାଗଡ଼ : ମାନସିକ ବିକୃତ ମହିଳାଙ୍କୁ ଦୁଷ୍କର୍ମ ପରେ ଛୁରିମାଡ କଲା ଦୁର୍ବୃତ୍ତ । ମହିଳାଙ୍କୁ ଗୁରୁତର ଅବସ୍ଥାରେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଇଟାମାଟି ଥାନା ବାଉଅଁଶିଆପଡା ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା ।
ସୂଚନା ଅନୁଯାୟୀ, ଗତକାଲି ରାତିରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳା ଗାଁର ଜଣେ ବ୍ୟକ୍ତିଙ୍କ ବାରଣ୍ଡାରେ ଶୋଇଥିବା ବେଳେ ଜଣେ ଯୁବକ ନିଶାଗ୍ରସ୍ତ ଅବସ୍ଥାରେ ଆସି ତାଙ୍କୁ ଦୁର୍ଷ୍କମ କରିବାର ସହ ଛୁରା ମାଡ଼ କରିଥିବା ଅଭିଯୋଗ ହୋଇଛି।
ସକାଳୁ ମହିଳାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ନୟାଗଡ଼ ମେଡିକାଲରେ ଭର୍ତ୍ତି କରାଇଥିଲେ । ପୀଡିତା ଜଣକ ପାଣ୍ଡା ନାମକ ବ୍ୟକ୍ତି ଏଭଳି କରିଥିବା କହିଛନ୍ତି । ପାଣ୍ଡା ସ୍ଥାନୀୟ ଅଞ୍ଚଳର ଜଣେ ଗାଡ଼ି ଚାଳକ ଥିବା ବେଳେ ସେ ବ୍ରାଉନ ସୁଗାର ଭଳି ନିଶାରେ ବୁଡି ରହୁଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି । ପୋଲିସ ଏବେ ପୀଡିତା ଏବଂ ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରି ତଦନ୍ତ ଆରମ୍ଭ କରିଛି ।
ପ୍ରଶ୍ନ ପାଇଁ ଲାଞ୍ଚ ମାମଲା: ଟିଏମସି ସାଂସଦ ମହୁଆ ମୈତ୍ରାଙ୍କ ବଢୁଛି ଅଡୁଆ
ନୂଆଦିଲ୍ଲୀ : ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଟିଏମସି ସାଂସଦ ମହୁଆ ମୈତ୍ରାଙ୍କର ବଢୁଛି ଅଡୁଆ । ତାଙ୍କ ସଂସଦ ସଦସ୍ୟତା ରଦ୍ଦ କରିବା ପାଇଁ ଲୋକସଭା ସଦାଚାର କମିଟି ସୁପାରିଶ କରିଛନ୍ତି । ଏ ସଂକ୍ରାନ୍ତରେ ଅଭିଯୋଗର ତଦନ୍ତ ଏବଂ ଜେରା ପ୍ରକ୍ରିୟା ପରେ ସଦାଚାର କମିଟି ୫ଶହ ପୃଷ୍ଠାର ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଏଥିରେ ମହୁଆଙ୍କ କାର୍ଯ୍ୟକୁ ଘୋର ଆପତ୍ତିଜନକ, ଅନୈତିକ ଓ ଅପରାଧିକ ବୋଲି ବର୍ଣ୍ଣନା କରାଯିବା ସହ ତାଙ୍କ ସଦସ୍ୟତା ରଦ୍ଦ କରାଯିବା ଉଚିତ ବୋଲି କହିଛନ୍ତି ।
ସଦାଚାର କମିଟିର ଏହି ପଦକ୍ଷେପ ମହୁଆଙ୍କ ପାଇଁ ଅଡୁଆ ବଢାଇ ଦେଇଛି । ଅନ୍ୟପଟେ ମାମଲାରେ ଦୁର୍ନୀତି ନିବାରଣ ପ୍ୟାନେଲ ଏହି ମାମଲାରେ ଏବେ ସିବିଆଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛି। ବିଜେପି ସାଂସଦ ନିଶିକାନ୍ତ ଦୁବେ ଏହି ଦାବି କରିଛନ୍ତି । ସେ ସୋସିଆଲ ମିଡିଆରେ ଏନେଇ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି ।

