ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅର୍ଦ୍ଧଶତକ ହାସଲ ପରେ ଆଇସିସି ରାଙ୍କିଂର ଏହି ସ୍ଥାନକୁ ଉଠିଲେ ରିଙ୍କୁ

1 min read

ନନ୍ଦିଘୋଷ ବ୍ୟୁରୋ: ଦମଦାର ପାଳି ପରେ ଆଇସିସି ରାଙ୍କିଂରେ ଉପରକୁ ଉଠିଲେ ରିଙ୍କୁ । ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଟି-୨୦ରେ ରିଙ୍କୁଙ୍କ ଧମାକାଦାର ବ୍ୟାଟିଂ ବେଶ ଦର୍ଶନୀୟ ଥିଲା । ୩୯ ବଲରୁ ୬୮ ରନର ଅପରାଜିତ ପାଳି ଖେଳିଥିଲେ । ଏଥିରେ ୨ଟି ଛକା ଏବଂ ୯ଟି ଚୌକା ସାମିଲ । ତେବେ ରିଙ୍କୁ ୫ ନମ୍ବର ସ୍ଥାନରେ ବ୍ୟାଟିଂ କରୁଥିବାବେଳେ ଅଧିକ ବଲ ଖେଳିବାର ପ୍ରାୟତଃ ସୁଯୋଗ ପାଇ ନଥାନ୍ତି । ତଥାପି ୨୦୦ ପାଖାପାଖି ଷ୍ଟ୍ରାଇକ ରେଟରେ ଖେଳୁଛନ୍ତି । ଆୟାରଲାଣ୍ଡ ବିପକ୍ଷରେ ୩୭ ରନର ବାଳି ତାଙ୍କର ସର୍ବାଧିକ ସ୍କୋର ଥିଲା । ଏବେ ଟିମ ଇଣ୍ଡିଆରେ ସ୍ଥାନ ପାଇଥିବା ରିଙ୍କୁଙ୍କ ରାଙ୍କ ଥିଲା ୪୬୪ । କିନ୍ତୁ ସେ ଏବେ ସିଧା ସଳଖ ଟି-୨୦ରେ ୫୯ ନମ୍ବର ସ୍ଥାନକୁ ଲମ୍ଫ ମାରିଛନ୍ତି । ସେ ଯେଉଁଭାବେ ଖେଳୁଛନ୍ତି ଆଗାମୀ ଦିନରେ ଟିମ ଇଣ୍ଡିଆ ପାଇଁ ବଡ଼ ପ୍ଲସ ପଏଣ୍ଟ ହେବେ । ଜଣେ ଶ୍ରେଷ୍ଠ ଫିନିସରଭାବେ ତାଙ୍କୁ ମଧ୍ୟ ଗଣା ଯାଉଛି । ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳୁଥିବା ରିଙ୍କୁ ବହୁ ମ୍ୟାଚ ଦଳକୁ ବିଜୟ କରାଇଛନ୍ତି । ତେବେ ଟିମ ଇଣ୍ଡିଆରେ ସ୍ଥାନ ପାଇବା ପରେ ନିଜର ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି ରିଙ୍କୁ ।