ଶହେ କୋଟିର ଡିଲ୍ ଫେଲ୍ ହେବାରୁ ରେଡ୍, ବିଜେଡି ଆଣିଲା ସାଂଘାତିକ ଅଭିଯୋଗ

ଭୁବନେଶ୍ବର: ମଦ ବ୍ୟବସାୟୀ ଧୀରଜ ସାହୁଙ୍କ ଘରେ ରେଡ୍ ହେବା ପରେ ଆରମ୍ଭ ହୋଇଛି ରାଜନୀତି । କେନ୍ଦ୍ରରେ ବିଜେପିର ବଡ଼ ନେତାମାନେ ଭିନ୍ନ ମତ ଦେଉଥିବାବେଳେ ରାଜ୍ୟ ବିଜେପିର ଆଭିମୁଖ୍ୟ ଭିନ୍ନ ରହିଛି । ବୁଧବାର ବିଜେଡି ପକ୍ଷରୁ ଆୟୋଜିତ ପ୍ରେସମିଟରେ ବିଜେପିକୁ ଟାର୍ଗେଟ କରିଛି ବିଜେଡି । ଆୟକର ବିଭାଗର ଚଢ଼ାଉ ପ୍ରସଙ୍ଗରେ ବିଜେଡି ପକ୍ଷରୁ ଏହି ପ୍ରେସମିଟ୍ କରାଯାଇଥିଲା । ତେବେ ବିଜେଡି ପକ୍ଷରୁ କୁହାଯାଇଛି କି, ଓଡ଼ିଶା ବିଜେପି କଂଗ୍ରେସର ଢ଼ାଲ ସାଜିଛି । କେନ୍ଦ୍ର ଓ ଓଡ଼ିଶା ବିଜେପିର ଆଭିମୁଖ୍ୟ ଭିନ୍ନ । କେନ୍ଦ୍ରୀୟ ନେତାମାନେ କଂଗ୍ରେସକୁ ଟାର୍ଗେଟ କରୁଥିବାବେଳେ ଓଡ଼ିଶାରେ ବିଜେପି ନେତାମାନେ ଗଣମାଧ୍ୟମ ସମ୍ମୁଖରେ ମିଥ୍ୟା କହୁଛନ୍ତି । ଓଡ଼ିଶା ବିଜେପି କଂଗ୍ରେସକୁ ବଞ୍ଚାକୁ ଉଦ୍ୟମ କରୁଛି । ଓଡ଼ିଶା ବିଜେପିର ପ୍ରବକ୍ତାମାନେ କଂଗ୍ରେସକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । କେନ୍ଦ୍ରୀୟ ନେତାମାନେ କହୁଛନ୍ତି କି, ଯେଉଁ ଟଙ୍କା ଧରା ହୋଇଛି ସେଥିରେ କଂଗ୍ରେସର ନେତାଙ୍କ ଟଙ୍କା ରହିଛି । ଏହାସହ କଂଗ୍ରେସ ନେତାଙ୍କୁ ଉତ୍ତରଦାୟୀ କରିଛନ୍ତି । କିନ୍ତୁ ଓଡ଼ିଶାରେ ବିଜେପି ଭିନ୍ନ ମତ ଦେଖିବାକୁ ମିଳିଛି ।

ପଡୋଶୀ ରାଜ୍ୟରୁ ରାଜ୍ୟସଭାକୁ ଯିବା ପାଇଁ କଂଗ୍ରେସ ସାଂସଦ ଧୀରଜ ସାହୁ ପରିବାର ସହ ଶହେ କୋଟିର ଡିଲ କରିଥିଲେ ଜଣେ ଓଡିଆ କେନ୍ଦ୍ରମନ୍ତ୍ରୀ। ଏଭଳି ଚର୍ଚ୍ଚା ରାଜ୍ୟ ବିଜେପି ନେତାଙ୍କ ମଧ୍ୟରେ ଚାଲିଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡି ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର। ଆୟକର ବିଭାଗ ଚଢାଉରୁ ବିପୁଳ ଟଙ୍କା ମିଳିବା ମାମଲାରେ ରାଜ୍ୟ ବିଜେପି କଂଗ୍ରେସର ଢାଲ ସାଜି ସୁରକ୍ଷା ଦେବା ଘଟଣାରୁ ଏଭଳି ସନ୍ଦେହ ସୃଷ୍ଟି ହେଉଛି। ବିଜେପିର କେନ୍ଦ୍ରୀୟ ନେତାଙ୍କ ଆଭିମୁଖ୍ୟ ସହ ରାଜ୍ୟ ବିଜେପି ନେତାଙ୍କ ତାଳମେଳ ନାହିଁ। କେନ୍ଦ୍ର ବିଜେପିର ତୁଙ୍ଗ ନେତାମାନେ ଆୟକର ଚଢାଉରେ ମିଳିଥିବା ବିପୁଳ ଟଙ୍କା କଂଗ୍ରେସର ବୋଲି କହୁଥିବା ବେଳେ ରାଜ୍ୟ ବିଜେପି ଏଠି ଓଡିଶା କଂଗ୍ରେସର ପ୍ରବକ୍ତା ସାଜି ସୁରକ୍ଷା ଦେବାକୁ ଚେଷ୍ଟା କରୁଛି। ରାଜ୍ୟ ବିଜେପି ନେତାଙ୍କ ଏଭଳି ଆଚରଣକୁ କଟୁ ସମାଲୋଚନା କରିଛନ୍ତି ବିଜେଡି ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡା, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ଅନୁରାଗ ଠାକୁର, ଗିରିରାଜ ସିଂହ ପ୍ରମୁଖ ଜବତ ଟଙ୍କାକୁ ନେଇ କଂଗ୍ରେସକୁ ସମାଲୋଚନା କରୁଛନ୍ତି । ସଂସଦ ପରିସରରେ ଥିବା ଗାନ୍ଧୀମୂର୍ତ୍ତି ତଳେ ବିଜେପି ସାଂସଦ ଧାରଣାରେ ବସି କଂଗ୍ରେସ ଠାରୁ ଜବାବ ମାଗୁଛନ୍ତି। ଝାଡଖଣ୍ଡ ବିଜେପି ନେତା ଏହି ପ୍ରସଙ୍ଗରେ କଂଗ୍ରେସ ବିପକ୍ଷରେ ଆନ୍ଦୋଳନ କରୁଛନ୍ତି, ପ୍ରତିବାଦ ଚଳାଇଛନ୍ତି। ହେଲେ ଲାଗୁଛି କେନ୍ଦ୍ରମନ୍ତ୍ରୀ ହୋଇଥିବା ଓଡିଶାର ଜଣେ ବିଜେପି ନେତା ଯେମିତି ପ୍ରତିଜ୍ଞା କରିଛନ୍ତି, କଂଗ୍ରେସକୁ ପ୍ରାଣପଣେ ସୁରକ୍ଷା ଯୋଗାଇଦେବେ। କାରଣ ଶୁଣିବାକୁ ମିଳୁଛି, ନିର୍ବାଚନରେ ସାହାଯ୍ୟ କରିବାକୁ କୁଆଡେ ୧୦୦ କୋଟିର ଡିଲ୍ ହୋଇଥିଲା। ଡିଲ୍ କାର୍ଯ୍ୟକାରୀ ହୋଇନପାରିବାରୁ ଆଇଟି ରେଡ୍ ହୋଇଥିବା ବିଜେପି ମହଲରେ ଚର୍ଚ୍ଚା ହେଉଛି। ସେହିଭଳି ବିଜେପି ଶାସିତ ଉତ୍ତର ପ୍ରଦେଶରେ ୨୨ଟି ଡିଷ୍ଟିଲାରୀ ପ୍ଲାଣ୍ଟ ଥିବା ବେଳେ ମଧ୍ୟପ୍ରଦେଶରେ ୨୦, ମହାରାଷ୍ଟ୍ରରେ ୧୨୭, ରାଜସ୍ଥାନରେ ୧୬, କର୍ଣ୍ଣାଟକରେ ୩୮ ଓ ଛତିଶଗତରେ ୯ଟି ଡିଷ୍ଟିଲାରୀ ପ୍ଲାଣ୍ଟ ରହିଛି । ସେହି ଅନୁପାତରେ ଓଡିଶାରେ ମାତ୍ର ୨ଟି ଡିଷ୍ଟିଲାରୀ ପ୍ଲାଣ୍ଟ ରହିଛି । ବିଜେପି ନେତାମାନେ ରାଜ୍ୟବାସୀଙ୍କୁ ଭ୍ରମିତ କରିବାକୁ ଦେଇଥିବା ଭୁଲ ତଥ୍ୟ ପାଇଁ ଲଜ୍ଜିତ ହେଉଛନ୍ତି ବୋଲି ସେ କହିଛନ୍ତି । ବିଜେପିର ଏମିତି ଆଭିମୁଖ୍ୟ ପାଇଁ ଗତ ପଂଚାୟତ ନିର୍ବାଚରେ ବିଜେପିକୁ ରାଜ୍ୟବାସୀ ୩ନମ୍ବର ସ୍ଥାନକୁ ଠେଲିଦେଇଥିଲେ । ଆଗକୁ ମଧ୍ୟ ବିଜେପିକୁ ରାଜ୍ୟବାସୀ ଉଚିତ ଜବାବ ଦେବେ ବୋଲି କହିଛନ୍ତି ସ୍ୱୟଂପ୍ରକାଶ  ।