ଠକିଦେଲା ବର, ଦିଅରକୁ ବାହା ହେଲେ ମହିଳା

କାନପୁର:  ବାହା ବେଦୀ ସଜା ହୋଇଥାଏ । ଘରେ ବନ୍ଧୁବାନ୍ଧବଙ୍କ ଭିଡ଼ ମଧ୍ୟ ଜମିଥାଏ । ଅନେକ ଅସୁମାରୀ ସ୍ୱପ୍ନ ନେଇ ବରର ଆସିବା ବାଟକୁ ଚାହିଁ ବସିଥାଏ ଯୁବତୀଟିଏ । ହେଲେ ଆସିଲାନି ବର ।  ବାହାଘର ପୂର୍ବରୁ ବରକୁ ଅଟକ ରଖିଲା ପୋଲିସ୍‌ ।  । ଶେଷରେ ବରର ଭାଇ ଅର୍ଥାତ୍‌ ଦିଅର ହେବାକୁ ଯାଉଥିବା ଯୁବକଙ୍କୁ ବାହା ହେବେ ମହିଳା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଦିଲ୍ଲୀର ହମିରପୁର ଜିଲ୍ଲାରେ ।

ସୂଚନା ଅନୁସାରେ କାହ୍ନାଖେଡ଼ା ଗାଁ’ର ସୁରେନ୍ଦ୍ର ନାମକ ଜଣେ ୨୫ ବର୍ଷୀୟ ଯୁବକଙ୍କର ବିବାହ ନେଓ୍ୱଡ଼ା ଗାଁ’ର ଜଣେ ଯୁବତୀଙ୍କ ସହିତ ସ୍ଥିର ହୋଇଥିଲା । ବାହା ହେବାକୁ ବାଜା ବଜେଇ ଡିଜେର ତାଳେ ତାଳେ ନାଚି ପ୍ରସେସନ୍‌ ନେଇ ଆସିବା ବେଳେ ହଠାତ୍‌ ବର ନିକଟରେ ପହଞ୍ଚିଲା ପୋଲିସ୍‌ । କାରଣ ଉକ୍ତ ଯୁବକଙ୍କ ନାଁ’ରେ ଥାନାରେ ଲିଖିତ ଅଭିଯୋଗ ଆଣିଥିଲେ ପ୍ରେମିକା । ପ୍ରେମିକାକୁ ଠକି ଅନ୍ୟତ୍ର ବିବାହ କରିବାକୁ ଯାଉଥିଲେ ଯୁବକ ଜଣକ ।  ତେବେ ସୁରେନ୍ଦ୍ରଙ୍କୁ ପୋଲିସ ଉଠାଇ ନେବାପରେ ଗାଁ’ର ବରିଷ୍ଠ କିଛି ବ୍ୟକ୍ତି ଥାନାରେ ପହଞ୍ଚିଥିଲେ ଆପୋଷ ବୁଝାମଣା ପାଇଁ । ଏହା ବାଦ୍‌ ପୋଲିସ ତିନି ପରିବାରର ସଦସ୍ୟଙ୍କୁ ମଧ୍ୟ ଥାନାକୁ ଡାକିଥିଲା ।   ପଞ୍ଚାୟତର ନିଷ୍ପତ୍ତି ଅନୁସାରେ ଯୁବକ ଜଣକ ତାଙ୍କ ପ୍ରେମିକାଙ୍କୁ ବିବାହ କରିବେ ଏବଂ ଅନ୍ୟ ଯୁବତୀ ଜଣକ ସୁରେନ୍ଦ୍ରଙ୍କ ଭାଇଙ୍କୁ ବିବାହ କରିବେ ।