spot_img
Home Blog Page 2602

ତଥ୍ୟ ଲିକକୁ ନେଇ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରାଳୟ ପକ୍ଷରୁ ଆପଲକୁ ନୋଟିସ

ନନ୍ଦିଘୋଷ ବ୍ୟୁରୋ : ସବୁଠୁ ସୁରକ୍ଷିତ କୁହାଯାଉଥିବା ଆପଲ ଫୋନ କିପରି ହ୍ୟାକ ହେବ ? ଆପଲ ଫୋନ ହ୍ୟାକ ଆଶଂକା ପଛରେ ସରକାରଙ୍କ ହାତ ରହିଛି ବୋଲି କିପରି ନିଷ୍କର୍ସରେ ପହଞ୍ଚିଲ ? କେଉଁ ଆଧାରରେ ଏପରି ପରିଣାମ ନେଇ ନିଶ୍ଚିତ ହେଲ ? ଅଜଣା ଜାଗାରୁ ରହି କିପରି ଏହାକୁ ଆକ୍ସେସ କରାଯାଇପାରିବ ବୋଲି ନିଶ୍ଚିତ ହେଲ ? ସମ୍ବେଦନଶୀଳ ତଥ୍ୟ ଲିକ କେମିତି ହୋଇଯିବ ? ଏପରି କିଛି ପ୍ରଶ୍ନର ଉତ୍ତର ଜାଣିବାକୁ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରାଳୟ ଆପଲକୁ ନୋଟିସ ପଠାଇଛି  । ନୋଟିସର ତୁରନ୍ତ ଉତ୍ତର ଦେବାକୁ କୁହାଯାଇଛି  । ଆପଲ ସରକାରୀ ପ୍ରାୟୋଜିତ ହ୍ୟାକିଂ ନେଇ ଦେଶର ବିଭିନ୍ନ ବର୍ଗର ଲୋକଙ୍କୁ ମେସେଜ ପଠାଇଥିଲା  । ଏହାକୁ ନେଇ ବିରୋଧୀ ଦଳ ନେତା ତମ୍ବିତୋଫାନ କରିଥିଲେ  । କେନ୍ଦ୍ର ସରକାର ଜାଣିଶୁଣି ହ୍ୟାକ କରି ଡାଟା ଲିକ ପାଇଁ ଉଦ୍ୟମ କରୁଥିବା ସାଂଘାତିକ ଅଭିଯୋଗ ଆଣିଥିଲେ  । ଏହାପରେ ଆଜି କେନ୍ଦ୍ର ସରକାର ଅଧିକ ତଥ୍ୟ ଜାଣିବାକୁ ଆପଲକୁ ନୋଟିସ ପଠାଇଛନ୍ତି  । ମେସେଜ ଆସିଥିବା ଟିଏମସି ସାଂସଦ ମହୁଆ ମୈତ୍ରଙ୍କ ସମେତ କଂଗ୍ରେସ ସାଂସଦ ଶଶୀ ଥରୁର, ପବନ ଖେଡା ଏବଂ ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ପ୍ରମୁଖ କେନ୍ଦ୍ରକୁ ଟାର୍ଗେଟ କରିଥିଲେ  ।iPhone hacking: Many politicians claim their phones hacked, so how safe are  iPhones and what is Apple warning - India Today

ସେମାନଙ୍କ ଆପଲ ଫୋନକୁ ଆସିଥିବା ମେସେଜର ସ୍କ୍ରିନସଟ ସେୟାର କରିଥିଲେ  । ଆପ ସାଂସଦ ରାଘବ ଚଡ୍ଢା, ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ, ସିପିଏମ ମହାସିଚବ ସୀତାରାମ ୟେଚୁରୀ, ଏଆଇଏମଆଇଏମ ମୁଖିଆ ଅସଦୁଦ୍ଦିନ ଓୱେସୀଙ୍କ ଫୋନକୁ ମଧ୍ୟ ମେସେଜ ଆସିଥିଲା ବୋଲି ସେମାନେ ଅଭିଯୋଗ କରିଥିଲେ  । ଏହାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ରକୁ ଟାର୍ଗେଟ କରିଥିଲେ  । ଏହାପରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସଫେଇ ଦେଇ କହିଥିଲେ ସରକାର ଏ ନେଇ ଚିନ୍ତିତ ଅଛନ୍ତି  । ଏହା ଉପରେ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଆପଲ ମଧ୍ୟ ସଫେଇ ଦେଇଥିଲା  । କହିଥିଲା, ଖାଲି ଭାରତରେ ନୁହେଁ ଏଭଳି ମେସେଜ ୧୫୦ଟି ଦେଶରେ ଆଇଫୋନ ବ୍ୟବହାର କରୁଥିବା ଗ୍ରାହକକୁ ପଠାଯାଇଛି  । କିନ୍ତୁ ସରକାରୀ ପ୍ରାୟୋଜିତ ହ୍ୟାକିଂକୁ ନେଇ କିଛି ସ୍ପଷ୍ଟ କରିନଥିଲା ଆପଲ ।

 

 

ନବୀନ ଓଡିଶା ଗାଁ ଲୋକଙ୍କ ମନରେ ଆତ୍ମବିଶ୍ୱାସ ବୃଦ୍ଧି କରିବ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ।  ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ ।  ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଅଷ୍ଟମ ଦିନରେ ଗଞ୍ଜାମ ଓ ସୁବର୍ଣ୍ଣପୁର ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।  ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା । ଏଥିପାଇଁ ଗଞ୍ଜାମ ଜିଲ୍ଲାର  ୧୨ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୨୫୧.୫୦ କୋଟି  ଟଙ୍କା । ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ଭଞ୍ଜନଗର, ଛତ୍ରପୁର, ଖଲିକୋଟ, ଦିଗପହଣ୍ଡି, ସୁରଡା, ସାନଖେମୁଣ୍ଡି, ଗୋପାଳପୁର, ଆସ୍କା, ଚିକିଟି, ହିଞ୍ଜିଳିକାଟୁ, ପୋଲସରା ଓ କବିସୂର୍ଯ୍ୟନଗର ।

ଏହିସବୁ ନିର୍ବାଚନମଣ୍ଡଳୀର ୨୨ଟି ବ୍ଲକ୍‌‌ର ୫୦୩ଟି  ଗ୍ରାମ ପଞ୍ଚାୟତରେ ୫୭୦୬ଟି ପ୍ରକଳ୍ପ ହେବ। ସେହିପରି ସୁବର୍ଣ୍ଣପୁର ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳୀ ପାଇଁ ୫୪.୫୦କୋଟି ଟଙ୍କା  ମଂଜୁର ହୋଇଛି। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ସୁବର୍ଣ୍ଣପୁର ଓ ବୀରମହାରାଜପୁର।  ଏଥିରେ ୬ଟି ବ୍ଲକ୍‌ର ୧୦୯ଟି   ଗ୍ରାମପଞ୍ଚାୟତରେ ୧୪୧୯ଟି ପ୍ରକଳ୍ପ କରାଯିବ। ଆଜିର କାର୍ଯ୍ୟକ୍ରମ ପାଇଁ ଗଞ୍ଜାମ ଜିଲ୍ଲାର ୧୨ଟି ଓ ସୁବର୍ଣ୍ଣପୁର ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା । କେବଳ ଗଞ୍ଜାମ ଜିଲ୍ଲାରେ ଏକ ଲକ୍ଷରୁ ଅଧିକ ଲୋକ ସାମିଲ ହୋଇଥିଲେ।Ama Odisha Nabin Odisha

‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ପାଇଁ ଲୋକଙ୍କ ଭିତରେ ବିପୁଳ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ  ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ। ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତ୍ତି ।  ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଂସ୍କୃତିର ପ୍ରସାର ଓ ଆଧୁନିକ ଭିତ୍ତିଭୂମିର ଉନ୍ନତି ଆମର ଗାଁଗୁଡିକୁ ବିକାଶର ଶିଖରରେ ପହଞ୍ଚାଇବ। ବିକାଶର ଏହି ନୂଆ ଚେହେରା ଗାଁ ଲୋକଙ୍କ ମଧ୍ୟରେ ଗଭୀର ଆତ୍ମବିଶ୍ୱାସ ସୃଷ୍ଟି କରିବ ବୋଲି ସେ କହିଥିଲେ। ସେ ପୁଣି କହିଲେ ଯେ  ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତା’ର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା । ନବୀନ ଓଡିଶାର ପରିଚୟ ନେଇ ରାଜ୍ୟର ପ୍ରତି ଗାଁ ବିକାଶର ମାର୍ଗରେ ଆଗକୁ ବଢିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

 

ଆପଲ ଫୋନ୍‌ ହ୍ୟାକିଂ ପ୍ରସଙ୍ଗ: କମ୍ପାନୀକୁ ନୋଟିସ ପଠାଇଲା କେନ୍ଦ୍ର ଆଇଟି ମନ୍ତ୍ରାଳୟ

ନୂଆଦିଲ୍ଲୀ: ସବୁଠୁ ସୁରକ୍ଷିତ କୁହାଯାଉଥିବା ଆପଲ ଫୋନ କିପରି ହ୍ୟାକ ହେବ ? ଆପଲ ଫୋନ ହ୍ୟାକ ଆଶଙ୍କା ପଛରେ ସରକାରଙ୍କ ହାତ ରହିଛି ବୋଲି କିପରି ନିଷ୍କର୍ସରେ ପହଞ୍ଚିଲ ? କେଉଁ ଆଧାରରେ ଏପରି ପରିଣାମ ନେଇ ନିଶ୍ଚିତ ହେଲ ? ଅଜଣା ଜାଗାରୁ ରହି କିପରି ଏହାକୁ ଆକ୍ସେସ କରାଯାଇପାରିବ ବୋଲି ନିଶ୍ଚିତ ହେଲ ? ସମ୍ବେଦନଶୀଳ ତଥ୍ୟ ଲିକ କେମିତି ହୋଇଯିବ ? ଏପରି କିଛି ପ୍ରଶ୍ନର ଉତ୍ତର ଜାଣିବାକୁ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରାଳୟ ଆପଲକୁ ନୋଟିସ ପଠାଇଛି  ।

ନୋଟିସର ତୁରନ୍ତ ଉତ୍ତର ଦେବାକୁ କୁହାଯାଇଛି  । ଆପଲ ସରକାରୀ ପ୍ରାୟୋଜିତ ହ୍ୟାକିଂ ନେଇ ଦେଶର ବିଭିନ୍ନ ବର୍ଗର ଲୋକଙ୍କୁ ମେସେଜ ପଠାଇଥିଲା  । ଏହାକୁ ନେଇ ବିରୋଧୀ ଦଳ ନେତା ତମ୍ବିତୋଫାନ କରିଥିଲେ  । କେନ୍ଦ୍ର ସରକାର ଜାଣିଶୁଣି ହ୍ୟାକ କରି ଡାଟା ଲିକ ପାଇଁ ଉଦ୍ୟମ କରୁଥିବା ସାଂଘାତିକ ଅଭିଯୋଗ ଆଣିଥିଲେ  । ଏହାପରେ ଆଜି କେନ୍ଦ୍ର ସରକାର ଅଧିକ ତଥ୍ୟ ଜାଣିବାକୁ ଆପଲକୁ ନୋଟିସ ପଠାଇଛନ୍ତି  ।

ମେସେଜ ଆସିଥିବା ଟିଏମସି ସାଂସଦ ମହୁଆ ମୈତ୍ରଙ୍କ ସମେତ କଂଗ୍ରେସ ସାଂସଦ ଶଶୀ ଥରୁର, ପବନ ଖେଡା ଏବଂ ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ପ୍ରମୁଖ କେନ୍ଦ୍ରକୁ ଟାର୍ଗେଟ କରିଥିଲେ  । ସେମାନଙ୍କ ଆପଲ ଫୋନକୁ ଆସିଥିବା ମେସେଜର ସ୍କ୍ରିନସଟ ସେୟାର କରିଥିଲେ  । ଆପ ସାଂସଦ ରାଘବ ଚଡ୍ଢା, ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ, ସିପିଏମ ମହାସିଚବ ସୀତାରାମ ୟେଚୁରୀ, ଏଆଇଏମଆଇଏମ ମୁଖିଆ ଅସଦୁଦ୍ଦିନ ଓୱେସୀଙ୍କ ଫୋନକୁ ମଧ୍ୟ ମେସେଜ ଆସିଥିଲା ବୋଲି ସେମାନେ ଅଭିଯୋଗ କରିଥିଲେ  । ଏହାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି କେନ୍ଦ୍ରକୁ ଟାର୍ଗେଟ କରିଥିଲେ  । ଏହାପରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସଫେଇ ଦେଇ କହିଥିଲେ ସରକାର ଏ ନେଇ ଚିନ୍ତିତ ଅଛନ୍ତି  । ଏହା ଉପରେ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଆପଲ ମଧ୍ୟ ସଫେଇ ଦେଇଥିଲା  । କହିଥିଲା, ଖାଲି ଭାରତରେ ନୁହେଁ ଏଭଳି ମେସେଜ ୧୫୦ଟି ଦେଶରେ ଆଇଫୋନ ବ୍ୟବହାର କରୁଥିବା ଗ୍ରାହକକୁ ପଠାଯାଇଛି  । କିନ୍ତୁ ସରକାରୀ ପ୍ରାୟୋଜିତ ହ୍ୟାକିଂକୁ ନେଇ କିଛି ସ୍ପଷ୍ଟ କରିନଥିଲା ଆପଲ ।

ଓ୍ବାଙ୍ଖଡେରେ ଇଣ୍ଡିଆ ଶ୍ରୀଲଙ୍କା ମୁକାବିଲା, ପ୍ରଥମେ ବ୍ୟାଟିଂ କରିବ ଭାରତ

ମୁମ୍ବାଇ: ଆଜି ବିଶ୍ବକପ କ୍ରିକେଟରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା । ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା । ପ୍ରଥମେ ବ୍ୟାଟିଂ କରିବ ଭାରତ । ମୁ୍ମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଆରମ୍ଭ ହୋଇଛି ମ୍ୟାଚ । ପ୍ରଥମେ ବ୍ୟାଟିଂ କରି ବଡ଼ ସ୍କୋର କରିବାକୁ ଭାରତ ପ୍ରସ୍ତୁତ ଅଛି ।

ଟିମ୍ ଇଣ୍ଡିଆର ସମସ୍ତ ଖେଳାଳି ଫର୍ମରେ ରହିଛନ୍ତି । ଆଜିର ମ୍ୟାଚ ଜିତି ଅପରାଜେୟ ଧାରା ଜାରି ରଖିବାକୁ ଲକ୍ଷ୍ଯ ରଖିଛି ରୋହିତ ବିଗ୍ରେଡ । ଆଜିର ମ୍ୟାଚ ଜିତି ସେମିଫାଇନାଲ ଟିକେଟକୁ ପକ୍କା କରିବାକୁ ଭାରତ ରଣନୀତି ପ୍ରସ୍ତୁତ କରିଛି । ଦିନିକିଆ ବିଶ୍ବକପ ଇତିହାସରେ ଉଭୟ ଦେଶ ୯ ଥର ମୁହାଁମୁହିଁ ହୋଇଛନ୍ତି । ଉଭୟ ଦଳ ୪ଟି ଲେଖାଏ ମ୍ୟାଚ ଜିତିଥିବାବେଳେ ଗୋଟିଏର ଫଳାଫଳ ବାହାରିପାରିନଥିଲା ।

ଦିନିକିଆ ଇତିହାସରେ ଦୁଇ ଦେଶ ୧୬୭ ଥର ମୁକାବିଲା କରିଥିବା ବେଳେ ଭାରତ ୯୮ଟି ଓ ଶ୍ରୀଲଙ୍କା ୫୭ଟିରେ ବିଜୟ ଲାଭ କରିଛିଲେ । ଭାରତ ଘରୋଇ ପରିବେଶରେ ୩୯ଟି ମ୍ୟାଚ ଜିତିଥିବା ବେଳେ ଶ୍ରୀଲଙ୍କା ୨୮ଟି ଜିତିଛି । ଏସିଆ କପ ଫାଇନାଲରେ ଭାରତ ଶ୍ରୀଲଙ୍କାକୁ ଶୋଚନୀୟ ଭାବେ ପରାଜିତ କରି ଟାଇଟଲ ହାତେଇଥିଲା । ବର୍ତ୍ତମାନ ସ୍ଥିତିରେ ଶ୍ରୀଲଙ୍କତା ବିପକ୍ଷରେ ଭାରତର ପଲ୍ଲା ଭାରି ରହିଛି ।

ଓ୍ବାଙ୍ଖଡେ ଷ୍ଟାଡିୟମରେ ଉଦଘାଟନ ହେଲା କ୍ରିକେଟ କିମ୍ବଦନ୍ତୀଙ୍କ ପ୍ରତିମୂର୍ତ୍ତି

ମୁମ୍ବାଇ: ମୁମ୍ବାଇ ଓ୍ବାଙ୍ଖଡେ ଷ୍ଟାଡିୟମରେ ଉଦଘାଟନ ହେଲା କିମ୍ବଦନ୍ତୀ କ୍ରିକେଟ ତାରକା ସଚିନ ତେନ୍ଦୁଲକରଙ୍କ ପ୍ରତିମୂର୍ତ୍ତି । ଏକ ଭରପୂର ଉତ୍ସବରେ ତେନ୍ଦୁଲକରଙ୍କ ପ୍ରତିମୂର୍ତ୍ତି ଉଦଘାଟିତ ହୋଇଛି । ଭାରତ-ଶ୍ରୀଲଙ୍କା ମ୍ୟାଚ ପୂର୍ବରୁ କ୍ରିକେଟ ଲିଜେଣ୍ଡ ତେନ୍ଦୁଲକରାଙ୍କ ଲାଇଫ-ସାଇଜ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି ।

ସଚିନ ତେନ୍ଦୁଲକର ଓ ତାଙ୍କ ପରିବାରର ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏହି ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । ଓ୍ବାଙ୍ଖଡେ ଷ୍ଟାଡିଅମର ସଚିନ ତେନ୍ଦୁଲକର ଷ୍ଟାଣ୍ଡ ନିକଟରେ ଏହି ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଇଛି । ଚଳିତ ବର୍ଷ ପ୍ରାରମ୍ଭରେ ଓ୍ବାଙ୍ଖଡେ ଷ୍ଟାଡିଅମରେ ତେନ୍ଦୁଲକରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହେବା ନେଇ ଘୋଷଣା ହେବା ପରେ ପ୍ରଶଂସକଙ୍କ ମହଲରେ ଆନନ୍ଦ ପ୍ରକାଶ ପାଇଥିଲା । ଉତ୍ସବରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ପ୍ରମୁଖ ଉପସ୍ଥିତ ଥିଲେ ।

 

ପ୍ରତାପ, ସଞ୍ଜୟ ବିଜେଡିର ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ

ଭୁବନେଶ୍ବର: ବିଜେଡିର ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ମିଳିଲା ନିଯୁକ୍ତି । ପ୍ରତାପ ଜେନାଙ୍କୁ କେନ୍ଦ୍ରାପଡା ଜିଲ୍ଲା ପାଇଁ ଦାୟିତ୍ବ ଦିଆଯାଇଛି । ସେହିପରି ସଞ୍ଜୟ ଦାସବର୍ମାଙ୍କୁ ଭଦ୍ରକ ଜିଲ୍ଲା ପାଇଁ ଦାୟିତ୍ବ ଦିଆଯାଇଛି । ଏହି ଦୁଇ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ଭାବେ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ପର୍ଯ୍ୟବେକ୍ଷକ ନିଯୁକ୍ତ ହେଲା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀୟୁକ୍ତ ନବୀନ ପଟ୍ଟନାୟକ ମତେ ଯେତେବେଳେ ଯେଉଁ ଦାୟିତ୍ଵ ଦେଇଛନ୍ତି ମୁଁ ତାକୁ ନିଷ୍ଠା ଓ ଆନ୍ତରିକତା ସହ ନିର୍ବାହ କରିଛି ବୋଲି କହିଛନ୍ତି ସଞ୍ଜୟ। ଏବେ ଯେଉଁ ଦାୟିତ୍ଵ ମିଳିଛି, ତାକୁ ପୂର୍ବ ଭଳି ମୋର ସାଧ୍ୟମତେ ନିର୍ବାହ କରିବି। ମୋ ଉପରେ ଭରସା, ବିଶ୍ବାସ ଓ ଆସ୍ଥା ପ୍ରକଟ କରିଥିବାରୁ ମୁଁ ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଉଛି ବୋଲି କହିଛନ୍ତି ସଞ୍ଜୟ ଦାସବର୍ମା ।

ବାପା ଟିଉସନ ଫି’ ମାଗିବାରୁ ପୁଅକୁ ହତ୍ୟା କଲା ଯୁକ୍ତଦୁଇ ଛାତ୍ର

ଖୋର୍ଦ୍ଧା: ବାପା ଟିଉସନ ଫି’ ମାଗିବାରୁ ପୁଅକୁ ହତ୍ୟା। ଖୋର୍ଦ୍ଧା ଜଟଣୀ ଥାନା ବେଣାପଞ୍ଜୁରି ନାବାଳକ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ଖୁଲାସା। ମୃତକ ଶୁଭମର ବାପାଙ୍କ ପାଖରେ ଟିଉସନ ହେଉଥିଲା ଅଭିଯୁକ୍ତ। ପ୍ରାୟ ୫ହଜାର ଟଙ୍କା ଟିଉସନ୍ ଫି ବାବଦକୁ ବାକି ରହିଥିଲା। ଶୁଭମଙ୍କ ବାପା ବାରମ୍ବାର

ଟିଉସନ୍ ଫି ମାଗିବାରୁ ପୁଅକୁ ଗତକାଲି ହତ୍ୟା କରିଥିବା କହିଛି ଅଭିଯୁକ୍ତ।

ଏନେଇ ପ୍ରେସମିଟ କରି ଭୁବନେଶ୍ବର ଡିସିପି ସୂଚନା ଦେଇଛନ୍ତି। ଅଭିଯୁକ୍ତ ନିକଟରୁ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଜବତ ହୋଇଛି। ନାବାଳକର ମୃତଦେହ ଖୋର୍ଦ୍ଧା ମେଡିକାଲରେ ବ୍ୟବଚ୍ଛେଦ ପାଇଁ ରହିଛି। ମୃତ ନାବାଳକଙ୍କ ଘରକୁ ସିଲ୍ କରିଛି ଜଟଣୀ ଥାନା ପୋଲିସ। ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ତଦନ୍ତ କରୁଛି । ମୃତ ନାବାଳକ ବସିଥିବା ଖଟ ଓ ଘରକୁ ସାଇଣ୍ଟିଫିକ ଟିମ୍ ତନ୍ନତନ୍ନ କରି ଯାଞ୍ଚ କରୁଛି।

ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ନର୍ଥ କୋରିଆର ଏଣ୍ଟ୍ରି

ନନ୍ଦିଘୋଷ ବ୍ୟୁରୋ: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ନର୍ଥକୋରିଆର ଏଣ୍ଟ୍ରି । ପାଲେଷ୍ଟାଇନକୁ ସମର୍ଥନ କରିବା ଲାଗି ନର୍ଥ କୋରିଆ ଶାସକ କିମ ଜଙ୍ଗ ଉନ୍ ତାଙ୍କ ସରକାରଙ୍କୁ ଦେଇଛନ୍ତି ନିର୍ଦ୍ଦେଶ । ମଧ୍ୟପ୍ରାଚ୍ୟର ବିଭିନ୍ନ ଆତଙ୍କୀ ସଂଗଠନକୁ ଅସ୍ତ୍ରଶସ୍ତ୍ର ବିକିବା ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି ।

ନିଜର ଆଣବିକ କାର୍ଯ୍ୟକ୍ରମ ଲାଗି ଜାତିସଂଘ କଟକଣାର ଶିକାର ନର୍ଥକୋରିଆ ଅତୀତରେ ହମାସକୁ ଟ୍ୟାଙ୍କବିଧ୍ବଂସୀ ରକେଟ ଲଞ୍ଚର ଯୋଗାଇଥିଲା । ବର୍ତ୍ତମାନ ଇସ୍ରାଏଲ-ହମାସ ଯୁଦ୍ଧବେଳେ ନର୍ଥକୋରିଆ ବହୁ ଅସ୍ତ୍ରଶସ୍ତ୍ର ହମାମ ସମେତ ଅନ୍ୟ ଆତଙ୍କୀ ସଂଗଠନକୁ ଅସ୍ତ୍ର ବିକିବାକୁ ନିର୍ଦ୍ଦେଶ ଦେଇଛି ।

ଗତ ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ  ହମାସ କରିଥିବା ଆକ୍ରମଣ ଘଟଣାରେ ବ୍ୟବହୃତ ହୋଇଥିବା ଅନେକ ଅସ୍ତ୍ରଶସ୍ତ୍ର ନର୍ଥକୋରିଆର ହୋଇଥିବା ସୂଚନା ମିଳିବାଥିଲା । ଅକ୍ଟୋବର ୭ ହମଲା ଘଟଣାରେ ହମାସ ଆତଙ୍କୀ ନର୍ଥ କୋରିଆର ଏଫ-୭ ରକେଟ ବ୍ୟବହୃତ କରିଥିଲେ ବୋଲି ସୂଚନା ମିଳିଥିଲା ।

ମାହାଙ୍ଗା ଡବଲ ମର୍ଡର ଘଟଣା: ପ୍ରତାପ ଜେନାଙ୍କୁ ମିଳିଲା ଆଶ୍ବସ୍ତି

କଟକ: ମାହାଙ୍ଗା ଡବଲ ମର୍ଡର ଘଟଣା। ସତ୍ୟର ହେଲା ଜୟ । ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇଥିବା ଧରାପଡ଼ିଲା । ପ୍ରତାପ ଜେନାଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି ମିଳିଛି । କଠୋର କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ । ନିମ୍ନ ଅଦାଲତରୁ ରେକର୍ଡ ତଲବ କଲେ ହାଇକୋର୍ଟ । ଏ ନେଇ ଡିସେମ୍ବର ୧୯ ରେ ପରବର୍ତ୍ତୀ ଶୁଣାଣି ହେବ ।

 

ଆଜି EDରେ ହାଜର ହେବେନି କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଦିଲ୍ଲୀ ମଦନୀତି ମାମଲାରେ ତାଙ୍କୁ ଆଜି ହାଜର ହେବା ଲାଗି ନିର୍ଦ୍ଦେଶ ଦେଇଥିଲା ଇଡି । ତେବେ ସେ ବିଭିନ୍ନ କାରଣରୁ ଆଜି ହାଜର ହୋଇପାରିବେ ନାହିଁ ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଚିଠି ଲେଖିବା ପରେ ତାଙ୍କୁ ଅନ୍ୟ କୌଣସି ତାରିଖ ଲାଗି ନୋଟିସ ଦିଆଯିବା ସମ୍ଭାବନା ରହିଛି ।

ବର୍ତ୍ତମାନ ନିର୍ବାଚନ ପ୍ରଚାର ଲାଗି ମଧ୍ୟପ୍ରଦେଶ ଗସ୍ତରେ ଅଛନ୍ତି କେଜ୍ରିଓ୍ବାଲ । ଏହି ସମନ ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି କେଜ୍ରିଓ୍ବାଲ । ନିଜ ପତ୍ରରେ କେଜ୍ରିଓ୍ବାଲ ଦର୍ଶାଇଛନ୍ତି ତୁରନ୍ତ ଏହି ନୋଟିସକୁ ପ୍ରତ୍ୟାହାର କରାଯାଉ । ଆଜି ଇଡିରେ ହାଜର ହେବା ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ସମ୍ମୁଖରେ ପୋଲିସ ମୁତୟନ ହୋଇଥିଲା ।

ଅନ୍ୟପଟେ ଦିଲ୍ଲୀର ସମାଜ କଲ୍ୟାଣ ମନ୍ତ୍ରୀ ରାଜ କୁମାର ଆନନ୍ଦଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ରେଡ । ଇଡିର ଏକ ସ୍ବତନ୍ତ୍ର ଟିମ୍ ତାଙ୍କ ଘରେ ପହଞ୍ଚି ସର୍ଚ୍ଚ ଅପରେସନ କରିଛନ୍ତି । ଦିଲ୍ଲୀ ମଦନୀତି ମାମଲାରେ ପଟେଲ ନଗର ବିଧାୟକ ତଥା ସମାଜ କଲ୍ୟାଣ ବିଭାଗ ମନ୍ତ୍ରୀ ଆନନ୍ଦଙ୍କ ଘରେ ଇଡି ଚଢାଉ କରିଛି । ଦିଲ୍ଲୀ ମଦନୀତି ମାମଲାରେ ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ଆନନ୍ଦଙ୍କ ନାମରେ ବି ମାମଲା ଦାୟର କରିଥିଲା ଇଡି ।

ଆନନ୍ଦଙ୍କ ଘରେ ଇଡି ରେଡକୁ ସମାଲୋଚନା କରିଛନ୍ତି ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ବାଜ । ସୌରଭ କହିଛନ୍ତି- ଆନନ୍ଦଙ୍କ ଏକମାତ୍ର ଭୁଲ୍ ଏହା ଯେ ସେ ଆପର ବିଧାୟକ । ବ୍ରିଟିଶ ଶାସନ କାଳରୁ କାହାରି ଘରେ ସର୍ଚ୍ଚ କରାଯିବା ପୂର୍ବରୁ କୋର୍ଟଙ୍କ ସର୍ଚ୍ଚ ଓ୍ବାରଣ୍ଟ ଆବଶ୍ୟକ ହେଉଥିଲା । ମାତ୍ର ବର୍ତ୍ତମାନ ଇଡି ତାହା କରୁନାହିଁ ବୋଲି ସେ କହୁଛନ୍ତି ।