ଦ୍ବିତୀୟ ଟେଷ୍ଟରେ ଇତିହାସ ରଚିବାକୁ ସୁଯୋଗ, ଭାରତ ଆଗରେ ୭୯ ରନର ବିଜୟ ଲକ୍ଷ୍ୟ

1 min read

ନନ୍ଦିଘୋଷ ବ୍ୟୁରୋ: ଚାଲିଛି ଦ୍ବିତୀୟ ଟେଷ୍ଟ । ଦ୍ବିତୀୟ ଦିନରେ ନିର୍ଣ୍ଣାୟକ ମୋଡ଼ ଏକପ୍ରକାର ମ୍ୟାଚ୍ । ଭାରତ ଆଗରେ ମାତ୍ର ୭୯ ରନର ବିଜୟ ଲକ୍ଷ୍ୟ ରହିଛି । କେପଟାଉନରେ ରୋମାଞ୍ଚକର ସ୍ଥିତିରେ ଭାରତ-ଦକ୍ଷିଣଆଫ୍ରିକା ଦ୍ବିତୀୟ ଟେଷ୍ଟ ମ୍ୟାଚ୍ । ଦ୍ବିତୀୟ ଦିନରେ ଦ୍ବିତୀୟ ଇନିଂସରେ ୧୭୬ ରନରେ ଅଲଆଉଟ ହୋଇଛି ଦକ୍ଷିଣ ଆଫ୍ରିକା । ଏଥିସହ ଭାରତ ଆଗରେ ୭୯ ରନର ବିଜୟ ଲକ୍ଷ୍ୟ ରଖିଛି ଦକ୍ଷିଣ ଆଫ୍ରିକା । ବୁମରାଙ୍କ ଘାତକ ବୋଲିଂରେ ଧରାଶାୟୀ ହୋଇଛି ଘରୋଇ ଦଳ । ବୁମରା ଦ୍ବିତୀୟ ଇନିଂସରେ ୬ ଓ୍ବିକେଟ ଅକ୍ତିଆର କରିଛନ୍ତି । ଦକ୍ଷିଣ ଆଫ୍ରିକା ପକ୍ଷରୁ ମାରକ୍ରମ ଶତକ ହାସଲ କରିଛନ୍ତି ।

ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ୫୫ ରନରେ ଅଲଆଉଟ ହୋଇଥିବା ବେଳେ, ଭାରତ ୧୫୩ ରନରେ ସମସ୍ତ ଓ୍ବିକେଟ ହରାଇଥିଲା । ତେବେ ଦ୍ବିତୀୟ ଇନିଂସରେ ମଧ୍ୟ ଭାରତୀୟ ବୋଲର ଦବଦବା ଜାହିର କରିଛନ୍ତି । ଏବେ ଦ୍ବିତୀୟ ଟେଷ୍ଟ ମ୍ୟାଚ ଜିତିବାକୁ ହେଲେ ଭାରତ ଆଗରେ ରହିଛି ୭୯ ରନର ବିଜୟ ଲକ୍ଷ୍ୟ । ମାକ୍ରମ ଶତକୀୟ ପାଳି ଖେଳିଥିବାବେଳେ ଦଳକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଛନ୍ତି । ପ୍ରଥମ ଟେଷ୍ଟରେ ଭାରତ ପରାଜୟ ବରଣ କରିଥିବାବେଳେ ଏହି ମ୍ୟାଚରେ ବିଜୟୀ ହୋଇ ପ୍ରତିଶୋଧ ନେବାର ସୁଯୋଗ ରହିଛି । ତେବେ ଭାରତ ଯଦି କେପଟାଉନରେ ଏହି ମ୍ୟାଚ ଜିତେ ତାହେଲେ ଏହା ଟେଷ୍ଟରେ ପ୍ରଥମ ବିଜୟ ହେବ । ଯାହାକି ଭାରତକୁ ଇତିହାସ ରଚିବା ପାଇଁ ସୁଯୋଗ ରହିଛି ।