ଏଣିକି ଭୋକକୁ ନିୟନ୍ତ୍ରଣ କରିବ କ୍ୟାପସୁଲ!

ନନ୍ଦିଘୋଷ ବ୍ୟୁରୋ: ଏଣିକି ଆପଣଙ୍କ ଭୋକକୁ ନିୟନ୍ତ୍ରଣ କରିବ କ୍ୟାପସୁଲ । ମାସାଚୁଟେସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଏଭଳି ଏକ କ୍ୟାପସୁଲର ଉଦ୍ଦଭାବନ କରିଛନ୍ତି । ଏହି କ୍ୟାପସୁଲ ଖାଇବାର ୨୦ମିନଟ ପୂର୍ବରୁ ଏହାକୁ ପ୍ରସ୍ତୁତ କରିବାକୁ ପଡେ । ଗୋଟିଏ ସିଲଭର ଅକ୍ସାଇଡ ବ୍ୟାଟେରୀ ମାଧ୍ୟମରେ ଏହାକୁ ପ୍ରସ୍ତୁତ କରି ବ୍ୟବହାର କରାଯାଇଥାଏ । ଏହି କ୍ୟାପସୁଲ ଖାଇବାପରେ ତାହା ଶରୀରରେ ୩୦ମିନଟ ଧରି ଭାଇବ୍ରେସନ ସୃଷ୍ଟି କରିଥାଏ ।  ଏହାଦ୍ବାରା  ଗାଷ୍ଟ୍ରିକ୍ ଏସିଡ ସହଜରେ ମିଳେଇ ଯାଇଥାଏ । ଏହାପରେ ଭେଗସ୍ ସ୍ନାୟୁ ମାଧ୍ୟମରେ ମସ୍ତିଷ୍କକୁ ଖାଦ୍ୟ ପରର ତୃପ୍ତିପଣର ସିଗନାଲ୍ ଦେଇଥାଏ ।  ଯେଉଁ ବ୍ୟକ୍ତି ମାନେ ବାରମ୍ବାର ଖାଦ୍ୟ ଖାଇବା ଦ୍ବାରା ମୋଟାପଣର ଶିକାର ହୋଇଥାନ୍ତି, ସେମାନଙ୍କ ପାଇଁ ଏହା ବରଦାନ ସାଜିବ ବୋଲି କ୍ୟାପସୁଲ ପ୍ରସ୍ତୁତ କରିଥିବା ହାବାର୍ଡ ବିଶ୍ବ ବିଦ୍ୟାଳୟର ବାୟୋଇଞ୍ଜିନିୟରିଂ ବିଭାଗର ସହକାରୀ ପ୍ରଫେସର ସେରିୟା ଶ୍ରୀନିବାସନ କହିଛନ୍ତି ।

ଜଣେ ବ୍ୟକ୍ତି ଏହି କ୍ୟାପସୁଲ ଖାଇବା ପରେ, ଶରୀରରେ ଖାଦ୍ୟ ଗ୍ରହଣ କରିବା ପରର ତୃପ୍ତି ଆସିଥାଏ । ଏହା ପାକସ୍ଥଳୀରୁ ମସ୍ତିଷ୍କକୁ ସିଗନାଲ ମାଧ୍ୟମରେ ଯିବା ପରେ , ବ୍ୟକ୍ତି ଜଣକ ଆଉ ଖାଦ୍ୟ ଗ୍ରହଣ କରିନଥାନ୍ତି । ବା କମ୍ ଖାଦ୍ୟ ଖାଇଥାନ୍ତି । ମୋଟାପଣ ଓ ଓଜନ କମାଇବା କ୍ଷେତ୍ରରେ ଏହି କ୍ୟାପସୁଲ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଗବେଷକଙ୍କ ମତ । କିନ୍ତୁ, ସବୁଠାରୁ ବଡ ଦିଗଟା ହେଲା, ପରୀକ୍ଷଣ ସମୟରେ ଏହି କ୍ୟାପସୁଲର ବ୍ୟବହାରକୁ ନେଇ ସୁରକ୍ଷା, ପ୍ରସ୍ତୁତି ଓ କାର୍ଯ୍ୟକାରିତାକୁ ନେଇ ଏବେ ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞଙ୍କ ମତ । ଖାଦ୍ୟ ବଦଳରେ କ୍ୟାପସୁଲ ଖାଇଲେ ତାହା ଶରୀର ଉପରେ କୁପ୍ରଭାବ ପକାଇ ବ କି ନା, ତାକୁ ନେଇ ମଧ୍ୟ ପରୀକ୍ଷା କରାଯାଉଛି ।