ବିଶ୍ଵସ୍ତରୀୟ ଉତ୍କର୍ଷ କେନ୍ଦ୍ର ହେବ ‘ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ’

1 min read

ଭୁବନେଶ୍ୱର : ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟକୁ ବିଶ୍ଵସ୍ତରୀୟ ଉତ୍କର୍ଷ କେନ୍ଦ୍ର କରାଯିବ  । ଏଥିପାଇଁ ଯାହା ଦରକାର ତାହା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି । ଆସନ୍ତା ଶନିବାର ବିଶ୍ୱବିଦ୍ୟାଳୟର ଉନ୍ନତି ପାଇଁ ବୈଠକ ବସିବ ।  ୧୯୯୯ରେ ମୁଖ୍ୟମନ୍ତ୍ରୀ ଏହି ବିଶ୍ୱବିଦ୍ୟାଳୟର ଶୁଭ ଦେଇଥିଲେ  । ଏହା ତାଙ୍କର ଡ୍ରିମ ପ୍ରୋଜେକ୍ଟ  । ଏହି ବିଶ୍ବବିଦୟାଳୟର ସର୍ବାଙ୍ଗୀନ ଉନ୍ନତି କରାଯିବ  । ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ରୌପ୍ୟ ଜୟନ୍ତୀରେ ଯୋଗଦେଇ ଏହା କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ସୁଜାତା ରାଉତ କାର୍ତ୍ତିକେୟନ  । ସଂସ୍କୃତି ହିଁ ମଣିଷର ପରିଚୟ  । ସଂସ୍କୃତି ସମାଜର ପରିଚୟ  । ଆମ ସମାଜର କଳା, ଐତିହ୍ୟ ସମୃଦ୍ଧ  । ଓଡ଼ିଶା ସଂସ୍କୃତି ପ୍ରାଚୀନ କାଳରୁ ପରିଚିତି ହାସଲ କରିପାରିଛି  ।  ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ସେ କହିଛନ୍ତି, ସଂସ୍କୃତି ସବୁବେଳେ ଅଭ୍ୟୁଦୟ ହୁଏ  । ସାଧବ ପୁଅ ବିଦେଶକୁ ବେପାର ବଣିଜ କରିବାକୁ ଯାଉଥିଲେ  । ଆଜି ମିଶନ ଶକ୍ତି ମାଆ ବ୍ୟବସାୟ ପାଇଁ ବିଦେଶ ଯାଉଛନ୍ତି  । ଏହି ବିଶ୍ଵବିଦ୍ୟାଳୟ ଆଧୁନିକ ସଂସ୍କୃତିକୁ ଭବିଷ୍ୟତ ଲାଗି ଦିଗଦର୍ଶନ ଦେବ  । ପୁରୁଣା ସଂସ୍କୃତିକୁ ବି ପ୍ରାମାଣିକ କରିବା  ।

ଶ୍ରୀମନ୍ଦିର ପରିକ୍ରମା, ମନ୍ଦିର ସୁରକ୍ଷା, ମେଟ୍ରୋ ରେଳ, ଯୁବ ପିଢ଼ିଙ୍କ ଲାଗି IT କମ୍ପାନୀ ଆଣୁଛନ୍ତି ମୁଖ୍ୟମନ୍ତ୍ରୀ  । ରୂପାନ୍ତରର ଏହା ସୂତ୍ରଧର  । ନିଜ ଉପରେ ବିଶ୍ୱାସ ରଖନ୍ତୁ  । ପୁରସ୍କାର ପାଇଲେ ଗର୍ବ କରନ୍ତୁ ନାହିଁ  । ପୁରସ୍କାର ନ ପାଇଲେ ନିରାଶ ହୁଅନ୍ତୁ ନାହିଁ  । ଭଗବାନ ଅଛନ୍ତି ସମସ୍ତଙ୍କ ପାଇଁ  ।  କର୍ମ କରନ୍ତୁ, ଫଳ ଆମ ହାତରେ ନାହିଁ ବୋଲି ମନ୍ତ୍ର ଦେଇଛନ୍ତି ସଚିବ  । ସେହପିର ମାଆ, ବାପା, ଗୁରୁଙ୍କୁ ସମ୍ମାନ କରନ୍ତୁ  । ତାଙ୍କ ଠାରୁ ଆଗକୁ ଯାଆନ୍ତୁ ବୋଲି ସେ ଆହ୍ବାନ ଦେଇଛନ୍ତି  । ତେବେ ଆସନ୍ତା ବର୍ଷ ଯେବେ ପ୍ରତିଷ୍ଠା ଦିବସ ପାଳନ ହେବ, ନୂଆ ଅଡିଟୋରିଅମ କାମ ସରିଯାଇଥିବ  । ସେଠାରେ ପ୍ରତିଷ୍ଠା ଦିବସ ପାଳନ ହେବ ବୋଲି ସଚିବ ପ୍ରତିଶ୍ରୁତି ଦେଇଛନ୍ତି  ।