spot_img
Home Blog Page 2601

ଲଗାତର ସପ୍ତମ ବିଜୟ ସହ ପ୍ରଥମ ଟିମ ଭାବେ ସେମି ଫାଇନାଲରେ ପ୍ରବେଶ କଲା ଭାରତ

ନନ୍ଦିଘୋଷ ବ୍ୟୁରୋ : ବିଶ୍ବକପରେ ଭାରତର ବିଜୟ ଧାରା ଜାରି । ଲଗାତର ସପ୍ତମ ବିଜୟ ସହ ପ୍ରଥମ ଟିମ ଭାବେ ସେମି ଫାଇନାଲରେ ପ୍ରବେଶ କଲା ଭାରତ । ୩୦୨ ରନରେ ଶ୍ରୀଲଙ୍କାକୁ ହରାଇଲା ଟିମ ଇଣ୍ଡିଆ । ଭାରତର ୩୫୭ ରନ ଜବାବରେ ଶ୍ରୀଲଙ୍କା ୫୫ରେ ଅଲଆଉଟ୍ । ଭାରତ ପକ୍ଷରୁ ମହମ୍ମଦ ସାମ୍ମି ସର୍ବାଧିକ ୫ଟି ଓ୍ବିକେଟ ନେଇଥିବା ବେଳେ ମହମ୍ମଦ ସିରାଜ ୩ଟି, ଯଶପ୍ରୀତ ବୁମରା ଓ ଜାଡେଜା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି । ଏହି ବିଜୟ ସହ ଭାରତ ୧୪ ପଏଣ୍ଟ ସହ ଟେବୁଲର ଶୀର୍ଷରେ ରହିଛି । ଆଜି ଓ୍ବାଙ୍ଖଡେରେ ମୁହାଁମୁହିଁ ହୋଇଥିଲେ ଭାରତ ଓ ଶ୍ରୀଲଙ୍କା । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଆଗରେ ୩୫୮ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଥିଲା ଟିମ ଇଣ୍ଡିଆ । ଦଳ ପକ୍ଷରୁ ୩ ଜଣ ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ ହାସଲ କରିଥିଲେ । ବିରାଟ କୋହଲି ୯୪ ବଲରେ ୮୮ ରନ କରି ଶତକରୁ ବଞ୍ଚିତ ହୋଇଥିଲେ । ଏକଦିବସୀୟ କ୍ୟାରିୟରରେ ବିରାଟ ୭୦ଟି ଅର୍ଦ୍ଧଶତକ ହାସଲ କରିଥିବାବେଳେ ଆଜି ଶତକ କରିଥିଲେ ୪୯ ତମ ଶତକ ସହ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସମକ୍ଷ ହୋଇଥାନ୍ତେ । ସେହିପରି ଶୁବମନ ଗିଲ ୯୨ ବଲରେ ୯୨ ରନ୍ ଓ ଶ୍ରେୟସ ଆୟାର ମାତ୍ର ୫୬ ବଲରେ ଦ୍ରୁତ ୮୨ ରନ ହାସଲ କରିଥିଲେ । ଫଳରେ ୮ ଓ୍ବିକେଟ୍ ହରାଇ ଦଳ ୩୫୭ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା । ଶ୍ରୀଲଙ୍କା ପକ୍ଷରୁ ମଧୁଶଙ୍କା ସଫଳ ବୋଲିଂ କରି ୫ଟି ଓ୍ବିକେଟ ହାସଲ କରିଥିବାବେଳେ ଦୁଷ୍ମନ୍ତ ଚାମିରାଙ୍କୁ ମିଳିଛି ଗୋଟିଏ ଓ୍ବିକେଟ୍ । ୩୫୮ ରନ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ଶ୍ରୀଲଙ୍କାକୁ ମିଳିଥିଲା ପ୍ରାରମ୍ଭିକ ଝଟକା ।

ଏହି ଖବର ଉପରେ ନଜର ପକାନ୍ତୁ :  ଆସନ୍ତା ଫେବୃଆରୀରେ ପାକିସ୍ତାନରେ ସାଧାରଣ ନିର୍ବାଚନ

India vs Sri Lanka LIVE: Cricket World Cup score as hosts set target of 358  in Mumbai | The Independent

ଦଳୀୟ ସ୍କୋର ମାତ୍ର ୪ ରନରେ ଦଳର ୪ଜଣ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ପେଭିଲିଅନ ଫେରିଥିଲେ । ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ ନିଶଙ୍କା, କରୁଣାରତ୍ନେ ଓ ସମରଓ୍ବିକ୍ରମା । ମାତ୍ର ୧ ରନକରି ଅଧିନାୟକ ମେଣ୍ଡିସ ଆଉଟ ହୋଇଥିଲେ । ଦଳର ୫ ଜଣ ବ୍ୟାଟ୍ସମ୍ୟାନ ଶୂନ ରନ କରି ଆଉଟ ହୋଇଥିବାବେଳେ ଅଧିନାୟକଙ୍କ ସହ ଦୁଇଜଣ ଦୁଇଅଙ୍କ ଛୁଇଁ ପାରି ନାହାନ୍ତି । ପ୍ରଥମ ଓଭରରେ ଯଶପ୍ରୀତ ବୁମରା ନିଶଙ୍କାଙ୍କୁ ପ୍ୟାଭିଲିୟନ ଫେରାଇଥିବାବେଳେ ଦ୍ବିତୀୟ ଓଭରରେ ମହମ୍ମଦ ସିରାଜ କରୁଣାରତ୍ନେ ଓ ସମରଓ୍ବିକ୍ରମାଙ୍କୁ ଆଉଟ କରିଛନ୍ତି । ସିରାଜଙ୍କ ଦ୍ବିତୀୟ ଓଭରରେ ଶିକାର ହୋଇଛନ୍ତି କୁଶଲ ମେଣ୍ଡିସ୍ । ଦଳୀୟ ସ୍କୋର ୧୪ ବେଳେ ପଡ଼ିଛି ପଞ୍ଚମ ଓ ଷଷ୍ଠ ଓ୍ବିକେଟ୍ । ମାତ୍ର ୧ ରନ କରି ଅସଲଙ୍କା ଓ ଜିରୋ ରନରେ ଦୁଶନ ହେମନ୍ତ ସାମିଙ୍କ ବଲରେ ଆଉଟ୍ ହୋଇଛନ୍ତି । ଫଳରେ ଦଳ ମାତ୍ର ୫୫ ରନ କରି ସମସ୍ତ ଓ୍ବିକେଟ ହରାଇଛି ।

ଆସନ୍ତା ଫେବୃଆରୀରେ ପାକିସ୍ତାନରେ ସାଧାରଣ ନିର୍ବାଚନ

ନନ୍ଦିଘୋଷ ବ୍ୟୁରୋ : ଆସନ୍ତା ଫେବୃଆରୀ ୨୦୨୪ରେ ପାକିସ୍ତାନର ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ପାକିସ୍ତାନ ନିର୍ବାଚନ ଆୟୋଗ ଆନୁଷ୍ଠାନିକ ଭାବେ ଘୋଷଣା କରିଛି। ନିର୍ବାଚନ ଆୟୋଗର ଜଣେ ଓକିଲ ଏହି ଶୁଣାଣି ସମୟରେ ପାକିସ୍ତାନର ସୁପ୍ରିମକୋର୍ଟଙ୍କୁ କହିଛନ୍ତି। ନଭେମ୍ବର ୩୦ ରେ ବିମୁଦ୍ରୀକରଣ ପ୍ରକ୍ରିୟା ଶେଷ ହେବା ପରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ନିର୍ବାଚନ ଆୟୋଗଙ୍କର ଓକିଲ କୋର୍ଟଙ୍କୁ କହିଛନ୍ତି। ପ୍ରାରମ୍ଭରେ ଜାନୁଆରୀ ଶେଷ ସପ୍ତାହରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଇସିପି କହିଥିଲା, କିନ୍ତୁ ରାଜନୈତିକ ଦଳର ଦାବି ସତ୍ତ୍ୱେ କୌଣସି ସଠିକ ତାରିଖ ଦିଆଯାଇ ନାହିଁ। ରାଷ୍ଟ୍ରୀୟ ବିଧାନସଭା ଭଙ୍ଗ ହେବା ପରେ ନିର୍ବାଚନ ହେବାର ୯୦ ଦିନର ସମୟସୀମା ନଭେମ୍ବର ୭ ରେ ଶେଷ ହେବ। ତେବେ, ସେହି ବର୍ଷ ମାର୍ଚ୍ଚ ଏବଂ ଏପ୍ରିଲରେ ସମଗ୍ର ଦେଶରେ କରାଯାଇଥିବା ଏକ ନୂତନ ଜନଗଣନା ଆଧାରରେ ଇସିପି ନିର୍ଣ୍ଣୟ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ନିଷ୍ପତ୍ତି ନେଇଛି। Optimistic prospects for Pakistan's upcoming general elections - Asia Times

ପାକିସ୍ତାନ ସମ୍ବିଧାନ ଅନୁଯାୟୀ ସଂସଦ ଭଙ୍ଗ ହେବାର ୯୦ ଦିନ ମଧ୍ୟରେ ନିର୍ବାଚନ ହେବା ଉଚିତ୍। ତେବେ ଏହି ସମୟ ମଧ୍ୟରେ ଜନଗଣନା ପ୍ରସଙ୍ଗ ଅଟକି ରହିଥିଲା। ସଂସଦ ଭଙ୍ଗ ହେବା ଦିନଠାରୁ ଆଶଙ୍କା କରାଯାଉଥିଲା ଯେ ସାମ୍ବିଧାନିକ ସମୟ ସୀମା ମଧ୍ୟରେ ପାକିସ୍ତାନରେ ନିର୍ବାଚନ ଅନୁଷ୍ଠିତ ହେବ ନାହିଁ। ନଭେମ୍ବର ୭ ରେ ଏହି ସମୟସୀମା ସମାପ୍ତ ହେବା ସତ୍ତ୍ୱେ ନିର୍ବାଚନ କମିଶନ ବିଚାରାଧୀନ ଜନଗଣନା ହେତୁ ଇସିପି ନିର୍ବାଚନ ତାରିଖ ବୃଦ୍ଧି କରିବାକୁ ଆବେଦନ କରିଥିଲା। ଏପ୍ରିଲ୍ ୨୦୨୨ ରେ ରାଷ୍ଟ୍ରୀୟ ସଭାରେ ଏକ ଆତ୍ମବିଶ୍ୱାସ ପ୍ରସ୍ତାବ ମାଧ୍ୟମରେ ଇମ୍ରାନ ଖାନ ସରକାରଙ୍କୁ ହଟାଇବା ପରେ ପାକିସ୍ତାନ ରାଜନୈତିକ ସଙ୍କଟର ସମ୍ମୁଖୀନ ହୋଇଛି। ଦେଶ ମଧ୍ୟ ଏକ ବଡ଼ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛି |

ପଢନ୍ତୁ ଏହି ଖବର : ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ନର୍ଥ କୋରିଆର ଏଣ୍ଟ୍ରି

ନିର୍ବାଚନ ଆୟୋଗ ଇମ୍ରାନ ଖାନଙ୍କୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ବାରଣ କରିସାରିଛନ୍ତି। ଇମ୍ରାନ ଖାନଙ୍କ ବିରୋଧରେ ଶହ ଶହ ମାମଲା ଚାଲିଛି, ଯେଉଁଥିରେ ତୋସାଖାନା ମାମଲା ପ୍ରମୁଖ ରହିଛି। ଏମାନଙ୍କ ବ୍ୟତୀତ ଏକ ଜମି ବିବାଦ ଚାଲିଛି ଯେଉଁଥିରେ ଇମ୍ରାନ ଖାନଙ୍କ ପତ୍ନୀ ବୁଶ୍ରା ବିବି ମଧ୍ୟ ଜଣେ ଅଭିଯୁକ୍ତ। ଅନ୍ୟପଟେ ସେପ୍ଟେମ୍ବରରେ, ECP କହିଛି ଯେ ପ୍ରକୃତ ତାରିଖ ଉଲ୍ଲେଖ ନକରି, ଜାନୁଆରୀ ୨୦୨୪ର ଶେଷ ସପ୍ତାହରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ।

ବାଲି ମାଫିଆ କୃପାସିନ୍ଧୁ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ପୂର୍ବତନ ସହଯୋଗୀ

ଗଞ୍ଜାମ : ଆହୁରି ବଢ଼ିଲା ବାଲି ମାଫିଆ କୃପାସିନ୍ଧୁ ମୁଦୁଲିର ଅଡ଼ୁଆ । କୃପାସିନ୍ଧୁଙ୍କର ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ତାଙ୍କର ପୂର୍ବତନ ସହଯୋଗୀ ସୁଦର୍ଶନ ଶତପଥୀ  । ଖାଲି ବାଲି ଚୋରାଚାଲାଣ ନୁହେଁ ଗଞ୍ଜାମରେ ଗୁଣ୍ଡାଗିରି ଚଳାଇଥିଲା କୃପାସିନ୍ଧୁ । ଏନେଇ ଗଞ୍ଜାମ ଜିଲ୍ଲା ବୈଦନାଥପୁର ଥାନାରେ ସୁଦର୍ଶନଙ୍କ ଅଭିଯୋଗ ପରେ ମାମଲା ରୁଜୁ ହୋଇଛି  ।  କୃପାସିନ୍ଧୁ ମୁଦୁଲି ସମେତ ପାଞ୍ଚ ଜଣଙ୍କ ନାମରେ ହତ୍ୟା ଧମକ , ବିଚ ରାସ୍ତାରେ ମାଡ଼ ମାରିବା, ଠକାମି ଭଳି ଅଭିଯୋଗରେ ମାମଲା ରୁଜୁ ହୋଇଛି । ଅଭିଯୋଗ ଅନୁସାରେ ସୁଦର୍ଶନ ଓ କୃପାସିନ୍ଧୁ ପାର୍ଟନର ହୋଇ ବାଲି ବେପାର କରୁଥିଲେ  ।

ଥରେ ପଢନ୍ତୁ ଏହି ଖବର : ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ନର୍ଥ କୋରିଆର ଏଣ୍ଟ୍ରି

Odisha River Sand Overview 2020: Another mining ravaged state – SANDRP

ମାତ୍ର ସୁଦର୍ଶନଙ୍କର ପାଖରୁ କୋଟିଏରୁ ଅଧିକ ଟଙ୍କା ନେଇ ଫେରାଇନଥିଲା କୃପାସିନ୍ଧୁ । ଟଙ୍କା ମାଗିଲେ ମାରି ଦେବାକୁ ଧମକ ଦେଉଥିଲା  । ଏହାଛଡ଼ା ମାଡ ମଧ୍ୟ ମାରିଥିବା ଅଭିଯୋଗ କରିଛନ୍ତି ସୁଦର୍ଶନ  । ମାମଲାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । କୃପାସିନ୍ଧୁ ଓ ତାର ସହଯୋଗୀଙ୍କୁ ରିମାଣ୍ଡରେ ନେବାକୁ ପୋଲିସ ଆବେଦନ କରିବ ବୋଲି କହିଛନ୍ତି ବ୍ରହ୍ମପୁର ଏସପି ଡ. ଶ୍ରବଣ ବିବେକ ଏମ । ରିମାଣ୍ଡରେ ପଚରାଉଚରା ପରେ କୃପାସିନ୍ଧୁ ଅପରାଧିକ ଦୁନିଆର ପର୍ଦ୍ଦଫାସ ହେବ  । ବାଲି ଚୋରାଚାଲାଣ ମାମଲାରେ ଏବେ ଗିରଫ ହୋଇ ଜେଲରେ ଅଛି କୃପାସିନ୍ଧୁ  । ନକଲି ଓ୍ବାଇଫର୍ମ, ତହସିଲଦାରଙ୍କ ଜାଲ ଦସ୍ତଖତ ଓ ଷ୍ଟାମ୍ପକୁ ନକଲି କରି ଚୋରା ବାଲି କାରବାର ଚଳାଇଥିଲା କୃପାସିନ୍ଧୁ । କୃପାସିନ୍ଧୁ ଓ ତାର ସହଯୋଗୀଙ୍କୁ ପୋଲିସ ଗିରଫ କରି ଜେରା କରିବା ସହ ସେମାନଙ୍କ ମୁହଁରୁ ସତ ଆଦାୟ କରିଛି  । ଆଗକୁ ଆହୁରି ୨ଦିନ ରିମାଣ୍ଡରେ ନେବାକୁ ପୋଲିସ ଯୋଜନା କରୁଛି  । ଏପଟେ କୃପାସିନ୍ଧୁ ବିରୋଧରେ ରୁଜୁ ହୋଇଥିବା ନୂଆ ମାମଲାରେ ମଧ୍ୟ ଖୋଳତାଡ଼ ଆରମ୍ଭ ହୋଇଛି  ।

ସିଲ୍‌ ହେବ ବାଲେଶ୍ବରରେ ଥିବା ୪ଟି ନର୍ସିଂ ହୋମ୍‌ ଓ କ୍ଲିନିକ୍‌

ବାଲେଶ୍ବର : ସିଲ୍‌ ହେବ ବାଲେଶ୍ବରରେ ଥିବା ୪ଟି ନର୍ସିଂ ହୋମ୍‌ ଓ କ୍ଲିନିକ୍‌ । ଏଥିସହିତ ୪ଜଣ ଡ଼ାକ୍ତରଙ୍କ ବିରୁଦ୍ଧରେ ଗ୍ରହଣ କରାଯାଇପାରେ କଢା କାର୍ଯ୍ୟାନୁଷ୍ଠାନ । ନୋଟିସ୍‌ ଜାରି କରି ସୂଚନା ଦେଇଛନ୍ତି ବାଲେଶ୍ବର ଜିଲ୍ଲାପାଳ ଡ଼ି.ଭି. ସିନ୍ଦେ । ଡ଼ାକ୍ତର ନଥାଇ, ମୃତ୍ୟୁବରଣ କରିଥିବା ଡ଼ାକ୍ତରଙ୍କ ସାର୍ଟିଫିକେଟ୍‌ରେ କ୍ଲିନିକ୍‌ ପଞ୍ଜିକୃତ କରି ଚାଲିଛି ସ୍ବାସ୍ଥ୍ୟସେବାର ବ୍ୟବସାୟ । ଏଥିସହିତ ଅଲ୍ଟ୍ରାସାଉଣ୍ଡ ମେସିନ୍‌ର ଉପଯୁକ୍ତ ବ୍ୟବହାର ହେଉନଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା ।

ଜିଲ୍ଲାପାଳଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍‌ ଯାଞ୍ଚକରି ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲା । ରିପୋର୍ଟରେ ଦର୍ଶାଯାଇଥିବା ଅନିୟମିତତାକୁ ଭିତ୍ତିକରି ଜିଲ୍ଲାପାଳ.,  ଡ଼ା.ଭାସ୍କର ଚନ୍ଦ୍ର ବେହେରା, ଡ଼ା. ଶଶିଭୂଷଣ ରଥ, ଡ଼ା. ରୁପେଶ କୁମାର ସେନାପତି ଓ ଡ଼ା. ଶିବଦାସ ପାଣିଗ୍ରାହୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରୀ କରିଛନ୍ତି । ସେହିପରି କଲେଜ ରୋଡ଼ରେ ଥିବା ଡ଼ା. ମାଲ୍ଲିକ ଡାଇଗ୍ନୋଷ୍ଟିକ୍ ସେଣ୍ଟର, ଭାସ୍କରଗଞ୍ଜରେ ଥିବା ନିଉଟେକ୍ ଲାବ ଆଣ୍ଡ ଡାଇଗ୍ନୋସ୍ଟିକ୍, ବିବେକାନନ୍ଦ ମାର୍ଗରେ ଥିବା କ୍ୟୋର ଆଣ୍ଡ କେଆର ମଲ୍ଟି ସ୍ପେସିଆଲିଟି କ୍ଲିନିକ ଓ କୁରୁଡ଼ାରେ ଥିବା ନିଗମ ହସ୍ପିଟାଲ ଆଣ୍ଡ ଆଡ଼ଭାନ୍ସ ଟ୍ରମା କେଆରକୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି ।

ଏହି ଖବର ଉପରେ ନଜର ପକାନ୍ତୁ : ଓ୍ବାଙ୍ଖଡେ ଷ୍ଟାଡିୟମରେ ଉଦଘାଟନ ହେଲା କ୍ରିକେଟ କିମ୍ବଦନ୍ତୀଙ୍କ ପ୍ରତିମୂର୍ତ୍ତି

ନର୍ସିଂହୋମ୍‌ ଓ କ୍ଲିନିକ୍‌ ଗୁଡ଼ିକୁ ନିର୍ଦ୍ଧିଷ୍ଟ ଡ଼ାକ୍ତରଙ୍କ ନାମରେ ଓ ପ୍ରତୈକ୍ଷ ତତ୍ବାବଧାନରେ ଚଳାଇବାକୁ ଆଇନରେ ନିର୍ଦ୍ଦେଶ ରହିଛି । ହେଲେ ଏହି ସଂସ୍ଥା ଗୁଡ଼ିକ ଦାଖଲ କରିଥିବା ଡ଼ାକ୍ତରଙ୍କ ସାର୍ଟିଫିକେଟ୍‌କୁ ବିଭିନ୍ନ ସଂସ୍ଥାରେ ପଞ୍ଜିକୃତ କରାଯିବା, ଡ଼ାକ୍ତରଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ତାଙ୍କ ନାମରେ ନର୍ସିଂହୋମ୍‌ ଓ କ୍ଲିନିକ୍‌ ଚଳାଇବା ଅଭିଯୋଗରେ ନୋଟିସ୍‌ ଜାରୀ କରାଯାଇଛି । ନୋଟିସ୍‌ ଅନୁସାରେ ଆସନ୍ତା ୭ ଦିନ ମଧ୍ୟରେ ଉତ୍ତର ଦେବାକୁ ନିର୍ଦ୍ଦେଶ ରହିଛି । ଉତ୍ତର ସନ୍ତୋଷଜନକ ନହେଲେ ଦୃ୍ଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

କେଉଁଠି ବାହାରିଲେ ମାଟିତଳୁ ଶିବଲିଙ୍ଗ ଜାଣନ୍ତୁ ?

ଫୁଲବାଣୀ : ମାଟିତଳୁ ବାହାରିଲା ଶିବଲିଙ୍ଗ I କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍‌ କ୍ରାଣ୍ଡିବାଲି ଗାଁରେ ତ୍ରିନାଥ ମନ୍ଦିର ପ୍ରାଙ୍ଗଣରେ ଥିବା ଏକ ଆମ୍ବ ଗଛ ତଳୁ ଏକ ଶିବଲିଙ୍ଗ ମିଳିଛି । ମାଟିତଳେ ଶିବଲିଙ୍ଗ ଥିବା ତ୍ରିନାଥ ମନ୍ଦିର ପୂଜକ ଦଶମୁଲ ମିଶ୍ରଙ୍କୁ ସ୍ବପ୍ନାଦେଶ ହୋଇଥିଲା ବୋଲି ପୂଜକ କହିଛନ୍ତି । ଲୋକମାନେ ମାଟି ଖୋଳିବା ପରେ ଏକ ବିରାଟ ଶିବଲିଙ୍ଗ ମିଳିଛି I ଶିବଲିଙ୍ଗକୁ ହୋମଯଜ୍ଞ କରି ପ୍ରତିଷ୍ଠା କରାଯାଇଛି ।

ଏହି ଖବର ପଢନ୍ତୁ : ପ୍ରତାପ, ସଞ୍ଜୟ ବିଜେଡିର ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ

ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଲୋଇସିଂ ସରପଞ୍ଚ ସୁଦର୍ଶନ କହଁର, ଫିରିଙ୍ଗିଆ ବିଡିଓ ଅନୁପ ଅଭିଷେକ ବେହେରା, ପୂର୍ବତନ ବିଧାୟକ ଦୁଗୁନି କହଁର, ଦେବେନ୍ଦ୍ର କହଁର, ବିଜେଡି କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାଏକଙ୍କ ସହ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଦର୍ଶନ କରିଥିଲେ l ଦର୍ଶନ ପାଇଁ ଲୋକଙ୍କ ସୁଅ ଛୁଟୁଛି । ଏଠାରେ ଏକ ଶିବ ମନ୍ଦିର ନିର୍ମାଣ କରାଯିବ ବୋଲି ବିଧାୟକ ଅଙ୍ଗଦ କହଁର ପ୍ରତିଶ୍ରୁତି ଦେଇଛନ୍ତି ।

ସୁବର୍ଣ୍ଣପୁର ନିର୍ବାଚନ ମଣ୍ଡଳୀରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ମଞ୍ଜୁର

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳୀ ପାଇଁ ୫୪.୫୦କୋଟି ଟଙ୍କା ମଂଜୁର ହୋଇଛି । ସୁବର୍ଣ୍ଣପୁର ଓ ବୀରମହାରାଜପୁରର ୬ଟି ବ୍ଲକର ୧୦୯ଟି  ଗ୍ରାମପଞ୍ଚାୟତରେ ୧୪୧୯ଟି ପ୍ରକଳ୍ପ କରାଯିବ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୦୧୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଗୋଧନେଶ୍ବର ଓ ଖଇରମାଲଠାରେ ୨ଟି ଇନଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକଚର ଅର୍ଥରାଶି ମଞ୍ଜୁର ହୋଇଛି  । ପାତାଳି ଶ୍ରୀକ୍ଷେତ୍ରର ଉନ୍ନତୀକରଣ ପାଇଁ ୨୮ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ପାପକ୍ଷୟ ଘାଟ, ମା’ ମେଟାକାଣୀ ମନ୍ଦିରର ସୌନ୍ଦର୍ଯ୍ୟକରଣ, ବୀରମହାରାଜପୁର ଡିଗ୍ରୀ କଲେଜ, ହାଅର ସେକେଣ୍ଡାରୀ କଲେଜ, ଉଲୁଣ୍ଡାରୁ କୋଟସମଲାଇ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ ଓ ସାନ ସାମୁରାରୁ ଭୀମଟିକରା ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ ରହିଛି । ସୁବର୍ଣ୍ଣପୁର ନିର୍ବାଚନ ମଣ୍ଡଳୀରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୪୭.୩୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଭୀମଭୋଇ ସମାଧୀ ପୀଠର ଉନ୍ନତିକରଣ ପରେ ବର୍ଷକୁ ୩୦ ହଜାର ଭକ୍ତ ଆସିବାର ସମ୍ଭାବନା ରହିଛି । ଡୁଙ୍ଗୁରିପାଲ୍ଲିର ପୂଜାଡୁଙ୍ଗୁରି, ତରଭାର ବରପାହାଡ ପୀଠ ଆଦି ସ୍ଥାନର ଉନ୍ନତିକରଣ କରାଯିବ ।

ଏହି ଖବର ପଢନ୍ତୁ : ନବୀନ ଓଡିଶା ଗାଁ ଲୋକଙ୍କ ମନରେ ଆତ୍ମବିଶ୍ୱାସ ବୃଦ୍ଧି କରିବ – ମୁଖ୍ୟମନ୍ତ୍ରୀ

Subarnameru Temple | Subarnapur District,Government of Odisha | India

ମୁଖ୍ୟମନ୍ତ୍ରୀ କହିଛନ୍ତି, ସବୁ ଗାଁର ବିକାଶ ଆମର ଲକ୍ଷ୍ୟ । ଗାଁରେ ସମସ୍ତଙ୍କୁ ମିଳିବ ବିକାଶର ଗ୍ୟାରେଣ୍ଟି । ଗାଁ ଲୋକ ସମସ୍ତେ ଶିକ୍ଷା ଓ ସ୍ବାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ। ଗାଁ ଗାଁରେ ସଂସ୍କୃତିର ସୁରକ୍ଷା ହେବ ଓ ଆଧୁନିକତାର ବିକାଶ ହେବ। ବିକଶିତ ଗାଁ ହେବ ଆଧୁନିକ ଓଡିଶାର ପରିଚୟ।  ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ। ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ। ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ। ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ । ଆମର ଭବିଷ୍ୟତ ବଂଶଧର ମାନଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ନୂଆ ଓଡିଶାରେ ଆମର ଭିତ୍ତିଭୂମି ହେବ ସୁଦୃଢ ଓ ଡେଣା ହେବ ଶକ୍ତ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବ ସାକାର ରୂପ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ  । ସୁବର୍ଣ୍ଣପୁର ଜିଲ୍ଲା ହସ୍ପିଟାଲ ରାଜ୍ୟର ଏକ ନମ୍ବର ହସ୍ପିଟାଲ ହେବ ବୋଲି କହିଛନ୍ତି ଫାଇଭ-ଟି ଓ ଆମ ଓଡ଼ିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ  ।

ଦିଲ୍ଲୀରେ ଲଗାତର ଭାବେ ଷଷ୍ଠ ଦିନରେ ପହଞ୍ଚିଛି ପ୍ରଦୂଷଣ, ଲୋକେ ହନ୍ତସନ୍ତ

ଦିଲ୍ଲୀ : ଲଗାତର ଭାବେ ଷଷ୍ଠ ଦିନରେ ପହଞ୍ଚିଛି ପ୍ରଦୂଷଣ । ମୁଣ୍ଡକାରେ ବାୟୁର ଗୁଣବତ୍ତା ୪୨୦କୁ ପାର, ସେହିପରି ଆନନ୍ଦ ବିହାରରେ ୪୧୬, ପଞ୍ଜାବୀ ବାଗରେ ୪୧୬, ୱାଜିରପୁରରେ ୪୦୮ ରହିଛି । ଯାହାକି ଚିନ୍ତାର ବିଷୟ ପାଲଟିଯାଇଛି  । ଏହାର ଭିତରେ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି  । ଦିଲ୍ଲୀ ବାୟୁର ଗୁଣବତ୍ତା ଖରାପ ହେବାରେ ପଞ୍ଜାବ ଦାୟୀ । ପଞ୍ଜାବ କ୍ଷେତରେ ନିଆଁ ଲାଗିବା କାରଣରୁ ବଢିଚାଲିଛି ପ୍ରଦୂଷଣ  । ଦିନକରେ ୨୦୦୦ କ୍ଷେତରେ ଫସଲ ଅବଶେଷରେ ଲଗାଯାଉଛି ନିଆଁ । ବୁଧବାର ଦିନ ପଞ୍ଜାବରେ ନିଆଁ ଲାଗିବା ଘଟଣା ସଂଖ୍ୟା ୧୯୨୧ ରହିଛି  । ସେହିପରି ମଙ୍ଗଳବାର ଦିନ ୧୩୮୯ ଏବଂ ସୋମବାର ଦିନ ୧୦୩୦ ରହିଛି । ଯାହାର ସିଧାସଳଖ ପ୍ରଭାବ ଦିଲ୍ଲୀର ବାୟୁମଣ୍ଡଳ ଉପରେ ପଡୁଛି । ବାୟୁର ଗୁଣବତ୍ତା ୩୬୪ ଥିବା ବେଳେ ,ମଙ୍ଗଳବାର ଦିନ ୩୫୯,ବୁଧବାର ଦିନ ପଞ୍ଜାବୀ ବାଗ ,ମୁଣ୍ଡକା ଏବଂ ଆନନ୍ଦ ବିହାରରେ ବାୟୁର ଗୁଣବତ୍ତା ୪୦୧ରୁ ୫୦୦ ଶ୍ରେଣୀରେ ପହଞ୍ଚିଛି  । Delhi Air Quality Today After Diwali: AQI very poor, check air pollution  levels in Noida, Ghaziabad, Gurugram | Zee Business

ଏହି ଖବର ଉପରେ ନଜର ପକାନ୍ତୁ : ତଥ୍ୟ ଲିକକୁ ନେଇ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରାଳୟ ପକ୍ଷରୁ ଆପଲକୁ ନୋଟିସ

ସେପଟେ ବୁଧବାର ଦିନ ପର୍ଯ୍ୟବେକ୍ଷଣ ମନ୍ତ୍ରୀ ଦିଲ୍ଲୀରେ ହଟସ୍ପଟ ପାଲଟୁଥିବା ସ୍ଥାନରେ ଗୋଟେ ସପ୍ତାହ ପର୍ଯ୍ୟନ୍ତ ଗ୍ରାଫ-୨ ନିୟମ ଲାଗୁକରିଛନ୍ତି । ଏଥି ସହିତ ସମସ୍ତ ନିର୍ମାଣଧୀନ କାର୍ଯ୍ୟକୁ ସାମୁୟିକ ଭାବେ ବନ୍ଦ ରଖିଛନ୍ତି । ସଫର ଏଜେନ୍ସିଂଙ୍କ ମୁତାବକ ନଡା ଜାଳିବା ଦ୍ୱାରା ୧ ନଭେମ୍ବରରେ ବାୟୁର ଗୁଣବତ୍ତା ୧୨.୯୬% ଥିବା ବେଳେ ୨୭ ଅକ୍ଟୋବରରେ ବୃଦ୍ଧି ଘଟି ୨୩.୪୮%ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ ପ୍ରଭାବିତ ହେଉଥିବା ଉତ୍ତର ପଶ୍ଚିମ ମୌସୁମୀ ବାୟୁ କାରଣରୁ ଫସଲର ଅବଶେଷ ଜଳାଯିବା ଫଳରେ ସେଥିରୁ ବାହାରୁଥିବା ଧୂଆଁର ପ୍ରଭାବ ସିଧାସଳଖ ଦିଲ୍ଲୀ ଉପରେ ପଡୁଛି । ବର୍ତ୍ତମାନ ଦିଲ୍ଲୀ ପ୍ରଦୂଷଣ ମାତ୍ରାକୁ ଦେଖିଲେ ସ୍ଥିତିରେ ସୁଧାର ଆସିବା ନିମନ୍ତେ ଏକ ବର୍ଷ ସମୟ ଲାଗିବ ବୋଲି ଆକଳନ କରିଛନ୍ତି ଆଇଏମଡି ଡିଜି ।

ଓଡିଶା ପରିବାର ସହଯୋଗରେ ଆନ୍ଧ୍ରପ୍ରଦେଶରୁ ୧୧ଜଣ ଶ୍ରମିକଙ୍କୁ ଉଦ୍ଧାର

ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ସେଠାରେ ନିର୍ଯ୍ୟାତିତ ହେଉଥିବା ସୁନ୍ଦରଗଡ ଜିଲ୍ଲାର ୮ ଜଣ ମହିଳାଙ୍କ ସମେତ ୧୧ ଜଣ ଶ୍ରମିକ ସୁରକ୍ଷିତ ଭାବେ ଓଡିଶା ପ୍ରତ୍ୟାବର୍ତ୍ତନ କରିଛନ୍ତି । ଆନ୍ଧ୍ରପ୍ରଦେଶରେ ଫସି ରହିଥିବା ନେଇ ଖବର ସମ୍ପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅବଗତ ହେବା ପରେ ସେମାନଙ୍କୁ ସୁରକ୍ଷିତ ଉଦ୍ଧାରକରି ଓଡିଶା ଫେରାଇ ଆଣିବାକୁ ଓଡିଶା ପରିବାର ନିର୍ଦ୍ଦେଶାଳୟକୁ ପରାମର୍ଶ ଦେଇଥିଲେ । ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ   ଆନ୍ଧ୍ରପ୍ରଦେଶ ସରକାର, ଶ୍ରମ ଓ କର୍ମଚାରୀ, ରାଜ୍ୟଵୀମା ବିଭାଗ ସହିତ ସମନ୍ଵୟ ରକ୍ଷାକରି ସେମାନଙ୍କୁ ଓଡିଶା ଫେରାଇ ଆଣିବାର ବ୍ୟବସ୍ଥା କରିଥିଲେ ।

ଏହି ଖବର ପଢନ୍ତୁ : ଗାଁ ଗାଁରେ ସମସ୍ତଙ୍କୁ ମିଳିବ ବିକାଶର ଗ୍ୟାରେଣ୍ଟି

 

ଏହାପରେ ସେମାନଙ୍କ ଫେରିବା ନେଇ ସମସ୍ତ ବାଟ ଫିଟିଥିଲା ।ଆଜି ଏଗାର ଜଣ ଶ୍ରମିକ ଭୁବନେଶ୍ଵର ରେଳଷ୍ଟେସନରେ ପହଞ୍ଚିବାପରେ ଓଡିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ସ୍ଵତନ୍ତ୍ର କର୍ତ୍ତବ୍ଯରତ ଅଧିକାରୀ ପ୍ରୀତିଶ ପଣ୍ଡା ସେମାନଙ୍କୁ ସ୍ୱାଗତ କରିଥିଲେ । ଓଡିଶା ଫେରିଥିବା ଶ୍ରମିକମାନେ ସେମାନଙ୍କୁ ସୁରକ୍ଷିତ ଭାବେ ଓଡିଶା ଫେରାଇ ଆଣିବାରେ ସମସ୍ତ ସହଯୋଗ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡିଶା ପରିବାର ନିର୍ଦେଶାଳୟର ନିର୍ଦେଶକ ଓ ତାଙ୍କ ଟିମ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟଵୀମା ବିଭାଗ ଅଧିକାରୀମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଗାଁ ଗାଁରେ ସମସ୍ତଙ୍କୁ ମିଳିବ ବିକାଶର ଗ୍ୟାରେଣ୍ଟି

ଭୁବନେଶ୍ୱର : ସବୁ ଗାଁର ବିକାଶ ଆମର ଲକ୍ଷ୍ୟ। ଗାଁରେ ସମସ୍ତଙ୍କୁ ମିଳିବ ବିକାଶର ଗ୍ୟାରେଣ୍ଟି । ଗାଁ ଲୋକ ସମସ୍ତେ ଶିକ୍ଷା ଓ ସ୍ବାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ। ଗାଁ ଗାଁରେ ସଂସ୍କୃତିର ସୁରକ୍ଷା ହେବ ଓ ଆଧୁନିକତାର ବିକାଶ ହେବ। ବିକଶିତ ଗାଁ ହେବ ଆଧୁନିକ ଓଡିଶାର ପରିଚୟ।  ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି । ବିଶ୍ବ ପ୍ରେମ, ଶାନ୍ତି, ସଦ୍‌ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା । ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ। ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ। ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ। ଆମର ଭବିଷ୍ୟତ ବଂଶଧର ମାନଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ । ଗାଁରେ ଇଣ୍ଟରନେଟ୍‌ ସଂଯୋଗ ମିଳିବ । ବିଜ୍ଞାନ ପାର୍କ ହେବ । ଦକ୍ଷତା ବିକାଶ କେନ୍ଦ୍ର ହେବ । ବ୍ୟାଙ୍କିଙ୍ଗ  ସୁବିଧା  ମିଳିବ। ଏହି କାର୍ଯ୍ୟକ୍ରମରେ ଗାଁର ପ୍ରାଥମିକ ବିଦ୍ୟାଳୟ ଗୁଡିକ ମଧ୍ୟ ସାମିଲ ହେବ। ଏହା ଆମର ଯୁବ ସମାଜ ପାଇଁ, ମା’ମାନଙ୍କ ପାଇଁ, ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅମାପ ସୁଯୋଗ ଆଣିବ ଏବଂ ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର   ପରିଚୟକୁ ଆହୁରି ଉଜ୍ଜଳ କରିବ।Ama Gaon Ama Bikash Bargarh | Ama Gaon Ama Bikash | Naveen Patnaik - YouTube

ଏହି ନୂଆ ଓଡିଶାରେ ଆମର ଭିତ୍ତିଭୂମି ହେବ ସୁଦୃଢ ଓ ଡେଣା ହେବ ଶକ୍ତ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବ ସାକାର ରୂପ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ। 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ରୂପାନ୍ତର କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି  କରିଛି ବୋଲି କହିଥିଲେ। ସେ କହିଥିଲେ ଯେ ଗଞ୍ଜାମ ଜିଲ୍ଲା ଦେଶର ସମସ୍ତ ଜିଲ୍ଲାମାନଙ୍କ ମଧ୍ୟରେ ଶ୍ରେଷ୍ଠ ପ୍ରଦର୍ଶନ କରି ଏକ ନମ୍ବର ଜିଲ୍ଲା ଭାବରେ ଭାରତ ସରକାରଙ୍କଠାରୁ ପୁରସ୍କାର ପାଇଛି। ସେହିପରି ହିଞ୍ଜିଳି ବ୍ଲକ ମଧ୍ୟ ଦେଶର ସମସ୍ତ ବ୍ଲକମାନଙ୍କ ମଧ୍ୟରେ ଶ୍ରେଷ୍ଠ ପ୍ରଦର୍ଶନ କରି ଏକ ନମ୍ବର ବ୍ଲକ ଭାବରେ ଭାରତ ସରକାରଙ୍କଠାରୁ ପୁରସ୍କାର ପାଇଛି। ଏଥିପାଇଁ ସେ ଗଞ୍ଜାମବାସୀଙ୍କୁ ଧନ୍ୟବାଦ ଦେଇଥିଲେ ।Maa Tara Tarini Temple: A Popular Pilgrimage Destination in Odisha

ଗଞ୍ଜାମ ସାରା ଭାରତବର୍ଷକୁ ବିକାଶର ରାସ୍ତାରେ ପ୍ରେରିତ କରିଛି ବୋଲି ସେ କହିଥିଲେ। ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଲେ ଯେ ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଜରିଆରେ ସବୁ ଗାଁରେ ରୂପାନ୍ତର ଆଣିବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ। ଆମର ରୂପାନ୍ତର ଅନ୍ୟ ରାଜ୍ୟ ପାଇଁ ଆଦର୍ଶ ହେବ ବୋଲି ସେ କହିଥିଲେ। ଗାଁ ଗାଁରେ ସବୁ କାମକୁ ଆମେ ଠିକ୍‌ ସମୟରେ ସ୍ବଚ୍ଛତାର ସହ କରି ରୂପାନ୍ତର ଆଣିବା ବୋଲି ସେ କହିଥିଲେ । ଗ୍ରାମାଞ୍ଚଳର ନୂଆ ରୂପ ଓଡିଶା ରୂପାନ୍ତରର ହେବ ପ୍ରକୃତ ଚିତ୍ର ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ। ସେ କହିଥିଲେ ଯେ ଓଡିଶାରେ ଏବେ ରୂପାନ୍ତରର ଯୁଗ ଚାଲିଛି। ବିକାଶକୁ ଏବେ ଦେଖି ହେଉଛି, ଅନୁଭବ ମଧ୍ୟ କରି ହେଉଛି।

ତଥ୍ୟ ଲିକକୁ ନେଇ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରାଳୟ ପକ୍ଷରୁ ଆପଲକୁ ନୋଟିସ

ନନ୍ଦିଘୋଷ ବ୍ୟୁରୋ : ସବୁଠୁ ସୁରକ୍ଷିତ କୁହାଯାଉଥିବା ଆପଲ ଫୋନ କିପରି ହ୍ୟାକ ହେବ ? ଆପଲ ଫୋନ ହ୍ୟାକ ଆଶଂକା ପଛରେ ସରକାରଙ୍କ ହାତ ରହିଛି ବୋଲି କିପରି ନିଷ୍କର୍ସରେ ପହଞ୍ଚିଲ ? କେଉଁ ଆଧାରରେ ଏପରି ପରିଣାମ ନେଇ ନିଶ୍ଚିତ ହେଲ ? ଅଜଣା ଜାଗାରୁ ରହି କିପରି ଏହାକୁ ଆକ୍ସେସ କରାଯାଇପାରିବ ବୋଲି ନିଶ୍ଚିତ ହେଲ ? ସମ୍ବେଦନଶୀଳ ତଥ୍ୟ ଲିକ କେମିତି ହୋଇଯିବ ? ଏପରି କିଛି ପ୍ରଶ୍ନର ଉତ୍ତର ଜାଣିବାକୁ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରାଳୟ ଆପଲକୁ ନୋଟିସ ପଠାଇଛି  । ନୋଟିସର ତୁରନ୍ତ ଉତ୍ତର ଦେବାକୁ କୁହାଯାଇଛି  । ଆପଲ ସରକାରୀ ପ୍ରାୟୋଜିତ ହ୍ୟାକିଂ ନେଇ ଦେଶର ବିଭିନ୍ନ ବର୍ଗର ଲୋକଙ୍କୁ ମେସେଜ ପଠାଇଥିଲା  । ଏହାକୁ ନେଇ ବିରୋଧୀ ଦଳ ନେତା ତମ୍ବିତୋଫାନ କରିଥିଲେ  । କେନ୍ଦ୍ର ସରକାର ଜାଣିଶୁଣି ହ୍ୟାକ କରି ଡାଟା ଲିକ ପାଇଁ ଉଦ୍ୟମ କରୁଥିବା ସାଂଘାତିକ ଅଭିଯୋଗ ଆଣିଥିଲେ  । ଏହାପରେ ଆଜି କେନ୍ଦ୍ର ସରକାର ଅଧିକ ତଥ୍ୟ ଜାଣିବାକୁ ଆପଲକୁ ନୋଟିସ ପଠାଇଛନ୍ତି  । ମେସେଜ ଆସିଥିବା ଟିଏମସି ସାଂସଦ ମହୁଆ ମୈତ୍ରଙ୍କ ସମେତ କଂଗ୍ରେସ ସାଂସଦ ଶଶୀ ଥରୁର, ପବନ ଖେଡା ଏବଂ ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ପ୍ରମୁଖ କେନ୍ଦ୍ରକୁ ଟାର୍ଗେଟ କରିଥିଲେ  ।iPhone hacking: Many politicians claim their phones hacked, so how safe are  iPhones and what is Apple warning - India Today

ସେମାନଙ୍କ ଆପଲ ଫୋନକୁ ଆସିଥିବା ମେସେଜର ସ୍କ୍ରିନସଟ ସେୟାର କରିଥିଲେ  । ଆପ ସାଂସଦ ରାଘବ ଚଡ୍ଢା, ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ, ସିପିଏମ ମହାସିଚବ ସୀତାରାମ ୟେଚୁରୀ, ଏଆଇଏମଆଇଏମ ମୁଖିଆ ଅସଦୁଦ୍ଦିନ ଓୱେସୀଙ୍କ ଫୋନକୁ ମଧ୍ୟ ମେସେଜ ଆସିଥିଲା ବୋଲି ସେମାନେ ଅଭିଯୋଗ କରିଥିଲେ  । ଏହାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ରକୁ ଟାର୍ଗେଟ କରିଥିଲେ  । ଏହାପରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସଫେଇ ଦେଇ କହିଥିଲେ ସରକାର ଏ ନେଇ ଚିନ୍ତିତ ଅଛନ୍ତି  । ଏହା ଉପରେ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଆପଲ ମଧ୍ୟ ସଫେଇ ଦେଇଥିଲା  । କହିଥିଲା, ଖାଲି ଭାରତରେ ନୁହେଁ ଏଭଳି ମେସେଜ ୧୫୦ଟି ଦେଶରେ ଆଇଫୋନ ବ୍ୟବହାର କରୁଥିବା ଗ୍ରାହକକୁ ପଠାଯାଇଛି  । କିନ୍ତୁ ସରକାରୀ ପ୍ରାୟୋଜିତ ହ୍ୟାକିଂକୁ ନେଇ କିଛି ସ୍ପଷ୍ଟ କରିନଥିଲା ଆପଲ ।